ବର୍ଷା ହେଲେ ବଞ୍ଚିବ

ଆଠମଲ୍ଲିକ,୨୪ା୮(ଡି.ଏନ.ଏ.) ଆଷାଢ଼ରେ ହୋଇଥିଲା ନିଅଣ୍ଟିଆ ବର୍ଷା। ତଥାପି ଶ୍ରାବଣକୁ ଆଶା ରଖି ଚାଷୀ ବଢ଼ିଥିଲେ ଆଗକୁ। ରୁଆ ବେଉଷଣ କାର୍ଯ୍ୟ ପ୍ରାୟ ଏକ ତୃତୀୟାଂଶ ଶେଷ ହୋଇଯାଇଥିଲା। ଭଲ କରି ଅସରାଏ କି ଦୁଇ ଅସରା ବର୍ଷା ହୋଇଥିଲେ, ବାକି ଜମିରେ ଚାଷ ଏଇ ମାସରେ ସରିଯାଇଥାନ୍ତା। ହେଲେ ଶ୍ରାବଣରେ ଆବଶ୍ୟକତାର ମାତ୍ର ୧ ପ୍ରତିଶତ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ପଡ଼ିଆ ଜମି ଚଷିବା ତ ଦୂରର କଥା, ହୋଇଥିବା ଫସଲ କିପରି ରକ୍ଷା କରାଯିବ ତାହାକୁ ନେଇ ଚାଷୀକୁଳରେ ଏବେ ଭାଳେଣି ପଡ଼ିଯାଇଛି। ଭାଦ୍ରବ ଆରମ୍ଭରେ ଭଲ ବର୍ଷା ହେଲେ ହଳଦିଆ ପଡ଼ିଆଯାଇଥିବା ଧାନ ଗଛ ବଞ୍ଚିଯିବ। ନ ହେଲେ ଚାଷ ଉଜୁଡିବାକୁ ଅଧିକ ସମୟ ଲାଗିବ ନାହିଁ।
ଆଠମଲ୍ଲିକ ବ୍ଲକରେ ମୋଟ ୩୬ ହଜାର ୭୮ ହେକ୍ଟର ଚାଷ ଜମି ରହିଛି। ସେଥିରୁ ୧୨ ହଜାର ୧୮୬ ହେକ୍ଟରରେ କେବଳ ଧାନ ଚାଷ ହୋଇଥାଏ। ହେଲେ ଚଳିତବର୍ଷ ଆବଶ୍ୟକ ବର୍ଷା ଅଭାବରୁ ୯ ହଜାର ୭୧୧ ହେକ୍ଟରରେ ଧାନ ଚାଷ ହୋଇପାରିଛି। ବର୍ତ୍ତମାନ ସୁଦ୍ଧା ୨ ହଜାର ୪୭୫ ହେକ୍ଟର ଜମି ପଡିଆ ପଡିଛି। ଧାନ ଚାଷ ପାଇଁ ଆଷାଢ଼ ମାସରେ ୩୪୭.୭ ମିଲିମିଟର ବର୍ଷା ଦରକାର ଥିବାବେଳେ ହୋଇଛି ୨୦୧.୮ ମିଲିମିଟର। ରୁଆ ବେଉଷଣ ପାଇଁ ଏହା ପର୍ଯ୍ୟାପ୍ତ ହୋଇ ନ ଥିଲେ ମଧ୍ୟ ଚାଷୀମାନେ ବିଲକୁ କାଦୁଅ କରି ଚାଷ କାର୍ଯ୍ୟ ଆଗେଇ ନେଇଥିଲେ। ଶ୍ରାବଣ ମାସରେ ମୂଷଳ ଧାରାରେ ବର୍ଷା ହେବାର ଆଶା ଥିବାରୁ ବଳକା ଜମି ଚଷିବା ଶୀଘ୍ର ଶେଷ ହେବ ବୋଲି ସେମାନେ ଭାବି ନେଇଥିଲେ। କିନ୍ତୁ ଶ୍ରାବଣ ମାସରେ ୩୫୭.୫ ମିଲିମିଟର ସ୍ଥାନରେ ହୋଇଛି ମାତ୍ର ୩ ମିଲିମିଟର ବର୍ଷା। ଫଳରେ ପଡ଼ିଆ ପଡ଼ିଥିବା ଜମିରେ ରୁଆ କାର୍ଯ୍ୟ କରିବାକୁ ଆଶାବ୍ୟକ୍ତ କରିଥିବା ଚାଷୀମାନେ ସମ୍ପୂର୍ଣ୍ଣ ନିରାଶ ହେବା ସହ କରାଯାଇଥିବା ଚାଷକୁ କିପରି ରକ୍ଷା କରାଯାଇ ପାରିବ ତାହାକୁ ନେଇ ମନସ୍ତାପରେ ଅଛନ୍ତି। ବ୍ଲକ ଅଞ୍ଚଳର ଠାକୁରଗଡ଼, ଆମ୍ବସରମୁଣ୍ଡା, ମଇମୁରା, ସାନହୁଲା, କୃତ୍ତିବାସପୁର, ପେଡ଼ିପଥର, ଟାପଢ଼ୋଲ, ସପଘରା, କୁରୁମଟାପ, କନ୍ତପଡ଼ା, ପାଇକସାହି, ନଅଗାଁ, ଅଏଡା, ଜାମୁଡୋଲି, ପୁରୁଣାମାଣିତ୍ରୀ, କିଆକଟା, ଟୁସର, ବାସୁଦେବପୁର ଆଦି ପଞ୍ଚାୟତରେ ଧାନରୁଆ ଯାଇଥିବା ଜମି ଫାଟି ଅଁା କଲାଣି। ଶୀଘ୍ର ଜୋରଦାର ବର୍ଷା ନ ହେଲେ ଧାନ ଗଛ ସବୁ ମରିଯିବା ଏକପ୍ରକାର ନିଶ୍ଚିତ। ସେହିପରି ମାନଜୋର ଡ୍ୟାମ୍‌ ଉପରେ ନିର୍ଭର କରୁଥିବା କମ୍ପଲା, କନ୍ଧପଡା, ମାଧପୁର, ଲୁଣାହଣ୍ଡି ପଞ୍ଚାୟତର ଚାଷୀମାନଙ୍କ ଜମିକୁ ଠିକ୍‌ ଭାବେ ଜଳ ଯୋଗାଣ ହୋଇପାରୁ ନାହିଁ। କେନାଲ ମାଧ୍ୟମରେ ଯାଉଥିବା ପାଣିର ୫୦ ପ୍ରତିଶତ ବିଲ ନିକଟରେ ପହଞ୍ଚୁଛି। କେତେବେଳେ କେମିତି ହେଉଥିବା ଝିପିଝିପି ବର୍ଷା ଚାଷ ବଞ୍ଚାଇବାକୁ ପର୍ଯ୍ୟାପ୍ତ ହେବନି ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ଆଠମଲ୍ଲିକ ସହକାରୀ କୃଷି ଅଧିକାରୀ ରାଜେନ୍ଦ୍ର କୁମାର ଦାସ କହିଛନ୍ତି, ବର୍ଷା ଅଭାବରୁ ଚାଷ ଗଭୀର ଭାବେ ପ୍ରଭାବିତ ହୋଇଛି। ଧାନ ଗଛ ସବୁ ହଳଦିଆ ପଡିଯାଇଛି। ଜୋରଦାର ବର୍ଷା ହେଲେ ଚାଷ ବଞ୍ଚିଯିବ।
ବିଳମ୍ବିତ ବର୍ଷା କାମରେ ଆସିବନି
ବର୍ଷା ଅଭାବରୁ ଆଠମଲ୍ଲିକ ବ୍ଲକରେ କୃଷି କାର୍ଯ୍ୟରେ ଘୋର ସଂକଟ ସୃଷ୍ଟି ହୋଇଛି। ଚାଷ ସମୟ ଗଡ଼ିଯାଉଥିବାରୁ ବିଳମ୍ବିତ ବର୍ଷା ଆଉ କାର୍ଯ୍ୟରେ ଲାଗିବ ନାହିଁ। ଏଥିଯୋଗୁ ଚାଷୀମାନଙ୍କ ମନରେ ହତାଶଭାବ ଦେଖାଦେଇଛି।
-ଅଞ୍ଜନ କୁମାର ପ୍ରଧାନ, ଚାଷୀ ନେତା
ମେଗା ଜଳସେଚନ ପ୍ରକଳ୍ପ ହେଉ
ଲୁହାସିଂହା ପଞ୍ଚାୟତରେ କରାଯାଇଥିବା ଚାଷ ନଷ୍ଟ ହୋଇଯିବାକୁ ବସିଛି। ବର୍ଷା ଅଭାବରୁ ରୁଆ ଯାଇଥିବା ଧାନ ଗଛ ମରିଯାଉଛି। ମେଗା ଜଳସେଚନ ପ୍ରକଳ୍ପ ଶୀଘ୍ର କାର୍ଯ୍ୟକାରୀ ହେଲେ ଚାଷୀମାନେ ଆଶ୍ବସ୍ତି ଅନୁଭବ କରିପାରନ୍ତେ।
-ସୁଦର୍ଶନ ଗାଇଗରିଆ, ଚାଷୀ
ଚାଷକୁ ଘୋର କ୍ଷତି ପହଞ୍ଚିଛି
ଚାଷ ଜମି ସବୁ ଫାଟି ଆଁ କରିଛି। ନିଅଣ୍ଟିଆ ବର୍ଷା ସାଙ୍ଗକୁ ଜଳସେଚନର ଅଭାବ ଆଠମଲ୍ଲିକ ବ୍ଲକରେ ଚାଷକୁ ଘୋର କ୍ଷତି ପହଞ୍ଚାଇଛି। ଶୀଘ୍ର ଭଲ ବର୍ଷା ନ ହେଲେ ଚାଷୀମାନେ ମରୁଡି ସମସ୍ୟାରେ ପଡ଼ିବେ ବୋଲି ଆଶଙ୍କା କରାଯାଉଛି।
-ଶତ୍ରୁଘ୍ନ ସାହୁ, ଠାକୁରଗଡ଼
ପଡ଼ିଆ ଜମି ଚଷି ହେବନି
ଶ୍ରାବଣରେ ଆବଶ୍ୟକ ବର୍ଷା ହେଲାନାହିଁ l ଭାଦ୍ରବରେ ବର୍ଷା ହେଲେ ମଧ୍ୟ ପଡ଼ିଆ ଜମି ଚଷି ହେବ ନାହିଁ। କେବଳ କିଛି ଭାଗ ରୁଆ ବଞ୍ଚିଯିବ ବୋଲି ଆଶା କରାଯାଉଛି। ଏନ୍‌ଏସି ଅଞ୍ଚଳର ଜମିକୁ ଜଳସେଚନ ବ୍ୟବସ୍ଥା କରାଯାଉ।
-ମାନଭଞ୍ଜନ ଭୁକ୍ତା, ଚାଷୀ
୨୦ ପଞ୍ଚାୟତରେ ଜଳସେଚନ ବ୍ୟବସ୍ଥା ନାହିଁ
ମାନଜୋର ଡ୍ୟାମ୍‌ରୁ କେବଳ ୪ଟି ପଞ୍ଚାୟତର ଜମିକୁ ପାଣି ଯାଉଛି। ବାକି ୨୦ଟି ପଞ୍ଚାୟତରେ ଜଳସେଚନ ବ୍ୟବସ୍ଥା ନାହିଁ। ଏସବୁ ଅଞ୍ଚଳ ସହ ଆଠମଲ୍ଲିକ ସହର ତଳି ଅଞ୍ଚଳରେ ଥିବା ଜମି ଚାଷ ବର୍ଷା ଉପରେ ନିର୍ଭରଶୀଳ।
-ସଂକୀର୍ତ୍ତନ ମେଣ୍ଡୁଲି, ଆଠମଲ୍ଲିକ

 


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ପୀତବାସ ପଣ୍ଡା ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କ ଜାମିନ ଖାରଜ

ବ୍ରହ୍ମପୁର,୧୬ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୫ଜଣ ଜାମିନ ଆବେଦନ କରିଥିବା ବେଳେ...

ରାଜନୀତିରେ ପ୍ରବେଶ କରିବେ ଅଲିମ୍ପିଆନ୍ ଦୂତୀ ଚାନ୍ଦ, ବିଧାୟକ ହେବାକୁ ଇଚ୍ଛା

ଭୁବନେଶ୍ୱର,୧୬।୧୨: ଅଲିମ୍ପିଆନ୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ପ୍ରତିଦ୍ୱନ୍ଦ୍ୱିତାମୂଳକ ଆଥଲେଟିକ୍ସରୁ ଅବସର ନେବା ପରେ ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri