ଭିତରକନିକାରେ ଡଲ୍‌ଫିନ ସଂଖ୍ୟା ବଢ଼ିଲା

କେନ୍ଦ୍ରାପଡ଼ା ଅଫିସ,୧୧। ୪: ଜାତୀୟ ଉଦ୍ୟାନ ଭିତରକନିକାରେ ଗତ ୩ ବର୍ଷ ଧରି କ୍ରମାଗତ ହ୍ରାସ ପାଉଥିବା ଡଲ୍‌ଫିନଙ୍କ ସଂଖ୍ୟା ଚଳିତ ବର୍ଷ ଆଶାତୀତ ଭାବେ ବୃଦ୍ଧି ପାଇଛି। ଏହି ସାମୁଦ୍ରିକ ଅଞ୍ଚଳରେ ମୋଟ୍‌ ୩ ପ୍ରଜାତିର ୩୪୨ ଡଲ୍‌ଫିନ ଥିବା ଚଳିତ ବର୍ଷ ଗଣନା ସମୟରେ ତଥ୍ୟ ମିଳିଛି। ଡଲ୍‌ଫିନ ଗଣନାକୁ ନେଇ ଚଳିତ ବର୍ଷ ବହୁ ବାଦବିବାଦ ସୃଷ୍ଟି ହୋଇଥିଲା। ଜାନୁୟାରୀରେ ଏହି ସାମୁଦ୍ରିକ ପ୍ରାଣୀଙ୍କ ଗଣନା ହେବାକୁ ଥିବାବେଳେ ତିଥି ଓ ପାଗକୁ ନେଇ ପରିବେଶବିତ୍‌ମାନେ ଆପତ୍ତି ଉଠାଇଥିଲେ। ଏଥିପାଇଁ ଫେବୃୟାରୀରେ ଏହାର ପୁନଃଗଣନା କରାଯାଇଥିଲା।

ରାଜନଗର ବନବିଭାଗ ଅଧୀନରେ ହୋଇଥିବା ଏହି ଗଣନାରେ ନିୟୋଜିତ ୯ ଟିମ୍‌ର ନେତୃତ୍ୱ ଡିଏଫ୍‌ଓ ବିକାଶ ରଞ୍ଜନ ଦାଶ, ବିଶେଷଜ୍ଞ ଡ. ମୁମତାଜ ଖାନ, ଶିବ ପ୍ରସାଦ ପରିଡ଼ା ପ୍ରମୁଖ ନେଇଥିଲେ। ଧାମରାଠାରୁ ଦେବୀ ମୁହାଣ ପର୍ଯ୍ୟନ୍ତ ହୋଇଥିବା ଗଣନା ସମୟରେ ୨୮୧ ହମ୍ପବ୍ୟାକ୍‌, ୨୨ ବଟଲନୋଜ ଓ ୩୯ଟି ଇରାୱାଡି ଡଲ୍‌ଫିନ ଦେଖିବାକୁ ମିଳିଛି। ଏହି ସାମୁଦ୍ରିକ ଅଞ୍ଚଳରେ ୨୦୧୮ରେ ୩୦୭ ଡଲ୍‌ଫିନ ଦେଖିବାକୁ ମିଳିଥିବା ବେଳେ ୨୦୧୯ରେ ୧୨୬ ଓ ୨୦୨୦ରେ ମାତ୍ର ୬୨ ଡଲ୍‌ଫିନ ଦେଖିବାକୁ ମିଳିଥିଲା। ଭିତରକନିକା ସଂଲଗ୍ନ ୧୪୫ ବର୍ଗ କିଲୋମିଟର ସାମୁଦ୍ରିକ ଅଞ୍ଚଳ ଓ ନିକଟସ୍ଥ ନଦୀ ନାଳରେ ୨୦୧୯ରେ ଦେଖା ଦେଇଥିବା ୧୨୬ ଡଲ୍‌ଫିନ ମଧ୍ୟରୁ ୧୪ ଇରାୱାଡି, ୧୪ ବଟଲନୋଜ ଓ ୯୮ ହମ୍ପବ୍ୟାକ ପ୍ରଜାତିର ଡଲ୍‌ଫିନ ଥିଲେ। ୨୦୨୦ରେ ଗୋଟିଏ ହେଲେ ହମ୍ପବ୍ୟାକ୍‌ ପ୍ରଜାତିର ଡଲ୍‌ଫିନ୍‌ ଦେଖିବାକୁ ମିଳି ନ ଥିଲେ। କେବଳ ୬୦ ଇରାୱାଡି ଓ ୨ ବଟଲନୋଜ ଡଲ୍‌ଫିନ ଥିଲେ। ଚଳିତ ବର୍ଷ ହମ୍ପବ୍ୟାକ୍‌ ପ୍ରଜାତି ଡଲ୍‌ଫିନଙ୍କ ସଂଖ୍ୟା ଆଶତୀତ ବୃଦ୍ଧି ହୋଇଥିବା ବେଳେ ଇରାୱାଡି ପ୍ରଜାତିର ଡଲଫିନ ସଂଖ୍ୟା କମ୍‌ ରହିଛି।

ଏସମ୍ପର୍କରେ ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଅଶୋକ କୁମାର ସ୍ବାଇଁ, ବିରଜା କୁମାର ପତି ପ୍ରମୁଖ କହିଛନ୍ତି, ଡଲ୍‌ଫିନଙ୍କ ସଂଖ୍ୟା ବୃଦ୍ଧି ମନରେ ଖୁସି ଆଣିଛି। ତେବେ ଏହା ସାମୟିକ। ଗତ ବର୍ଷକ ମଧ୍ୟରେ କରୋନା ସଂକ୍ରମଣ ପାଇଁ ଦେଶରେ କଟକଣା ଲାଗୁ ହୋଇଥିଲା। କଟକଣା ପାଇଁ ପରିବହନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବାରୁ ବେଆଇନ ଚିଙ୍ଗୁଡ଼ି ଫାର୍ମ ଓ ସମୁଦ୍ରଞ୍ଚଳରେ ମାଛଧରା କାର୍ଯ୍ୟ ନିୟମିତ ଭାବେ ଚାଲୁ ହୋଇନାହିଁ। ଆଦ୍ରଭୂମି ଭିତରକନିକା ସଂଲଗ୍ନ ସାମୁଦ୍ରିକ ପରିବେଶ ସୁସ୍ଥ ରହିଥିବାରୁ ଡଲ୍‌ଫିନଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ମହଜୁଦ୍‌ ଥିଲା। ସେଥିପାଇଁ ଡଲ୍‌ଫିନଙ୍କ ସଂଖ୍ୟା ବୃଦ୍ଧି ହୋଇଛି। ଚିଙ୍ଗୁଡି ଘେରିରୁ ଉଦ୍‌ବୃତ୍ତ ରାସାୟନିକ ବର୍ଜ୍ୟବସ୍ତୁ ଡଲ୍‌ଫିନଙ୍କ ସଂଖ୍ୟା ହ୍ରାସର କାରଣ ହୋଉଥିବା ବେଳେ ବେଆଇନ ମାଛଧରା ଏହାର ଅନ୍ୟତମ କାରଣ ଥିଲା।

ସୂଚନାଯୋଗ୍ୟ, ଚଳିତ ବର୍ଷ ଚିଲିକାରେ ୧୮୮, ପୁରୀରେ ୪, ଭଦ୍ରକରେ ୮, ବଲେଶ୍ୱର ସାମୁଦ୍ରିକ ଅଞ୍ଚଳରେ ୨ ଡଲ୍‌ଫିନ ଦେଖା ଯାଇଥିଲା। ତେବେ ବରହମପୁର ଡିଭିଜନରେ କୌଣସି ଡଲ୍‌ଫିନ ଦେଖିବାକୁ ମିଳି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

ବାରବାଟୀରେ ଘଣ୍ଟି ବଜାଇ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ,୯ା୧୨: କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କ କ୍ୱାର୍ଟର୍ସ ନବୀକରଣରେ ପାଇଁ ଏତିକି କୋଟି ଟଙ୍କା ଖର୍ଚ୍ଚ କଲେଣି ସରକାର

ଭୁବନେଶ୍ୱର,୯ା୧୨: ନୂତନ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କର ସରକାରୀ କ୍ୱାର୍ଟର୍ସ ମରାମତି ଓ ନବୀକରଣ ବାବଦରେ ମୋଟ ୩.୩୯ କୋଟି ଟଙ୍କା ବ୍ୟୟ...

ବାରବାଟୀ ବ୍ୟାଟଲ୍‌: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ଏବେ କରିବ…

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri