ମୂର୍ତ୍ତି ନିଶାରେ ମୁନା

ପରଜଙ୍ଗ, ୧୮।୧(ଡି.ଏନ.ଏ.): ମାଟି ହେଉ କି ମାର୍ବଲ। ବ୍ରୋଞ୍ଜ ହେଉ କି ଗ୍ରାନାଇଟ୍‌ ଅବା ଫାଇଭର। ତାଙ୍କ ହାତ ସ୍ପର୍ଶରେ ଜୀବନ୍ତ ରୂପ ନିଏ ନିର୍ଜୀବ ସାମଗ୍ରୀ। ପେନ୍‌ସିଲ ଧରି ଗାରେଇ ଦେଲେ ଝଲସି ଉଠେ ଅବିକଳ ମୁହଁଟେ। ସହର ଗଳିରେ ଝଟକୁଥିବା ମହାପୁରୁଷ ହୁଅନ୍ତୁ ଅବା ଶ୍ମଶାନରେ ସ୍ମୃତିରକ୍ଷା ପାଇଁ ସ୍ମାରକୀ। ସବୁଠି ତାଙ୍କ ହାତ ତିଆରି କଳା କାରିଗରିର ଝଲକ। ଅନାୟାସରେ ମାଟିକୁ ଜୀବନ୍ୟାସ ଦେଇପାରୁଥିବା ଏଭଳି ଜଣେ କାରିଗର ହେଲେ ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବାରିହାପୁର ଗ୍ରାମର ମାନସ ରଞ୍ଜନ ସାହୁ ଓରଫ୍‌ ମୁନା। ନିଜ ଅଞ୍ଚଳର ବେକାର ଯୁବତୀଯୁବକଙ୍କୁ ପ୍ରଶିକ୍ଷଣ ଦେଇ ସ୍ବାବଲମ୍ବୀ କରିବାକୁ ଲକ୍ଷ୍ୟ ରଖିଥିବା ଏହି ଯୁବ ଶିଳ୍ପୀଙ୍କୁ ନେଇ ଏବେ ଅଞ୍ଚଳରେ ଚର୍ଚ୍ଚା।
ପିଲାଟି ଦିନରୁ ମାଟି-କାଦୁଅ, ପେନ୍‌ସିଲ-କାଗଜ ସହ ବନ୍ଧୁ ବାନ୍ଧିଥିବା ମୁନା ସମୟକ୍ରମେ ଏବେ ପ୍ରତିଷ୍ଠିତ ମୂର୍ତ୍ତି କାରିଗର। ସ୍କୁଲ ଦିନରୁ ନିଜ ସାଙ୍ଗସାଥିଙ୍କୁ ଦେଖି ମାତ୍ର କେଇ ମିନିଟ୍‌ ମଧ୍ୟରେ ସେ ଆଙ୍କି ଦେଉଥିଲେ ଅବିକଳ ଚିତ୍ର। ସହପାଠୀ, ବନ୍ଧୁବାନ୍ଧବଙ୍କଠାରୁ ସାଉଁଟୁଥିଲେ ଢେର ପ୍ରଶଂସା, ଯାହା ତାଙ୍କୁ ଏତେ ବାଟ ଆଣିପାରିଛି। ମୁନାଙ୍କ ଶିକ୍ଷାଗତ ଯୋଗ୍ୟତା ଭିଜୁଆଲ ଆର୍ଟରେ ସ୍ନାତକ। ଗଁା ସ୍କୁଲରେ ମାଟ୍ରିକ୍‌, ନାଲ୍‌କୋନଗରରେ ଯୁକ୍ତ ଦୁଇ, ପବିତ୍ରନଗରରେ ଯୁକ୍ତ ୩ପାସ୍‌ କରିବା ପରେ ଭୁବନେଶ୍ୱରସ୍ଥିତ ଧଉଳି ଚାରୁକଳା ମହାବିଦ୍ୟାଳୟରେ ସେ ନାମ ଲେଖାଇଥିଲେ। ୨୦୧୭ରେ ସେଠାରୁ ପାସ୍‌ କରି ନିଜ ଉଦ୍ୟମରେ ନିଜ ନାମରେ ଆରମ୍ଭ କରିଥିଲେ ‘ମୁନା ଫାଇନ୍‌ ଆର୍ଟ’। ଏହି ସମୟରେ ଅନୁଗୋଳ ଜିଲା ମୁକବଧିର ବିଦ୍ୟାଳୟରେ ଚୁକ୍ତିଭିତ୍ତିକ ଭାବେ ୩ ମାସ ଚାକିରି କରିଥିଲେ। ହେଲେ ମାଟି ମୋହ ତାଙ୍କୁ ପୁଣି ଟାଣି ଆଣିଥିଲା ଗଁାକୁ। ଏହାପରେ ସେ ପୁନର୍ବାର ମୂର୍ତ୍ତିଗଢ଼ିବା ଆରମ୍ଭ କଲେ। ମାର୍ବଲ, ବ୍ରୋଞ୍ଜ, ଗ୍ରାନାଇଟ୍‌, ଫାଇବର ପ୍ରତିମୂର୍ତ୍ତି ଅର୍ଡର ରଖିବା ସହ ଲୋକଙ୍କୁ ସୁଲଭ ମୂଲ୍ୟରେ ଯୋଗାଇବାକୁ ଲାଗିଲେ। ଫଳରେ ଖୁବ୍‌ କମ୍‌ ଦିନରେ ସେ ଜିଲାରେ ପରିଚିତ ହୋଇପାରିଛନ୍ତି। ମୁନାଙ୍କ ହାତତିଆରି ମୂର୍ତ୍ତିର ଦାମ ୫୦୦୦ରୁ ଆରମ୍ଭ କରି ୪୦,୦୦୦ ଟଙ୍କା ଯାଏ ରହିଛି। ଗ୍ରାମର ୪-୫ ଜଣଙ୍କୁ ଏହି କାମରେ ନିୟୋଜିତ କରି ରୋଜଗାରକ୍ଷମ କରାଇପାରିଛନ୍ତି। କଳାକାରିଗରି ପ୍ରତି ରୁଚି ରଖୁଥିବା ଛାତ୍ରୀଛାତ୍ରଙ୍କୁ ସପ୍ତାହରେ ଦୁଇଦିନ ଦେୟମୁକ୍ତ ପ୍ରଶିକ୍ଷଣ ମଧ୍ୟ ଦେଉଛନ୍ତି।
ଏ ସଂକ୍ରାନ୍ତରେ ମୁନା କୁହନ୍ତି, କଳାର ଆଦର ସବୁବେଳେ ରହିଛି। ବିଶେଷ କରି ଗ୍ରାମାଞ୍ଚଳରେ ମୂର୍ତ୍ତିକାରଙ୍କ ଆଦର ସ୍ବତନ୍ତ୍ର। ପ୍ରୋତ୍ସାହନ ମିଳିଲେ ବହୁ ଯୁବତୀଯୁବକ ରୋଜଗାରକ୍ଷମ ହୋଇପାରନ୍ତେ। ଏଥିଲାଗି ସରକାର ଗୁରୁତ୍ୱଦେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା

ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଚାଳକ…

ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...

ପେଟ୍ରୋଲ ପମ୍ପ ପାଇଁ ଶହଶହ  ଟ୍ରିପ୍‌ ବାଲି ଚେରି: ଉପ ଜିଲାପାଳ କହିଲେ…

ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍‌ ମାଟି ଚୋରି ହୋଇଛି। ୫୩...

ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଯୋଗ ଦେଲେ…

ପରଜଙ୍ଗ, ୫।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବିଶ୍ୱେଶ୍ୱର ବିଦ୍ୟାପୀଠ ମୁଣ୍ଡେଇଲୋଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛ। ଏହି ପ୍ରଦର୍ଶନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri