କେତେ ମୁଖ୍ୟମନ୍ତ୍ରୀ ବଦଳିବେ

ଭାରତୀୟ ଜନତା ପାର୍ଟି (ଭାଜପା) ୧୨ ସେପ୍ଟେମ୍ବରରେ ଭୂପେନ୍ଦ୍ର ପଟେଲଙ୍କୁ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଛି। ଘାଟଲୋଡିଆରୁ ବିଧାୟକ ଥିବା ଭୂପେନ୍ଦ୍ର ପଟିଦାର ସଙ୍ଗଠନର ଟ୍ରଷ୍ଟି ଅଛନ୍ତି। ବିଜୟ ରୂପାନୀ ଇସ୍ତଫା ଦେବା ପରେ ଉପମୁଖ୍ୟମନ୍ତ୍ରୀ ଥିବା ନୀତିନ ପଟେଲ, ରାଜ୍ୟ କୃଷି ମନ୍ତ୍ରୀ ଆର୍‌. ସି. ଫାଲ୍‌ଡୁ, କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୂପାଲା ଓ ମନସୁଖ ଲାଲ ମାଣ୍ଡବ୍ୟଙ୍କ ନାମ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲଙ୍କ ଅତି ଘନିଷ୍ଠ ଭୂପେନ୍ଦ୍ରଙ୍କୁ ଶେଷରେ ମୁଖ୍ୟମନ୍ତ୍ରୀ ଭାବେ ଦଳ ଅବସ୍ଥାପିତ କରିଛି। ଉଲ୍ଲେଖ କରାଯାଇପାରେ ଯେ, ୨୦୨୨ ଡିସେମ୍ବରରେ ଗୁଜରାଟ ବିଧାନସଭା ନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରାଯିବା ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଛି। ଏଥିସହିତ ଭୂପେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ବାଛିବା ପଛରେ ପଟେଲ ସମ୍ପ୍ରଦାୟକୁ ହାତେଇବା ଉଦ୍ୟମ ଥାଇପାରେ। କାରଣ ଆସନ୍ତା ନିର୍ବାଚନ ପାଇଁ ଭାଜପା ନେତୃତ୍ୱ ଗୁଜୁରାଟରେ ତାହାର ସ୍ଥିତିକୁ ସୁଦୃଢ଼ ଭାବୁ ନାହିଁ।
ରାଜନୈତିକ ବିଶ୍ଳେଷକଙ୍କ ମତରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଗୁରୁତ୍ୱ ଗୁଜରାଟରେ ବୃଦ୍ଧି ପାଉଥିବାରୁ ଏକ ନୂଆ ମୁହଁ ଦେଖାଇ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଭାଜପା ଏପରି କରିଛି। ତେବେ ଗତ ୬ ମାସରେ ଭାଜପା ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ବଦଳିବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଉତ୍ତରାଖଣ୍ଡରେ ସ୍ବଳ୍ପ ମାସ ବ୍ୟବଧାନରେ ଭାଜପା ଦୁଇ ଥର ତା’ର ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇଥିଲା। ତ୍ରିବେନ୍ଦ୍ର ସିଂ ରାଓ୍ବତଙ୍କ ସ୍ଥାନରେ ମାର୍ଚ୍ଚ ୨୦୨୧ରେ ତୀରଥ ସିଂ ରାଓ୍ବତ ଦାୟିତ୍ୱ ଗ୍ରହଣ କରିଥିଲେ। ୪ ଜୁଲାଇରେ ତାଙ୍କ ସ୍ଥାନରେ ପୁଷ୍କର ସିଂ ଧାମିଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଥିଲା ଦଳ। ସେହିପରି କର୍ନାଟକରେ ବି. ଏସ୍‌. ୟେଦୁରପ୍ପାଙ୍କୁ ହଟାଯାଇ ବାସବରାଜ ବୋମାଇଙ୍କୁ ଅବସ୍ଥାପିତ କରାଯାଇଛି।
ଭାଜପାର କ୍ରମାଗତ ମୁଖ୍ୟମନ୍ତ୍ରୀ ବଦଳାଇବା ପ୍ରକ୍ରିୟାକୁ ଦେଖିଲେ ମନେ ହେଉଛି ଯେପରି ଏହି ଦଳ ପରବର୍ତ୍ତୀ ସମୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଜିତିବା ଆଉ ସହଜ ନୁହେଁ ବୋଲି ହିସାବ କରିସାରିଲାଣି। ସେଥିପାଇଁ ନୂଆ ଚେହେରା ଦେଖାଇଦେଲେ କାଳେ କିଛି ଆଶ୍ଚର୍ଯ୍ୟ ଘଟିଯିବ, ସେହି ଆଶାରେ ମୁଖ୍ୟମନ୍ତ୍ରୀଙ୍କ ସିଟ୍‌କୁ ନେଇ ରାଜନୈତିକ ଖେଳ ଆରମ୍ଭ କରିଛି ଭାଜପା। ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ, ରାମମନ୍ଦିର ପ୍ରତିଷ୍ଠା ଆଦି ଲକ୍ଷ୍ୟ ପୂରଣ ହେବା ପରେ ଭାଜପାର ଅନ୍ୟ କୌଣସି ନୂତନ ପ୍ରସଙ୍ଗ ଥିଲା ଭଳି ମନେହେଉ ନାହିଁ। ଜନସାଧାରଣ ବି ବୁଝିଲେଣି ଯେ ମଠ, ମନ୍ଦିରରେ ପେଟ ପୂରିବ ନାହିଁ। ଦେଶରେ ତୀବ୍ର ଅର୍ଥନୈତିକ ଦୁରବସ୍ଥା ଲୋକଙ୍କୁ ହନ୍ତସନ୍ତ କରିଦେଉଛି। ଏଥିସହିତ ବୈଦେଶିକ ନୀତିରେ ବିଫଳତା ଯୋଗୁ ବାହ୍ୟ ଅନୁପ୍ରବେଶ ଭାରତକୁ ପ୍ରାୟ ୧,୦୦୦ ବର୍ଗ କିଲୋମିଟର ଜମି ହରାଇବାକୁ ବାଧ୍ୟ କରିଛି। ଏହାର ଦୋଷ କୌଣସି ପୂର୍ବ ସରକାର ଉପରେ ଲଦି ହେବ ନାହିଁ ବୋଲି ଜନସାଧାରଣ ବୁଝିଲେଣି। ଅର୍ଥନୀତିରେ ବିଫଳତାର ସର୍ବୋଚ୍ଚ ପ୍ରତୀକ ହେଉଛି ମନିଟାଇଜେଶନ ପାଇପ୍‌ଲାଇନ। ସହଜ ଭାଷାରେ କହିବାକୁ ଗଲେ ସରକାରୀ ସମ୍ପତ୍ତି, ଯାହାକି କରଦାତାଙ୍କ ଅର୍ଥରେ ଗଢ଼ି ଉଠିଥିଲା, ସେସବୁକୁ ବିକ୍ରିକରି ଏବେ ଖର୍ଚ୍ଚ ତୁଲାଉଛନ୍ତି। ବିମୁଦ୍ରୀକରଣ ଯୋଗୁ ସ୍ଥାଣୁ ପାଲଟି ଯାଇଥିବା ଅର୍ଥନୀତିକୁ କରୋନା ଭୂତାଣୁ ଆକ୍ରାନ୍ତ କରିବା ପରେ ସ୍ଥିତି ଅସମ୍ଭାଳ। ବ୍ୟବସ୍ଥାରେ ପରିବର୍ତ୍ତନ ନ ଆଣି କେବଳ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିଦେଲେ ଭାଜପା ଲୋକଙ୍କ ଆସ୍ଥାଭାଜନ ହେବ ବୋଲି ଭାବି ହେଉ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

ବୟସର ଅପରାହ୍ନରେ

କୁହାଯାଏ ମାତାପିତାଙ୍କ ସେବା, ଭକ୍ତି, ଶ୍ରଦ୍ଧା, ସମ୍ମାନ ଦେବତା ପୂଜା ସମ। ମାତ୍ର ବିଡମ୍ୱନା ଯେ ଆଉ ସେ ଆଦର ନାହିଁ, ଶ୍ରଦ୍ଧା ନାହିଁ, ସମ୍ମାନ...

ପ୍ରକୃତି ଉପାସକ ଆଦିବାସୀ

ପ୍ରାଚୀନ ଯୁଗରୁ ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ସ୍ୱାଧୀନ ଭାବେ ଜୀବନଯାପନକରି ଆସୁଛନ୍ତି। ସେମାନଙ୍କୁ ଜଙ୍ଗଲୀ ଓ ଆଦିମ କୁହାଯାଇ ଗାଁ, ରାଜ୍ୟ,ସାମ୍ରାଜ୍ୟରୁ ଦୂରେଇ ରଖାଯାଇଛି। ଫଳରେ ସେମାନେ...

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

ଜମି ମାଲିକାନା କୃଷକ ହାତକୁ ଯାଉ

କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri