Posted inଖେଳ

ଦେବାଶିଷ ଓ ସୁଶ୍ରୀ ପାଇଲେ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର: ‘ତ୍ରୁଣମୂଳ ସ୍ତରରୁ ଖେଳାଳିଙ୍କୁ ସାହାଯ୍ୟ ପାଇଁ ଓସିଏ ବଦ୍ଧପରିକର’

ଭୁବନେଶ୍ୱର, ୧୫।୩(କ୍ରୀଡ଼ା ପ୍ରତିନିଧି)- ”ଅନେକ ବ୍ୟକ୍ତି ଅତ୍ୟନ୍ତ ନିଷ୍ଠାର ସହ କାର୍ଯ୍ୟକରି ତୃଣମୂଳ ସ୍ତରରୁ ପ୍ରତିଭା ବାହାର କରୁଛନ୍ତି। ମାତ୍ର ପରେ ଭିତ୍ତିଭୂମି, ସରଞ୍ଜାମ ଅଭାବ ଯୋଗୁ ହେଉ କିମ୍ବା ଚୟନ ପ୍ରକ୍ରିୟାରେ ଅନିୟମିତତା ପାଇଁ ସେମାନଙ୍କୁ ଜିଲା ଆସୋସିଏଶନ ଏବଂ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପଛରେ ଗୋଡ଼ାଇବାକୁ ପଡ଼ିଥାଏ। ମାତ୍ର ତୃଣମୂଳ ସ୍ତରର ଏହି ପିଲାଙ୍କୁ ଏଣିକି ସାହାଯ୍ୟ କରିବା ପାଇଁ ଓସିଏ ବଦ୍ଧପରିକର ଏବଂ ବ୍ୟକ୍ତିଗତ ଭାବେ ମୁଁ ପ୍ରତିଶ୍ରୁତିବଦ୍ଧ“ ବୋଲି ସହିଦ ସ୍ପୋର୍ଟିଂ-ମାରୁତି ଇଷ୍ଟେଟ ଇଣ୍ଡିଆ ପକ୍ଷରୁ ଏଠାରେ ଆୟୋଜିତ ‘କ୍ରିକେଟର ଅଫ୍‌ ଦି ଇୟର’ ପୁରସ୍କାର ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ପ୍ରକାଶ କରିଛନ୍ତି। ଓଡ଼ିଶାର ଦେବାଶିଷ ମହାନ୍ତି ଜାତୀୟ ସିନିୟର ଚୟନକର୍ତ୍ତା ହେବାର ଗୌରବ ପାଇଛନ୍ତି। ଏବେ କେବଳ ଆମ ରାଜ୍ୟ ଖେଳାଳିଙ୍କୁ ଭଲ ପ୍ରଦର୍ଶନ କରିବାର ଅଛି। ପୂର୍ବରୁ ସେମାନଙ୍କ ପାଇଁ ଲଢ଼ିବାକୁ ଉଚ୍ଚସ୍ତରରେ କେହି ନ ଥିଲେ। ଏବେ ଦେବାଶିଷ ଅଛନ୍ତି ଏବଂ ଓସିଏ ମଧ୍ୟ ଲଢ଼େଇ ଜାରି ରଖିବ ବୋଲି ସେ କହିଛନ୍ତି। ଏହା ବ୍ୟତୀତ ଜିଲା ଆସୋସିଏଶନ ମାଧ୍ୟମରେ ବିଭିନ୍ନ ପଡ଼ିଆର ଉନ୍ନତି ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। କ୍ଲବଗୁଡ଼ିକ ଜିଲା ଆସୋସିଏଶନ ସହ ଏଗ୍ରିମେଣ୍ଟ କରି ଓସିଏକୁ ଅବଗତ କରାଇବେ। ଏହାପରେ ସେହି ପଡ଼ିଆର ମେଣ୍ଟେନାନ୍ସ ପାଇଁ ଓସିଏ କାର୍ଯ୍ୟ କରିବ। ଏହା ବ୍ୟତୀତ ପିଲାମାନଙ୍କୁ କୋଚିଂ ଦେବାପାଇଁ ପୂର୍ବରୁ ଜୁନିୟର ସ୍ତରରେ ହେଉ କି ସିନିୟରରେ ଖେଳିବାର ଅଭିଜ୍ଞତା ରଖିଥିବା ଖେଳାଳିଙ୍କୁ ନିଯୁକ୍ତି ଦିଆଯାଇ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ସଞ୍ଜୟ ପ୍ରକାଶ କରିଛନ୍ତି।
୨୦୧୯-୨୦ ସିଜନରେ ସଫଳତା ଅର୍ଜନ କରିଥିବା ବାମହାତୀ ବ୍ୟାଟ୍ସମ୍ୟାନ ଦେବାଶିଷ ସାମନ୍ତରାୟ ଓ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କୁ ରବିବାର ପୁରୁଷ ଓ ମହିଳା ‘କ୍ରିକେଟର ଅଫ୍‌ ଦି ଇୟର’ ପୁରସ୍କାରରେ ସମ୍ମାନିତ କରାଯାଇଛି। ଦେବାଶିଷ ଏହି ସିଜନରେ ୮ଟି ମ୍ୟାଚ ଖେଳି ୧୨ ଇନିଂସରେ ୫୩.୫୦ ହାରରେ ମୋଟ ୫୩୫ ରନ କରିଥିଲେ। ଏହା ମଧ୍ୟରେ ୨ ଶତକ ଓ ୨ ଅର୍ଦ୍ଧଶତକ ସାମିଲ ଥିଲା। ତାଙ୍କୁ ୨୮ତମ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ଗତ ସିଜନରେ ସୁଶ୍ରୀଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଥିଲା। ଏକଦିବସୀୟ ଜାତୀୟ ପ୍ରତିଯୋଗିତାରେ ଅଲରାଉଣ୍ଡର ସୁଶ୍ରୀ ୨୦୪ ରନ କରିବା ସହ ୮ ମ୍ୟାଚରେ ୧୬ ଉଇକେଟ ଅକ୍ତିଆର କରିଥିଲେ। ସିନିୟର ମହିଳା ଟି୨୦ ଚ୍ୟାଲେଞ୍ଜ ଟ୍ରଫିରେ ଇଣ୍ଡିଆ ‘ବି’ ପକ୍ଷରୁ ଖେଳି ସେ ୪ ମ୍ୟାଚରେ ୭ ଉଇକେଟ ଦଖଲ କରିଥିଲେ। ଏହା ବ୍ୟତୀତ ଇମର୍ଜିଂ ଏସିଆ କପ୍‌, ଇମର୍ଜିଂ ଭାରତୀୟ ଦଳ ସହ ବାଂଲାଦେଶ ଗସ୍ତ ଏବଂ ଟି୨୦ ଇମର୍ଜିଂ ୪ ଦଳୀୟ ମୁକାବିଲାରେ ସେ ସଫଳ ରହିଥିଲେ। ଦେବାଶିଷ ପ୍ରଥମଥର ପାଇଁ କ୍ରିକେଟର ଅଫ୍‌ ଦି ଇୟର ବିବେଚିତ ହୋଇଥିବାବେଳେ ସୁଶ୍ରୀଙ୍କ ପାଇଁ ଏହା ଦ୍ୱିତୀୟ ପୁରସ୍କାର। ପୂର୍ବରୁ ସେ ୨୦୧୭-୧୮ ସିଜନରେ ଏହି ପୁରସ୍କାର ପାଇଥିଲେ। ଏହି ଅବସରରେ ପୂର୍ବତନ କର୍ପୋରେଟର ଶାଶ୍ୱତୀ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବିତ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଅତିଥିଭାବେ ବିଧାୟକ ଅନନ୍ତ ନାରାୟଣ ଜେନା, ପୁରସ୍କାରର ପ୍ରାୟୋଜକ ମାରୁତି ଇଷ୍ଟେଟର ପରିଚାଳନା ନିର୍ଦ୍ଦେଶକ ଜିତେନ୍ଦ୍ର ପ୍ରସାଦ ସିଂ, ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଦିଲୀପ ତିର୍କୀ, ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଅଲିମ୍ପିଆନ ଲାଜରୁସ ବାର୍ଲା, ଭାରତୀୟ ମହିଳା ଫୁଟ୍‌ବଲ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ସହିଦ ସ୍ପୋର୍ଟିଂ ସମ୍ପାଦକ ପଙ୍କଜ ପଟ୍ଟନାୟକ, କୋଷାଧ୍ୟକ୍ଷ ନିକୁଞ୍ଜ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସହିଦ ସ୍ପୋର୍ଟିଂର ଅନ୍ୟତମ ସଦସ୍ୟ ତଥା ଓଡ଼ିଶା କ୍ରିକେଟ ଆସୋସିଏଶନ କୋଚ୍‌ ରଶ୍ମିରଞ୍ଜନ ପରିଡ଼ା ଏବଂ ସୁଶ୍ରୀଙ୍କ କୋଚ୍‌ କ୍ଷୀରୋଦ ବେହେରା ସେମାନଙ୍କ ବକ୍ତବ୍ୟ ରଖିଥିଲେ। ସୁରଟରେ ଚାଲିଥିବା ଜାତୀୟ ସିନିୟର ମହିଳା ଏକଦିବସୀୟ କ୍ରିକେଟ ଟୁର୍ନାମେଣ୍ଟରେ ଓଡ଼ିଶା ପକ୍ଷରୁ ଖେଳୁଥିବାରୁ ସୁଶ୍ରୀ ବ୍ୟକ୍ତିଗତଭାବେ ଅନୁପସ୍ଥିତ ଥିଲେ। ତାଙ୍କ ମା’ ଚନ୍ଦ୍ରାବତୀ ଓ ପିତା ନିବାସ ପ୍ରଧାନ ପୁରସ୍କାର ଗ୍ରହଣ କରିଥିଲେ। ପ୍ରକାଶଶ୍‌ଯୋଗ୍ୟ ଯେ, ସୁଶ୍ରୀ ନୟାପଲ୍ଲୀର ଇନ୍ଦିରା ମଇଦାନ ଜାଗୃତି କ୍ରିକେଟ ଏକାଡେମୀ (ଏସ୍‌ଜିଓ)ରେ ପ୍ରତିଷ୍ଠିତ କୋଚ୍‌ କ୍ଷୀରୋଦ ବେହେରାଙ୍କଠାରୁ ପ୍ରଶିକ୍ଷଣପ୍ରାପ୍ତ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ବିଶ୍ୱକପ୍‌ ଲାଗି ଟିମ୍‌ ଇଣ୍ଡିଆ ଚୟନ ପୂର୍ବରୁ ବଡ଼ ଖବର: ଈଶାନଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ; ଜାଣନ୍ତୁ ମାମଲା…

ନୂଆଦିଲ୍ଲୀ,୨୮।୪: ଟି୨୦ ବିଶ୍ୱକପ୍‌ ୨୦୨୪ ଲାଗି ଟିମ୍‌ ଇଣ୍ଡିଆ ଚୟନ କେବେ ବି ହୋଇପାରେ। ଓ୍ବେଷ୍ଟଇଣ୍ଡିଜ ଏବଂ ଆମେରିକାରେ ହେବାକୁ ଥିବା ଏହି ଆଇସିସି ଟୁର୍ନାମେଣ୍ଟ...

ଟି-୨୦ରେ ଇତିହାସ ରଚିଲେ ଏହି କ୍ରିକେଟର୍‌: ପ୍ରଥମ ବୋଲର୍‌ ଭାବେ ହାସଲ କଲେ ବଡ଼ କାରନାମା

ଇସଲାମାବାଦ୍‌,୨୮।୪:ନ୍ୟୁଜିଲାଣ୍ଡ ବିପକ୍ଷ ପଞ୍ଚମ ଟି-୨୦ ମ୍ୟାଚରେ ପାକିସ୍ତାନ ପେସ୍‌ ଶାହିନ ଆଫ୍ରିଦି ଏକ ଚମତ୍କାର ରେକର୍ଡ ସୃଷ୍ଟି କରି ଟି -୨୦ କ୍ରିକେଟ ରେ ଇତିହାସ...

ପରିବାର ସହ ପ୍ରଥମ ଆଇପିଏଲ ଫିଫ୍ଟିର ଉତ୍ସବ ପାଳିଲେ ଧ୍ରୁବ, ଭିଡିଓକୁ ମିଳୁଛି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୨୮।୪: ଶନିବାର ଆଇପିଏଲ ୨୦୨୪ର ୪୪ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୱିକେଟ କିପର ବ୍ୟାଟ୍ସମ୍ୟାନ ଧ୍ରୁବ ଜୁରେଲ ଲକ୍ଷ୍ନୌ ସୁପରଜିଆଣ୍ଟସ ବିପକ୍ଷରେ ଆଇପିଏଲ କ୍ୟାରିୟରର...

ଲଜ୍ଜାଜନକ ରେକର୍ଡ ହାସଲ କଲେ ମୁମ୍ବାଇ ଇଣ୍ଡିଆନ୍ସର ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୮।୪: ଆଇପିଏଲ ୨୦୨୪ରେ ୪୩ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିଲା। ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ମୁମ୍ବାଇକୁ ୧୦...

ଭାରତକୁ ଓ୍ବାର୍ଲଡ କପ ଜିତାଇ ଥିବା ଏବେ ପାକିସ୍ତାନର କୋଚ, ପିସିବି ଦେଲା ଏହି ଦାୟିତ୍ୱ

ନୂଆଦିଲ୍ଲୀ,୨୮।୪: ଟି -୨୦ ବିଶ୍ୱକପ ୨୦୨୪ପୂର୍ବରୁ ପାକିସ୍ତାନ ଦଳ ତା’ର କୋଚ ବଦଳାଇଛି । ହ୍ବାଇଟ ବଲ ଫର୍ମାଟ (ଓ୍ବାନଡେ ଏବଂ ଟି ୨୦) ରେ...

ପ୍ଲେ ଅଫ୍‌ ରେସ୍‌ ହେଉଛି ରୋଚକ: ଏପର୍ଯ୍ୟନ୍ତ ସମସ୍ତ ଦଳ ପାଇଁ ରାସ୍ତା ଖୋଲା

ନୂଆଦିଲ୍ଲୀ,୨୮।୪: ଆଇପିଏଲ ୨୦୨୪ରେ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରୁଥିବା ଦଳର ଚିତ୍ର ସ୍ପଷ୍ଟ ହୋଇନାହିଁ। ୧୬ ପଏଣ୍ଟ ସହ ଏକ ନମ୍ବରରେ ଥିବା...

ଟି-୨୦ ଓ୍ବାର୍ଲଡ କପ ପାଇଁ ଭାରତୀୟ ଟିମ ଚୟନ କଲେ ହରଭଜନ, ମୟଙ୍କ ଯାଦବଙ୍କୁ ସାମିଲ କରି ସମସ୍ତଙ୍କୁ ଚମକାଇ ଦେଲେ

ନୂଆଦିଲ୍ଲୀ,୨୮।୪: ଟି -୨୦ ବିଶ୍ୱକପ ୨୦୨୪ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଏହି ମେଗା ଇଭେଣ୍ଟ ଜୁନ ୧ ରୁ ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଆରମ୍ଭ...

ଦିଲ୍ଲୀ ବିପକ୍ଷ ମ୍ୟାଚରେ ପରାଜୟ ପାଇଁ ତିଳକ ବର୍ମା ଦାୟୀ ବୋଲି କହିଲେ ହାର୍ଦ୍ଦିକ ପାଣ୍ଡ୍ୟା, ଉଠାଇଲେ ବଡ଼ ପ୍ରଶ୍ନ

ଭୁବନେଶ୍ୱର, ୨୭।୪: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ୧୭ ତମ ସିଜନ୍ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଦର୍ଶନ ଏତେ ଭଲ ନାହିଁ। ୨୮ ଏପ୍ରିଲରେ ଦିଲ୍ଲୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri