Odisha Elections 2024
Posted inଜାତୀୟ

ନଡ୍ଡା, ସମ୍ବିତଙ୍କ ଟୁଇଟର ଆକାଉଣ୍ଟକୁ ସସ୍‌ପେଣ୍ଡ ପାଇଁ ଦାବି

ନୂଆଦିଲ୍ଲୀ, ୨୦।୫ : ଟୁଲକିଟ୍‌ ମାମଲାରେ ଭାଜପା ମିଥ୍ୟା ତଥ୍ୟ ପ୍ରଚାର କରୁଛି। ଏଥି ଲାଗି ଭାଜପା ସଭାପତି ଜେ ପି ନଡ୍ଡା, କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ, ସମ୍ବିତ ପାତ୍ର ଓ ବିଏଲ ସନ୍ତୋଷଙ୍କ ଟୁଇଟର ଆକାଉଣ୍ଟକୁ ସସ୍‌ପେଣ୍ଡ କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।

କଂଗ୍ରେସକୁ ବଦନାମ କରିବା ପାଇଁ ମିଥ୍ୟା ପ୍ରଚାର କରୁଥିବା ଭାଜପା ନେତାଙ୍କ ଟୁଇଟର ଆକାଉଣ୍ଟକୁ ବନ୍ଦ କରିବା ପାଇଁ ଟୁଇଟରକୁ ଲିଖିତ ଆକାରରେ ଜଣାଇଛୁ। ଏ ସମ୍ପର୍କରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିବା କଂଗ୍ରେସର ସୋସିଆଲ ମିଡିଆ ବିଭାଗର ମୁଖ୍ୟ ରୋହନ ଗୁପ୍ତା ଟୁଇଟ୍‌ କରିଛନ୍ତି। ଟୁଲକିଟ୍‌ ମାମଲାରେ ବୁଧବାର କଂଗ୍ରେସର ଛାତ୍ର ଶାଖା ଏନ୍‌ଏସ୍‌ୟୁଆଇ ପକ୍ଷରୁ ପୂର୍ବତନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ ଓ ଭାଜପା ପ୍ରବକ୍ତା ସମ୍ବିତ ପାତ୍ରଙ୍କ ବିରୋଧରେ ମାମଲା ଦାୟର କରାଯାଇଥିଲା।

ଗତ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦେଶର ଛବି ମଳିନ କରିବା ପାଇଁ କରୋନା ଭାଇରସର ନୂଆ ଷ୍ଟ୍ରେନକୁ ‘ଇଣ୍ଡିଆ ଷ୍ଟ୍ରେନ’ ଓ ‘ମୋଦି ଷ୍ଟ୍ରେନ’ ଭାବେ କଂଗ୍ରେସ ସୋସିଆଲ ମିଡିଆରେ ପ୍ରଚାର କରୁଥିବା ଭାଜପା ପକ୍ଷରୁ କୁହାଯାଇଥିଲା। ତେବେ ଦେଶର ସର୍ବପୂରାତନ ରାଜନୈତିକ ଦଳକୁ ବଦନାମ କରିବାକୁ ଭାଜପାର ଏହା ଏକ ଉଦ୍ୟମ ବୋଲି ଅଭିଯୋଗ ଆଣିଥିଲା କଂଗ୍ରେସ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପ୍ରତିଦ୍ୱନ୍ଦିତା ମଧ୍ୟରେ ଫୁଟିଲା ଗୁଳି, ଜଣେ ମୃତ ୨ ଆହତ, ଭାଜପା ନେତା ଗିରଫ

ପାଟନା,୨୧।୫: ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କାରଣରୁ ମଙ୍ଗଳବାର (ମେ’୨୧) ସକାଳେ ବିହାରର ଛପ୍ରାଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଘଟଣାରେ ଜଣଙ୍କର ମତ୍ୟୁ...

କେଜ୍‌ରିଓ୍ବାଲଙ୍କ ଟେନ୍‌ସନ ବଢାଇଲା ଇଡି, ଆତ୍ମସମର୍ପଣର ତାରିଖ ପୂର୍ବରୁ…

ନୂଆଦିଲ୍ଲୀ,୨୧।୫: ଦିଲ୍ଲୀ ମଦ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ସମସ୍ୟା ବଢାଇଦେଇଛି। ଜୁନ ୨ରେ ଆତ୍ମସମର୍ପଣ ସମୟରେ ଇଡି ଏଏପି ସଂଯୋଜକ...

ଭାବପ୍ରବଣ ହେଲେ ରାହୁଲ ଗାନ୍ଧୀ: ବାପାଙ୍କ ପାଇଁ ଲେଖିଲେ ଏମିତି କଥା

ନୂଆଦିଲ୍ଲୀ,୨୧।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ପିତା ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପୁଣ୍ୟତିଥିରେ ଏକ ଭାବପ୍ରବଣ ବାର୍ତ୍ତା ଲେଖିଛନ୍ତି। ମଙ୍ଗଳବାର...

ଇରାନ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଆଜି ଭାରତରେ ଶୋକ: ଅର୍ଦ୍ଧନମିତ ରହିବ ଜାତୀୟ ପତାକା

ନୂଆଦିଲ୍ଲୀ,୨୧।୫: ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କର ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସୋମବାର ଦୁର୍ଘଟଣାସ୍ଥଳରୁ ରଇସିଙ୍କ ମୃତଦେହ ମିଳିଥିବା ସରକାରୀ ଗଣମାଧ୍ୟମରେ ସ୍ପଷ୍ଟ କରାଯାଇଛି। ରବିବାର...

ମମତାଙ୍କୁ ଲିଗାଲ ନୋଟିସ୍‌

କୋଲକାତା,୨୧ା୫:ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭାରତ ସେବାଶ୍ରମ ସଂଘ (ବିଏସ୍‌ଏସ୍‌)ର ସମ୍ପାଦକ ସ୍ବାମୀ ପ୍ରଦୀପ୍ତାନନ୍ଦ ସୋମବାର ଲିଗାଲ ନୋଟିସ୍‌ ପଠାଇ ୪୮ ଘଣ୍ଟା ମଧ୍ୟରେ ନିଃସର୍ତ୍ତ...

ନୂଆ ଆପରାଧିକ ଆଇନ ବିରୋଧରେ ପିଟିଶନ ଖାରଜ

ନୂଆଦିଲ୍ଲୀ,୨୧ା୫ (ପି.ଟି.):କେନ୍ଦ୍ର ସରକାର ଆଣିଥିବା ୩ ନୂଆ ଆପରାଧିକ ଆଇନକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନକୁ ବିଚାର କରିବା ପାଇଁ ସୁପ୍ରିମକୋର୍ଟ ସୋମବାର ମନା କରିଦେବା...

ଅଧ ରାତିରେ କ୍ଷମା ମାଗିଲେ ସମ୍ବିତ ପାତ୍ର: କହିଲେ, ମୋ ଭୁଲ୍‌ ପାଇଁ ଆଗାମୀ ୩ ଦିନ ଉପବାସ କରିବି

ନୂଆଦିଲ୍ଲୀ/ଭୁବନେଶ୍ୱର,୨୧।୫:ଓଡିଶାର ପୁରୀ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ସମ୍ମିତ ପାତ୍ର ପ୍ରଭୁ ଜଗନ୍ନାଥଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭକ୍ତ ବୋଲି କହି କ୍ଷମା ମାଗିଛନ୍ତି।...

୫ମ ପର୍ଯ୍ୟାୟରେ ୬୦% ମତଦାନ

ନୂଆଦିଲ୍ଲୀ,୨୧।୫: ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ୬୦.୪୮ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ତଥ୍ୟରୁ ଜଣାପଡ଼ିଛି। ସୋମବାର ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri