ରେପୋ ରେଟ୍‌ ଅପରିବର୍ତ୍ତିତ

ମୁମ୍ବାଇ,୯।୧୦ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ)ର ମୁଦ୍ରାନୀତି କମିଟି(ଏମ୍‌ପିସି) ରେପୋ ରେଟ୍‌(କେନ୍ଦ୍ରୀୟ ବ୍ୟାଙ୍କ ବ୍ୟାଙ୍କଗୁଡ଼ିକୁ ଯେଉଁ ହାରରେ ଋଣ ଦିଏ)କୁ ଶୁକ୍ରବାର ୪% ସ୍ତରରେ ଅପରିବର୍ତ୍ତିିତ ରଖିଛି। ଲଗାତର ୮ଥର ଲାଗି ରେପୋରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଗଠିତ ୬ ସଦସ୍ୟ ବିଶିଷ୍ଟ ଏମ୍‌ପିସି ଏଭଳି ନିଷ୍ପତ୍ତି ଗ୍ରହଣ କରିଛି। ରିଭର୍ସ ରେପୋ (କେନ୍ଦ୍ରୀୟ ବ୍ୟାଙ୍କ ବାଣିଜି୍ୟକ ବ୍ୟାଙ୍କଗୁଡିକ ଠାରୁ ଯେଉଁ ହାରରେ ଋଣ ନିଏ) ମଧ୍ୟ ୩.୫୫% ସ୍ତରରେ ଅପରିବର୍ତ୍ତିତ ରହିଛି। ଏମ୍‌ପିସିର ୫ ଜଣ ସଦସ୍ୟ ରେପୋ ଅପରିବର୍ତ୍ତିିତ ରଖିବା ନେଇ ଭୋଟ ଦେଇଥିଲେ। ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ଏବଂ ବଜାରର ଅଭିବୃଦ୍ଧିକୁ ସହାୟତା କରିବା ଲାଗି ଆର୍‌ବିଆଇ ଦୀର୍ଘ ମିଆଦୀ ଭିତ୍ତିରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବ ବୋଲି ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି।
ଆର୍ଥତ୍କ ବର୍ଷରେ ରିୟଲ ଜିଡିପି ଅଭିବୃଦ୍ଧି ଲକ୍ଷ୍ୟକୁ ଏହା ୯.୫% ରଖିଛି। ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ଅଭିବୃଦ୍ଧି ୭.୯%, ତୃତୀୟ ତ୍ରୈମାସରେ ୬.୮% ଏବଂ ଚତୁର୍ଥ ତ୍ରୈମାସରେ ୬.୧% ରହିବ ବୋଲି ଆକଳନ କରାଯାଇଛି। ଆର୍ଥତ୍କ ବର୍ଷ ୨୦୨୨-୨୩ ପ୍ରଥମ ତ୍ରୈମାସରେ ଦେଶର ରିୟଲ ଜିଡିପି ଅଭିବୃଦ୍ଧି ୧୭.୨% ସ୍ତର ଛୁଇଁବ। ୨୦୨୨-୨୩ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ଖୁଚୁରା ମୁଦ୍ରାସ୍ଫୀତି ୫.୨% ରହିବା ନେଇ ଆକଳନ ହୋଇଛି। ବଜାରର ଅଭିବୃଦ୍ଧି ଦିଗରେ ବିଭିନ୍ନ କାରକ ଦୃଢ଼ ହେଉଥିବା ବେଳେ ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ଆସୁଛି। ଆଗାମୀ ଦିନରେ ଖାଦ୍ୟ ଶସ୍ୟ ଉତ୍ପାଦନ ରେକର୍ଡ ଛୁଇଁବାକୁ ଥିବାରୁ ଖାଦ୍ୟ ମୁଦ୍ରାସ୍ଫୀତି କମିବ ବୋଲି ଶକ୍ତିକାନ୍ତ ଆଶାବାଦୀ ରହିଛନ୍ତି।
ଆଇଏମ୍‌ପିଏସ୍‌ର ନେଣଦେଣ ସୀମାକୁ ୨ରୁ ୫ ଲକ୍ଷକୁ ବଢ଼ାଇଛି। ବର୍ତ୍ତମାନ ଆର୍‌ଟିଜିଏସ୍‌ ସେବା ନିରନ୍ତର ହୋଇଛି। ଆଇଏମ୍‌ପିଏସ୍‌ର ସେଟେଲ୍‌ମେଣ୍ଟ ଏବଂ କ୍ରେଡିଟ ରିସ୍କ ହ୍ରାସ ହେଉଥିବାରୁ ଡିଜିଟାଲ ପେମେଣ୍ଟ ବୃଦ୍ଧି ଦିଗରେ ଏହା ସହାୟକ ହେବ ବୋଲି ଆର୍‌ବିଆଇ କହିଛି। ସାରା ଦେଶରେ ଅଫ୍‌ଲାଇନ ମୋଡ୍‌ରେ ରିଟେଲ ଡିଜିଟାଲ ପେମେଣ୍ଟ କାର୍ଯ୍ୟକାରୀ କରାଇବା ଲାଗି ବ୍ୟବସ୍ଥା ଆଣିବାକୁ ପ୍ରସ୍ତାବ ରହିଛି। ଇଣ୍ଟରନେଟ ସଂଯୋଗ ଧୀମା କିମ୍ବା ନ ଥିଲେ ସେଭଳି ସ୍ଥାନଗୁଡିକରେ ରିଟେଲ ଡିଜିଟାଲ ପେମେଣ୍ଟ କାର୍ଯ୍ୟକାରୀ କରାଇବା ଦିଗରେ ଏକ ଅଭିନବ ଟେକ୍ନୋଲୋଜି ଉପରେ ଆର୍‌ବିଆଇ ବର୍ତ୍ତମାନ ପରୀକ୍ଷଣ କରାଉଥିବା ଜଣାପଡ଼ିଛି। ଅଣ ବ୍ୟାଙ୍କ ବିତ୍ତ ପ୍ରତିଷ୍ଠାନ(ଏନ୍‌ବିଏଫ୍‌ସି)ଗୁଡ଼ିକ ଲାଗି ଅନ୍ତରୀଣ ଅମ୍ବୁଡସମ୍ୟାନ ସ୍କିମ୍‌(ଆଇଓଏସ୍‌) କାର୍ଯ୍ୟକାରୀ କରାଇବା ଲାଗି ନିଷ୍ପତ୍ତି ହୋଇଛି। ଏହାଦ୍ୱାରା ଏନ୍‌ବିଏଫ୍‌ସିଗୁଡିକର ଆଭ୍ୟନ୍ତରୀଣ ଅଭିଯୋଗ ସମାଧାନ ବ୍ୟବସ୍ଥା ଦୃଢ଼ୀକରଣ ହେବା ନେଇ କେନ୍ଦ୍ରୀୟ ବ୍ୟାଙ୍କ ଆଶାବାଦୀ ରହିଛି। ଯେଉଁ ଏନ୍‌ବିଏଫ୍‌ସି ଅଧିକ ସଂଖ୍ୟକ ଗ୍ରାହକଙ୍କ ସହ କାରବାର କରୁଛନ୍ତି ଉକ୍ତ କ୍ଷେତ୍ରରେ ନୂଆ ବ୍ୟବସ୍ଥା ଆସିବ। ସ୍ବତନ୍ତ୍ର ଦୀର୍ଘ ମିଆଦୀ ରେପୋ ଅପରେଶନ(ଏସ୍‌ଏଲ୍‌ଟିଆର୍‌ଓ) କ୍ଷେତ୍ରରେ ସ୍ମଲ ଫାଇନାନ୍ସ ବ୍ୟାଙ୍କଗୁଡିକ ଚଳିତ ବର୍ଷ ଡିସେମ୍ବର ଶେଷ ଯାଏ ଭାଗ ନେଇପାରିବେ। ଏଥିରେ ଆଗାମୀ ୩ ବର୍ଷ ଲାଗି ୧୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

ଏଥର ଫେବୃଆରୀ ୧ରେ ଆସିବନି ବଜେଟ୍‌! ଭାରତ ସଂସଦୀୟ ଇତିହାସରେ ପ୍ରଥମ?

ନୂଆଦିଲ୍ଲୀ,୨୧।୧୨: ଆସନ୍ତା ବର୍ଷ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ କେଉଁ ତାରିଖରେ ବଜେଟ ଉପସ୍ଥାପନ କରିବେ ତାକୁ ନେଇ ସସପେନ୍ସ ଜାରି ରହିଛି। ୨୦୧୭ରୁ...

ଗ୍ରାହକଙ୍କୁ ଆଶ୍ୱସ୍ତି: ୧୨ ହଜାର କମିଲା ସୁନା ଦର

ନୂଆଦିଲ୍ଲୀ,୨୦।୧୨: ରେକର୍ଡ ବୃଦ୍ଧି ପରେ, ଭାରତରେ ୨୪-କ୍ୟାରେଟ, ୨୨-କ୍ୟାରେଟ ଏବଂ ୧୮-କ୍ୟାରେଟ ସୁନାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଗୋଟିଏ ସପ୍ତାହରେ ୧୦ ଗ୍ରାମ ୨୪-କ୍ୟାରେଟ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri