‘ଖୁସି’ରେ ଖୁସି

ଭୁବନେଶ୍ୱର, ୧୯ା୪:ଟିକସଦାତାଙ୍କ ପଇସା ଲୁଟିବା ଘରୋଇ ସଂସ୍ଥାଙ୍କ ପାଇଁ ଓଡ଼ିଶା ଏକ ସହଜ ଲକ୍ଷ୍ୟସ୍ଥଳ ହୋଇଛି। କେତେଜଣ ସରକାରୀ ବାବୁଙ୍କୁ ହାତକରି ଘରୋଇ କମ୍ପାନୀ ରାଜକୋଷକୁ ଲୁଟି ଚାଲିଛନ୍ତି। ସେହି ଅର୍ଥରୁ ଅଧିକାଂଶ ଭାଗ ବାବୁମାନଙ୍କ ପକେଟକୁ ଚାଲିଯାଉଛି। ବାଳିକାମାନଙ୍କ ଉତ୍ତମ ସ୍ବାସ୍ଥ୍ୟ ପାଇଁ ରାଜ୍ୟ ସରକାର ବହୁ ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ଏହି ଟଙ୍କାରେ କିଶୋରୀମାନଙ୍କ ସ୍ବାସ୍ଥ୍ୟରକ୍ଷା ହେବା ପରିବର୍ତ୍ତେ ଦାୟିତ୍ୱରେ ଥିବା ଅଧିକାରୀ ଓ ଘରୋଇ ସଂସ୍ଥାର ସ୍ବାର୍ଥରକ୍ଷା ହେଉଛି। କମ୍ପ୍‌ଟ୍ରୋଲର ଆଣ୍ଡ୍‌ ଅଡିଟର ଜେନେରାଲ(ସିଏଜି) ତାଙ୍କ ରିପୋର୍ଟରେ ଏକଥା ଦର୍ଶାଇଛନ୍ତି।
ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ, ଷଷ୍ଠରୁ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ବାଳିକାମାନଙ୍କ ମାସିକ ଋତୁସ୍ରାବ ସ୍ବଚ୍ଛତା ପାଇଁ ରାଜ୍ୟ ସରକାର ୨୦୧୮ ଫେବୃୟାରୀ ୨୬ରେ ‘ଖୁସି’ ଯୋଜନା କାର୍ଯ୍ୟକାରୀ କରିଥିଲେ। ଏଥିପାଇଁ ବାର୍ଷିକ ୭୦କୋଟି ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ହୋଇଥିଲା। ଏହି ଯୋଜନାରେ ବାଳିକାମାନଙ୍କୁ ସାନିଟାରି ନାପ୍‌କିନ ମାଗଣାରେ ଯୋଗାଇଦେବା ବ୍ୟବସ୍ଥା କରାଯାଇଛି। ଏହାର ଯୋଗାଣ ଦାୟିତ୍ୱ ଓଡ଼ିଶା ରାଜ୍ୟ ଔଷଧ ନିଗମ(ଓଏସ୍‌ଏମ୍‌ସିଏଲ୍‌) ଉପରେ ନ୍ୟସ୍ତ କରାଯାଇଛି। ତେବେ ନିଗମ ଦ୍ୱାରା କ୍ରୟ କରାଯାଇଥିବା ସାନିଟାରି ନାପ୍‌କିନ କିଣାରେ ବ୍ୟାପକ ହେରଫେର ହୋଇଛି। ୨୦୧୮ ଜାନୁୟାରୀରେ ରାଜ୍ୟ ସରକାର ୧୭.୨୬ ଲକ୍ଷ ବାଳିକାଙ୍କୁ ସାନିଟାରି ନାପ୍‌କିନ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୮ ମେ’ ମାସରେ ନିଗମ ପକ୍ଷରୁ ଏଥିପାଇଁ ଇ-ଟେଣ୍ଡର ଆହ୍ବାନ କରାଯାଇଥିଲା। ଏଥିରେ ବିଭିନ୍ନ ରାଜ୍ୟର ୫ଟି ସଂସ୍ଥା ଟେଣ୍ଡର ପାଇଁ ବିଡ୍‌ ଦାଖଲ କରିଥିଲେ। ଔଷଧ ନିଗମର ଟେଣ୍ଡର ମୂଲ୍ୟାୟନ କମିଟି (ଟିଇସି) ୨୦୧୮ ଜୁଲାଇରେ ଆବଶ୍ୟକ କାଗଜପତ୍ର ଅଭାବ ଦେଖାଇ ୩ଟି ସଂସ୍ଥାର ଟେଣ୍ଡର ଆବେଦନକୁ ଖାରଜ କରିଦେଇଥିଲା। ଅବଶିଷ୍ଟ ୨ଟି ଆବେଦନକାରୀ ଅହମଦାବାଦସ୍ଥିତ କମ୍ପାନୀ ଶେଖାନୀ ଇଣ୍ଡଷ୍ଟ୍ରିଜ ଏବଂ କୋଲକାତାର ଏଚଏଲ୍‌ଏଲ୍‌ ଲାଇଫ୍‌ କେୟାରକୁ ସର୍ବନିମ୍ନ ବିଡର ଭାବେ ଚୟନ କରାଯାଇଥିଲା। ଉକ୍ତ ଦୁଇ କମ୍ପାନୀ ନାପ୍‌କିନ ପିଛା ସର୍ବନିମ୍ନ ୨ ଟଙ୍କା ୯୭ ପଇସାରେ ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଥିଲେ। ତେବେ ଉକ୍ତ କମ୍ପାନୀ ରାଷ୍ଟ୍ରୀୟ କିଶୋରୀ ସ୍ବାସ୍ଥ୍ୟ ଯୋଜନାରେ ସେହି ନାପ୍‌କିନ ୧ ଟଙ୍କା ୭୪ ପଇସାରେ ଯୋଗାଇ ଦେଉଥିବା ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା। ଏହା ପରେ ୨୦୧୮ ସେପ୍ଟେମ୍ବରରେ ଉକ୍ତ ଟେଣ୍ଡରକୁ ବାତିଲ କରାଯାଇଥିଲା। ଔଷଧ ନିଗମ ସେହି ମାସରେ ନାପ୍‌କିନ କିଣିବା ପାଇଁ ପୁଣି ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଥିଲା। ତେବେ ଟେଣ୍ଡର କମିଟିରେ ଥିବା ଅଧିକାରୀ ଚଞ୍ଚକତା କରି ନାପ୍‌କିନ ଯୋଗାଣ ପାଇଁ ପୁଣେସ୍ଥିତ ଏକମାତ୍ର ଘରୋଇ କମ୍ପାନୀ ରାଧେ ହାଇଜିନ୍‌ ପ୍ରଡକ୍ଟ ନାମକ ଏକ ସଂସ୍ଥାକୁ ୟୁନିଟ୍‌ ପିଛା ୨ଟଙ୍କା ୩୦ ପଇସା ଚଢ଼ାଦରରେ ଦେଇଦେଲେ, ଯାହାକି ରାଷ୍ଟ୍ରୀୟ କିଶୋରୀ ସ୍ବାସ୍ଥ୍ୟ ଯୋଜନାରେ ଯୋଗାଇ ଦିଆଯାଇଥିବା ନାପ୍‌କିନଠାରୁ ୩୨ ପ୍ରତିଶତ ଅଧିକ।କେବଳ ଏହି ଯୋଜନା ନୁହେଁ, ଅନ୍ୟ ରାଜ୍ୟକୁ ମଧ୍ୟ ଉକ୍ତ କମ୍ପାନୀ କମ୍‌ ଦରରେ ନାପ୍‌କିନ ଯୋଗାଇଥିବା ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି । ୨୦୧୭-୧୮ରେ ରାଧେ କମ୍ପାନୀ ତାମିଲନାଡୁ ମେଡିକାଲ ସର୍ଭିସେସ କର୍ପୋରେଶନକୁ ନାପ୍‌କିନ ପିଛା ୧ ଟଙ୍କା ୫୭ ପଇସାରେ ଯୋଗାଇ ଦେଇଥିବାବେଳେ ୨୦୧୮-୧୯ରେ ୧ଟଙ୍କା ୭୮ପଇସାରେ ଯୋଗାଇଛି। କେବଳ ସେତିକି ନୁହେଁ ଟେଣ୍ଡରରେ ଭାଗନେଇଥିବା ଅନ୍ୟ ଘରୋଇ ସଂସ୍ଥାଗୁଡ଼ିକ ରାଜସ୍ଥାନ, ଉତ୍ତରାଖଣ୍ଡ ଭଳି ରାଜ୍ୟକୁ ମଧ୍ୟ ନାପ୍‌କିନ ଖଣ୍ଡ ପିଛା ୧ଟଙ୍କା ୫୧ ପଇସାରେ ଯୋଗାଇଥିବା ଜଣାପଡ଼ିଛି।
ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ୨୦୧୮ ଅଗଷ୍ଟରେ ରାଜ୍ୟ ସରକାରଙ୍କ ଏକ୍ସପେଣ୍ଡିଚର ଫାଇନାନ୍ସ କମିଟି (ଇଏଫ୍‌ସି) ଧାର୍ଯ୍ୟ କରିଥିବା ୟୁନିଟ୍‌ ପିଛା ୨ଟଙ୍କା ୮ ପଇସାକୁ ମଧ୍ୟ ଔଷଧ ନିଗମ ବିଚାରକୁ ନେଇ ନ ଥିଲା । ଅନ୍ୟ ରାଜ୍ୟକୁ ଉକ୍ତ ସଂସ୍ଥା କମ୍‌ ମୂଲ୍ୟରେ ନାପ୍‌କିନ ଯୋଗାଉଥିବା ଜାଣି ସୁଦ୍ଧା ଓଡ଼ିଶାରେ ନିଗମର ବାବୁମାନେ ନିଜର ଫାଇଦା ଉଠାଇବାକୁ ଯାଇ ଚଢ଼ା ମୂଲ୍ୟ ଟେଣ୍ଡରକୁ ଅନୁମୋଦନ କରିଥିଲେ। ଯୋଗାଣକାରୀ ସଂସ୍ଥା ଅନ୍ୟ ରାଜ୍ୟକୁ ଯୋଗାଇଥିବା ମୂଲ୍ୟ ତୁଳନାରେ ଓଡ଼ିଶାକୁ ଅଧିକ ଟଙ୍କାରେ ନାପ୍‌କିନ ଯୋଗାଇବା ଯୋଗୁ ସରକାରଙ୍କୁ ବର୍ଷକୁ ୧୫.୨୯ କୋଟି ଟଙ୍କା କ୍ଷତି ହୋଇଥିବା ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି। ସିଏଜି ରିପୋର୍ଟରେ ଏଭଳି ଅନିୟମିତତା ଧରାପଡ଼ିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। କୁହାଯାଉଛି ଯେତେ ଯାହା ହଉ ପଛକେ ‘ଖୁସି’ ଯୋଜନାରେ ରାଜକୋଷ ଲୁଟି ଚାଲିଥିବା ବାବୁମାନେ ସବୁଠୁ ବେଶି ଖୁସି ।

ଅନିଲ ଦାସ


Enter your email to get our daily news in your inbox.

All Right Reserved By Dharitri.Com

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri