୫୪୦୦ କୋଟି ପୁଞ୍ଜିନିବେଶକୁ ଅନୁମୋଦନ

ଭୁବନେଶ୍ୱର, ୬ା୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୨୫ ତମ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି (ଏଚ୍‌ଏଲ୍‌ସିଏ)ବୈଠକରେ ମେଟାଲ, ସିମେଣ୍ଟ ଓ ପେଟ୍ରୋକେମିକାଲ ଭଳି ୫୩୫୮.୨୪ କୋଟି ଟଙ୍କାର ୩ଟି ବୃହତ୍‌ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏଥିରେ ୩୬୬୭ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଅନୁମୋଦିତ ହୋଇଥିବା ୩ଟି ପ୍ରକଳ୍ପ ମଧ୍ୟରୁ ଯାଜପୁର କଳିଙ୍ଗ ନଗରଠାରେ ୟାଜଦାନୀ ଷ୍ଟିଲ୍‌ ଓ ପାଓ୍ବାର ଲିମିଟେଡ୍‌ ଇଣ୍ଡିଗ୍ରେଟେଡ ଷ୍ଟିଲ୍‌ ପ୍ଲାଣ୍ଟକୁ ୦.୦୭ ନିୟୁତ ଟନ୍‌ରୁ ୧.୧୯ ନିୟୁତ ଟନ୍‌କୁ ସମ୍ପ୍ରସାରଣ କରିବ। ଏଥିରେ ୨୪୧୫ କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ୨୮୬୭ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିପରି ସୁନ୍ଦରଗଡ଼ ଜିଲାର ତେଲିଘଣା ଠାରେ ଶିବା ସିମେଣ୍ଟ ପକ୍ଷରୁ ୧୫୨୩.୨୪ କୋଟି ଟଙ୍କାର ଅତିରିକ୍ତ କ୍ଲିଙ୍କର ୧.୩୨ ନିୟୁତ ଟନ୍‌ ଏବଂ ସିମେଣ୍ଟ ୧.୦୫ ନିୟୁତ ଟନ୍‌ର ପ୍ରକଳ୍ପ ସ୍ଥାପନ କରାଯିବ। ସେଥିରେ ୬୦୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଜଗତ୍‌ସିଂହପୁର ଜିଲାର ପାରାଦୀପ ଠାରେ ନୁମଲିଗଡ ରିଫାଇନେରି ଲିମିଟେଡ(ଏନ୍‌ଆର୍‌ଏଲ୍‌) ପକ୍ଷରୁ ୧୪୨୦ କୋଟି ପୁଞ୍ଜିନିବେଶରେ ଅଶୋଧିତ ତୈଳ ଟର୍ମିନାଲ ସ୍ଥାପନ କରାଯିବ। ଏଥିରେ ୨୦୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ।
ଏଚ୍‌ଏଲ୍‌ସିଏ ବୈଠକ ପୂର୍ବରୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲ ଓ୍ବିଣ୍ଡୋ କ୍ଲିୟରାନ୍ସ ଅଥରିଟି(ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ) ମେଟାଲ, ସାର, ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ ଆଦି ୧୦୮୫.୦୮ କୋଟି ଟଙ୍କାର ୫ଟି ପ୍ରକଳ୍ପକୁ ଅନୁମୋଦନ କରିଛିି। ଏଥିରେ ୯୬୪ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳି ପାରିବ। ଜଗତ୍‌ସିଂହପୁର ଜିଲା ପାରାଦୀପ ଠାରେ ଇଣ୍ଡିଆନ ଫାର୍ମର୍ସ ଫର୍ଟିଲାଇଜର କୋଅପରେଟିଭ ଲିମିଟେଡ(ଇଫ୍‌କୋ)ବାର୍ଷିକ ୬,୬୦,୦୦୦ ମେଟ୍ରିକ ଟନ୍‌ର ସଲଫ୍ୟୁରିକ ଏସିଡ୍‌ ପ୍ରକଳ୍ପର ସମ୍ପ୍ରସାରଣ କରିବ। ଏଥିରେ ଇଫ୍‌କୋ ୪୦୦ କୋଟି ବିନିଯୋଗ କରିବା ବେଳେ ୨୧ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ପଟ୍ଟନାୟକ ମିନେରାଲ ଦ୍ୱାରା ସୁନ୍ଦରଗଡ଼ରେ ୨୪୩ କୋଟି ବ୍ୟୟରେ ଫେରୋ ମାଙ୍ଗାନିଜ, ସିଲିକୋ ମାଙ୍ଗାନିଜ, ମାଙ୍ଗାନିଜ ବେନିଫିକେଶନ ଏବଂ ଆଇରନ ଓର ବେନିଫିକେଶନ ପ୍ଲାଣ୍ଟ ସ୍ଥାପନ କରାଯିବ। ଏଥିରେ ୧୫୬ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳି ପାରିବ। ସେହିପରି ସମ୍ବଲପୁର ଜିଲାର ବାମରା ଠାରେ ପ୍ରିମିୟର ଆଲ୍‌କୋ ବେଭ୍‌ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଦୈନିକ ୨୫୦ କିଲୋଲିଟର ଗ୍ରେନ ବେସଡ୍‌ ଡିଷ୍ଟିଲେରି ୟୁନିଟ୍‌ ସ୍ଥାପନ କରାଯିବ। ଏଥିସହିତ ୫.୫୦ ମେଗାଓ୍ବାଟ ପାଓ୍ବାର ପ୍ଲାଣ୍ଟ ସ୍ଥାପନ କରିବ। ଏଥିରେ ୨୭୫ କୋଟି ଟଙ୍କାର ପୁଞ୍ଜିନିବେଶ ହେବା ସହିତ ୩୦୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳି ପାରିବ। ସେହିପରି କଟକ ଜିଲାର ମୁଣ୍ଡଳୀ ଠାରେ କଟକ ଏଗ୍ରିଭେଟ ପକ୍ଷରୁ ଦୈନିକ ୧୧୬ ଲିଟର କ୍ଷମତାବିଶିଷ୍ଟ ଗ୍ରେନ ବେସଡ୍‌ ଡିଷ୍ଟିଲେରି ପ୍ଲାଣ୍ଟ ଏବଂ ପ୍ରତି ମାସରେ ୧ ଲକ୍ଷ ବଟ୍‌ଲିଂ ପ୍ଲାଣ୍ଟ ସ୍ଥାପନ କରାଯିବ। ଏ ବାବଦରେ କମ୍ପାନୀ ୧୧୨.୫୦ କୋଟି ଟଙ୍କାର ପୁଞ୍ଜିନିବେଶ କରିବା ସହ ୩୬୭ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ପୁରୀ ଜିଲା ପିପିଲି ଜସୁଆପୁରଠାରେ ଏସ.ଜେ. ଡେଭଲପର ଆଣ୍ଡ ହାଉସିଂ ପ୍ରାଇଭେଟ ଲିମିଟେଡ ପକ୍ଷରୁ ୫୪.୫୮ କୋଟି ଟଙ୍କା ବ୍ୟୟରେ ଏକ ୪ ତାରକା ହୋଟେଲ କମ୍‌ ରିସର୍ଟ ନିର୍ମାଣ କରାଯିବ। ଏଥିରେ ୧୨୦ ଜଣଙ୍କୁ ନିଯୁକ୍ତି ମିଳିପାରିବ। ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଥିବା ବେଳେ ରାଜ୍ୟର ଶିଳ୍ପ ଅଭିବୃଦ୍ଧି ପାଇଁ ଅଧିକାରୀମାନଙ୍କୁ ପ୍ରଶଂସା କରିଥିଲେ।
ରାଜ୍ୟରେ ୨୦୨୦ ଫେବୃୟାରୀରୁ ଏ ପର୍ଯ୍ୟନ୍ତ୧,୧୯,୨୧୪ କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଛି। ସର୍ବାଧିକ ପୁଞ୍ଜିନିବେଶ ସ୍ଥଳ ଭାବେ ଲଗାତର ଓଡ଼ିଶା ସର୍ବାଗ୍ରେ ରହିଛି। ଇନ୍‌ଭେଷ୍ଟ ଇଣ୍ଡିଆ ଏବଂ ବିଶ୍ୱବ୍ୟାଙ୍କ ଦ୍ୱାରା କରାଯାଇଥିବା ସର୍ଭେ ଅନୁଯାୟୀ ଦେଶର ୨୦ଟି ଷ୍ଟେଟ ଇନ୍‌ଭେଷ୍ଟ ପ୍ରମୋଶନ ଏଜେନ୍ସି (ଆଇପିଏ)ଙ୍କ ମଧ୍ୟରେ ୯୮ ପ୍ରତିଶତ ସ୍କୋର କରି ଇପିକଲ ନିକଟରେ ଟପ୍‌ ପରଫର୍ମର ଭାବେ ପୁରସ୍କୃତ ହୋଇଛି। ସର୍ଭେରେ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ନେଇ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

ଚାନ୍ଦବାଲି ଲଜ୍ଜା: ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏନେଇ ଉତ୍ତେଜନା ଦେଖାଯାଇଥିବା...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri