୪ବର୍ଷ ବିତିଲା, ମିଳିଲାନି ନିଖୋଜ ଶ୍ରମିକଙ୍କ ପତ୍ତା

ନୂଆପଡ଼ା,୧୫ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ଦର୍ଲିପଡା ଗଁ।ର ଜଣେ ଦାଦନ ଶ୍ରମିକ ନିଖୋଜ ହେବାର ପ୍ରାୟ ୪ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନାହିଁ। ଏ ନେଇ ପରିବାର ଲୋକେ ପୋଲିସ ଓ ଜିଲା ପ୍ରଶାସନକୁ ଲିଖିତ ଭାବେ ଜଣାଇଥିଲେ ବି ସୁଫଳ ମିଳିନାହିଁ। ଫଳରେ ସେମାନେ ପ୍ରଶାସନ ଉପରୁ ଭରସା ହରାଇ ଭାଗ୍ୟକୁ ଆଦରି ଦୁଃଖରେ ଜୀବନ ବିତାଉଛନ୍ତି। ସୂଚନା ଅନୁଯାୟୀ, ୨୦୨୨ ଡିସେମ୍ବର ୧୨ରେ ଦର୍ଲିପଡ଼ା ଗଁାର ଲକ୍ଷୀଧର ଧରୁଆ(୫୦) ଦାଦନ ସର୍ଦ୍ଦାରଙ୍କ ସହାୟତାରେ ଗାଁର ଅନ୍ୟମାନଙ୍କ ସହିତ ହାଇଦ୍ରାବାଦର ସାଙ୍ଗାରେଡ୍ଡୀ ଜିଲା ପଠାନଚୋର ଗଁ। ଇଟାଭାଟିକୁ ଇଟା ତିଆରି ପାଇଁ ଯାଇଥିଲେ। ଅନ୍ୟମାନେ ୨୦୨୩ ଜୁନ୍‌ରେ ଗଁ।କୁ ଫେରି ଆସିଥିଲେ ମଧ୍ୟ ଲକ୍ଷୀଧର ବର୍ତ୍ତମାନ ସୁଦ୍ଧା ଫେରିନାହାନ୍ତି। ଦାଦନ ସର୍ଦ୍ଦାରଙ୍କୁ ଫୋନ କଲେ ସେ କାଟି ଦେଉଥିବା ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ା ଏ ନେଇ ସେମାନେ ନୂଆପଡ଼ା ଓ କୋମନାଠାରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଗୁହାରି କରିଥିଲେ ମଧ୍ୟ ସୁଫଳ ପାଇନାହାନ୍ତି। ଏପରି କି ତରବୋଡ଼ ଫାଣ୍ଡି, କୋମନା ଥାନା ସହ ନୂଆପଡ଼ା ଜିଲାପାଳ ଓ ଏସ୍‌ପିଙ୍କୁ ଲିଖିତ ଭାବରେ ଜଣାଇଲା ପରେ ବି ଦାଦନ ସର୍ଦ୍ଦାରଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ସ୍ତ୍ରୀ ସବିତା ଧରୁଆ କହନ୍ତି, ସ୍ବାମୀ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ତାଙ୍କ ନିଖୋଜ ପରଠାରୁ ୩ ପିଲାଙ୍କୁ ନେଇ ବହୁତ କଷ୍ଟରେ ଚଳୁଛି। ଅନ୍ୟ ଘରେ ଯାଇ ଦିନମଜୁରିଆ କାମ କରୁଛି। ଜିଲାପାଳ ଅଭିଯୋଗ ଶୁଣାଣିରେ ଅନେକ ସମସ୍ୟା ସମାଧାନ କରୁଛନ୍ତି। ହେଲେ ଆମେ ଅନେକଥର ଲିଖିତ ଭାବରେ ଜଣାଇବା ପରେ ସୁଫଳ ପାଇନାହୁଁ। ପ୍ରଶାସନ ତୁରନ୍ତ ତାଙ୍କ ସ୍ବାମୀଙ୍କୁ ଫେରାଇଆଣିବାକୁ ସବିତା ଅନୁରୋଧ କରିଛନ୍ତି। ଜିଲା ପ୍ରଶାସନ ପ୍ରତି ସୋମବାର ପ୍ରବାସୀ ଶ୍ରମିକ ସଚେତନତାକରି ଦାଦନ ମୁକ୍ତ ଜିଲା ଗଠନ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ହେଲେ ଏବେ ବି ଲକ୍ଷୀଧରଙ୍କ ଭଳି ଅନେକ ଶ୍ରମିକ ନିଖୋଜ ହେଉଥିବା ବେଳେ ପ୍ରତି ମାସରେ ୩ରୁ ୫ ମୃତଦେହ ଗଁାକୁ ଫେରୁଛି। ଏଥିରୁ ପ୍ରଶାସନର ପ୍ରୟାସ କେତେ ବାସ୍ତବ ରୂପ ନେଉଛି ତାହା ସାଧାରଣରେ ଆଲୋଚନାର ବିଷୟ ହୋଇଛି। ଏ ସଂକ୍ରାନ୍ତରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ରବୀନ୍ଦ୍ର ବାର୍ଲାଙ୍କୁ ପଚାରିବାରୁ ଯେଉଁ ଦାଦନ ଶ୍ରମିକ ନିର୍ଯାତନାର ଶିକାର ହୋଇ ଅଟକ ରହିଥିବେ ବିଭାଗ ପକ୍ଷରୁ ଉଦ୍ଧାର କରିବା କାମ ଆମର। ନିଖୋଜ ଶ୍ରମିକଙ୍କୁ ଠାବ କରିବା କାମ ପୋଲିସର। ପୋଲିସ ଦାଦନ ସର୍ଦ୍ଦାରଙ୍କୁ ଡାକି ଖୋଳତାଡ଼ କରିବା କଥା ବୋଲି କହିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

IND vs ENG: ତୃତୀୟ ODI ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା; ନିର୍ଣ୍ଣାୟକ ମ୍ୟାଚରୁ ବାଦ ପଡ଼ିଲେ ଏହି ଖେଳାଳି

ନୂଆଦିଲ୍ଲୀ,୧୭।୭: ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ସ୍ପିନ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଶେଷ ମ୍ୟାଚ…

ସାଧାରଣ ଲୋକ ବି ଖୋଲିପାରିବେ ନିଜର ଏକ ବ୍ୟାଙ୍କ? ଜାଣନ୍ତୁ କେତେ ଟଙ୍କା ଆବଶ୍ୟକ…

ନୂଆଦିଲ୍ଲୀ,୧୭।୭: ଅନେକ ଲୋକ ନିଜର ବ୍ୟାଙ୍କ ଆରମ୍ଭ କରିବାର ସ୍ୱପ୍ନ ଦେଖନ୍ତି, କିନ୍ତୁ ଭାରତରେ ଏହା ପ୍ରକୃତରେ ସମ୍ଭବ କି? ଏହାର ଉତ୍ତର ହେଉଛି ହଁ। ଭାରତୀୟ…

ବିସିସିଆଇ ଅଧିକାରୀଙ୍କ ସହ ସାକ୍ଷାତ କଲେ ରୋହିତ ଶର୍ମା; ଜାଣନ୍ତୁ କ’ଣ ହେଲା ବୈଠକରେ

ନୂଆଦିଲ୍ଲୀ,୧୭।୭: ଭାରତୀୟ କ୍ରିକେଟ ଗଣମାଧ୍ୟମରେ ଗୁରୁବାର ପ୍ରକାଶିତ ଖବରରୁ ଭାରତୀୟ କ୍ରିକେଟ ହଇଚଇ ସୃଷ୍ଟି ହୋଇଥିଲା ଯେଉଁଥିରେ ଦାବି କରାଯାଇଥିଲା ଯେ ୧୯ ଜୁଲାଇରେ ଲର୍ଡସରେ ଇଂଲଣ୍ଡ…

୭ ମାସର ଗର୍ଭବତୀ ଥାଇ ଆକ୍ସନ କରୁଛନ୍ତି ଦୀପିକା

ବଲିଉଡ ହେଉ କି ହଲିଉଡ ଆଜିର ଅଭିନେତ୍ରୀମାନେ ଗର୍ଭାବସ୍ଥାରେ ମଧ୍ୟ ଅତ୍ୟନ୍ତ ସମର୍ପିତ ହୋଇ ସେମାନଙ୍କର ବୃତ୍ତିଗତ କର୍ତ୍ତବ୍ୟ ପାଳନ କରୁଛନ୍ତି। ଏହାର ସଦ୍ୟତମ ଉଦାହରଣ ହେଉଛନ୍ତି…

ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଦୁଇ ଭଉଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

କର୍ଲାମୁଣ୍ଡା,୧୭।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ତିନି ଛାତ୍ରୀଛାତ୍ର ସଫଳତା ପାଇଛନ୍ତି। ଏଥିମଧ୍ୟରୁ ଗୋଟିଏ ପରିବାରର ଦୁଇ ଭଉଣୀ ଏକା ସାଙ୍ଗେ ନିଟ ପରୀକ୍ଷାରେ…

ବଲାଙ୍ଗୀରରେ ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ ହେଲା ରଥଯାତ୍ରା, ବର୍ଷାକୁ ଖାତିର ନକରି ରଥ ଟାଣିଲେ ମହିଳା ଭକ୍ତ

ବଲାଙ୍ଗୀର,୧୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରେ ସୁରୁଖୁରୁରେ ରଥଯାତ୍ରା ପାଳିତ ହୋଇଯାଇଛି । ଅପରାହ୍ଣରେ ଗୋପାଲଜୀ ମନ୍ଦିରରୁ ଶ୍ରୀଜିଉଙ୍କୁ ରଥାରୂଢ଼ କରାଯିବା ପରେ ଶ୍ରଦ୍ଧାଳୁମାନେ ରଥ ଟାଣିଥିଲେ। ରଥକୁ…

ଆସୁଛି ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍, ଆରବିଆଇ ଜାରି କଲା….

ନୂଆଦିଲ୍ଲୀ,୧୭।୭: ଦେଶରେ ଖୁବ୍‌ଶୀଘ୍ର ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନ ହେବାକୁ ଯାଉଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦେଶର ମୁଦ୍ରା ବ୍ୟବସ୍ଥାରେ ଏହି ଗୁରୁତ୍ୱପୂର୍ଣ୍ଣ ଏବଂ ଆଧୁନିକ…

ଦ୍ୱିତୀୟ ଦିନରେ ଶ୍ରୀଜୀଉଙ୍କ ରଥ ଟଣା, ଶରଧାବାଲିରେ ତାଳଧ୍ବଜ ରଥ

ପୁରୀ,୬।୭: ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରୁ ବିଶ୍ୱନିୟନ୍ତାଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୁରୀ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଯାଇଛି। ରଥଯାତ୍ରାର ଦ୍ୱିତୀୟ ଦିନରେ ଭକ୍ତ ଶ୍ରଦ୍ଧାର ସହିତ ରଥ ଟାଣିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri