ଟୋକିଓ, ୨୫ା୧୨ (ଏପି)-ଟୋକିଓ ଅଲିମ୍ପିକ୍ସର ସମସ୍ତ ୬୮ ଘରୋଇ ପ୍ରାୟୋଜକ ସେମାନଙ୍କ ଚୁକ୍ତି ମିଆଦକୁ ଆସନ୍ତା ବର୍ଷକୁ ବୃଦ୍ଧି କରିବା ଲାଗି ରାଜି ହୋଇଛନ୍ତି। ଗେମ୍ସର ଆୟୋଜକଗଣ ଗୁରୁବାର ଏ ବିଷୟରେ ସୂଚନା ଦେଇଛନ୍ତି। କୋଭିଡ୍ ପାଇଁ ସ୍ଥଗିତ ରହିଥିବା ଟୋକିଓ ଅଲିମ୍ପିକ୍ସକୁ ଆସନ୍ତା ବର୍ଷ ଘୁଞ୍ଚାଇ ଦିଆଯାଇଛି। ବିଳମ୍ବ ଯୋଗୁ ବଜେଟ ବୃଦ୍ଧି ପାଇବା ସ୍ବାଭାବିକ। ନୂତନ ଆର୍ଥିକ ଅବଦାନ ଯୋଗୁ ୨୨ ବିଲିୟନ ୟେନ ଅବା ୨୧୦ ନିୟୁତ ଡଲାର ବୃଦ୍ଧି ପାଇଥିବା ଜାପାନ ଆୟୋଜକ କମିଟି ସଭାପତି ୟୋଶିରୋ ମୋରି କହିଛନ୍ତି। ଘରୋଇ ପ୍ରାୟୋଜକମାନେ ଇତିମଧ୍ୟରେ ରେକର୍ଡ ୩.୩ ବିଲିିୟନ ଦେଇ ସାରିଛନ୍ତି। ନୂଆ ଆର୍ଥିକ ଅବଦାନ ଏହାର ପରିମାଣ ୩.୫ ବିଲିୟନ ଡଲାରକୁ ଅତିକ୍ରମ କରିଯାଇଛି। ଯେକୌଣସି ଅଲିମ୍ପିକ୍ସ ତୁଳନାରେ ଟୋକିଓ ଗେମ୍ସରେ ୨ରୁ ୩ ଗୁଣା ଅଧିକ ଖର୍ଚ୍ଚ ହେଉଛି। ଆୟୋଜକ କମିଟି ସିଇଓ ତୋଶିରୋ ମୁତୋ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ବହୁ କମ୍ପାନୀଙ୍କ ଆର୍ଥିକ ସ୍ଥିତି ଭଲ ନାହିଁ। ଏହା ସତ୍ତ୍ୱେ ସେମାନେ ନୂଆ ଚୁକ୍ତି ପାଇଁ ରାଜି ହୋଇଛନ୍ତି। ଏଥିପାଇଁ ସେମାନଙ୍କୁ ବାଧ୍ୟ କରାଯାଇ ନାହିଁ। କରୋନା ଯୋଗୁ ଗେମ୍ସକୁ ଘୁଞ୍ଚାଇ ଦିଆଯିବାରୁ ଅଫିସିଆଲ ବଜେଟ ୨.୮ବିଲିୟନ ବୃଦ୍ଧି ପାଇ ୧୫.୪ ବିଲିୟନ ଡଲାରରେ ପହଞ୍ଚତ୍ଛି। ସରକାରୀ ଅଡିଟ୍ରେ କୁହାଯାଇଛି ଟୋକିଓ ଗେମ୍ସର ମୋଟ ଖର୍ଚ୍ଚ ୨୫ ବିଲିୟନ ଡଲାର ପାଖାପାଖି ପହଞ୍ଚତ୍ୟାଇପାରେ। ଏଥିରେ ସାଧାରଣ ଜନତାଙ୍କର ୬.୭ ବିଲିୟନ ଡଲାର ରହିଛି।
F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍ଲାରେନ୍ର ୧୭ ବର୍ଷର ଅପେକ୍ଷା ଶେଷ
ଆବୁଧାବି,୭ା୧୨: ଫର୍ମୁଲା ୱାନ୍ର ରୋମାଞ୍ଚକର ଶେଷ ରେସ୍ରେ ମ୍ୟାକ୍ଲାରେନ୍ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...
ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା
କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍...
ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ
କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...
ବାରବାଟୀ T20: ମ୍ୟାଚ୍ ଦେଖବାକୁ ଆସୁଥିଲେ ଏସବୁ ସ୍ଥାନରେ କରନ୍ତୁ ପାର୍କିଂ
କଟକ,୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ବାରବାଟୀରେ ଆୟୋଜିତ ହେବାକୁ ଥିବା T20 ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଉଭୟ ଦଳକୁ କଡ଼ା...
ଇନ୍ଷ୍ଟାଗ୍ରାମରେ ପରସ୍ପରକୁ ଅନ୍ଫଲୋ କଲେ ପଲାଶ-ସ୍ମୃତି
ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...
ବାରବାଟୀରେ ହେବ ଜୋର୍ଦାର ଲଢ଼େଇ: ଭୁବନେଶ୍ୱରରେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍
ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍ର ଖେଳାଳିମାନେ। ଆସନ୍ତା ୯ ତାରିଖ ଅର୍ଥାତ୍ ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଉଭୟ ଦେଶର ଖେଳାଳିଙ୍କ...
ସ୍ମୃତି ମନ୍ଧାନାଙ୍କ ପୋଷ୍ଟ ପରେ ବଡ଼ ଖୁଲାସା କଲେ ପଲାଶ! କହିଲେ ଆକ୍ସନ ନେବି…
ନୂଆଦିଲ୍ଲୀ,୭।୧୨: କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ବିବାହ ଚର୍ଚ୍ଚାରେ ଏବେ ଫୁଲଷ୍ଟପ ପଡିଛିି। ସ୍ମୃତି ଏବଂ ପଲାଶଙ୍କ ବିବାହ ବହୁତ ଦିନ...
ବିବାହକୁ ନେଇ ଶେଷରେ ମୁହଁ ଖୋଲିଲେ ସ୍ମୃତି ମନ୍ଧାନା, କହିଲେ ପଲାଶଙ୍କ ସହ…
ନୂଆଦିଲ୍ଲୀ,୭।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ତାଙ୍କ ବିବାହକୁ ନେଇ ଚାଲିଥିବା...
Archives


