ଏଇ ଭାରତରେ

ଭାରତର ଉତ୍ତରପୂର୍ବାଞ୍ଚଳରେ ଭୂସ୍ଖଳନ ଜନିତ ଧନ ଜୀବନ ହାନିକୁ ରୋକିବାକୁ ଆଇଆଇଟି(ମଣ୍ଡି)ର ଦୁଇ ଗବେଷକ ଡ. ବରୁଣ ଦତ୍ତ ଏବଂ ଡ.କେ.ଭି.ଉଦୟ ଏକ ଡିଭାଇସ୍‌ ବା ଯନ୍ତ୍ର ବିକାଶ କରିଛନ୍ତି। ଏହାର ଦାମ କମ୍‌ ଓ ଭୂସ୍ଖଳନ ହେବା ପୂର୍ବରୁ ଏହା ସଙ୍କେତ ପ୍ରଦାନ କରିପାରୁଛି। ଏବେ ସୁଦ୍ଧା ଏହି ଦୁଇ ବନ୍ଧୁଙ୍କ ଦ୍ୱାରା ନିର୍ମିତ ୧୩ ଟି ଡିଭାଇସ ହିମାଚଳପ୍ରଦେଶର ଭୂସ୍ଖଳନ ପ୍ରବଣ ଅଞ୍ଚଳରେ ଲଗାଯାଇଛି। ଆସନ୍ତା ଦୁଇ ବର୍ଷରେ ଆଉ ୨୦ଟି ଡିଭାଇସ ସ୍ଥାପନ କରାଯିବା ଲାଗି ମଣ୍ଡି ପ୍ରଶାସନ ସହ ଏକ ଚୁକ୍ତି କରାଯାଇଛି। ତେବେ ଏହାକୁ ନିର୍ମାଣ କରିବା ଲାଗି ଏମାନେ ୭ ଜଣିଆ ଟିମ୍‌ ଗଠନ କରିଛନ୍ତି। ଏଥିତ୍ରେ ଆଇଆଇଟିର ଛାତ୍ର ଓ କର୍ମଚାରୀଙ୍କୁ ସାମିଲ କରିଛନ୍ତି। ସେମାନେ ଭୂସ୍ଖଳନ ପ୍ରବଣ ଅଞ୍ଚଳରେ ଗବେଷଣା କରି ଡିଭାଇସ ଲଗାଇବାରେ ସହଯୋଗ କରୁଛନ୍ତି। ଏଥିରେ ଥିବା ସେନ୍‌ସର ପାଗର ସ୍ଥିତି, ବର୍ଷାର ତୀବ୍ରତା ଏବଂ ମାଟି ଓ ପଥରର ଗତିକୁ ନିରୂପଣ କରିପାରୁଛି ଓ ଇଣ୍ଟରନେଟ ଅଫ ଥିଙ୍ଗସ (ଆଇଓଟି) ସଂଗୃହୀତ ତଥ୍ୟକୁ ସେଣ୍ଟ୍ରାଲ ସିଷ୍ଟମକୁ ପ୍ରେରଣ କରୁଛି। ୨୦୧୮ରେ ଏହି ଦୁଇ ବନ୍ଧୁ ‘ଇଣ୍ଟିଓଟ ସର୍ଭିିସ’ ଷ୍ଟାର୍ଟଅପ୍‌ ଗଠନ କରି ପ୍ରଥମ ଡିଭାଇସ ନିର୍ମାଣ କରିବା ପରେ ତାହାକୁ ଘଡପା ହିଲ୍‌ରେ ଲାଗଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri