ପ୍ରଥମ ଥର କାର୍‌ କିଣୁଥିବା ଗ୍ରାହକ ବଢ଼ିଲେ

ନୂଆଦିଲ୍ଲୀ,୩।୮: କୋଭିଡ୍‌-୧୯ ଯୋଗୁ ଲୋକମାନେ ବାହାରକୁ ଯିବାକୁ ଭୟ କରୁଛନ୍ତି। ସାମାଜିକ ଦୂରତ୍ୱ ନିୟମ ପାଳନ କରିବାକୁ ସରକାର କହିଛନ୍ତି। ଅପରପକ୍ଷରେ ସାଧାରଣ ପରିବହନ ବ୍ୟବସ୍ଥାରେ ଯିବା ଆସିବା କରିବା ଲାଗି ଲୋକଙ୍କ ମଧ୍ୟରେ ଆଶଙ୍କା ଉପୁଜୁଛି। ଗତ କିଛିମାସ ଧରି ଦେଶର ଅଟୋମୋବାଇଲ ବଜାର ପ୍ରଭାବିତ ସ୍ଥିତିରେ ଥିବା ବେଳେ ଏଥିରେ ନୂଆ ଟ୍ରେଣ୍ଡ ଦେଖିବାକୁ ମିଳିଛି। ପ୍ରଥମଥର କାର୍‌ କିଣୁଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥିବା ବେଳେ ଯେଉଁମାନଙ୍କ ନିକଟରେ କାର୍‌ ରହିଛି ସେମାନେ ମଧ୍ୟ ଅତିରିକ୍ତ ଯାନ କିଣୁଥିବା ଏକ ରିପୋର୍ଟ ସାମ୍ନାକୁ ଆସିଛି। ଦେଶର ପ୍ରମୁଖ କାର୍‌ ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ କୁହଯାଇଛି ଯେ, ଲୋକମାନେ ସାଧାରଣ ପରିବହନ ବ୍ୟବସ୍ଥା ପରିବର୍ତ୍ତେ ନିଜ ଯାନରେ ଯିବା ଆସିବା କରିବା ଲାଗି ଗୁରୁତ୍ୱ ଦେଉଛନ୍ତି। ଦେଶ ମଧ୍ୟରେ ଜୁଲାଇ ମାସରେ ଯାନ ବିକ୍ରି ବଢିଛି। ବର୍ତ୍ତମାନ ଉପୁଜିଥିବା ସ୍ବାସ୍ଥ୍ୟ ସଙ୍କଟ ସ୍ଥିତିରେ ଅଟୋମୋବାଇଲ ବଜାରକୁ ଟ୍ରାକ୍‌କୁ ଫେରାଇ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କମ୍ପାନୀ ସୂଚନା ଦେଇଛି।
ସେହିଭଳି ଦେଶର ଅର୍ଥ ବ୍ୟବସ୍ଥାର ସ୍ଥିତି କିଭଳି ରହୁଛି ତାହା ଅଟୋମୋବାଇଲ ବଜାରର ଦୀର୍ଘମିଆଦି ବିକ୍ରି ଉପରେ ନିର୍ଭର କରେ ବୋଲି କମ୍ପାନୀ ପକ୍ଷରୁ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। କମ୍ପାନୀର ବିକ୍ରି ଓ ବିପଣନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶଶାଙ୍କ ଶ୍ରୀବାସ୍ତବ କହିଛନ୍ତି ଯେ, ପ୍ରଥମ ଥର କାର୍‌ କ୍ରୟ କରୁଥିବା ଗ୍ରାହକଙ୍କ ସଂଖ୍ୟାରେ ବିଶେଷ ପରିବର୍ତ୍ତନ ଆସିଛି। କାର୍‌ ବଦଳାଉଥିବା ଲୋକଙ୍କ ସଂଖ୍ୟା କମିଛି। ଏହାବାଦ ଅତିରିକ୍ତ ଯାନ କିଣୁଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଲୋକମାନେ ସାଧାରଣ ପରିବହନ ବ୍ୟବସ୍ଥାରେ ଯିବାକୁ ଆଶଙ୍କା କରୁଥିବାରୁ ଏଭଳି ସ୍ଥିତି ଶିଳ୍ପରେ ଦେଖାଯାଇଛି।
ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ମାରୁତି ପ୍ରଥମ ଥର କାର କିଣୁଥିବା ଗ୍ରାହକଙ୍କ ସଂଖ୍ୟାରେ ୫.୫% ବୃଦ୍ଧି ଘଟି ୫୧-୫୩% ସ୍ତର ଛୁଇଁଛି। ୨୦୧୯-୨୦ ଆର୍ଥତ୍କ ବର୍ଷ ଶେଷ ତ୍ରୈମାସ ତୁଳନାରେ ଏଭଳି ବୃଦ୍ଧି ରେକର୍ଡ କରାଯାଇଛି। ସେହିଭଳି ଯାନ କ୍ରୟ ଲାଗି ଲୋକମାନେ କରୁଥିବା ଇନ୍‌କ୍ୱାରି ବା ପଚରାଉଚୁଚା କୋଭିଡ୍‌ ପୂର୍ବ ତୁଳନାରେ ୮୫ରୁ ୯୦% ବଢିଯାଇଛି। ମିନି ଏବଂ କମ୍ପାକ୍ଟ ଯାନ କ୍ରୟ କରିବା ନେଇ ପ୍ରାୟ ୬୫% ଗ୍ରାହକ ଜାଣିବାକୁ ଚାହୁଁଛନ୍ତି। ପୂର୍ବରୁ ଏହା ୫୫% ରହିଥିଲା। ଜୁଲାଇରେ ମାରୁତିର ମିନି କାର ସେଗ୍‌ମେଣ୍ଟ ଅଲ୍‌ଟୋ ଏବଂ ଏସ୍‌ପ୍ରେସୋ ବିକ୍ରି ୪୯.୧% ବଢି ୧୭,୨୫୮ ୟୁନିଟ ରହିଛି। ଗତବର୍ଷ ଏହି ବିକ୍ରି ୧୧,୫୫୭ ୟୁନିଟ୍‌ ରହିଥିଲା। ଅପରପକ୍ଷରେ କମ୍ପାକ୍ଟ ଯାନ ବର୍ଗରେ ଓ୍ବାଗନର, ସ୍ବିଫ୍ଟ, ସେଲେରିଓ, ଇଗ୍ନିସ, ବଲେନୋ ଏବଂ ଡିଜାୟାର ବିକ୍ରି ୧୦% ବଢ଼ି ୫୧,୨୨୯ ୟୁନିଟ୍‌ ରହିଛି। ଏହା ଗତବର୍ଷ ଜୁଲାଇରେ ୫୭,୫୧୨ ୟୁନିଟ୍‌ ରହିଥିଲା।

କମ୍ପାନୀଗୁଡ଼ିକର ବିକ୍ରିରେ ଉନ୍ନତି
କୋଭିଡ୍‌ ଯୋଗୁ ପ୍ରଭାବିତ ସ୍ଥିତିରେ ରହିଥିବା ଅଟୋମୋବାଇଲ କମ୍ପାନୀଗୁଡିକର ବିକ୍ରିରେ ଧୀରେ ଧୀରେ ଉନ୍ନତି ପରିଲକ୍ଷିତ ହୋଇଛି। ପ୍ରମୁଖ କମ୍ପାନୀ ମାରୁତି ସୁଜୁକିର ଘରୋଇ ବଜାରରେ ବିକ୍ରି ଜୁଲାଇ ମାସରେ ୧.୩% ବଢିଥିବା ଜଣାପଡିଛି। ସେହିଭଳି ଏମ୍‌ଜି ମୋଟର୍ସ ଇଣ୍ଡିଆର ବିକ୍ରି ଏହି ଅବଧିରେ ୪୦% ବଢିଥିବା ନଜରକୁ ଆସିଛି। ସେହିଭଳି ଜୁନ ମାସର ବିକ୍ରି ତୁଳନାରେ ହ୍ୟୁଣ୍ଡାଇ ମୋଟର୍ସର ଯାନ ବିକ୍ରି ପ୍ରାୟ ୭୯% ବୃଦ୍ଧି ଘଟିଥିବା ଜଣାପଡିଛି। ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ମୋଟ ବିକ୍ରି ୩୬% ବଢିଥିବା ବେଳେ ଟୟୋଟା କିର୍ଲୋସ୍କାରର ବିକ୍ରି ଜୁନ୍‌ ତୁଳନାରେ ୩୯% ଅଧିକ ରହିଛି। ସେହିଭଳି ଜୁନ୍‌ ବିକ୍ରି ତୁଳନାରେ ହିରୋ ମୋଟୋକର୍ପ ବିକ୍ରି ୧୪% ବଢିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

ଘରେଥିଲେ ବୃଦ୍ଧ ହଠାତ୍‌ ଲାଗିଗଲା ନିଆଁ: ଶେଷରେ…

ବାରିପଦା, ୨୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ମୁଣ୍ଢାକଟା ପଞ୍ଚାୟତ ଜୁନା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ...

ଏଥର ଫେବୃଆରୀ ୧ରେ ଆସିବନି ବଜେଟ୍‌! ଭାରତ ସଂସଦୀୟ ଇତିହାସରେ ପ୍ରଥମ?

ନୂଆଦିଲ୍ଲୀ,୨୧।୧୨: ଆସନ୍ତା ବର୍ଷ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ କେଉଁ ତାରିଖରେ ବଜେଟ ଉପସ୍ଥାପନ କରିବେ ତାକୁ ନେଇ ସସପେନ୍ସ ଜାରି ରହିଛି। ୨୦୧୭ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri