Posted inଖେଳ

୧୪ ବର୍ଷରୁ କମ୍‌ ଜାତୀୟ ଟେନିସ: ସୋହିନୀ ରନର୍ସଅପ୍‌

ଭୁବନେଶ୍ୱର,୨୧।୩(ସ୍ପୋର୍ଟ୍ସ ବ୍ୟୁରୋ): ଓଡ଼ିଶାର ୧୨ ବର୍ଷୀୟା ବାଳିକା ଟେନିସ୍‌ ଖେଳାଳି ସୋହିନୀ ମହାନ୍ତି ଏକ ବିରଳ ସଫଳତା ଅର୍ଜନ କରିଛନ୍ତି। ପ୍ରଥମ ଓଡ଼ିଆ ଟେନିସ ଖେଳାଳି ଭାବେ ସେ ଜାତୀୟ ଚାମ୍ପିୟନଶିପ୍‌ର ସିଙ୍ଗଲ୍ସ ଫାଇନାଲ ମ୍ୟାଚ୍‌ ଖେଳିଛନ୍ତି। ସେ ମଧ୍ୟ ୧୪ ବର୍ଷରୁ କମ୍‌ ମୁମ୍ବାଇ ନ୍ୟାଶନାଲ୍ସ ବାଳିକା ଇଭେଣ୍ଟର ଡବଲ୍ସ ଫାଇନାଲ ମ୍ୟାଚ୍‌ ଖେଳିଛନ୍ତି। ୫୧ ର଼୍ୟାଙ୍କ୍‌ର ଖେଳାଳି ଭାବେ ସେ ଭାରତର ୨ ଓ ୬ ନମ୍ବର ଖେଳାଳିଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ।
ତେବେ ସେ ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ଇଭେଣ୍ଟରେ ଫାଇନାଲରେ ପରାସ୍ତ ହୋଇ ରନର୍ସ ଅପ୍‌ ବିବେଚିତ ହୋଇଛନ୍ତି। ସିଙ୍ଗଲ୍ସ ଫାଇନାଲରେ ସେ ଲଢ଼େଇ କରିଥିଲେ ମଧ୍ୟ ମହାରାଷ୍ଟ୍ରର ଅସ୍‌ମି ଅଡକରଙ୍କଠାରୁ ୬-୧, ୪-୬, ୨-୬ ସେଟ୍‌ରେ ପରାସ୍ତ ହୋଇଥିଲେ। ସେହିପରି ଡବଲ୍ସରେ ସୋହିନୀ ଓ ତାଙ୍କ ପାର୍ଟନର ଦିଲ୍ଳୀର ମାନ୍‌ସୀ ସିଂ ସଂଘର୍ଷ କରି ୭-୫, ୪-୬ ସେଟ୍‌ରେ ପ୍ରତିପକ୍ଷ ଯୋଡିଙ୍କଠାରୁ ପରାସ୍ତ ହୋଇ ରନର୍ସ ଅପ ହୋଇଥିଲେ। ମାତ୍ର ୧୨ ବର୍ଷ ବୟସରେ ସେ ଏ ପର୍ଯ୍ୟନ୍ତ ୫୯ଟି ଅଲ୍‌ ଇଣ୍ଡିଆ ଟାଇଟଲ୍‌ ହାସଲ କରିଛନ୍ତି। ଓଡ଼ିଶାରେ ସେ ଏହି କ୍ରମରେ ସର୍ବାଧିକ ଟାଇଟଲ ହାସଲକାରୀ ଖେଳାଳି ସାବ୍ୟସ୍ତ ହୋଇଛନ୍ତି। ଗତବର୍ଷ ସେ ଜାତୀୟ ୧୨ ବର୍ଷରୁ କମ୍‌ ସିଙ୍ଗଲ୍ସ ଟୁର୍ନାମେଣ୍ଟରେ ଦୁଇଥର ସେମିଫାଇନାଲରେ ପ୍ରବେଶ କରିଥିଲେ।
କୋଚ୍‌ ସୟଦ ଫାରହାନ ଅଲୀଙ୍କ ତତ୍ତ୍ୱାବଧାନରେ ସେ କ୍ରମାଗତ ଭାବେ ନିଜ ପ୍ରଦର୍ଶନରେ ଉନ୍ନତି ଆଣିବାରେ ସଫଳ ହୋଇଛନ୍ତି। ନିଜର କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ସେ ୧୨ ବର୍ଷରୁ କମ୍‌ ଭାରତୀୟ ଡେଭିସ କପ୍‌ ଜୁନିୟର ଦଳରେ ସ୍ଥାନ ପାଇଥିଲେ। ଭାରତରେ ୧୨ ବର୍ଷରୁ କମ୍‌ ବର୍ଗରେ ସେ କ୍ୟାରିୟର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌ ୨ ନମ୍ବର ସ୍ଥାନ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri