ଐତିହ୍ୟ ପୀଠ ବିକାଶରେ ସାକ୍ଷୀଗୋପାଳ ମନ୍ଦିର

ସାକ୍ଷୀଗୋପାଳ,୧୦।୨(ଡି.ଏନ୍‌.ଏ.): ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମଙ୍ଗଳବାର ସନ୍ଧ୍ୟାରେ ସାକ୍ଷୀଗୋପାଳ ଆସି ସାକ୍ଷୀଗୋପାଳ ମନ୍ଦିର ପରିଦର୍ଶନ କରିଛନ୍ତି। ଠାକୁରଙ୍କୁ ଦର୍ଶନ କରିବା ପରେ ସାକ୍ଷୀଗୋପାଳ ସେବାୟତ ସଂଘ ପକ୍ଷରୁ ଆୟୋଜିତ ସଭାରେ ମନ୍ତ୍ରୀ ଯୋଗଦେଇ ଶ୍ରୀମନ୍ଦିର ଭଳି ପୁରାତନ ସାକ୍ଷୀଗୋପାଳ ମନ୍ଦିର ରାଜ୍ୟ ସରକାରଙ୍କ ଐତିହ୍ୟ ପୀଠ ବିକାଶ ଯୋଜନାରେ ସାମିଲ ହେବ ବୋଲି କହିଥିଲେ। ମୁଖ୍ୟ ମନ୍ଦିରର ରକ୍ଷଣାବେକ୍ଷଣ, ବେଢ଼ାରେ କନ୍ଦା ପଥର କାମ ପୂର୍ଣ୍ଣାଙ୍ଗ ସହ ଆକର୍ଷଣୀୟ ଉନ୍ନୟନ ଆଦି କାମ କରାଯିବ। ସଂସ୍କୃତି ସମ୍ପନ୍ନ ସତ୍ୟବାଦୀର ବିକାଶ ରାଜ୍ୟ ସରକାରଙ୍କର ଦାୟିତ୍ୱ ବୋଲି ସେ କହିଥିଲେ। ସେହିପରି ପୁରୀର ମୁଖଶାଳା ସଦୃଶ ସତ୍ୟବାଦୀର ପ୍ରାରମ୍ଭ ଜାତୀୟ ରାଜପଥର ପଟ୍ଟନାୟିକିଆ ଛକରେ ସୁନ୍ଦର ତୋରଣ ଜରିଆରେ ଶ୍ରଦ୍ଧାଳୁଙ୍କୁ ସାକ୍ଷୀଗୋପାଳ ମନ୍ଦିରକୁ ସ୍ବାଗତ କରାଯିବା ସଙ୍ଗେସଙ୍ଗେ ସାକ୍ଷୀଗୋପାଳ ମନ୍ଦିରର ପ୍ରମୁଖ ପର୍ବ ଅଁଳାନବମୀ ପାଇଁ ରାଜ୍ୟ ଆଇନ ବିଭାଗ ପ୍ରତିବର୍ଷ ୨ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯିବ ବୋଲି ବିଧାୟକ ତଥା ମନ୍ଦିିର ଟ୍ରଷ୍ଟବୋର୍ଡର ସଭାପତି ଉମାକାନ୍ତ ସାମନ୍ତରାୟ ସଭାରେ ସୂଚନା ଦେଇଥିଲେ। ସାକ୍ଷୀଗୋପାଳ ରେଳ ଓଭରବ୍ରିଜ ନିର୍ମାଣ କରାଯିବା ସହ ବିସ୍ଥାପିତ ବ୍ୟବସାୟୀଙ୍କୁ ଏକ ମାର୍କେଟ କମ୍ପ୍ଲେକ୍ସରେ ଥଇଥାନ କରାଯିବା ବୋଲି ବିଧାୟକ ସମାନ୍ତରାୟ ପ୍ରତିଶ୍ରୁତି ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ କୁମାର ପ୍ରଧାନ ଯୋଗଦେଇଥିଲେ। ଏହି ଅବସରରେ ମନ୍ଦିର ସେବାୟତମାନଙ୍କୁ ଅତିଥିମାନେ କୋଭିଡ୍‌ ସହାୟତା ବାବଦରେ ବ୍ୟାଙ୍କ ଚେକ ପ୍ରଦାନ କରିଥିଲେ। ସଂଘର ସଭାପତି ରାମଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ର ମନ୍ଦିର, ବକୁଳବନ, ସମାଧିପୀଠ, ପାଠାଗାରର ବିକାଶ ସହ ମନ୍ଦିର ନିକଟରେ ଗୋଶାଳା ସ୍ଥାପନ ଆଦି ୧୦ ଦଫା ସମ୍ବଳିତ ସ୍ମାରକପତ୍ର ଅତିଥିଙ୍କୁ ପ୍ରଦାନ କରିଥିଲେ। ସେବାୟତ ସଂଘ ସଦସ୍ୟ ଜ୍ୟୋତି ଶଙ୍କର ଖୁଣ୍ଟିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଂଘ ପରିଚାଳନା ପରିଷଦ ସଦସ୍ୟ ରାମଚନ୍ଦ୍ର ନନ୍ଦ, ଉପସଭାପତି ଅଶୋକ ଖୁଣ୍ଟିଆ, ସହ ସମ୍ପାଦକ ସଞ୍ଜୟ ନନ୍ଦ ଓ କୋଷାଧ୍ୟକ୍ଷ ଭର୍ଗୋଦେବ କୋଠାରି ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ହାଇଦ୍ରାବାଦରେ ‘ଓଡ଼ିଶା ନିବେଶକ ସମ୍ମିଳନୀ’: ପ୍ରଥମ ଦିନରେ ମିଳିଲା ୧୯,୫୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୧୮ା୧୨: ହାଇଦ୍ରାବାଦରେ ଆୟୋଜିତ ଦୁଇ ଦିନିଆ ‘ଓଡ଼ିଶା ଇନଭେଷ୍ଟର ମିଟ୍’ର ପ୍ରଥମ ଦିନରେ ରାଜ୍ୟ ପାଇଁ ପୁଞ୍ଜିନିବେଶର ସୁଅ ଛୁଟିଛି। ଏହି ଅବସରରେ ଓଡ଼ିଶା ପ୍ରାୟ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri