ଛାତ୍ରୀଛାତ୍ରଙ୍କ ଉପରୁ କମିବ ଚାପ

ଅନୁଗୋଳ ଅଫିସ, ୨୩।୧: ମହାମାରୀ କୋଭିଡ୍‌-୧୯ ବଦଳାଇ ଦେଇଛି ପଢ଼ା ସହ ପରୀକ୍ଷା ବ୍ୟବସ୍ଥା। ବିଶେଷକରି ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ କ୍ଷେତ୍ରରେ ନିଆଯାଇଛି ବହୁ ନୂଆ ପଦକ୍ଷେପ। ଦୀର୍ଘ ୯ ମାସର ଅନ୍‌ଲାଇନ୍‌ କ୍ଲାସ ପରେ ଏବେ ୧୦୦ ଦିନିଆ ଅଫ୍‌ଲାଇନ୍‌ କ୍ଲାସ କରିବାକୁ ସ୍କୁଲ ଆସୁଛନ୍ତି ଏହି ଛାତ୍ରୀଛାତ୍ର। ମେ’ରେ ମାଟ୍ରିକ ପରୀକ୍ଷା ପୂର୍ବରୁ ପାଠ୍ୟକ୍ରମ ଶେଷ ସହ ସମସ୍ତ ପ୍ରସ୍ତୁତି ସାରିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ସରକାରଙ୍କ ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ଦଶମ ଶ୍ରେଣୀ ପିଲାଙ୍କ ପାଇଁ ବଡ଼ ଆଶ୍ୱାସନା ପାଲଟିଛି। କୋର୍ସରେ କାଣ୍ଟଛାଣ୍ଟ, ଫର୍ମପୂରଣ ଫି’ ଛାଡ଼ ପରେ ସମ୍ଭାବ୍ୟ ପ୍ରଶ୍ନୋତ୍ତରକୁ ନେଇ ପ୍ରସ୍ତୁତ କରାଯାଉଥିବା ‘ପରୀକ୍ଷା ଦର୍ପଣ’ ଛାତ୍ରୀଛାତ୍ରଙ୍କୁ ବଣ୍ଟନ କରିବାକୁ ସରକାର ଘୋଷଣା କରିଛନ୍ତି। ଏହାକୁ ପିଲା ଓ ଅଭିଭାବକ ମହଲରେ ସ୍ବାଗତ କରାଯାଇଥିବା ବେଳେ ନିଜ ସ୍କୁଲରେ ପରୀକ୍ଷା କେନ୍ଦ୍ର ଏବଂ କମ୍‌ ନମ୍ବରର ପରୀକ୍ଷା ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି ଏବେ ପିଲାଙ୍କୁ ଚାପମୁକ୍ତ କରିବାର ପଥ ଉନ୍ମୁକ୍ତ କରିଦେଇଛି। ଅନୁଗୋଳ ଜିଲାର ଦଶମ ଶ୍ରେଣୀ ଛାତ୍ରୀଛାତ୍ରମାନେ ଏପରି ବ୍ୟବସ୍ଥାକୁ ନେଇ ବେଶ୍‌ ଖୁସି ବୋଲି କହିଛନ୍ତି।
ଅନୁଗୋଳ ଜିଲାରେ ଚଳିତବର୍ଷ ୧୮ ହଜାର ୨ଶହ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଦେବେ। ସରକାର ଏ ନେଇ ତାରିଖ ଘୋଷଣା କରିସାରିଥିବାରୁ ପିଲାମାନେ ସେମାନଙ୍କ ପ୍ରସ୍ତୁତି ଚଳାଇଛନ୍ତି। ନିୟମିତ ସ୍କୁଲ ଆସିବା ସହ ଅନ୍‌ଲାଇନ୍‌ କ୍ଲାସ ବେଳେ ଯାହା କିଛି ଦ୍ୱନ୍ଦ୍ୱ ଥିଲା ତାହାକୁ ଦୂର କରିବାରେ ଲାଗି ପଡ଼ିଛନ୍ତି। ମହାମାରୀ ସମୟରେ ପାଠ ଯେପରି ବୋଝ ନ ପାଲଟେ ସେଥିପାଇଁ ସରକାରଙ୍କ ପକ୍ଷରୁ ମଧ୍ୟ ନାନା ପଦକ୍ଷେପ ନିଆଯାଉଛି। ପୂର୍ବରୁ ପାଠ୍ୟକ୍ରମ ହ୍ରାସ କରାଯାଇଥିବା ବେଳେ ଏବେ ୧୦୦ ବଦଳରେ ୮୦ ନମ୍ବରର ପରୀକ୍ଷା କରାଯିବ ବୋଲି ସ୍ଥିର କରାଯାଇଛି। ଏଥିରେ ୫୦ ମାର୍କ ଅବ୍‌ଜେକ୍‌ଟିଭ, ୩୦ ମାର୍କ ସବ୍‌ଜେକଟିଭ୍‌ ପ୍ରଶ୍ନ ରହିବ। ସରକାରଙ୍କ ପ୍ରଦତ୍ତ ପରୀକ୍ଷା ଦର୍ପଣ ପିଲାଙ୍କୁ ଭଲ ଫଳାଫଳ ଆଣିବାରେ ସହାୟକ ହୋଇପାରିବ। ସେହିପରି ଅଢ଼େଇ ଘଣ୍ଟା ପରିବର୍ତ୍ତେ ପରୀକ୍ଷା ସମୟକୁ ୨ ଘଣ୍ଟାକୁ କମାଇ ଦିଆଯାଇଛି। ଅନ୍ୟ ସ୍କୁଲରେ ସେଣ୍ଟର କରାଗଲେ କୋଭିଡ୍‌ ନିୟମ ପାଳନ ଠିକ୍‌ ଭାବେ ହୋଇପାରିବ ନାହିଁ ବୋଲି ସରକାର ନିଶ୍ଚିତ ହେବା ପରେ ନିଜ ସ୍କୁଲରେ ହିଁ ଚଳିତବର୍ଷ ପିଲାମାନେ ମାଟ୍ରିକ୍‌ ପରୀକ୍ଷା ଦେବେ ବୋଲି ଘୋଷଣା କରାଯାଇଛି। ଏହାକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖାଦେଇଛି।

ପ୍ରସ୍ତୁତି ପାଇଁ ସୁବିଧା ହେଲା
ସରକାର ପରୀକ୍ଷା ଦର୍ପଣ ଯୋଗାଇଦେଲେ ଏହା ପ୍ରସ୍ତୁତିରେ ସର୍ବାଧିକ ସହାୟକ ହେବ। ପୂର୍ବରୁ ଅନ୍‌ଲାଇନ୍‌ କ୍ଲାସ ଓ ଏବେ ମାତ୍ର ୧୦୦ ଦିନର ସ୍କୁଲ ପାଠପଢ଼ାରେ ଯେଉଁ ଅଭାବ ଛାତ୍ରୀଛାତ୍ରମାନେ ଅନୁଭବ କରୁଥିଲେ ତାହା ଏହି ପୁସ୍ତିକା ପୂରଣ କରିପାରିବ।
-ଅଙ୍କିତା ପ୍ରଧାନ, ଛାତ୍ରୀ
ଭୟ ରହିବ ନାହିଁ
କରୋନା ସମୟରେ ନିଜ ସ୍କୁଲକୁ ଆସିବାକୁ ଭୟ ଲାଗୁଥିଲା। ପରୀକ୍ଷା ପାଇଁ ଅନ୍ୟ କେଉଁଠିକୁ ଯିବାକୁ ଥିବାରୁ ଚିନ୍ତା ବଢ଼ିଯାଇଥିଲା। ଯାହାହେଉ ସରକାର ଛାତ୍ରୀଛାତ୍ରଙ୍କ ସୁରକ୍ଷା କଥା ବିଚାର କରି ନିଜ ସ୍କୁଲରେ ପରୀକ୍ଷା ଦେବାର ବ୍ୟବସ୍ଥା କରିଛନ୍ତି। ଏହା ଆମ ଭୟକୁ ଦୂର କରିଦେଇଛି।
-ଜ୍ୟୋତ୍ସ୍ନାରାଣୀ ଦାସ, ଛାତ୍ରୀ
ଭଲ ନମ୍ବର ଆସିବ
ମାଟ୍ରିକ୍‌ ପରୀକ୍ଷା ଓ ପ୍ରସ୍ତୁତିକୁ ନେଇ ପୂର୍ବରୁ ମନରେ ବହୁ ଦ୍ୱନ୍ଦ୍ୱ ଥିଲା। ହେଲେ ସରକାର ଯୋଗାଇ ଦେବାକୁ ଥିବା ପରୀକ୍ଷା ଦର୍ପଣ ଆମକୁ ଆଶ୍ୱସ୍ତ କରିଛି। ଗୋଟିଏ ବହିରେ ସମସ୍ତ ବିଷୟର ପ୍ରଶ୍ନୋତ୍ତର ଥିବାରୁ ପଢ଼ିବା ସହଜ ହେବ। ପରୀକ୍ଷାରେ ଭଲ ନମ୍ବର ଆଣିବାର ଆଶା ବଢ଼ିଯାଇଛି।
-ବାବା ଚନ୍ଦ୍ରଶେଖର ପ୍ରଧାନ, ଛାତ୍ର
ଚିନ୍ତା ଦୂର କରିଛନ୍ତି ସରକାର
ପାଠପଢ଼ା, ଫର୍ମପୂରଣ ଫି’ ସହ ପରୀକ୍ଷା ସମସ୍ୟା ନେଇ ଛାତ୍ରୀଛାତ୍ର ଓ ଅଭିଭାବକମାନଙ୍କ ମଧ୍ୟରେ ଯେଉଁ ଚିନ୍ତା ଥିଲା ତାହା ସରକାର ଦୂର କରିଛନ୍ତି। ପରୀକ୍ଷା ଦର୍ପଣ ପୁସ୍ତିକା ଯୋଗାଇବା ଓ ନିଜ ସ୍କୁଲରେ ପରୀକ୍ଷା ଦେବା ସମ୍ପର୍କିତ ସରକାରଙ୍କ ନିଷ୍ପତ୍ତି ନିଶ୍ଚିତ ସ୍ବାଗତଯୋଗ୍ୟ।
-ଜୀବନଜ୍ୟୋତି ଦେହୁରୀ, ଛାତ୍ର
ସମସ୍ୟା ସରଳ ହୋଇଗଲା
ଏଥର ଆଉ ବିଭିନ୍ନ ଟେଷ୍ଟ ପେପର ଆଣି ପଢ଼ିବାକୁ ପଡ଼ିବ ନାହିଁ। କେବଳ ଗୋଟିଏ ପୁସ୍ତକ ଯଥେଷ୍ଟ ହେବ। ଏହାକୁ ଭଲ ଭାବେ ଅଭ୍ୟାସ କରିଦେଲେ ପରୀକ୍ଷା ଦେବାକୁ ଉତ୍ସାହ ଓ ଆତ୍ମବିଶ୍ୱାସ ବଢ଼ିଯିବ। ଏଥିସହ ନିଜ ବିଦ୍ୟାଳୟରେ ପରୀକ୍ଷା ବ୍ୟବସ୍ଥା ସମସ୍ୟାକୁ ଆହୁରି ସରଳ କରିଦେଲା।
-ଲକ୍ଷ୍ମୀପ୍ରିୟା ସାହୁ, ଛାତ୍ରୀ
ମାନସିକ ସନ୍ତୁଳନ ଠିକ୍‌ ରହିବ
ନିଜ ସ୍କୁଲ ହୋଇଥିବାରୁ କରୋନା ନିୟମାବଳୀ ପାଳନ କରି ପରୀକ୍ଷା ଦେବୁ। ଠିକ୍‌ ସମୟରେ ପହଞ୍ଚିବା ସହ ଚାପମୁକ୍ତ ହୋଇ ଉତ୍ତର ଲେଖିପାରିବୁ। ପ୍ରସ୍ତୁତି ପାଇଁ ସମୟ ଓ ସୁବିଧା ସରକାର ଯୋଗାଇଥିବାରୁ ଛାତ୍ରୀଛାତ୍ରଙ୍କ ମାନସିକ ସନ୍ତୁଳନ ମଧ୍ୟ ଭଲ ରହିବ।
-ମାମାଲି ଖୁଣ୍ଟିଆ, ଛାତ୍ରୀ
ପରୀକ୍ଷାକୁ ଶୃଙ୍ଖଳିତ କରିବ
ସରକାରଙ୍କ ପକ୍ଷରୁ ମାଗଣାରେ ଯୋଗାଇ ଦେବାକୁ ଥିବା ପ୍ରଶ୍ନ, ଉତ୍ତର ସମ୍ବଳିତ ପୁସ୍ତିକା ପରୀକ୍ଷା ଦର୍ପଣ ଆମ ପାଇଁ ଅଧିକ ସହାୟକ ହେବ। ଏବେ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ସରକାର ଠିକ୍‌ ସମୟରେ ସେଣ୍ଟର ସମ୍ପର୍କରେ ନିଷ୍ପତ୍ତି ନେଇଛନ୍ତି। ଏହା ପରୀକ୍ଷାକୁ ଅଧିକ ଶୃଙ୍ଖଳିତ କରିବ।
-ରାମନାରାୟଣ ମହାପାତ୍ର, ଛାତ୍ର
ସରକାରଙ୍କ ପଦକ୍ଷେପକୁ ସ୍ବାଗତ
ଚଳିତବର୍ଷ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ଅଭିନବ ପଦକ୍ଷେପମାନ ଗ୍ରହଣ କରାଯାଉଛି। ଏହା ପିଲାଙ୍କ ମନୋବଳକୁ ଯଥେଷ୍ଟ ବଢ଼ାଇବ। ସେମାନେ ଖୁସିର ସହ ପରୀକ୍ଷା ଦେଇପାରିବେ ଓ ଭଲ ଫଳାଫଳ ମଧ୍ୟ ଆଣିପାରିବେ।
-ବିଜୟ କୁମାର ନନ୍ଦ, ପ୍ରଧାନ ଶିକ୍ଷକ, ଅନୁଗୋଳ ଉଚ୍ଚ ବିଦ୍ୟାଳୟ


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri