Posted inRasifala

ରାଶିଫଳ: ଶୁକ୍ରବାର, ସେପ୍ଟେମ୍ବର ୧୧ ତାରିଖ – Daily Horoscope

ମେଷ
ଆଜି ପ୍ରତ୍ୟେକ ସମସ୍ୟାକୁ ହାଲୁକା ଭାବରେ ଗ୍ରହଣ କରି ସମସ୍ୟାକୁ ଆବାହନ କରିପାରନ୍ତି। ଅଶ୍ୱିନୀ ନକ୍ଷତ୍ର ବନ୍ଧୁଙ୍କ ପରାମର୍ଶକୁ ବେଖାତିର ନ କଲେ ଉପକୃତ ହେବେ। ପରିବାର ଭିତରେ ନିଜର ଅଧିକାରକୁ ଜୋରଜବରଦସ୍ତ ଅନ୍ୟମାନଙ୍କ ଉପରେ ସାବ୍ୟସ୍ତ କରିପାରିବେ ନାହିଁ।
ବୃଷ
ବୃଷ

ଆଜି କିଛି ପାଇବାର ଅଭିଳାଷ ରଖି କୌଣସି ବ୍ୟକ୍ତି ଅଯଥାରେ ଆପଣଙ୍କୁ ପ୍ରଶଂସା କରିପାରେ। ଅର୍ଥ ଅଭାବକୁ ସ୍ବତଃପ୍ରବୃତଃ ଭାବରେ ଜଣେ ବନ୍ଧୁ ନିବାରଣ କରିବା ପାଇଁ ପ୍ରତିଶ୍ରୁତିଦେବେ। ରୋହିଣୀ ନକ୍ଷତ୍ରର ଆନୁଷ୍ଠାନିକ କାମରେ ଆବଶ୍ୟକୀୟ ସହଯୋଗର ଆଶା ବୃଥା ଯିବ ନାହିଁ।

ମିଥୁନ
ମିଥୁନ
ଆପଣ ନିଜ ପାଇଁ କିଛି ନ କରି ଅନ୍ୟ ପାଇଁ କିଛି କରିବା ଲାଗି ପ୍ରଭାବିତ କରିବେ। ମୃଗଶିରା ନକ୍ଷତ୍ର ଭାବବିଭୋର ହୋଇ କାମ କଲେ ମଧ୍ୟ ଆଶାନୁରୂପ ଫଳ ପାଇବେ ନାହିଁ। ଆଜିର ଯାତ୍ରାରେ ସତର୍କ ନ ରହିଲେ କିଛି ହଜାଇ ଦେଇପାରନ୍ତି। ଅଧୈର୍ଯ୍ୟ ହୁଅନ୍ତୁ ନାହିଁ ବନ୍ଧୁଙ୍କ ସହାନୁଭୂତି ନିଶ୍ଚୟ ଲାଭ କରିବେ।
କର୍କଟ
କର୍କଟ
ପ୍ରତ୍ୟେକ କାମ ବିଳମ୍ବରେ ହେଉ ଥିବାରୁ ମନରେ ପୂର୍ବଭଳି ଆଗ୍ରହ ରହିବ ନାହିଁ। ନିର୍ମାଣାଧୀନ କାମ ଆଗେଇ ଚାଲିବ ଏବଂ ସମସ୍ୟା ଓ ପ୍ରତିବନ୍ଧକର ସାମନା କରିବାକୁ ପଡିପାରେ। ଆଇନ ଅଦାଲତରୁ ସୁଫଳ ପାଇବେ, ମାତ୍ର ପୂର୍ଣ୍ଣ ସନ୍ତୋଷ ନ ଆସିପାରେ। ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି।
ସି˚ହ
ସି˚ହ
ଅଧିକାଂଶ କ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇପାରେ। ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିଲେ ମଧ୍ୟ ପାରିବାରିକ କ୍ଷେତ୍ରରେ ଟେନସନ୍‌ କିିଛି ମାତ୍ରାରେ କମିଯିବ। ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ।
କନ୍ୟା
ଆଜି ମିତ୍ରମାନଙ୍କ ଉପରେ ସବୁ ଦାୟିତ୍ୱ ଲଦି ଦେଇ ନିଜେ ଚୁପ୍‌ଚାପ୍‌ ବସିବା ଠିକ୍‌ ହେବନି। ହସ୍ତା ନକ୍ଷତ୍ର ବିବାଦୀୟ ଘଟଣାରେ ମଧ୍ୟସ୍ଥତା କରି ଅପମାନିତ ହୋଇପାରନ୍ତି। ବ୍ୟବସାୟରେ ମାନମନାନ୍ତର ସହ ବିଶେଷ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ। ଭଲ ସୁଯୋଗ ହାତଛଡା କରି ବ୍ୟସ୍ତତା ପ୍ରକାଶ କରିବେ।
ତୁଳା
ତୁଳା
ଆଜି ବିଶାଖା ନକ୍ଷତ୍ର ଅନ୍ୟମାନଙ୍କୁ କାମରେ ଲଗାଇ ନିଜର ଫାଇଦା ହାସଲ କରିପାରିବେ। ବ୍ୟୟ ଭାର କ୍ରମଶଃ କମି କମି ଆସିବା ସଙ୍ଗକୁ ଦୁର୍ବଳ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା ସକାଶେ କଷ୍ଟ ସ୍ବୀକାର କରିବାକୁ ପଡିପାରେ।
ବିଛା
ବିଛା
ସମୟ ବିଶେଷ ଖରାପ ନ ଥିଲେ ମଧ୍ୟ ନିଜର ଅବହେଳା ସକାଶରୁ ସୁଯୋଗ ହରାଇ ପାରନ୍ତି। କର୍ମକ୍ଷେତ୍ର ପ୍ରତି ଉଦାସୀନ ରହିପାରନ୍ତି ମାତ୍ର ଆନୁଷ୍ଠାନିକ କିମ୍ବା ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ। ଅନୁରାଧା ନକ୍ଷତ୍ରର ଅର୍ଥନୈତିକ ପ୍ରଗତିରେ ମାନସିକ ସ୍ଥିତି ଭଲ ରହିବ।
ଧନୁ
ଧନୁ
ପ୍ରତିକୂଳ ବାତାବରଣ ଲାଗି ରହିଥିଲେ ମଧ୍ୟ ନିଜର ନିରଳସ ଉଦ୍ୟମ ଓ ଆନ୍ତରିକ ପ୍ରଚେଷ୍ଟାରୁ ଲକ୍ଷ୍ୟ ହାସଲ କରିବାରେ ଅସୁବିଧା ହେବ ନାହିଁ। ଉତ୍ତରାଷାଢା ନକ୍ଷତ୍ର ସକାଶେ ଆଜିର ଯାତ୍ରା,ବାଣିଜ୍ୟ ଓ ବ୍ୟବସାୟ ପାଇଁ ଦିନଟି ବହୁତ ଭଲ। ହାତକୁ ନେଇଥିବା ଧନ୍ଦାରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ।
ମକର
ମକର

ଅନ୍ୟମାନଙ୍କ କଥାକୁ ଉପେକ୍ଷା ନ କରି ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହୋଇ ପାରନ୍ତି। ଗୁରୁଜନମାନଙ୍କ କୃପାପାତ୍ର ହେବା କାରଣରୁ କେତେକ ସମସ୍ୟା କ୍ରମଶଃ ଅପସରି ଯିବ। ଶ୍ରବଣା ନକ୍ଷତ୍ରର ମାନସିକ ଦ୍ୱନ୍ଦ୍ୱ ସଙ୍ଗକୁ ବାଣିଜ୍ୟ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢିପାରେ।

କୁମ୍ଭ
କୁମ୍ଭ
ଆଜି ଆପଣଙ୍କ ବାଣିଜ୍ୟ,ବ୍ୟବସାୟ,ଦୂରଯାତ୍ରା କ୍ଷେତ୍ରରେ ଅନୁକୂଳ ପରିବେଶ ସୃଷ୍ଟି ହେବ। କିନ୍ତୁ ବହୁତ ଚେଷ୍ଟା କଲେ ମଧ୍ୟ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହେବା ସହଜସାଧ୍ୟ ନ ହୋଇପାରେ। ଅବଶ୍ୟ କର୍ମକ୍ଷେତ୍ରରେ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ।
ମୀନମୀନ

ପ୍ରତ୍ୟେକ କ୍ଷେତ୍ରରେ ସତର୍କତାର ସହ କାମ କରନ୍ତୁ ନତୁବା ଆକସ୍ମିକ ଭାବେ କଳହର ସମ୍ମୁଖୀନ ହୋଇ ପାରନ୍ତି। ଭୁଲ୍‌ ବୁଝାମଣାରୁ ପରିବାର ଭିତରେ ଅଶାନ୍ତିକର ପରିବେଶ ସୃଷ୍ଟି ହୋଇପାରେ। ଦୂରଭ୍ରମଣ, କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଙ୍ଗୀତ ତଥା ରାଜନୀତି, ପ୍ରଶାସନ ପାଇଁ ଦିନଟି ଭଲ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri