ବଦଳୁନି ଶହୀଦ ପୀଠ ଭାଗ୍ୟ

ବାସୁଦେବପୁର,୨୮ା୯(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବାସୁଦେବପୁରର ଇରମ ସ୍ଥିତ ଐତିହାସିକ ମେଳଣ ପଡ଼ିଆରେ ୧୯୪୨ ସେପ୍ଟେମ୍ବର ୨୮ରେ ଲୋମହର୍ଷଣକାରୀ ଗୁଳିକାଣ୍ଡ ଘଟିଥିଲା। ଭାରତଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିବା ସଂଗ୍ରାମୀମାନେ ଏଠାରେ ନିଜ ବୀରତ୍ୱର ପରିଚୟ ଦେଇ ଇଂରେଜମାନଙ୍କ ଗୁଳିକୁ ଖାତିର କରି ନ ଥିଲେ। ଫଳରେ ୨୯ ଜଣ ସଂଗ୍ରାମୀ ଆତ୍ମ ବଳିଦାନ ଦେବା ଭାରତ ଇତିହାସରେ ଏକ ଗୌରବମୟ ଅଧ୍ୟାୟ। ଇରମର ଏହି ଘଟଣାକୁ ଠିକ୍‌ ଭାବରେ ଓ ଉଚିତ ସମୟରେ ଇତିହାସ ପୃଷ୍ଠାରେ ଲିପିବଦ୍ଧ କରାଯାଇ ନ ଥିବାରୁ ଏହା ଛାତ୍ରୀଛାତ୍ର ଓ ଗବେଷଣାରେ ନିମଗ୍ନ ବ୍ୟକ୍ତି ବିଶେଷଙ୍କ ଉପରେ ଏଯାବତ ଅଧିକ ପ୍ରଭାବ ପକାଇ ପାରିନାହିଁ। ବିଳମ୍ବରେ ହେଲେ ମଧ୍ୟ ଇତିହାସକାରଙ୍କ କେତେକ ତଥ୍ୟ ସମ୍ବଳିତ ପୁସ୍ତକ ଓ ଗଣମାଧ୍ୟମରେ ବାରମ୍ବାର ଇରମ ଗୁଳିକାଣ୍ଡର କଥା ପ୍ରକାଶିତ ହେବା ପରେ ଏହି ଘଟଣା ଜାତୀୟସ୍ତରରେ ପହଞ୍ଚତ୍ ପାରିଛି। ଇରମ ଗୁଳିକାଣ୍ଡର ଗୌରବମୟ ଇତିହାସକୁ ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳ ଚଳିତ ମାସ ସଂସଦରେ ଉପସ୍ଥାପନ କରି ଇରମକୁ ଜାତୀୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବି କରିଛନ୍ତି। ଇରମ ଗୁଳିକାଣ୍ଡକୁ ୭୮ବର୍ଷ ଛୁଇଁଥିବା ବେଳେ ଶହୀଦ ପୀଠର ଭାଗ୍ୟ ଆଜି ବି ଅନ୍ଧାରରେ ଥିଲା ପରି ଲାଗୁଛି। ରାଜ୍ୟ ସରକାର ୨୦୧୫ରେ ଇରମକୁ ରାଜ୍ୟ ପର୍ଯ୍ୟଟନସ୍ଥଳୀ ଭାବରେ ଘୋଷଣା କରିଥିଲେ ମଧ୍ୟ ଏଯାବତ୍‌ ଭିତ୍ତିଭୂମିର ବିକାଶ ହୋଇପାରିନି। ଏହି ଐତିହାସିକ ପୀଠର ବିକାଶ ପାଇଁ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୩ ବର୍ଷ ପୂର୍ବେ ୧ କୋଟି ଟଙ୍କାର ଅର୍ଥ ରାଶି ଘୋଷଣା କରିଥିଲେ ମଧ୍ୟ ଏହା ଖର୍ଚ୍ଚ ହୋଇ ନ ପାରି ପଡ଼ିରହିଛି। ଶହୀଦ ପୀଠ ଭିତ୍ତିଭୂମିର ବିକାଶ ହୋଇ ପାରୁ ନ ଥିବାରୁ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି।
ଶହୀଦ ୨୯ ଜଣଙ୍କ ମଧ୍ୟରୁ ପରିବେୱା ତତ୍କାଳୀନ ଭାରତଛାଡ଼ ଆନ୍ଦୋଳନରେ ପ୍ରଥମ ମହିଳା ଶହୀଦ ହୋଇଥିବା ବେଳେ ବିଜୁଳି ଦାସ ୧୨ ବର୍ଷ ବୟସରେ ଶହୀଦ ହୋଇ ନିଜ ବୀରତ୍ୱର ପରିଚୟ ପ୍ରଦାନ କରିଥିଲେ। ସେହିପରି ଇଂରେଜମାନଙ୍କୁ ଗମେଈ ନଦୀ ପାର କରାଇ ଦେଇ ନ ଥିବା ସଂଗ୍ରାମୀ କୁଶ ତରାଇ ହୁଅନ୍ତୁ କି ବ୍ରିଟିଶ ଫୌଜର ପୋଷାକରେ ପରିସ୍ରା କରି ନିଆଁ ଲଗାଇଥିବା ସଂଗ୍ରାମୀ ମଣି ବେଜ ହୁଅନ୍ତୁ ସେମାନଙ୍କର ସଂଗ୍ରାମର ପଟାନ୍ତର ନାହିଁ। ଯାହାକି ଇତିହାସକାରଙ୍କ ଆଖିରେ ଏକ ଅନାଲୋଚିତ ବିଷୟ ହୋଇ ରହିଯାଇଛି। ତେବେ ବର୍ତ୍ତମାନ ସରକାରୀସ୍ତରରେ ସ୍ଥାନୀୟ ପର୍ଯ୍ୟଟନ ଉନ୍ନୟନ ପରିଷଦ ଆନୁକୂଲ୍ୟରେ ଶହୀଦ ଦିବସ ପାଳନ ହେଉଥିବା ବେଳେ ଚଳିତ ବର୍ଷ କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ପୂର୍ବ ପରମ୍ପରା ଓ ବିଧି ଅନୁସାରେ ଚଳିତ ବର୍ଷ ସେପ୍ଟେମ୍ବର ୨୮ ତାରିଖରେ ଶହୀଦ ଦିବସ ପାଳନ ହେବ ବୋଲି ଇରମ ସରପଞ୍ଚ ତଥା ପରିଷଦ ସଭ୍ୟ ପ୍ରଫୁଲ୍ଲ ବିଶ୍ୱାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri