ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ହାତୀକୁ ଦେଖିବାକୁ ମିଳୁଛି। ହାତୀଟି ରାସ୍ତା କଡ଼ରେ ଥିବା ଉଚ୍ଚ ପାଚେରିରୁ ତଳକୁ ଆସିବା ପାଇଁ ଚେଷ୍ଟା କରୁଛି । ବହୁ ଚେଷ୍ଟା କରି ଆଗ ଗୋଡ଼ ବଢ଼ାଉଛି ପରେ କଷ୍ଟରେ ତଳକୁ ଆସୁଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
When our road cuts across their road…
😞 😞 pic.twitter.com/gpRTLvCuMi— Susanta Nanda IFS (@susantananda3) May 30, 2021