Posted inଫୁରସତ

୧୧ ବର୍ଷ ବୟସରୁ ଯୋଗ କରୁଥିବା ଜଗ୍ଗି ବାସୁଦେବ ଏବେ ସଦ୍‌ଗୁରୁ: ଜାଣନ୍ତୁ ଆଧ୍ୟାତ୍ମ୍ୟ ପଥରେ କିଭଳି ଥିଲା ତାଙ୍କ ଯାତ୍ରା

ଯୋଗ ଏବଂ ଧ୍ୟାନର ପ୍ରଚାରକ ହେଲେ ଜଗ୍ଗି ବାସୁଦେବ ଓରଫ ସଦ୍‌ଗୁରୁ। ସେ ଇଶା ଫାଉଣ୍ଡେଶନର ସଂସ୍ଥାପକ ମଧ୍ୟ। ଏହି ଅନୁଷ୍ଠାନ ସାମାଜିକ କଲ୍ୟାଣ ଦିଗରେ କାର୍ଯ୍ୟ କରିଆସୁଛି। ଯୋଗର ପ୍ରଚାର-ପ୍ରସାର କରିବା ଫାଉଣ୍ଡେଶନର ମୁଖ୍ୟ ଉଦ୍ଦେଶ୍ୟ। ଅନେକଙ୍କ ଗୁରୁ ସାଜିଥିବା ସଦ୍‌ଗୁରୁଙ୍କ ଗୁରୁ କିଏ ବୋଲି ଅନେକ ସମୟରେ ପ୍ରଶ୍ନ ଉଠେ।

କର୍ନାଟକର ମୈସୁର ସହରରେ ପିଲାଦିନୁ ରହିଆସୁଥିଲେ ସଦ୍‌ଗୁରୁ। ତାଙ୍କ ଘର ପାଖରେ ଘନ ଜଙ୍ଗଲ ଥିଲା। ଯେତେବେଳେ ଇଚ୍ଛା ହେଉଥିଲା ସେ ଜଙ୍ଗଲକୁ ଚାଲି ଯାଉଥିଲେ ଏବଂ କିଛି ଦିନ ପରେ ଫେରି ଆସୁଥିଲେ। ଜଙ୍ଗଲରେ ସେ ଗଛ ଉପରେ ବସି ରହୁଥିଲେ। ପ୍ରକୃତି କୋଳରେ ସେ ବେଶ୍‌ ଖୁସି ଅନୁଭବ କରୁଥିଲେ। ଦିନେ ସେ ଚାମୁଣ୍ଡି ପାହାଡ଼ ଉପରେ ବସିଥିବା ବେଳେ ହଠାତ ଭିନ୍ନ ଅନୁଭବ କରିଥିଲେ। ଶରୀରରୁ ସେ ଅଲଗା ହୋଇଯାଇଥିବା ଏବଂ ତାଙ୍କ ବିସ୍ତାର ସମସ୍ତ ପ୍ରକୃତି ରୂପରେ ହୋଇଥିବା ଭଳି ତାଙ୍କୁ ଅନୁଭୂତି ହୋଇଥିଲା। ଖୋଲା ଆଖିରେ ଏଭଳି ଅନୁଭବକୁ ବୁଝିବାକୁ ତାଙ୍କୁ କିଛି ସମୟ ଲାଗିଥିଲା। ଏହା ତାଙ୍କୁ ଆନନ୍ଦିତ କରିଥିଲା। ପରେ କିଛି ଦିନ ବ୍ୟତିରେକ ସେହିଭଳି ହେବାକୁ ଲାଗିଲା। ଏଥିଯୋଗୁ ତାଙ୍କର ମାନସିକତା ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଆସିଥିଲା। ପରମାନନ୍ଦ ଭଳି ଲାଗୁଥିବା ଅନୁଭବକୁ ବଢ଼ାଇବା ପରେ ସେ ରାଘବେନ୍ଦ୍ର ରାଓଙ୍କଠାରୁ ଯୋଗ ଶିକ୍ଷା କରିଥିଲେ। ଫଳରେ ତାଙ୍କର ଆତ୍ମ ଅନୁଭୂତି ଆହୁରୀ ଅଧିକ ବଢ଼ିବାକୁ ଲାଗିଲା। ଏହାକୁ ବାଣ୍ଟିବା ପାଇଁ ବାକି ତକ ଜୀବନ ଲୋକଙ୍କ ସେବାରେ ଲଗାଇବା ପାଇଁ ସେ ନିଶ୍ଚିତ କରିଥିଲେ। ଏହି ସଙ୍କଳ୍ପ ନେଇ ସେ ଇଶା ଫାଉଣ୍ଡେଶନର ମୂଳଦୁଆ ପକାଇଥିଲେ।

ବର୍ତ୍ତମାନ ସରେ ଭାରତ ସମେତ ଅନେକ ଦେଶରେ ଫାଉଣ୍ଡେଶନ ପକ୍ଷରୁ ଯୋଗ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଇଂଲଣ୍ଡ, ଲେବନାନ, ଆମେରିକା, ସିଂଗାପୁର, ଅଷ୍ଟ୍ରେଲିଆ ଆଦି ଦେଶରେ ଏହା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri