୫ବର୍ଷର ଧର୍ମପଦ ପୁରସ୍କାର, ଶିଳ୍ପୀ ସମ୍ବର୍ଦ୍ଧନା ଘୋଷଣା

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଓଡିଶା ଲଳିତ କଳା ଏକାଡେମୀ ପକ୍ଷରୁ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ ‘ଧର୍ମପଦ ପୁରସ୍କାର’ ୫ବର୍ଷ ପାଇଁ ଘୋଷଣା କରାଯାଇଛି। ଏହାସହ ଏକାଡେମୀ ତରଫରୁ ସମ୍ବର୍ଦ୍ଧିତ ହେବାକୁ ଥିବା ଶିଳ୍ପୀଙ୍କ ନାମ ମଧ୍ୟ ଘୋଷଣା ହୋଇଛି। ୨୦୧୬ରୁ ୨୦୨୦ ପର୍ଯ୍ୟନ୍ତ ୫ଜଣ ବିଶିଷ୍ଟ ଶିଳ୍ପୀ ଧର୍ମପଦ ପୁରସ୍କାର ପାଇବେ। ସେହିଭଳି ୨୫ଜଣଙ୍କୁ ‘ଶିଳ୍ପୀ ସମ୍ବର୍ଦ୍ଧନା’ ମିଳିବ।
୨୦୧୬ ପାଇଁ ବରିଷ୍ଠ ଚିତ୍ରଶିଳ୍ପୀ ବନବିହାରୀ ପରିଡା, ୨୦୧୭ ପାଇଁ ବିଶିଷ୍ଟ ସ୍ଥପତି ଶ୍ୟାମ ସୁନ୍ଦର ପଟ୍ଟନାୟକ, ୨୦୧୮ ପାଇଁ ଜଗଦ୍ଦୀଶ ଚନ୍ଦ୍ର କାନୁନ୍‌ଗୋ, ୨୦୧୯ ପାଇଁ ବିଶିଷ୍ଟ ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣା ଓ ୨୦୨୦ ପାଇଁ ବିଶିଷ୍ଟ ଚିତ୍ରଶିଳ୍ପୀ ମହେନ୍ଦ୍ର ପ୍ରସାଦ ମହାପାତ୍ର ଧର୍ମପଦ ପୁରସ୍କାର ପାଇବେ। ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଶୁକ୍ରବାର ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଏନେଇ ଘୋଷଣା କରିଛନ୍ତି। ଧର୍ମପଦ ପୁରସ୍କାର ପାଇବାକୁ ଥିବା ଶିଳ୍ପୀଙ୍କୁ ୫ ଲକ୍ଷ ଟଙ୍କା ଓ ସମ୍ବର୍ଦ୍ଧିତ ହେବାକୁ ଥିବା ଶିଳ୍ପୀକୁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଉତ୍ସବରେ ଏସବୁ ପୁରସ୍କାର ପ୍ରଦାନ କରାଯିବ।
ଅନ୍ୟପକ୍ଷରେ ସମ୍ବର୍ଦ୍ଧିତ ହେବାକୁ ଥିବା ଶିଳ୍ପୀଙ୍କ ମଧ୍ୟରେ ୨୦୧୬ ପାଇଁ ଚନ୍ଦ୍ର କୁମାର ସାମନ୍ତରାୟ, ଶରତ ଚନ୍ଦ୍ର ମହାନ୍ତି, ବସନ୍ତ କୁମାରୀ ସାମନ୍ତ, ବାଞ୍ଛାନିଧି ପଟ୍ଟନାୟକ ଓ ଯୋଗେଶ ପ୍ରସାଦ ଦାନୀ, ୨୦୧୭ ପାଇଁ ରାଧାଶ୍ୟାମ ବିଶୋଇ, ଦେବେନ୍ଦ୍ର ଦାସ, ବନମାଳୀ ମହାପାତ୍ର, ଲଲାଟମୋହନ ପଟ୍ଟନାୟକ ଓ ଡ. ଅଲେଖ ଚରଣ ସାହୁ, ୨୦୧୮ ପାଇଁ ଶ୍ରୀଧର ମହାରଣା, ଗୋକୁଳାନନ୍ଦ ଦାସ, ଟୁନେନ୍ଦ୍ର ପଟ୍ଟନାୟକ, କଳ୍ପତରୁ ମହାରଣା ଓ ଅଶୋକ କୁମାର ମହାନ୍ତି, ୨୦୧୯ ପାଇଁ ଶ୍ରୀନିବାସ ପଢିହାରୀ, ଲକ୍ଷ୍ମୀଧର ରଣା, ବ୍ରଜକିଶୋର ଜେନା, ପ୍ରଶାନ୍ତ କୁମାର ଦାସ ଓ ଗୌରାଙ୍ଗ ବାରିକ ଏବଂ ୨୦୨୦ ପାଇଁ ରବିନାରାୟଣ ରଥ, ବିଜୟ କୁମାର ପରିଡା, ପ୍ରଭାକର ମହାରଣା, ଦୀନବନ୍ଧୁ ମହାପାତ୍ର ଓ ବୃନ୍ଦାବନ ମହାରଣା ରହିଛନ୍ତି।
ପୁରଷ୍କାର ଘୋଷଣା ସମୟରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଲଳିତ କଳା ଏକାଡେମୀର ସଭାପତି ସୁଦର୍ଶନ ପଟ୍ଟନାୟକ, ସଚିବ ଗଜେନ୍ଦ୍ର ପ୍ରସାଦ ସାହୁ, ଏକାଡେମୀର କାର୍ଯ୍ୟକାରୀ କମିଟି ସଦସ୍ୟ ପଞ୍ଚାନନ ସାମଲ, ଶ୍ୟାମ ସୁନ୍ଦର ମେହେର ଏବଂ ଅକ୍ଷୟ କୁମାର ସାମଲ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ଓଡ଼ିଶାରେ ମୁତୟନ ହେବେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ

ଭୁବନେଶ୍ୱର,୨୭ା୪: ରାଜ୍ୟରେ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳା ମଧ୍ୟରେ ଆଗାମୀ ସାଧାରଣ ନିର୍ବାଚନ ପ୍ରକ୍ରିୟା ପରିଚାଳନା ନିମନ୍ତେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ମୁତୟନ କରାଯାଉଛି...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri