ଖଣ୍ଡପଡ଼ା ବନାଞ୍ଚଳରେ ୪ ହଜାରରୁ ଊର୍ଦ୍ଧ୍ୱ ପକ୍ଷୀ

ଖଣ୍ଡପଡ଼ା,୬ା୧(ସ୍ବ.ପ୍ର.): ଚଳିତବର୍ଷ ଖଣ୍ଡପଡ଼ା ବନାଞ୍ଚଳ ପକ୍ଷରୁ ପକ୍ଷୀଗଣନା ଶେଷ ହୋଇଛି। ନୟାଗଡ଼ ବନଖଣ୍ଡ ସହକାରୀ ସଂରକ୍ଷକ ଆର.ବି. ମହାନ୍ତିଙ୍କ ନେତୃତ୍ୱରେ ୪ଟି ସ୍ଥାନରେ ପକ୍ଷୀଗଣନା କରାଯାଇଥିଲା। ଏହି ଗଣନାରେ ବନାଞ୍ଚଳରେ ମୋଟ ୪ହଜାର ୪୯୫ ବିଭିନ୍ନ ପ୍ରଜାତିର ପକ୍ଷୀ ଆସିଥିବା ଜଣାପଡିଛି। ୨୦୨୦ ଜାନୁୟାରୀ ୩ରେ ହୋଇଥିବା ଗଣନା ଅନୁଯାୟୀ ଗତବର୍ଷ ୧୦ ହଜାରରୁ ଊର୍ଦ୍ଧ୍ୱ ବିଭିନ୍ନ ପ୍ରଜାତିର ପକ୍ଷୀ ଏହି ବନାଞ୍ଚଳକୁ ଆସିଥିଲେ। ଗତବର୍ଷ ତୁଳନାରେ ଚଳିତବର୍ଷ ୫୦ ପ୍ରତିଶତ କମ୍‌ ପକ୍ଷୀ ଆସିଛନ୍ତି।
ପକ୍ଷୀଗଣନାରେ ଖଣ୍ଡପଡା ବନାଞ୍ଚଳ ଅଧିକାରୀ ଶ୍ରୀଧର ପଣ୍ଡା, ବନପାଳ ସନ୍ଧ୍ୟାରାଣୀ ନାୟକଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ। ଭାପୁର ବ୍ଲକ୍‌ ଅଧୀନ ବୋରଗାଁ ଓ ତେନ୍ତୁଳିଆପଲ୍ଲୀ ପାଟ, ସିଧାମୂଳା ପଞ୍ଚାୟତ ଅନ୍ତର୍ଗତ ଅକୁରାସର ଜଳାଶୟ, ଖଣ୍ଡପଡା ସହର ଉପକଣ୍ଠ ସୁନାମୁହିଁ ପରିବେଶ ପର୍ଯ୍ୟଟନ ସ୍ଥଳୀରେ ପକ୍ଷୀଗଣନା କରାଯାଇଥିଲା। ଚଳିତବର୍ଷ ବିଭିନ୍ନ ଜଳାଶୟରେ ଦେଶୀ ଓ ବିଦେଶୀ ପ୍ରଜାତିର ପକ୍ଷୀଙ୍କ ସମାଗମ ହୋଇଥିବା ଖଣ୍ଡପଡା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। ଚଳିତବର୍ଷ ବୋରଗାଁ ପାଟକୁ ସର୍ବାଧିକ ୩,୫୦୦ ପକ୍ଷୀ ଆସିଥିବା ବେଳେ ତେନ୍ତୁଳିଆପଲ୍ଲୀ ପାଟକୁ ୪୨୫, ଅକୁରାସରକୁ ୨୫୦ରୁ ଊର୍ଦ୍ଧ୍ୱ ଓ ସୁନାମୁହିଁ ଜଳାଶୟକୁ ୩୨୦ରୁ ଊର୍ଦ୍ଧ୍ୱ ପକ୍ଷୀ ଆସିଥିବା ଜଣାପଡିଛି। ବିଭିନ୍ନ ସ୍ଥାନରେ ପକ୍ଷୀମାନେ କିଭଳି ସୁରକ୍ଷିତ ବିଚରଣ କରିପାରିବେ, ସେଥିପାଇଁ ବନ ବିଭାଗ ପକ୍ଷରୁ କଡ଼ାସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବନାଞ୍ଚଳ ଅଧିକାରୀ ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ଆସନ୍ତା ୨୭-୨୮ରେ ବୁଢ଼ାଡଙ୍ଗର ଲୋକ ମହୋତ୍ସବ: ସମ୍ମାନୀତ ହେବେ…ଯୋଗ ଦେବେ ବଲିଉଡ ସହ…

କେସିଙ୍ଗା,୨୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅଗ୍ରଣୀ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ବିଏସ୍‌ଏ କାର୍ଯ୍ୟାଳୟ ପରିସରରେ ବୁଧବାର ସାରେ ଏକ...

‘ଲୋକେ ସଚେତନ ହେଲେ ଲୋପ ପାଇବ କୁସଂସ୍କାର’; ୩୬ତମ ବାର୍ଷିକ ଉତ୍ସବରେ…

ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସରସତୀ ଶିଶୁ ବିଦ୍ୟା ମନ୍ଦିର (ଡିହପଢାଳ) ର ୩୬ ତମ ବାର୍ଷିକ ଉତ୍ସବ ମଙ୍ଗଳବାର ସାଂରେ ପାଳିତ ହୋଇଯାଇଛି।...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ବଢୁଛି କୃଷି ଉତ୍ପାଦନ: କୃଷକ ଉତ୍ପାଦକ ସଂଘ କ୍ଷେତ୍ର ପରିଦର୍ଶନ କରି…

ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ନେଉଛନ୍ତି। ଯୁବଚାଷୀଙ୍କୁ କୃଷି କ୍ଷେତ୍ର...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri