ନିଯୁକ୍ତି ସତ୍ତ୍ୱେ ନିଅଣ୍ଟ

ବଇଣ୍ଡା,୫ା୭: ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ୨୭ ଡାକ୍ତର ପଦବୀ ଖାଲି ଥିଲା। କରୋନା ସମୟରେ ଏତେ ସଂଖ୍ୟକ ଡାକ୍ତର ନଥିବା ଯୋଗୁ ଆଠମଲ୍ଲିକ ଓ କିଶୋରନଗର ବ୍ଲକରେ ସ୍ବାସ୍ଥ୍ୟସେବା ଗୁରୁତର ପ୍ରଭାବିତ ହୋଇଥିଲା। ଏ ନେଇ ବାରମ୍ବାର ଦାବି ପରେ ରାଜ୍ୟ ସରକାର ଆଠମଲ୍ଲିକ ଉପଖଣ୍ଡର ବିଭିନ୍ନ ଚିକିତ୍ସାଳୟରେ ୭ ଜଣ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦେଇଥିଲେ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ନମ୍ବର ୧୬୩୬୨ ତା ୦୩ା୦୬ା୨୦୨୧ରେ ଜିଲା କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଥିଲା। ହେଲେ ନବନିଯୁକ୍ତ ଡାକ୍ତରଙ୍କ ମଧ୍ୟରୁ ମାତ୍ର ୩ ଜଣ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ୪ ଜଣ ଆସିବାକୁ ଅମଙ୍ଗ ହେଉଥିବା ସୂଚନା ମିଳିଛି। ଫଳରେ ୨୪ ଡାକ୍ତର ପଦବୀ ଖାଲି ପଡ଼ିଥିବାରୁ ଆଠମଲ୍ଲିକ ଉପଖଣ୍ଡ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନିଅଣ୍ଟିଆ ପରିସ୍ଥିତି ଲାଗି ରହିଛି।
ଉପଖଣ୍ଡର ମୋଟ୍‌ ୯ଟି ମେଡିକାଲ ମଧ୍ୟରୁ କେବଳ ଆଠମଲ୍ଲିକ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ୧୬ରୁ ୯ଟି ଡାକ୍ତର ପଦବୀ ଖାଲି ପଡ଼ିଥିଲା। ନୂଆ ନିଯୁକ୍ତି ପରେ ଏଠାରେ ଜଣେ ଡାକ୍ତର କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏବେ ବି ୮ଟି ପଦବୀ ଡାକ୍ତରଶୂନ୍ୟ ରହିଛି। ସେହିପରି ମାଧପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୮ରୁ ୬ ପଦବୀରେ ଡାକ୍ତର ନ ଥିଲେ। ଏଠାରେ ସରକାର ୩ ଜଣ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦେଇଥିବା ଘୋଷଣା କରିଥିଲେ। ସେମାନଙ୍କ ମଧ୍ୟରୁ ୨ଜଣ ଯୋଗ ଦେଇଛନ୍ତି। ଏବେ ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୪ ପଦବୀ ଫାଙ୍କା ପଡ଼ିଛି। କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୮ ଡାକ୍ତରଙ୍କ ଆବଶ୍ୟକତା ଥିବାବେଳେ ୨ ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି। ୬ ଖାଲି ପଦବୀରେ ଆଦୌ ଡାକ୍ତର ନିଯୁକ୍ତ କରାଯାଇ ନାହିଁ। ବଇଣ୍ଡା, ହଣ୍ଡପା, ଅଙ୍ଗପଡା, ପତାକା, ପାଇକସାହି ଓ ଠାକୁରଗଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଗୋଟିଏ ଲେଖାଏ ଡାକ୍ତର ପଦବୀ ଫାଙ୍କା ପଡ଼ିଛି। ଏଥିମଧ୍ୟରୁ ପତାକା, ପାଇକସାହି ଓ ବଇଣ୍ଡା ମେଡିକାଲରେ ଜଣେ ଲେଖାଏ ଡାକ୍ତରଙ୍କୁ ନୂଆ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ନବନିଯୁକ୍ତ ଡାକ୍ତରମାନେ ଏଠାରେ ଯୋଗ ଦେଇନାହାନ୍ତି। ତେଣୁ ଏଠାରେ ଥିବା ଡାକ୍ତରଙ୍କ ଶୂନ୍ୟସ୍ଥାନ ପୂରଣ ହୋଇପାରି ନାହିଁ। ହଣ୍ଡପା ମେଡିକାଲରେ ଏକ ଶବ ବ୍ୟବଚ୍ଛେଦ କେନ୍ଦ୍ର ଥିବାବେଳେ ଡାକ୍ତର ନାହାନ୍ତି। ଫଳରେ ୩୦ କିଲୋମିଟର ଦୂର କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଡାକ୍ତର ଆସିଲେ ଶବ ବ୍ୟବଚ୍ଛେଦ କରାଯାଉଛି। ତୁରନ୍ତ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ଡାକ୍ତର ନିଯୁକ୍ତ କରା ନ ଗଲେ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ଉପଖଣ୍ଡବାସୀ ଚେତାବନୀ ଦେଇଛନ୍ତି।

୧୫ ହଜାର ଲୋକ ବଞ୍ଚିତ
ପତାକା ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପଦବୀ ଖାଲି ପଡିଛି। ଏହି ଡାକ୍ତରଖାନା ଉପରେ ୩ଟି ପଞ୍ଚାୟତର ୧୫ ହଜାରରୁ ଅଧିକ ଲୋକ ନିର୍ଭର କରନ୍ତି। ଦୀର୍ଘଦିନ ପରେ ସରକାର ଡାକ୍ତର ନିଯୁକ୍ତି ଦେଇଥିଲେ। ହେଲେ ସମ୍ପୃକ୍ତ ଡାକ୍ତର ଯୋଗଦେଲେ ନାହିଁ। ଫଳରେ ଅଞ୍ଚଳବାସୀ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି।
-ପ୍ରଦୀପ ପ୍ରଧାନ, ପତାକା

ଜୀବନ ରକ୍ଷା ଦିଗରେ ଅବହେଳା
ବଇଣ୍ଡା ଓ ହଣ୍ଡପା ମେଡିକାଲରେ ୨ ବର୍ଷ ହେବ ଡାକ୍ତର ନାହାନ୍ତି। ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଏହି ମେଡିକାଲ ଥିବାରୁ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଏଠାକୁ ଅଣାଯାଏ। ହେଲେ ଡାକ୍ତର ନ ଥିବାରୁ ସେମାନଙ୍କ ଜୀବନ ରକ୍ଷା ଦିଗରେ ତ୍ୱରିତ ପଦକ୍ଷେପ ନିଆଯାଇ ପାରୁନାହିଁ।
-ସନ୍ତୋଷ ଦେହୁରୀ, ବଇଣ୍ଡା

ପାଇକସାହିରେ ନିରାଶା
ପାଇକସାହି ଏକ ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳ। ତେଣୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅବହେଳିତ ଏଠାକାର ଲୋକଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବାକୁ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ କରାଯାଇଥିଲା। ଦୀର୍ଘଦିନ ପରେ ଡାକ୍ତର ନିଯୁକ୍ତି ଘୋଷଣା ଅଞ୍ଚଳବାସୀଙ୍କୁ ଖୁସି କରିଥିଲା। କିନ୍ତୁ ସମ୍ପୃକ୍ତ ଡାକ୍ତର ଯୋଗ ଦେଲେ ନାହିଁ।
– ଜଟାଧାରୀ ମୁଦୁଲି, ପାଇକସାହି

ଚିକିତ୍ସା ଅପେକ୍ଷାରେ ୮ ପଞ୍ଚାୟତବାସୀ
ଠାକୁରଗଡ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୮ଟି ପଞ୍ଚାୟତବାସୀ ନିର୍ଭର କରୁଛନ୍ତି। ଦୀର୍ଘ ବର୍ଷ ହେବ ଏଠାରେ ଡାକ୍ତର ପଦବୀ ଖାଲି ପଡିଛି। ଏ ନେଇ ଗ୍ରାମବାସୀ ଓ କ୍ଲବ ପକ୍ଷରୁ ବାରମ୍ବାର ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ହେଲେ କୌଣସି ସୁଫଳ ମିଳୁନାହିଁ। ଏ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି।
-ସୁନୀଲ କୁମାର ସାହୁ, ସଭାପତି, ଠାକୁରଗଡ ୟୁଥ୍‌ ପାୱାର କ୍ଲବ

ପ୍ରତିଶ୍ରୁତି ପୂରଣ ହେଲାନି
କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୬ ଡାକ୍ତର ପଦବୀ ଖାଲି ପଡିଛି। ଏ ନେଇ ଜୀବନ ଜୀବିକା ଓ କୃଷି ଜମି ସୁରକ୍ଷା କମିଟି ପକ୍ଷରୁ ଆନ୍ଦୋଳନ କରାଯାଇଛି। ଖାଲି ପଡିଥିବା ପଦବୀରେ ଶୀଘ୍ର ଡାକ୍ତର ନିଯୁକ୍ତ କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା। ହେଲେ ତାହା ପୂରଣ ହେଲାନାହିଁ।
-ରମଣୀ ରଞ୍ଜନ ପ୍ରଧାନ, କିଶୋରନଗର

ସରକାରଙ୍କୁ ଚିଠି କରାଯାଇଛି
ସରକାର ୭ ଜଣ ନୂଆ ଡାକ୍ତର ନିଯୁକ୍ତି ଦେଇଛନ୍ତି। କେତେଜଣ ଜଏନ କରିସାରିଛନ୍ତି। ଆଠମଲ୍ଲିକ ଉପଖଣ୍ଡରେ ଖାଲି ପଡିଥିବା ପଦବୀ ପୂରଣ ପାଇଁ ସରକାରଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ସରକାର ଅଧିକ ଡାକ୍ତର ନିଯୁକ୍ତି ବ୍ୟବସ୍ଥା କଲେ ସମସ୍ୟା ଦୂର ହୋଇପାରିବ।
-ଡା. ତ୍ରିଲୋଚନ ପ୍ରଧାନ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୁରୀ,୩୦।୪: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ କାକଟପୁରରୁ ବିଶ୍ବଭୂଷଣ ଦାସଙ୍କୁ ଟିକେଟ୍‌ ଦେଇଛି। ଭାଜପାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ...

ହାଇକୋର୍ଟରେ କେନ୍ଦ୍ର ସରକାରଙ୍କର ୪୦ ଓକିଲ, ତଥାପି ଶୁଣାଣିରେ ଅନୁପସ୍ଥିତ

କଟକ,୩୦ା୪ (କାର୍ତ୍ତିକ ସାହୁ) ଓଡ଼ିଶା ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧରେ ରୁଜୁ ମାମଲାର ବିଚାର ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ସରକାରୀ ଓକିଲ ଉପସ୍ଥିତ...

୪୬ଡିଗ୍ରୀ ଉପରେ ୨ସହର, ରେକର୍ଡ ଭାଙ୍ଗିଲା ବାରିପଦା

ଭୁବନେଶ୍ୱର,୩୦।୪: ପ୍ରବଳ ଖରାରେ ଜଳୁଛି ସାରା ଓଡିଶା। ଘରୁ ବାହାରିଲେ ମୁହଁ ପୋଡି ଯାଉଛି। ମଙ୍ଗଳବାର ରାଜ୍ୟର ୨ଟି ସହର ୪୬ ଡିଗ୍ରୀ ଉପରେ ରହିଥିବାବେଳେ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ଟିକେଟ ଫେରାଇଲେ କଂଗ୍ରେସ ପ୍ରାର୍ଥୀ

କଟକ,୩୦।୪: ଟିକେଟ ଫେରାଇଲେ ଆଠଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ। କଂଗ୍ରେସ ପ୍ରାର୍ଥୀ ମେହବୁବ ଅହମ୍ମଦ ଖାଁ ମଙ୍ଗଳବାର ଟିକେଟ ଫେରାଇଛନ୍ତି। କଟକ ଲୋକ ସଭା ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri