Posted inଖେଳ

ଆଇପିଏଲ୍‌-୧୪: ସ୍ମିଥ୍‌ଙ୍କୁ ଛାଡ଼ିଲା ରାଜସ୍ଥାନ, ସାମସନ ଅଧିନାୟକ

ନୂଆଦିଲ୍ଲୀ,୨୧।୧(ପି.ଟି.): ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଫ୍ରାଞ୍ଚାଇଜ୍‌ଗୁଡିକ ଅଣ୍ଡର ପରଫର୍ମର ଖେଳାଳିମାନଙ୍କୁ ଛାଡିଛନ୍ତି। ଏନେଇ ଦଳଗୁଡିକ ରିଲିଜ୍‌ ତାଲିକା ପ୍ରକାଶିତ କରିଛନ୍ତି। କେତେକ ସୁପରଷ୍ଟାରଙ୍କୁ ଦଳଗୁଡିକ ଛାଡିଥିବା ବେଳେ ଯୁବ ଖେଳାଳିମାନଙ୍କୁ ବଜାୟ ରଖିଛନ୍ତି। ଅଷ୍ଟ୍ରେଲିଆ ପୂର୍ବତନ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ରାଜସ୍ଥାନ ରୟାଲ୍ସ ଛାଡିଥିବା ବେଳେ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କୁ ଅଧିନାୟକ ନିଯୁକ୍ତ କରିଛି। ସେହିପରି ଚେନ୍ନାଇ ସୁପର କିଙ୍ଗ୍ସ ଅଭିଜ୍ଞ ବ୍ୟାଟ୍ସମ୍ୟାନ ସୁରେଶ ରାଇନାଙ୍କୁ ବଜାୟ ରଖିଥିବା ବେଳେ ବରିଷ୍ଠ ସ୍ପିନର ହରଭଜନ ସିଂଙ୍କୁ ରିଲିଜ୍‌ କରିଛି।
ଆଇପିଏଲ୍‌ର ଆଗାମୀ ୧୪ତମ ସଂସ୍କରଣ ପାଇଁ ଖେଳାଳିମାନଙ୍କ ରିଟେନ (ବଜାୟ) ଓ ଛାଡିବା (ରିଲିଜ) ତାଲିକା ଦାଖଲ କରିବାକୁ ଫ୍ରାଞ୍ଚାଇଜଗୁଡିକୁ କୁହାଯାଇଥିଲା। ଏ ନେଇ ବୁଧବାରକୁ ଡେଡ୍‌ ଲାଇନ୍‌ ବା ଶେଷ ତାରିଖ ଧାର୍ଯ୍ୟ କରାଯାଇଥିଲା।
ଆଇପିଏଲ୍‌ର ବ୍ରାଣ୍ଡ ଭାଲ୍ୟୁରେ ବୃଦ୍ଧି ହୋଇଛି ା ଏହି ଲିଗ୍‌ରେ ପ୍ରତିବର୍ଷ ଉନ୍ନତି ହେବାର ଲାଗିଛି। ତେଣୁ ନେତୃତ୍ୱକୁ ନେଇ ମଧ୍ୟ ପ୍ରତିବର୍ଷ ବିଚାର କରାଯିବା ଅପରିହାର୍ଯ୍ୟ ହୋଇପଡିଛି। ତେଣୁ ସ୍ଥାନୀୟ ଭାରତୀୟ ଖେଳାଳିଙ୍କୁ ଅଧିନାୟକ ନିଯୁକ୍ତ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଛି ବୋଲି ରାଜସ୍ଥାନ ମାଲିକ ମନୋଜ ବଡାଲେ କହିଛନ୍ତି। ରାଜସ୍ଥାନରେ ସାମସନ ଡେବ୍ୟୁ କରିଥିଲେ। ଗତ ୮ ବର୍ଷ ମଧ୍ୟରେ ସେ ବହୁତ ଉନ୍ନତି କରିଛନ୍ତି। ତେଣୁ ଆଗାମୀ ୨୦୨୧ ସେସନରେ ସେ ରାଜସ୍ଥାନର ନେତୃତ୍ୱ ନେବାକୁ ଯୋଗ୍ୟ ବୋଲି ମନୋଜ କହିଛନ୍ତି। ଅନ୍ୟପେଟ ସ୍ମିଥ୍‌ଙ୍କ ଚୁକ୍ତି ୨୦୨୦ ଅକ୍ଟୋବରରେ ଶେଷ ହୋଇଛି। ତେଣୁ ତାଙ୍କୁ ରିଲିଜ୍‌ କରାଯାଇଛି। ସେହିପରି ବିସ୍ଫୋରକ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସଓ୍ବେଲ ଓ ଓପନର ଆରୋନ ଫିଞ୍ଚ୍‌ଙ୍କୁ ଯଥାକ୍ରମେ କିଙ୍ଗ୍ସ ଏକାଦଶ ପଞ୍ଜାବ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ରିଲିଜ୍‌ କରିଛନ୍ତି। ସେହିପରି ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର ସେଲଡନ କଟ୍ରେଲ, ଆଫଗାନିସ୍ତାନ ଖେଳାଳି ମୁଜିବ- ଉର- ରହମାନ ଓ ନ୍ୟୁଜିଲାଣ୍ଡର ଜିମ୍ମି ନିଶାମଙ୍କୁ ମଧ୍ୟ ପଞ୍ଜାବ ରିଲିଜ କରିଛି। ନିଶାମ ଆଙ୍ଗୁଠିରେ ଆସ୍ତ୍ରୋପଚାର କରାଇଛନ୍ତି। ସେହିପିର ଶ୍ରୀଲଙ୍କା ଅଭିଜ୍ଞ ଦ୍ରୁତ ବୋଲର ଲାସିଥ ମାଲିଙ୍ଗାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ରିଲିଜ କରିଛି। ସେହିପରି କେଦାର ଯାଦବ, ପୀୟୂଷ ଚାଓ୍ବଲା ଓ ମୁରଲୀ ବିଜୟଙ୍କୁ ମଧ୍ୟ ଚେନ୍ନାଇ ଛାଡିଛି। ଶେରଫାନ୍‌ ରଦରଫୋର୍ଡଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜାସନ ରଏ, ଉଇକେଟକିପର ଆଲେକ୍ସ କାରେ, ଲେଗ୍‌ ସ୍ପିନର ସନ୍ଦୀପ ଲାମିଚେନ ଓ ଦ୍ରୁତ ବୋଲର ମୋହିତ ଶର୍ମାଙ୍କ ବିନା ଏଥର ପଡିଆକୁ ଓହ୍ଲାଇବ। ମାଲିଙ୍ଗା ମୁମ୍ବାଇର ବିଜୟଧାରାରେ ସାମିଲ ରହିଆସୁଥିଲେ ମଧ୍ୟ ଗତବର୍ଷ ବ୍ୟକ୍ତିଗତ କାରଣରୁ ଦଳରେ ଯୋଗ ଦେଇ ନ ଥିଲେ। ସେହିପରି ସ୍ମିଥ୍‌ଙ୍କ ନେତୃତ୍ୱରେ ପ୍ରଥମ ଚାମ୍ପିୟନ ରାଜସ୍ଥାନ ରୟାଲ୍ସ ଗତ ସଂସ୍କରଣରେ ତାଲିକାର ଶେଷରେ ରହିଥିଲା। ସେ ୧୪ଟି ମ୍ୟାଚ୍‌ ଖେଳି ୧୩୧ ଷ୍ଟାଇକ ୍‌ରେଟ୍‌ରେ ୩୧୧ ରନ ସଂଗ୍ରହ କରିଥିଲେ। ଏଥିରେ ୩ଟି ଅର୍ଦ୍ଧଶତକ ସାମିଲ ରହିଥିଲା। ୨୦୧୮ ଆଇପିଏଲ ପୂର୍ବରୁ ଏକମାତ୍ର ଖେଳାଳିଭାବେ ସ୍ମିଥ୍‌ ୧୨.୫ କୋଟି ଟଙ୍କା ମୂଲ୍ୟରେ ବଜାୟ ରହିଥିଲେ। ଏହି ବର୍ଷ ସେ ଦଳର ଅଧିନାୟକ ନିଯୁକ୍ତ ହୋଇଥିଲେ। କିନ୍ତୁ ଗତବର୍ଷ ଦଳର ଖରାପ ପ୍ରଦର୍ଶନ ପାଇଁ ତାଙ୍କ ମୁଣ୍ଡ ଉପରେ ଖଣ୍ଡା ଝୁଲୁଥିଲା। ନେତୃତ୍ୱ ପାଇଥିବାରୁ ସାମସନ ଖୁସି ଜାହିର କରିଛନ୍ତି। ଏଥିପାଇଁ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି। ସେହିପରି ବ୍ୟାଟିଂରେ ସୁଧାର ଆଣିବାକୁ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ରାଇନାଙ୍କୁ ବଜାୟ ରଖିଛି। ଗତବର୍ଷ ରାଇନା ବ୍ୟକ୍ତିଗତ କାରଣରୁ ହଠାତ ଦଳ ଛାଡି ସମସ୍ତଙ୍କୁ ଚକିତ କରିଥିଲେ। ୩ଥର ଟାଇଟଲ ଜିତିଥିବା ଚେନ୍ନାଇ ପ୍ରଥମଥର ପାଇଁ ଗତଥର ସପ୍ତମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା। ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ମାର୍କସ ଷ୍ଟୋଇନିସଙ୍କୁ ବଜାୟ ରଖିଛି। ଗତ ସଂସ୍କରଣରେ ଷ୍ଟୋଇନିସ୍‌ ଦମ୍‌ଦାର ପ୍ରଦର୍ଶନ କରିଥିଲେ। ୧୪୮.୫୨ ଷ୍ଟ୍ରାଇକରେଟ୍‌ ଓ ୨୫.୧୪ ଆଭରେଜରେ ସେ ମିଡଲ ଅର୍ଡରରେ ବ୍ୟାଟିଂ କରି ୩୫୨ ରନ ସଂଗ୍ରହ କରିଥିଲେ। ବୋଲିଂରେ ସେ ୯.୫୩ ଇକୋନୋମିରେ ୧୩ଟି ଉଇକେଟ ଅକ୍ତିଆର କରିଥିଲେ।
ବୁଧବାର ପୂର୍ବରୁ ଚେନ୍ନାଇ ପାଖରେ ଏବେ ଆଉ ମାତ୍ର ୧୫ ଲକ୍ଷ ଟଙ୍କା ବାକି ରହିଛି। ଅନ୍ୟପଟେ ପଞ୍ଜାବ ପାଖରେ ୧୬.୫ କୋଟି ଟଙ୍କା ବାକି ରହିଛି। ବୁଧବାର ପୂର୍ବରୁ ଜାରି ହୋଇଥିବା ତାଲିକା ଅନୁସାରେ ରାଜସ୍ଥାନ ପାଖରେ ୧୪.୭୫ କୋଟି ଟଙ୍କା, ସନରାଇଜର୍ସ ହାଇଦ୍ରାବାଦ ପାଖରେ ୧୦.୧, ଦିଲ୍ଲୀ ପାଖରେ ୯ କୋଟି, କୋଲକାତା ନାଇଟ ରାଇଡର୍ସ ପାଖରେ ୮.୫ କୋଟି, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଖରେ ୬.୪ ଓ ମୁମ୍ବାଇ ପାଖରେ ୧.୯୫ କୋଟି ଟଙ୍କା ବାକି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ ମନ୍ଥର ଗତିରେ ଚାଲିଛି ଧାନକିଣା

ଭବାନୀପାଟଣା,୨୦।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଧାନର ଅଭାବୀ ବିକ୍ରି ଦେଖିବାକୁ ମିଳିଛି। ଜିଲାରେ ଗତ ନଭେମ୍ବର ୨୯ରୁ ଖରିଫ ଧାନ ପାଇଁ ମଣ୍ଡି ଶୁଭାରମ୍ଭ...

ପୁଣିଥରେ ଭାରତକୁ ବଡ଼ ଝଟକା ଦେଲା ଚାଇନା! ଟ୍ରମ୍ପଙ୍କ ଟାରିଫ ମଧ୍ୟରେ ଗୋଟିଏ ବର୍ଷରେ ଦ୍ୱିତୀୟ ଥର ପହଞ୍ଚିଲା…

ବେଜିଂ,୨୦।୧୨: ଚାଇନା ପୁଣିଥରେ ଭାରତ ବିରୁଦ୍ଧରେ ବିଶ୍ୱ ବାଣିଜ୍ୟ ସଂଗଠନ (WTO) ପାଖକୁ ଯାଇଛି। ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା (ICT) ଉତ୍ପାଦ ଉପରେ ଲାଗୁ...

ହିନ୍ଦୁ ଯୁବକଙ୍କ ଉପରେ ଅତ୍ୟାଚାର ମାମଲାରେ ବାଂଲାଦେଶରେ ୭ ଗିରଫ, ବହୁ ଚର୍ଚ୍ଚା ପରେ ଶେଷରେ ନଇଁଲେ ୟୁନୁସ ସରକାର

ଢାକା,୨୦।୧୨: ବାଂଲାଦେଶର ମୈମନସିଂ ଜିଲାରେ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି। ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ...

ଗ୍ରାମ୍ୟ ଜଙ୍ଗଲ ଜମିରେ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ

ମହାକାଳପଡ଼ା,୨୦ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ପେଟଛେଲା ଗାଁରେ ୨୪ ଏକର ସରକାରୀ ଗ୍ରାମ୍ୟ ଜଙ୍ଗଲ ଜମିରେ...

ଆଜି ୨୦୨୫ର ଶେଷ ୨୦ ତାରିଖ, ପଡୁଛି ଅଶୁଭ ଯୋଗ; ରାତି ଭିତରେ ଘଟିଯିବ…

ଏହି ବର୍ଷର ଶେଷ ୨୦ ତାରିଖ, ଅର୍ଥାତ ୨୦ ଡିସେମ୍ୱର, ୨୦୨୫ ରେ ଏକ ଅତ୍ୟନ୍ତ ଅଶୁଭ ଯୋଗ ସୃଷ୍ଟି ହେଉଛି, ଯାହା ଯୋଗୁଁ ଲୋକମାନଙ୍କୁ...

ମଣ୍ଡି ଖୋଲିବା ଦାବିରେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଲେ ଚାଷୀ

ବଲାଙ୍ଗୀର,୨୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ଅଧିକାଂଶ ମଣ୍ଡି ଏ ଯାଏ ଖୋଲିପାରିନାହିଁ। ଯାହା ଫଳରେ ଚାଷୀମାନେ ଧାନ ବିକ୍ରି କରି ନ ପାରି ହଇରାଣ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…

ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri