Posted inUncategorized

କେନ୍ଦ୍ରୀୟ ଯାଞ୍ଚ କେନ୍ଦ୍ରୀୟ ନୁହେଁ

ନୂଆଦିଲ୍ଲୀ,୨୦ା୧୧(ପି.ଟି.):କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏଣିକି ମନଇଚ୍ଛା କୌଣସି ରାଜ୍ୟକୁ ଯାଇ ଯାଞ୍ଚ କରିପାରିବ ନାହିଁ। ରାଜ୍ୟ ଭିତରେ କୌଣସି ମାମଲାର ତଦନ୍ତ କରିବାକୁ ହେଲେ ସମ୍ପୃକ୍ତ ରାଜ୍ୟ ସରକାରଙ୍କଠାରୁ ଆଗୁଆ ଅନୁମତି ନେବାକୁ ପଡ଼ିବ। ରାଜ୍ୟର ବିନା ସହମତିରେ କେନ୍ଦ୍ର ମଧ୍ୟ ସିବିଆଇର ତଦନ୍ତ ପରିସର ବଢ଼ାଇପାରିବ ନାହିଁ। ଦେଶର ସବୁଠୁ ବଡ଼ ତଦନ୍ତକାରୀ ସଂସ୍ଥା ସେଣ୍ଟାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ ପାଇଁ ରାଜ୍ୟଗୁଡ଼ିକର ପ୍ରବେଶ ପଥକୁ ମଙ୍ଗଳବାର ଏପରି ଭାବେ ବନ୍ଦ କରିଦେଇଛନ୍ତି ସୁପ୍ରିମକୋର୍ଟ। ବିଗତ କିଛି ମାସ ମଧ୍ୟରେ ୭ ଅଣଭାଜପା ଶାସିତ ରାଜ୍ୟ ପଞ୍ଜାବ, ପଶ୍ଚିମବଙ୍ଗ, ରାଜସ୍ଥାନ, ମହାରାଷ୍ଟ୍ର, ଝାଡ଼ଖଣ୍ଡ, ଛତିଶଗଡ଼ ଓ କେରଳ ସମେତ ମିଜୋରାମ ସରକାର ସିବିଆଇକୁ ଦିଆଯାଇଥିବା ଜେନେରାଲ କନ୍‌ସେଣ୍ଟ ବା ସାଧାରଣ ସହମତି ପ୍ରତ୍ୟାହାର କରିଥିବା ଦୃଷ୍ଟିରୁ ସୁପ୍ରିମକୋର୍ଟ ଶୁଣାଇଥିବା ସଦ୍ୟ ରାୟ ବିଶେଷ ଗୁରୁତ୍ୱ ବହନ କରେ। କେନ୍ଦ୍ର ସିବିଆଇକୁ ଢାଲ କରି ବିରୋଧୀ ନେତାମାନଙ୍କ ବିପକ୍ଷରେ କ୍ଷମତାର ଦୁରୁପଯୋଗ କରୁଥିବା ଅଭିଯୋଗ ଆସୁଥିବାବେଳେ ଅଦାଲତଙ୍କ ନିର୍ଦ୍ଦେଶ ମୋଦି ସରକାରଙ୍କୁ ଝଟ୍‌କା ଦେଇଛି। ଏଥିଯୋଗୁ କେନ୍ଦ୍ରୀୟ ଯାଞ୍ଚ ଏବେ କେନ୍ଦ୍ରୀୟ ହୋଇ ରହିନାହିଁ।
ଦିଲ୍ଲୀ ସ୍ପେଶିଆଲ ପୋଲିସ ଏଷ୍ଟାବ୍ଲିଶ୍‌ମେଣ୍ଟ (ଡିଏସ୍‌ପିଇ) ଆଇନ ଅନୁସାରେ ସିବିଆଇର କ୍ଷମତା ଓ ଅଧିକାର କ୍ଷେତ୍ର ପାଇଁ ରାଜ୍ୟ ସରକାରଙ୍କ ସହମତି ଆବଶ୍ୟକ ହୋଇଥାଏ। ସର୍ବୋଚ୍ଚ ଅଦାଲତ ଏହି ଆଇନର ଧାରା ୫ ଓ ୬ର ଅବତାରଣା କରିଛନ୍ତି। ଜଷ୍ଟିସ୍‌ ଏ.ଏମ୍‌. ଖାନ୍‌ଓ୍ବିଲକର ଏବଂ ବି.ଆର୍‌. ଗବଇଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଧାରା ୫ କେନ୍ଦ୍ର ସରକାରଙ୍କୁ କେନ୍ଦ୍ରଶାସିତ ଅଞ୍ଚଳ ବାହାରେ ଡିଏସ୍‌ପିଇ ସଦସ୍ୟଙ୍କ କ୍ଷମତା ଓ ଅଧିକାର କ୍ଷେତ୍ରର ବିସ୍ତାର କରିବାରେ ସକ୍ଷମ କରିଥାଏ। କିନ୍ତୁ ଯେତେବେଳ ପର୍ଯ୍ୟନ୍ତ ଡିଏସ୍‌ପିଇ ଆଇନର ଧାରା ୬ ଅନୁସାରେ ରାଜ୍ୟ ସରକାର ସମ୍ବନ୍ଧିତ କ୍ଷେତ୍ର ଭିତରେ ଏଭଳି ବିସ୍ତାର ପାଇଁ ନିଜ ସହମତି ନ ଦେବେ, ସେତେବେଳ ଯାଏ ଏହା ସ୍ବୀକାର୍ଯ୍ୟ ନୁହେଁ। ଏହି ନିୟମ ହେଉଛି ସମ୍ବିଧାନର ସଂଘୀୟ ଚରିତ୍ର, ଯାହାକୁ ଏହାର ମୌଳିକ ଢାଞ୍ଚାର ଏକ ଅଙ୍ଗ ବିବେଚନା କରାଯାଏ।
କେତେଜଣ ଘରୋଇ ଓ ସରକାରୀ କର୍ମଚାରୀ ସେମାନଙ୍କ ବିରୋଧରେ ଏକ ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତର ବୈଧତାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଉକ୍ତ ମାମଲାରେ ରାଜ୍ୟ ସରକାରଙ୍କ ପ୍ରାକ୍‌ ଅନୁମତି ନିଆଯାଇ ନ ଥିବା ଅଭିଯୁକ୍ତମାନେ ପିଟିଶନରେ ଉଲ୍ଲେଖ କରିଥିଲେ। ୨୦୧୯ ଅଗଷ୍ଟରେ ଆଲ୍ଲାହାବାଦ ହାଇକୋର୍ଟରେ ଫର୍ଟିକୋ ମାର୍କେଟିଂ ଆଣ୍ଡ ଇନ୍‌ଭେଷ୍ଟମେଣ୍ଟ ପ୍ରାଇଭେଟ ଲିମିଟେଡ୍‌ ଓ ଅନ୍ୟମାନଙ୍କ ବିରୋଧରେ ସିବିଆଇ ପକ୍ଷରୁ ଆପରାଧିକ ମାମଲା ଦାଏର କରାଯାଇଥିଲା। କୋଲ୍‌ ଇଣ୍ଡିଆ ଲିମିଟେଡ୍‌ ଏବଂ ଉକ୍ତ କମ୍ପାନୀ ମଧ୍ୟରେ ହୋଇଥିବା ଫୁଏଲ୍‌ ସପ୍ଲାଏ ଏଗ୍ରିମେଣ୍ଟ(ଏଫ୍‌ଏସ୍‌ଏ) ଅନୁସାରେ କୋଇଲା କିଣାଯାଇଥିଲା। ସେହି କୋଇଲା କଳାବଜାରରେ ବିକ୍ରି କରାଯିବାରୁ କେନ୍ଦ୍ର ସରକାରଙ୍କ ରାଜକୋଷକୁ ୩୬.୨୮ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଥିବା ସିବିଆଇ ଦର୍ଶାଇଥିଲା। ଦୁର୍ନୀତିରେ ଜିଲା ଶିଳ୍ପ କେନ୍ଦ୍ର(ଡିଆଇସି)ର ଅଧିକାରୀ ମଧ୍ୟ ସାମିଲ ଥିବା ପରେ ଜଣାପଡ଼ିଥିଲା।
ହାଇକୋର୍ଟ ଉକ୍ତ ମାମଲାର ଶୁଣାଣି କରି ରାୟରେ କହିଥିଲେ, ଉତ୍ତର ପ୍ରଦେଶ ସରକାର ଦୁଇଜଣ ସରକାରୀ ଅଧକାରୀଙ୍କ ବିରୋଧରେ ସିବିଆଇ ତଦନ୍ତ ପାଇଁ ପରେ ଅନୁମତି ଦେଇଥିଲେ, ଯାହାଙ୍କ ନାମ ପ୍ରାଥମିକ ତଦନ୍ତରେ ଆସି ନ ଥିଲେ ହେଁ ପରବର୍ତ୍ତୀ ସମୟରେ ଚାର୍ଜଶିଟ୍‌ରେ ରଖାଯାଇଥିଲା। ମାମଲାକୁ ଆଗକୁ ନେବା ପାଇଁ ଏହା ପର୍ଯ୍ୟାପ୍ତ ଥିଲା ବୋଲି ହାଇକୋର୍ଟ କହିଥିଲେ, ଯାହାକୁ ଚ୍ୟାଲେଞ୍ଜ କରି ଅଭିଯୁକ୍ତମାନେ ସୁପ୍ରିମକୋର୍ଟରେ ଅପିଲ୍‌ କରିଥିଲେ।
ସୁପ୍ରିମକୋର୍ଟ ଅଭିଯୁକ୍ତମାନଙ୍କ ଅପିଲକୁ ଖାରଜ କରିଦେଇଛନ୍ତି। କହିଛନ୍ତି, ଉତ୍ତର ପ୍ରଦେଶ ସରକାର ଦୁର୍ନୀତି ନିବାରଣ ଆଇନ,୧୯୮୮ ଓ ଦେଣନେଣ ସମୟରେ କରାଯାଇଥିବା ସମସ୍ତ କିମ୍ବା କୌଣସି ଅପରାଧ ଅଥବା ଅପରାଧ ଉଦ୍ୟମ, ଅପହରଣ ଓ ଷଡ଼ଯନ୍ତ୍ର ଭଳି ଅପରାଧଗୁଡ଼ିକର ତଦନ୍ତ ପାଇଁ ରାଜ୍ୟରେ ଡିଏସ୍‌ପିଇ ସଦସ୍ୟଙ୍କ କ୍ଷମତାର ବିସ୍ତାର ଓ ଅଧିକାର କ୍ଷେତ୍ର ପାଇଁ ସାଧାରଣ ସହମତି ପ୍ରଦାନ କରିଛନ୍ତି। ତେବେ ଏଥିରେ ସର୍ତ୍ତ ରହିଛି ଯେ, ରାଜ୍ୟ ସରକାରଙ୍କ ପୂର୍ବ ଅନୁମତି ବ୍ୟତୀତ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ସରକାରୀ କର୍ମଚାରୀଙ୍କ ମାମଲାରେ ଏପରି କୌଣସି ତଦନ୍ତ କରାଯିବ ନାହିଁ। ଅଦାଲତ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ସରକାରୀ ଚାକିରିରେ ଥିବା ଅଭିଯୁକ୍ତମାନଙ୍କ ବିରୋଧରେ ତଦନ୍ତ ପାଇଁ ଡିଏସ୍‌ପିଇ ଆଇନର ଧାରା ୬ ଅନୁସାରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜରିଆରେ ସହମତି ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri