Posted inଫୁରସତ

ପ୍ରସବର ୫ ଦିନ ପରେ ପୁଣି ଆଉ ଦୁଇ ସନ୍ତାନ ଜନ୍ମଦେଲେ ମହିଳା

ସାଧାରଣତଃ ଏକାସାଙ୍ଗରେ ମହିଳା ୬ ସନ୍ତାନ ଜନ୍ମ ଦେଇଥିବା ଆଗରୁ ଅନେକ ଖବର ଶୁଣିବାକୁ ମିଳିଛି। ମାତ୍ର ଏବେ ଜଣେ ମହିଳା ଗୋଟିଏ ସନ୍ତାନ ଜନ୍ମ ଦେବାର ୫ ଦିନ ପରେ ଆଉ ଦୁଇ ସନ୍ତାନକୁ ଜନ୍ମ ଦେଇଛନ୍ତି। ୩ ପିଲା ଏବେ ସୁସ୍ଥ ଅଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ନ୍ୟୁୟର୍କରେ। ଡେଲିଭରି ମଧ୍ୟରେ ସର୍ବାଧିକ ସମୟ ଅନ୍ତରାଳ ରଖି ମହିଳା ଜଣଙ୍କ ଓ୍ବାଲର୍‌ଡ ରେକର୍ଡ ବି ସୃଷ୍ଟି କରିଛନ୍ତି।

ନ୍ୟୁୟର୍କର ୩୩ ବର୍ଷୀୟା କାୟଲି ଡେଶେନ ଡିସେମ୍ବର ୨୮ରେ ପ୍ରଥମ ସନ୍ତାନ ଜନ୍ମ ଦେଇଥିଲେ। ଏହାର ୫ ଦିନ ପରେ ଅର୍ଥାତ ଜାନୁୟାରୀ ୨ରେ ଜାଆଁଳା ସନ୍ତାନ ଜନ୍ମ ଦେଇଥିଲେ। ବିଶେଷ କଥା ହେଲା ୨୨ ସପ୍ତାହ ଡେଲିଭରି ମଧ୍ୟରେ ସନ୍ତାନ ବଞ୍ଚିବା ୯ ପ୍ରତିଶତ ସମ୍ଭାବନା ରହିଥାଏ। ମାତ୍ର କାୟଲିଙ୍କ ତିନି ସନ୍ତାନ ସୁସ୍ଥ ଅଛନ୍ତି। ବର୍ତ୍ତମାନ ସେମାନେ ୫ ମାସର ହୋଇଗଲେଣି।

କାୟଲି କହିଛନ୍ତି, ସେ ୪ ବର୍ଷ ହେଲା ମା’ ହେବାକୁ ଚେଷ୍ଟା କରୁଥିଲେ। ଏହା ପରେ ତାଙ୍କ ସ୍ବାମୀ ବ୍ରେଡନ ଜଣେ ଆୟୁର୍ବେଦିକ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ଏହିକ୍ରମେ କାୟଲି ଗର୍ଭଧାରଣ କରିଥିଲେ। ପ୍ରଥମେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ପରେ ଦୁଇ କନ୍ୟା ସନ୍ତାନ ଜନ୍ମ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri