Posted inଜାତୀୟ

ଦିଲ୍ଲୀ ପୋଲିସ ମାମଲା ଦାଏର କରିବା ପରେ ଗ୍ରେଟା କହିଲେ କିଛି ଭୟ ନାହିଁ

ନୂଆଦିଲ୍ଲୀ, ୫ା୨:ନଭେମ୍ବର ୨୬ରୁ ଦିଲ୍ଲୀର ସିଙ୍ଘୁ, ଟିକ୍ରି ଓ ଗାଜିପୁର ସୀମାରେ ଲକ୍ଷାଧିକ ଚାଷୀ କେନ୍ଦ୍ରର କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଡ଼ିବସିଛନ୍ତି। କୃଷକଙ୍କୁ ଦମନ କରିବାକୁ ଯାଇ ଦିଲ୍ଲୀ ପୋଲିସ କଣ୍ଟାର ତାରବାଡ଼ ଦେଇ ସିମେଣ୍ଟ କଂକ୍ରିଟ୍‌ରେ ଆନ୍ଦୋଳନସ୍ଥଳକୁ ଆବଦ୍ଧ କରିଛି। ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିଥିବା ଅନ୍ନଦାତାଙ୍କ ପ୍ରତି ପୋଲିସ ପ୍ରଶାସନର ଏପରି ବର୍ବର ବ୍ୟବହାରର ଚିତ୍ର ଅନ୍ତର୍ଜାତୀୟ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଛି। ଏହାକୁ ଦେଖି ବୁଧବାର ଅନ୍ତର୍ଜାତୀୟ ସ୍ତରରେ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଆମେରିକୀୟ ପପ୍‌ ଷ୍ଟାର ରିହାନାଙ୍କ ପରେ ସେହି ଦେଶର ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ଭାଣିଜୀ ତଥା ଓକିଲ ମୀନା ହାରିସ୍‌ ଓ ପର୍ନ ଷ୍ଟାର ମିଆ ଖଲିଫାଙ୍କ ସମେତ ଅନେକ ସେଲିବ୍ରିଟି ଚାଷୀ ଆନ୍ଦୋଳନ ସମର୍ଥନରେ ମତାମତ ଦେଇଥିଲେ। ଫଳରେ କଥା ଆଉ ଭାରତ ଭିତରେ ସୀମିତ ନ ରହି ଦରିଆପାରିକୁ ଗଲା। ଏପରି କି ବହିର୍ବ୍ୟାପାର ମନ୍ତ୍ରଣାଳୟକୁ ମଧ୍ୟ ଏଥିଲାଗି ସ୍ପଷ୍ଟୀକରଣ ଦେବାକୁ ପଡ଼ିଲା। ଫଳରେ ଗୁରୁବାର ଦିଲ୍ଲୀ ପୋଲିସ ଗ୍ରେଟାଙ୍କ ବିରୋଧରେ ଲୋକଙ୍କ ମଧ୍ୟରେ ଶତ୍ରୁତା ବଢ଼ାଇବା ଓ ଆପରାଧିକ ଷଡ଼ଯନ୍ତ୍ର କରିବା ଭଳି ଅଭିଯୋଗ ଆଣି ମାମଲା ରୁଜୁ କରିଛି। ଏହା ପରେ ମଧ୍ୟ ଗ୍ରେଟା ଆନ୍ଦୋଳନରତ ଚାଷୀଙ୍କ ପ୍ରତି ନିଜ ସମର୍ଥନ ଦୋହରାଇଛନ୍ତି। ସେ ଟୁଇଟ୍‌ କରି ଲେଖିଛନ୍ତି, ‘ମୁଁ ଏବେ ବି କୃଷକଙ୍କ ସହ ଅଛି ଏବଂ ସେମାନଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ସମର୍ଥନ କରୁଛି। ଘୃଣା, ବିରୋଧ ବା କୌଣସି ମାନବାଧିକାର ଉଲ୍ଲଂଘନ କାର୍ଯ୍ୟ ଏହାକୁ ବଦଳାଇପାରିବ ନାହିଁ’। କିନ୍ତୁ ମାମଲାରେ ଗ୍ରେଟାଙ୍କ ନାଁ ଉଲ୍ଲେଖ କରାଯାଇ ନ ଥିବା ଏବଂ କେବଳ ‘ଟୁଲ୍‌କିଟ୍‌’ ବିରୋଧରେ କେସ୍‌ ହୋଇଥିବା ଦିଲ୍ଲୀ ପୋଲିସ କହିଛି। ଅନ୍ତର୍ଜାତୀୟସ୍ତରରେ ଚାଷୀଙ୍କ ସମର୍ଥନରେ ବିଭିନ୍ନ ସେଲିବ୍ରିଟି ମତ ରଖୁଥିବାବେଳେ ଏହାକୁ ଭାଜପା ସମେତ ଭାରତୀୟ ସେଲିବ୍ରିଟିମାନେ ନିନ୍ଦା କରିବାରେ ଲାଗିଛନ୍ତି। ଅକ୍ଷୟ କୁମାର, ଅଜୟ ଦେବଗନ, କରନ ଜୋହର, କ୍ରିକେଟର ସଚିନ ତେନ୍ଦୁଲକର, ବିରାଟ କୋହଲି ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ସରକାରଙ୍କ ସପକ୍ଷରେ ସେମାନଙ୍କ ସ୍ବର ଉତ୍ତୋଳନ କରିଛନ୍ତି। ଏଥିସହ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଲେଖିଛନ୍ତି, ମିଥ୍ୟା ପ୍ରଚାର ପ୍ରସାର ଭାରତର ଭାଗ୍ୟ ସ୍ଥିର କରିପାରିବନି, କେବଳ ‘ପ୍ରଗତି’ ପାରିବ। ପ୍ରଗତି ହାସଲ ପାଇଁ ଭାରତ ଏକଜୁଟ ହେବ। ଅନ୍ୟପକ୍ଷରେ ଗ୍ରେଟାଙ୍କୁ ସମାଲୋଚନା କରି ଭାଜପା ଏମ୍‌ପି ମୀନାକ୍ଷୀ ଲେଖୀ କହିଛନ୍ତି, ‘ଗ୍ରେଟା ଥନବର୍ଗ ଜଣେ ପିଲା। ମୋ ହାତରେ ଥିଲେ ମୁଁ ନୋବେଲ ପୁରସ୍କାର ନୋମିନି ତାଲିକାରୁ ତାଙ୍କ ନାଁ ହଟାଇ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ବାଲ୍‌ ପୁରସ୍କାର ଧରେଇଥାନ୍ତି’।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri