ଆକର୍ଷଣୀୟ ହେବନି ଆରାଧନା

ବଅଁରପାଳ,୭ା୯ ଦିନ କେଇଟା ପରେ ବିଶ୍ୱକର୍ମା ପୂଜା। ମହାମାରୀ କରୋନା ବ୍ୟାପୁ ନ ଥିଲେ ଏତେବେଳକୁ ଚଳଚଞ୍ଚଳ ହୋଇଉଠିଥାନ୍ତା ଅନୁଗୋଳ ଜିଲାର ନାଲ୍‌କୋନଗର। ଚମତ୍କାର ସାଜସଜ୍ଜା ସହ ପ୍ରତିଯୋଗିତାମୂଳକ ପୂଜାମଣ୍ଡପ, ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ ରହିଥାନ୍ତେ ସ୍ମେଲଟର ଓ ସିପିପି ପ୍ଲାଣ୍ଟର ବିଭିନ୍ନ ଅନୁଷ୍ଠାନ। କିନ୍ତୁ ଗତବର୍ଷ ପରି ଚଳିତବର୍ଷ ମଧ୍ୟ ଦେବଶିଳ୍ପୀଙ୍କ ଆରାଧନା ଆକର୍ଷଣୀୟ ହେବନାହିଁ। ସରକାର କଡ଼ା କଟକଣା ଜାରି କରିଥିବାରୁ ଝଲସିବନି ଆଲୁମିନିୟମ ନଗରୀ। ମଣ୍ଡପରେ ହେବନି ମୂର୍ତ୍ତିପୂଜା। କେବଳ ବିଧି ରକ୍ଷା ପୂର୍ବକ ଫଟୋ ରଖାଯାଇ ପୂଜାର୍ଚ୍ଚନା କରାଯିବ।
ନାଲ୍‌କୋ ନଗରରେ ୨୩ଟି ମଣ୍ଡପରେ ବିଶ୍ୱ ନିର୍ମାତାଙ୍କ ପୂଜା କରାଯାଇଥାଏ। ପଟ୍‌ଲାଇନ୍‌, କାଷ୍ଟ ହାଉସ, ରୋଡିଂ ଶପ୍‌, ଆରପିୟୁ, ସିଭିଲ, ଉଦ୍ୟାନ, ସିପିପି ଅପରେଶନ, ଇଲେକ୍ଟ୍ରିକାଲ, କାର୍ବନ ଏରିଆ, ଠିକାଦାର ସଂଘ ପକ୍ଷରୁ ବଡ଼ ବଡ଼ ତୋରଣ କରାଯାଇଥାଏ। ୭ ଦିନ ଧରି ଧୁମ୍‌ଧାମରେ ହେଉଥିବା ଏହି ପୂଜାକୁ ନେଇ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇଉଠେ। ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା ସହ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଦୋଳି ବ୍ୟବସାୟୀମାନେ ଏଠାରେ ଭଲ ବ୍ୟବସାୟ କରିଥାନ୍ତି। ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ସେହିପରି ଭସାଣି ଉତ୍ସବ ମଧ୍ୟ ଜାକଜମକରେ ଅନୁଷ୍ଠିତ ହୋଇଥାଏ। କିନ୍ତୁ କୋଭିଡ୍‌ କାରଣରୁ ଚଳିତବର୍ଷ କେବଳ ବିଧି ରକ୍ଷା ପାଇଁ ପୂଜା ପାଳନ କରାଯିବ। ମୂର୍ତ୍ତି ପରିବର୍ତ୍ତେ ଫଟୋରେ ଦେବଶିଳ୍ପୀଙ୍କୁ ଆବାହନ କରାଯିବ ବୋଲି ନାଲକୋ ପ୍ରଶାସନ ପକ୍ଷରୁ ସୋମବାର ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି। ନାଲ୍‌କୋ ଟ୍ରେନିଂ ସେଣ୍ଟରଠାରେ ମାନବ ସମ୍ବଳ ମହାପ୍ରବନ୍ଧକ ଏସ.ଏନ. ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଡିଜିଏମ୍‌ ରାଜାରାମ ମିଶ୍ର, ଇଷ୍ଟେଟ ଅଧିକାରୀ ମଣିରଞ୍ଜନ ପଟନାୟକ, ମହାପ୍ରବନ୍ଧକ ଏସ୍‌. ଏମ. ଅଲି, ଓ୍ବେଲଫେୟାର କମିଟି ସଦସ୍ୟ କେ. କେ. ବେହେରା ପ୍ରମୁଖଙ୍କ ସମେତ ବିଭିନ୍ନ ପୂଜା କମିଟି ସଦସ୍ୟ ଉପସ୍ଥିତ ରହି ଏହି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।

ଧୁମ୍‌ଧାମ୍‌ରେ ପାଳନ ହେବନି
କରୋନା କାରଣରୁ ସରକାର କଡ଼ା କଟକଣା ଜାରି କରିଛନ୍ତି। ତେଣୁ ନାଲ୍‌କୋ ନଗରରେ ଚଳିତବର୍ଷ ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ଧୁମ୍‌ଧାମରେ ପାଳନ କରାଯିବନି। କେବଳ ବିଧିରକ୍ଷା ପାଇଁ ବିଭିନ୍ନ ବିଭାଗରେ ଫଟୋ ପୂଜା ହେବ।
-ମଣିରଞ୍ଜନ ପଟ୍ଟନାୟକ, ଇଷ୍ଟେଟ ଅଧିକାରୀ
୨ ବର୍ଷ ହେବ ବଞ୍ଚିତ
ନାଲକୋନଗର ବିଶ୍ୱକର୍ମା ପୂଜା ରାଜ୍ୟରେ ପ୍ରସିଦ୍ଧି ଅର୍ଜନ କରିଛି। ଦୀର୍ଘ ବର୍ଷ ହେଲା ଏହା ଧୁମ୍‌ଧାମରେ ପାଳନ ହୋଇଆସୁଥିଲା। କିନ୍ତୁ ଗତବର୍ଷଠାରୁ ମହାମାରୀ ବ୍ୟାପୁଥିବାରୁ ଦେବଶିଳ୍ପୀଙ୍କ ପୂଜାରେ ବାଧା ଉପୁଜୁଛି।
-ନିର୍ମଳ ସାମଲ, ସାଧାରଣ ସମ୍ପାଦକ, ନେସ୍‌
ଖାଁ ଖାଁ ଲାଗିବ ମଣ୍ଡପ
ପ୍ରତିବର୍ଷ ବିଶ୍ୱକର୍ମା ପୂଜାରେ ନାଲକୋନଗର ପ୍ରକମ୍ପିତ ହୋଇଉଠିଥାଏ। ହେଲେ ଦୁଇବର୍ଷ ହେଲା କେବଳ ଫଟୋ ରଖାଯାଇ ପୂଜା କରାଯାଉଛି। କୌଣସି ସାଜସଜ୍ଜା କି ମୂର୍ତ୍ତି ପୂଜା ହେଉ ନ ଥିବାରୁ ମଣ୍ଡପ ଖଁା ଖଁା ଲାଗୁଛି।
-ପ୍ରକାଶ ବେହେରା, ସମ୍ପାଦକ, କାଷ୍ଟ ହାଉସ ପୂଜା କମିଟି
ପ୍ରଶାସନର କଟକଣାକୁ ସ୍ବାଗତ
ଦେବଶିଳ୍ପୀଙ୍କ ଆରାଧନା ପାଇଁ ନାଲ୍‌କୋନଗର ୭ ଦିନ ଧରି ଉତ୍ସବମୁଖର ହୋଇଉଠେ। ଓ୍ବେଲଫେୟାର କମିଟି ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ତେବେ କରୋନା ସଂକ୍ରମଣ ଅଧିକ ବ୍ୟାପିବା ଭୟ ଥିବାରୁ କଟକଣା ସ୍ବାଗତଯୋଗ୍ୟ।
-କେ. କେ. ବେହେରା, ସଦସ୍ୟ ଓ୍ବେଲଫେୟାର କମିଟି
ଖୁସି ଛଡ଼ାଇନେଲା କରୋନା
ପ୍ରତିବର୍ଷ ୨୩ ମଣ୍ଡପରେ ଆକର୍ଷଣୀୟ ଭାବେ ପୂଜା ପାଳିତ ହୋଇଥାଏ। କିନ୍ତୁ କରୋନା ଆସିବା ପରଠାରୁ ଦୁଇବର୍ଷ ହେଲା ନାଲ୍‌କୋନଗରବାସୀଙ୍କ ଖୁସି ଛଡ଼ାଇ ନେଇଛି। ମଣ୍ଡପଠାରୁ ଆରମ୍ଭ କରି କଲୋନୀ ସବୁ ଖଁା ଖଁା ଲାଗୁଛି।
-ସୁଜିତ ସେଠ, କାର୍ଯ୍ୟକାରୀ ସଭାପତି, ଏନ୍‌ଏସ୍‌ସିୟୁ


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri