ଉନ୍ନତି ଦିଗକୁ ଉପେକ୍ଷା

ଅନୁଗୋଳ ଅଫିସ, ୮ା୮: ଅନୁଗୋଳ ଜିଲାର ଅନୁଗୋଳ, ତାଳଚେର, ବଅଁରପାଳ, ଛେଣ୍ଡିପଦା ଓ ଢେଙ୍କାନାଳ ଜିଲା ମେରାମଣ୍ଡଳୀ ଅଞ୍ଚଳର ବିଭିନ୍ନ ବିକାଶ କାର୍ଯ୍ୟ ପାଇଁ ଅନୁଗୋଳ-ତାଳଚେର-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ (ତାମଡା) ଆରମ୍ଭ ହୋଇଥିଲା। ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ତାମଡା ଏଠାକାର ବିକାଶ ପାଇଁ ପ୍ଲାନିଂ କରିଥାଏ। ପ୍ଲାନିଂ ଅନୁମୋଦନ ବିନା ତାମଡା ଅଧୀନ ଅଞ୍ଚଳରେ କୌଣସି ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ। କିନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ଧୀର ଧୀରେ ତାହାର ଗୁରୁତ୍ୱ ହରାଇ ବସୁଛି। କାରଣ ଉନ୍ନତି ଦିଗ ଉପରେ ଅଧିକ ଧ୍ୟାନ ଦେବା ପରିବର୍ତ୍ତେ ବିବାଦ ପାଇଁ ତାମଡା ଅନେକ ସମୟରେ ଚର୍ଚ୍ଚାରେ ରହୁଛି। ଦୀର୍ଘଦିନ ହେଲା ଅଧ୍ୟକ୍ଷ ନ ଥିବାବେଳେ କର୍ମଚାରୀ ମରୁଡ଼ି ତାମଡା ପାଇଁ ଏକ ବଡ଼ ସମସ୍ୟା ହୋଇଛି। ପୂର୍ବରୁ ୨୦ରୁ ଅଧିକ କର୍ମଚାରୀ ଥିବା ଏହି କାର୍ଯ୍ୟାଳୟରେ ଏବେ ମାତ୍ର ୪ ଜଣ କର୍ମଚାରୀ ଓ ଜଣେ ପିଅନ ରହିଛନ୍ତି। ଏପରି କି ସ୍ଥାୟୀ ପ୍ଲାନିଂ ଅଫିସର ନ ଥିବାରୁ ଏଠାରୁ ଫାଇଲ୍‌ କଟକ ପଠାଯାଉଥିବା ସୂଚନା ମିଳିଛି।
ଅବିଭକ୍ତ ଢେଙ୍କାନାଳ ଜିଲାର କୋର୍ଟ ନିକଟରେ ପ୍ରଥମେ ତାଳଚେର-ଅନୁଗୋଳ-ମେରାମଣ୍ଡଳୀ ଆଞ୍ଚଳିକ କାର୍ଯ୍ୟକାରୀ ଟ୍ରଷ୍ଟ (ତାମ୍ରିତ) କାର୍ଯ୍ୟାଳୟ ଖୋଲାଯାଇଥିଲା। ସେତେବେଳେ ଏଠାରେ ୧୭ ଜଣ କର୍ମଚାରୀ କାର୍ଯ୍ୟ କରୁଥିଲେ। ଅନୁଗୋଳ ଜିଲା ମାନ୍ୟତା ପାଇବା ପରେ ୧୯୯୫ରେ ତାମ୍ରିତ ତାମଡାରେ ପରିଣତ ହୋଇଥିଲା। ଏହାର କାର୍ଯ୍ୟାଳୟ ଅନୁଗୋଳ ବସ୍‌ଷ୍ଟାଣ୍ଡ ଓ କୋ ଅପରେଟିଭ ବ୍ୟାଙ୍କ ନିକଟରେ ଥିଲା। ପରବର୍ତ୍ତୀ ଅବସ୍ଥାରେ ଅବକାରୀ ଏସ୍‌ପିଙ୍କ କାର୍ଯ୍ୟାଳୟ ନିକଟରେ ଏହାର ସ୍ଥାୟୀ କାର୍ଯ୍ୟାଳୟ ଖୋଲାଗଲା। ୨୦୦୨ରେ କର୍ମଚାରୀ ଛଟେଇ ପରେ ଏଠାରେ ୧୬ ଜଣ କର୍ମଚାରୀ ରହିଥିଲେ। କିନ୍ତୁ ବର୍ତ୍ତମାନ ୪ କର୍ମଚାରୀ ଓ ଜଣେ ପିଅନଙ୍କୁ ନେଇ କାର୍ଯ୍ୟ ଚାଲିଛି। ଗତ କିଛିବର୍ଷ ହେଲା ବିବାଦ ତାମଡାର ପିଛା ଛାଡ଼ୁନି। କେତେବେଳେ କେଉଁ କର୍ମଚାରୀଙ୍କ କାର୍ଯ୍ୟକୁ ନେଇ ବିରୋଧାଭାସ ସୃଷ୍ଟି ହେଉଛି ତ ଆଉ କେତେବେଳେ କେତେଜଣ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ଅପ୍ରୀତିକର ପରିସ୍ଥିତି ଉପୁଜାଉଛି। ଅତୀତରେ ଏହି କାର୍ଯ୍ୟାଳୟର ଜଣେ କର୍ମଚାରୀ ଅନ୍ୟ ଜଣଙ୍କୁ ପିଟିବାକୁ ଚପଲ ଉଠାଇଥିଲେ। ସେହିପରି ଗତ ଜୁନ୍‌ ୩୦ ତାରିଖରେ ଅବସର ନେଇଥିବା ଜଣେ ସିନିୟର ଆସିଷ୍ଟାଣ୍ଟ ଜୁଲାଇ ପ୍ରଥମ ସପ୍ତାହରେ କାର୍ଯ୍ୟାଳୟକୁ ଆସିଥିବାବେଳେ ତତ୍କାଳୀନ ସଚିବଙ୍କ ଦୁର୍ବ୍ୟବହାରର ଶିକାର ହୋଇଥିଲେ। ଏପରି କି ତତ୍କାଳନୀ ସଚିବ ସମ୍ପୃକ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ମୁଥ ମାରିଥିବା ନେଇ ଅଭିଯୋଗ ଜିଲାପାଳଙ୍କ ନିକଟକୁ ଯାଇଥିଲା। ଅନୁଗୋଳ ଥାନାରେ ଏତଲା ଦିଆଯାଇଥିଲା। ଘଟଣା ପରେ ତତ୍‌କାଳୀନ ସଚିବଙ୍କୁ ବଦଳି କରାଯାଇ ସବ୍‌ରେଜିଷ୍ଟ୍ରାର ଦାୟିତ୍ୱରେ ଥିବା ଅଧିକାରୀ ଅମ୍ଳାନ ଅପରାଜିତା ମିଶ୍ରଙ୍କୁ ଜୁଲାଇ ୭ରେ ତାମଡାର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା। କିନ୍ତୁ ପୂର୍ବତନ ସଚିବ ତୁରନ୍ତ ଦାୟିତ୍ୱ ହସ୍ତାନ୍ତର କଲେ ନାହିଁ। ଦୀର୍ଘ ମାସେ ଧରି ତାମଡାକୁ ମୁରବୀଶୂନ୍ୟ ରଖିବା ପରେ ଗତ ୬ ତାରିଖରେ ନୂଆ ସଚିବଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। କେଉଁ କାରଣରୁ ତାମଡାରେ ଏପରି ବାରମ୍ବାର ବିବାଦୀୟ ପରିସ୍ଥିତି ଉପୁଜୁଛି ଓ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉ ନାହିଁ ତାହାକୁ ନେଇ ସହରରେ ନାନା ଚର୍ଚ୍ଚା ଚାଲିଛି।

ଖୁବ୍‌ଶୀଘ୍ର ସମାଧାନ
ତାମଡାରେ ଦେଖାଦେଇଥିବା ସମସ୍ୟା ସମ୍ପର୍କରେ ଜିଲା ପ୍ରଶାସନ ଅବଗତ ରହିଛି। ଲୋକେ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ଦୂର କରାଯିବା ଦିଗରେ ପଦକ୍ଷେପ ନିଆଯାଉଛି। ଖୁବ୍‌ଶୀଘ୍ର ଏହାର ସମାଧାନ କରାଯିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ, ଅନୁଗୋଳ

ଉଦ୍ଦେଶ୍ୟ ପୂରଣ ହେଉନି
ଯେଉଁ ଉଦ୍ଦେଶ୍ୟରେ ତାମଡା ଆରମ୍ଭ ହୋଇଥିଲା ତାହାର ପ୍ରତିଫଳନ ଏବେ ଦେଖିବାକୁ ମିଳୁନାହିଁ। ବିଶେଷକରି ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ପ୍ରଦାନ କରାଯାଉ ନ ଥିବାରୁ ଅନେକ ସମୟରେ ଏହା ଅଧୀନରେ ଥିବା ଜନସାଧାରଣ ଅସୁବିଧାରେ ପଡ଼ୁଛନ୍ତି। ତେଣୁ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ଶୀଘ୍ର କରାଯାଉ।
-ଭକ୍ତି ପ୍ରସାଦ ଦାସ, ବୁଦ୍ଧିଜୀବୀ, ଅନୁଗୋଳ

ପଦବୀ ପୂରଣ ହେବ
ତାମଡାରେ ଦୀର୍ଘ ଦିନ ହେବ ଅଧ୍ୟକ୍ଷ ପଦବୀ ଖାଲି ରହିଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବ୍‌ଶୀଘ୍ର ତାମଡାରେ ଅଧ୍ୟକ୍ଷ ନିଯୁକ୍ତି କରିବେ। ଏହି ପଦବୀ ପୂରଣ ହେବା ପରେ ଜନସାଧାରଣ ସମ୍ମୁଖୀନ ହେଉଥିବା ସମସ୍ୟା ଆଉ ରହିବ ନାହିଁ।
-ମହେନ୍ଦ୍ର ବସ୍ତିଆ, ଜିଲା ବିଜେଡି ସଭାପତି, ଅନୁଗୋଳ

ନିର୍ବାଚିତ ପ୍ରତିନିଧିଙ୍କୁ ଦାୟିତ୍ୱ ମିଳୁ
ତାମଡା କାର୍ଯ୍ୟାଳୟ ଏବେ ଶ୍ରୀହୀନ ହୋଇପଡ଼ିଛି। ଦୀର୍ଘଦିନ ଧରି ନିର୍ବାଚିତ ପ୍ରତିନିଧି ନ ଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି। ଏହାଦ୍ୱାରା ଅନେକ ଅସୁବିଧା ସୃଷ୍ଟି ହେଉଥିଲେ ମଧ୍ୟ ସରକାର ସମାଧାନ ଦିଗରେ ପଦକ୍ଷେପ ନେଉନାହାନ୍ତି। ଯଥାଶୀଘ୍ର ନିର୍ବାଚିତ ପ୍ରତିନିଧିଙ୍କୁ ଦାୟିତ୍ୱ ଦିଆଯାଉ।
-ଶ୍ରୀକାନ୍ତ ମିଶ୍ର, ବରିଷ୍ଠ ନାଗରିକ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା

ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...

ଆଉଘରକୁ  ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍‌ ସହ ହେଲା…

ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍‌ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍‌ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...

ଅପରାଧୀଙ୍କୁ ଗିରଫ ଦାବିରେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋପ

ଅନୁଗୋଳ, ୧୧।୧୧ ( ମାନସ ବିଶ୍ୱାଳ): ଅଲ ଇଣ୍ଡିଆ ମୂଳନିବାସୀ ସଂଘ ପକ୍ଷରୁ ଘର ପୋଡିଥିବା ଅପରାଧୀଙ୍କୁ ଗିରଫ ଦାବିରେ ମଙ୍ଗଳବାର ଜିଲାପାଳ ଅଫିସ ସମ୍ମୁଖରେ...

ଡିଭାଇଡରରେ ପିଟିହେଲା ତୀର୍ଥଯାତ୍ରୀ ଗାଡ଼ି

ବଇଣ୍ଡା,୭ା୧୧(ପରୀକ୍ଷିତ ସାହୁ): କଟକ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜ ପଥର ହଣ୍ଡପା ଥାନା ଲୁହାମୁଣ୍ଡାଠାରେ ଶୁକ୍ରବାର ଭୋର୍‌ ସମୟରେ ଏକ ତୀର୍ଥଯାତ୍ରୀ ଗାଡ଼ି ଡିଭାଇଡରରେ...

ଅନୁଗୋଳରେ ଲଜ୍ଜା: ନାବାଳିକା ଭଉଣୀକୁ ବଳତ୍କାର କଲା ଭାଇ

ଛେଣ୍ଡିପଦା,୩।୧୧: ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ନିଜ ନାବାଳିକା ଭଉଣୀକୁ ବଡ଼ ଭାଇ ବଳତ୍କାର କରିଥିବା ଅଭିଯୋଗ ହୋଇଛି। ଘରେ କେହି ନଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri