କୃଷି ବିଲ୍‌ ଅନୁଧ୍ୟାନ ପାଇଁ ହେବ କମିଟି

ଭୁବନେଶ୍ୱର,୨୯।୯(ବ୍ୟୁରୋ):  ଚାଷୀମାନଙ୍କ ବିକାଶ ପାଇଁ ବିଜେଡି ବହୁ ପଦକ୍ଷେପ ନେଇଛି। ଏମ୍‌.ଏସ୍‌ ସ୍ବାମୀନାଥନଙ୍କ ସୁପାରିସ ଅନୁଯାୟୀ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଦେବା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ଦିଗରେ ଦଳ ଲଢ଼େଇ ଜାରି ରଖିବ ବୋଲିି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସୋମବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସ ଜରିଆରେ ବିଜେଡି ବିଧାୟକ ଦଳ ବୈଠକରେ ଅଧ୍ୟକ୍ଷତା କରି କହିଛନ୍ତି ଯେ, କୃଷି ବିଲ୍‌ରେ ଚାଷୀମାନଙ୍କର ସ୍ବାର୍ଥର ସୁରକ୍ଷା ପାଇଁ ପାର୍ଲାମେଣ୍ଟର ଉଭୟ ଗୃହରେ ବିଜେଡି ଯୁକ୍ତି ଉପସ୍ଥାପନ କରିଥିଲା। ଏପରିକି ବିଲ୍‌କୁ ସ୍କୃଟିନ କରିବାକୁ ସଂସଦୀୟ କମିଟିକୁ ପଠାଇବାକୁ ଦାବି କରିଥିଲା। ଏହି ବିଲ୍‌କୁ ତର୍ଜମା କରିବା ଲାଗି ଦଳ ପକ୍ଷରୁ ଏମ୍‌ପି, ବିଧାୟକ ଏବଂ କୃଷକ ନେତାମାନଙ୍କୁ ନେଇ ଏକ କମିଟି ଗଠନ କରାଯିବ। ଚାଷୀମାନଙ୍କ ସ୍ବାର୍ଥ ଆମ ପାଇଁ ସର୍ବୋଚ୍ଚ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
କୋଭିଡ ମହାମାରୀ ଗତ ୬ ମାସ ଧରି ଲୋକଙ୍କ ଜୀବନକୁ ବହୁ ମାତ୍ରାରେ ପରିବର୍ତ୍ତନ କରିଛି, ଯାହାକି ଆଗରୁ କେବେ ଏଭଳି ଦେଖାଯାଇ ନ ଥିଲା। ଭାରତରେ ଦୈନିକ ୧ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏଥିଯୋଗୁ ଦେଶର ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଛି। ଅଭିବୃଦ୍ଧି -୨୩ ପ୍ରତିଶତ ତଳକୁ ଖସିଯାଇଛି। ଦେଶରେ ନିୟୁତ ନିୟୁତ ନିଯୁକ୍ତି ଚାଲିଯାଇଥିବା ବେଳେ ଲକ୍ଷ ଲକ୍ଷ ବ୍ୟବସାୟ ବନ୍ଦ ହୋଇ ଯାଇଛି।
ଓଡ଼ିଶାର ଜନସାଧାରଣଙ୍କ ସହଯୋଗ ଏବଂ କୋଭିଡ ଯୋଦ୍ଧାମାନଙ୍କ ଉତ୍ସର୍ଗୀକୃତ ସେବା ଯୋଗୁ ଓଡ଼ିଶା ଏହି ମହାମାରୀ ବିରୋଧରେ ସାହସର ସହ ଲଢେଇ ଜାରି ରଖିଛି। କରୋନା ଆରୋଗ୍ୟ ହାରରେ ଓଡ଼ିଶା ଦେଶରେ ଆଗରେ ରହିଛି। କୋଭିଡ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ ଭାବେ କୋଭିଡ ହସ୍ପିଟାଲ ସ୍ଥାପନ କରିବା ସହ ଅସ୍ଥାୟୀ ମେଡିକାଲ କ୍ୟାମ୍ପ (ଟିଏମସି) ଏବଂ ପଞ୍ଚାୟତଗୁଡିକୁ ସଶକ୍ତ କରିବା ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରିଛି। ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯାହାକି କୋଭିଡ ରୋଗୀଙ୍କୁ ସମସ୍ତ ସେବା ମାଗଣାରେ ଯୋଗାଇ ଆସିଛି। ଜୀବନବିନ୍ଦୁ ଓ ମୋ ପରିବାର କାର୍ଯ୍ୟକ୍ରମ ଜରିଆରେ ସମସ୍ତ ସଦସ୍ୟ ରକ୍ତ ପ୍ଲାଜମା ଦେବା ପାଇଁ ପ୍ରୋତ୍ସାହିତ କରିବା ସହ ମୃତ ବ୍ୟକ୍ତିଙ୍କ ଶବଦାହ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ବିଧାୟକମାନଙ୍କୁ ପରାମର୍ଶ ଦେଇଛନ୍ତି। ଆସନ୍ତା ଗାନ୍ଧୀ ଜୟନ୍ତୀରୁ କୋଭିଡ ଗାଇଡ ଲାଇନ ଅନୁସାରେ ଲୋକମାନଙ୍କୁ ମାସ୍କ ପିନ୍ଧିବା ସହ ହାତ ଧୋଇବା, ସାମାଜିକ ଦୂରତା ରକ୍ଷାକରିବା ପାଇଁ ସତେତନତା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ଏଥିସହିତ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିଥିବା ନୂତନ ଶିକ୍ଷା ନୀତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଦଳୀୟ ବିଧାୟକମାନଙ୍କୁ କହିଛନ୍ତି ଯେ, ନୂତନ ଶିକ୍ଷାନୀତି ପାଇଁ ଦଳ ପକ୍ଷରୁ ଏକ କମିଟି ଗଠନ କରାଯାଇ ବିଭିନ୍ନ ସଂସ୍ଥା ସହ ଆଲୋଚନା କରାଯାଉଛି। ନୂତନ ଶିକ୍ଷା ନୀତି ହେଉ କି ଅନ୍ୟ ଯେ କୌଣସି ବିଷୟ ମାତୃଭାଷାର ସୁରକ୍ଷା କରିବା ଆମର ପ୍ରାଥମିକତା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ରାଜ୍ୟରେ ବିଦ୍ୟୁତ୍‌ ବ୍ୟବହାର ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନଗୁଡିକରେ ପୂର୍ବଭଳି ବୃଦ୍ଧି ପାଇଛି। ଏମ୍‌ଜିଏନଆର୍‌ଇଜିଏସରେ ୨୦ କୋଟି ଶ୍ରମ ଦିବସ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିସହିତ ଚାଷୀ, ମହିଳା ସ୍ବୟଂସହାୟକ ଗୋଷ୍ଠୀ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡିକ କିପରି ପୁଣି ଆର୍ଥିକ ସ୍ରୋତକୁ ଫେରିବେ ତାହା ଆମର ମୂଳ ଲକ୍ଷ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ ବୈଠକରେ ସୂଚନା ଦେଇଥିଲେ। କରୋନା ଲଢେଇରେ ଯେଉଁ ଯୋଦ୍ଧାମାନେ ସେମାନଙ୍କର ଜୀବନ ଉତ୍ସର୍ଗ କରିଛନ୍ତି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସାଲ୍ୟୁଟ କରିଛନ୍ତି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସରକାରଙ୍କ ସହ ଛିଡ଼ା ହୋଇଥିବାରୁ ମୁଖ୍ୟମନ୍ତ୍ରୀ ରାଜ୍ୟର ସାଢ଼େ ୪ କୋଟି ଓଡ଼ିଆଙ୍କୁ ଧନ୍ୟବାଦ ଦେଇଛନ୍ତି। ବିରୋଧୀ ଦଳଙ୍କ ସମସ୍ତ ସକାରାତ୍ମକ ଉପଦେଶକୁ ସରକାର ଗ୍ରହଣ କରିବା ସହ ସମାଲୋଚନାକୁ ମଧ୍ୟ ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା-ବିଜେଡି, ଶୁଭିଲା ଜୟ ଶ୍ରୀରାମ, ଜୟଜଗନ୍ନାଥ

ଭୁବନେଶ୍ୱର,୨୯।୪: ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା ଓ ବିଜେଡି କର୍ମୀ। ଭାଜପା ଲୋକ ସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଜେଡିର ସତ୍ୟବାଦୀ...

ମେ’ ୩ରେ ରାୟଗଡ଼ା ଆସିବେ ରାହୁଲ

ଭୁବନେଶ୍ୱର,୨୯।୪: ମେ’ ୩ ତାରିଖରେ ରାୟଗଡ଼ା ଆସିବେ ରାହୁଲ ଗାନ୍ଧୀ। ଏ ନେଇ ସୂଚନା ଦେଇଛନ୍ତି ଭକ୍ତ ଦାସ। ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟ ନବରଙ୍ଗପୁର ଗସ୍ତ...

ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା କନିଷ୍ଠ ଶିକ୍ଷକଙ୍କ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର

ପଟ୍ଟାଙ୍ଗି,୨୯।୪(ଶରତ ଧଳ): ଜଣେ କନିଷ୍ଠ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ପଟ୍ଟାଙ୍ଗି ଥାନାରେ ଏକ ଅଭିଯୋଗ...

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri