Posted inଜାତୀୟ

କେବେ ଆସି ଦେଖନ୍ତୁ… ଭାରତକୁ ନର୍କକୁଣ୍ଡ କହିବାକୁ ନେଇ ଟ୍ରମ୍ପଙ୍କ ଉପରେ ତାତିଲା ଇରାନ

ମୁମ୍ବାଇ,୨୪।୪: ଭାରତକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବିବାଦୀୟ ବୟାନ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଇରାନ। ଟ୍ରମ୍ପ ଭାରତ ଏବଂ ଚାଇନାକୁ ‘ନର୍କକୁଣ୍ଡ’ ବୋଲି ଉଲ୍ଲେଖ କରିଛନ୍ତି। ଏହାର ଜବାବରେ ମୁମ୍ବାଇରେ ଅବସ୍ଥିତ ଇରାନୀ ଦୂତାବାସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଟ୍ରମ୍ପଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରାମର୍ଶ ଦେଇଛି। ଇରାନୀ ମିଶନ ଲେଖିଛି, ଟ୍ରମ୍ପଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମ ପଠାଯିବା ଉଚିତ; ଏହା ତାଙ୍କର ଅନାବଶ୍ୟକ ଯୁକ୍ତିକୁ ହ୍ରାସ କରିବ। କେବେ ଭାରତକୁ ଆସି ଦେଖନ୍ତୁ, ତା’ପରେ କଥା ହୁଅନ୍ତୁ। ପୋଷ୍ଟରେ ମହାରାଷ୍ଟ୍ରର ସୁନ୍ଦର ଫଟୋ ମଧ୍ୟ ସାମିଲ ଥିଲା।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ନିଜ ବିବାଦୀୟ ସୋସିଆଲ ମିଡିଆ ପୋଷ୍ଟ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଆମେରିକାରେ ଜନ୍ମଗତ ନାଗରିକତା ନିୟମକୁ ଶେଷ କରିବା ପାଇଁ ଅଭିଯାନ ଚଳାଇଥିବା ଟ୍ରମ୍ପ୍‌ ଜଣେ ରାଜନୈତିକ ସମୀକ୍ଷକ ମାଇକେଲ ସାଭେଜ୍‌ଙ୍କ ଲେଖାକୁ ନିଜ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଟ୍ରୁଥ୍‌ ସୋସିଆଲ’ରେ ଶେୟାର କରିଛନ୍ତି। ଉକ୍ତ ପୋଷ୍ଟରେ ଉଲ୍ଲେଖ କରାଯାଇଛି ଯେ, ଭାରତ ଓ ଚାଇନା ଭଳି ‘ନର୍କକୁଣ୍ଡ’ ସମାନ ଦେଶରୁ ଲୋକମାନେ କେବଳ ନାଗରିକତା ପାଇବା ଆଶାରେ ଆମେରିକା ଆସି ପିଲା ଜନ୍ମ କରୁଛନ୍ତି। ଏହି ନିୟମ ବଳରେ ସେହି ପିଲାମାନେ ସହଜରେ ଆମେରିକୀୟ ନାଗରିକ ହୋଇଯାଉଛନ୍ତି ଏବଂ ପରବର୍ତ୍ତୀ ସମୟରେ ସେମାନେ ନିଜର ପୂରା ପରିବାରକୁ ଆମେରିକା ନେଇ ଆସୁଛନ୍ତି।

ଆମେରିକା ସମ୍ବିଧାନର ୧୪ତମ ସଂଶୋଧନ ଅନୁଯାୟୀ, ଆମେରିକା ମାଟିରେ ଜନ୍ମିତ ଯେକୌଣସି ଶିଶୁ ସ୍ବାଭାବିକ ଭାବେ ସେଠାକାର ନାଗରିକତା ପାଇଥାଏ। ଟ୍ରମ୍ପ୍‌ ଏହି ନିୟମକୁ ରଦ୍ଦ କରିବାକୁ ଚାହୁଁଛନ୍ତି। ଟ୍ରମ୍ପ ଶେୟାର କରିଥିବା ପୋଷ୍ଟରେ କୁହାଯାଇଛି ଯେ, କାଲିଫର୍ନିଆର ଟେକ୍ନୋଲୋଜି କମ୍ପାନୀଗୁଡ଼ିକରେ ଭାରତୀୟ ଏବଂ ଚାଇନା ନାଗରିକଙ୍କ ପ୍ରାଧାନ୍ୟ ବଢ଼ିବାରେ ଲାଗିଛି, ଯାହା ସ୍ଥାନୀୟ ଆମେରିକୀୟଙ୍କ ପାଇଁ ସୁଯୋଗ କମାଉଛି। ଭାରତ ପରି ଏକ ସୁଦୃଢ଼ ଗଣତାନ୍ତ୍ରିକ ଏବଂ ରଣନୈତିକ ବନ୍ଧୁ ରାଷ୍ଟ୍ର ପାଇଁ ‘ନର୍କକୁଣ୍ଡ’ ଶବ୍ଦର ବ୍ୟବହାରକୁ ଅନେକ ବିଶେଷଜ୍ଞ ଏବଂ ଭାରତୀୟ-ଆମେରିକୀୟ ଗୋଷ୍ଠୀ ନିନ୍ଦା କରିଛନ୍ତି। ଟ୍ରମ୍ପଙ୍କ ଏହି ଆଭିମୁଖ୍ୟ ଯୋଗୁ ଆମେରିକାରେ ରହୁଥିବା ବହୁ ଲକ୍ଷ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ସୃଷ୍ଟି ହୋଇଛି। ଜନ୍ମଗତ ନାଗରିକତା ମାମଲା ଏବେ ଆମେରିକା ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ଯଦି ଟ୍ରମ୍ପଙ୍କ ଯୁକ୍ତି ଗ୍ରହଣ କରାଯାଏ, ତେବେ ଭବିଷ୍ୟତରେ ଆମେରିକାରେ ଭାରତୀୟଙ୍କ ପାଇଁ ନାଗରିକତା ପାଇବା କଷ୍ଟକର ହୋଇପଡ଼ିବ। ସାରା ବିଶ୍ୱ ଏବେ ଟ୍ରମ୍ପଙ୍କ ଏହି ‘ଆମେରିକା ଫାଷ୍ଟ୍‌’ ନୀତି ଏବଂ ଏହା ଦ୍ୱାରା ଭାରତ-ଆମେରିକା ସମ୍ପର୍କରେ ପଡ଼ୁଥିବା ପ୍ରଭାବ ଉପରେ ନଜର ରଖିଛି।

ଟ୍ରମ୍ପ୍‌ଙ୍କ ଏହି ପୋଷ୍ଟର କଡ଼ା ଜବାବ ଦେଇ ଇରାନ୍‌ ଦୁଇ ଦେଶର ସପକ୍ଷରେ ବାହାରିଛି। ଇରାନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତି ଜାରି କରାଯାଇ କୁହାଯାଇଛି ଯେ, ଭାରତ ଏବଂ ଚାଇନା ହେଉଛନ୍ତି ବିଶ୍ୱର ସବୁଠାରୁ ପୁରାତନ ଏବଂ ସମୃଦ୍ଧ ସଭ୍ୟତା, ଯେଉଁମାନେ ମାନବ ଇତିହାସରେ ଅତୁଳନୀୟ ଅବଦାନ ଦେଇଛନ୍ତି। ଟ୍ରମ୍ପଙ୍କ ପୋଷ୍ଟରେ ‘ନର୍କକୁଣ୍ଡ’ ଶବ୍ଦର ବ୍ୟବହାର ତାଙ୍କ ‘ଅହଂକାର ଏବଂ ଐତିହାସିକ ଜ୍ଞାନର ଅଭାବ’କୁ ସୂଚାଉଛି। ଅନ୍ୟପକ୍ଷରେ ଭାରତ ସରକାର ଏହି ମାମଲାରେ ଏକ ସତର୍କ ଏବଂ କୂଟନୈତିକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବହିର୍ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲ କହିଛନ୍ତି, ଭାରତ ଏହି ରିପୋର୍ଟଗୁଡ଼ିକୁ ଦେଖିଛି। କିନ୍ତୁ ବିରୋଧୀ ଦଳ କଂଗ୍ରେସ ଏହାକୁ ‘ଅତ୍ୟନ୍ତ ଅପମାନଜନକ ଏବଂ ଭାରତ-ବିରୋଧୀ’ କହି କଡ଼ା ନିନ୍ଦା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁକରବର୍ଗଙ୍କୁ ଅଲ୍ଟିମେଟମ ଦେଲେ ସରକାର: କ୍ଷମା ମାଗ ନଚେତ୍‌…

ନୂଆଦିଲ୍ଲୀ,୫।୮: ଫେସବୁକରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ ଡିଲିଟ କରିବା ସମ୍ପର୍କରେ ସଂସଦୀୟ କମିଟି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ସୂତ୍ର ଅନୁଯାୟୀ, ଯୋଗାଯୋଗ ଏବଂ ସୂଚନା…

ଏଭଳି କାମ କରିବାକୁ ଯାଉଛନ୍ତି ଶେଖ ହାସିନା, ଶୁଣିକି ଛାନିଆ ହେଲା ବାଂଲାଦେଶ, ଭାରତ କହିଲା…

ଢାକା,୫।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଏକ ନୂଆ ପଦକ୍ଷେପ ଢାକାରେ ଚହଳ ସୃଷ୍ଟି କରିଛି। ଭାରତରେ ଆଶ୍ରୟ ନେଇଥିବା ଶେଖ ହାସିନା ଦୁଇ ବର୍ଷ…

ବ୍ଲକ୍‌ ଅଫିସରେ ଚାଲିଛି ପିସି କାରବାର: ଡ୍ରେନ୍‌ କାମର ବିଲ୍‌ କରିଦେବା ପାଇଁ…

ଖଡ଼ିଆଳ,୫ା୮ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ୍‌ କାର୍ଯ୍ୟାଳୟରେ ପିସି କାରବାର ହେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କଠାରୁ ଅଫିସ କର୍ମଚାରୀ…

୧୮ ବର୍ଷର ଛାତ୍ର ହେଲେ କଲେଜ ପ୍ରଫେସର: ଭାଙ୍ଗିଗଲା ୩୦୬ ବର୍ଷର ପୁରୁଣା ରେକର୍ଡ

ଯେଉଁ ବୟସରେ ଅଧିକାଂଶ ଛାତ୍ର ସେମାନଙ୍କର କଲେଜ ଶିକ୍ଷା ଆରମ୍ଭ କରୁଛନ୍ତି, ସେହି ବୟସରେ ଆମେରିକାର ଜଣେ ଯୁବକ କଲେଜ ପ୍ରଫେସର ଭାବରେ ଛାତ୍ରମାନଙ୍କୁ ପାଠ ପଢ଼ାଉଛନ୍ତି।…

RBIର ବଡ଼ ନିଷ୍ପତ୍ତି, ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌; ଋଣଗ୍ରାହକଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୫।୮: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ମୌଦ୍ରିକ ନୀତି କମିଟି (MPC) ବୈଠକ ପରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆରବିଆଇ ରେପୋ ରେଟ୍‌କୁ ୫.୨୫ ପ୍ରତିଶତରେ…

ଭାଙ୍ଗିଲା କେନାଲ: ଉଜୁଡିଲା ଚାଷୀଙ୍କ ଫସଲ

ରିଷିଡା,୫।୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ଉତେଇ ଜଳସେଚନ ବିଭାଗ ପକ୍ଷରୁ କର୍ଲାମୁଣ୍ଡା ବ୍ଲକ ରାଜପୁର ଗ୍ରାମର ଭୋରପଡା( ଆର ୧) ସବମାଇନର କେନାଲ ବିଭିନ୍ନ ସ୍ଥାନରେ ନୂତନ…

ଜନ୍ତର-ମନ୍ତରରେ ଆନ୍ଦୋଳନ ପଛରେ ପାକିସ୍ତାନର ଷଡ଼ଯନ୍ତ୍ର! ହେଲା ବଡ଼ ପର୍ଦ୍ଦାଫାଶ, ISI ମଡ୍ୟୁଲର ୯ ଲୋକ…

ନୂଆଦିଲ୍ଲୀ,୫।୮: ଅମୃତସର କମିଶନରେଟ ପୋଲିସ ଆଇଏସଆଇ (ISI) ସମର୍ଥିତ ଦୁଇଟି ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ କରିଛି ଏବଂ ଏହି ମାମଲାରେ ମୋଟ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ…

ଆନାଲଗ ପନିର ବ୍ୟାନ୍‌: ଜାଣନ୍ତୁ ଏହା କ’ଣ

ମୁମ୍ବାଇ,୫।୮: ଜନସ୍ବାସ୍ଥ୍ୟକୁ ପ୍ରାଥମିକତା ଦେଇ ମହାରାଷ୍ଟ୍ର ସରକାର ରାଜ୍ୟ ମଧ୍ୟରେ ଆନାଲଗ ପନିର(ନକଲି କିମ୍ବା ନନ୍‌-ଡାୟରୀ ପନିର) ଉତ୍ପାଦନ, ବିକ୍ରୟ, ରଖିବା, ପରିବହନ ଏବଂ ବଣ୍ଟନ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri