ଦୈନିକ ୨ଥର ପୋଷାକ, ମାସ୍କ ବଦଳାନ୍ତୁ ସରକାରୀ ଅଧିକାରୀ-କର୍ମଚାରୀ: ଗଞ୍ଜାମ ଜିଲାପାଳ

ଛତ୍ରପୁର, ୩୦।୬(ଡି.ଏନ୍‌.ଏ.)- ଗଞ୍ଜାମ ଜ଼ିଲାରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଥିରୁ ଅଧିକାଂଶ ସରକାରୀ, କର୍ମଚାରୀ ରହିଥିବାକୁ ନେଇ ପ୍ରଶାସନର ଚିନ୍ତା ବଢିଛି। କୋଭିଡ ପରିଚାଳନା ଓ ଉକ୍ତ ସମ୍ପର୍କୀୟ ଏକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏକ ବୈଠକ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସରକାରୀ ଅଧିକାରୀ ଓ କର୍ମଚାରୀ ଦୈନିକ ଦୁଇଥର ନିଜ ପୋଷାକ ଓ ବ୍ୟବହାର କରୁଥିବା ମାସ୍କର ପରିବର୍ତ୍ତନ କରନ୍ତୁ ବୋଲି ଜିଲାପାଳ ଗୁରୁତ୍ୱ ଦେଇଛନ୍ତି। ଅଧିକାରୀ, କର୍ମଚାରୀ ସତର୍କତା ଅବଲମ୍ବନ ନ କଲେ ସଂକ୍ରମିତ ହେବାର ଆଶା ରହୁଛି। ଏଥିସହ ସେ ବିନା କାରଣରେ କୌଣସି ଲୋକଙ୍କୁ କାର୍ଯ୍ୟାଳୟ ମଧ୍ୟରେ ପ୍ରବେଶ କରିବା ଲାଗି ବାରଣ କରିଥିଲେ। ବିଶେଷକରି ଅଧିକାରୀଗଣ ବ୍ୟବହାର କରୁଥିବା ଗାଡିର ଡ୍ରାଇଭରକୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡିବ। ଡ୍ରାଇଭରମାନେ ଏଣେତେଣେ ନ ବୁଲିବା ଏବଂ ବାହାର ଖାଦ୍ୟ ନ ଖାଇବାପାଇଁ ଜିଲାପାଳ ପରାମର୍ଶ ଦେଇଥିଲେ। ଏହାଛଡ଼ା ଜିଲାର ସମସ୍ତ କାର୍ଯ୍ୟାଳୟମାନଙ୍କରେ ଜଣେ କୋଭିଡ ସମ୍ପର୍କିତ ପରିଚାଳକ ମନିଟର ରହିବେ। ସେମାନେ କାର୍ଯ୍ୟାଳୟରେ କୋଭିଡ ସଂକ୍ରମଣକୁ ରୋକିବା ନିମନ୍ତେ ସମସ୍ତ ଆଶୁ ପଦକ୍ଷେପ ଗ୍ରହଣ କରିବେ। ବିଶେଷକରି କାର୍ଯ୍ୟାଳୟରେ ମାସ୍କ ବ୍ୟବହାର, ସାମାଜିକ ଦୂରତ୍ୱ, କାର୍ଯ୍ୟାଳୟ ପରିବେଶ ସ୍ବଚ୍ଛ ଓ ସାନିଟାଇଜେଶନ କାର୍ଯ୍ୟ କରିବା ଦିଗରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। କୋଭିଡ ପରିଚାଳନାଗତ ସଭାସ୍ଥଳ ଗୁଡିକ ଖୋଲା ସ୍ଥାନରେ ଆଯୋଜନ କରିବାପାଇଁ ପରାମର୍ଶ ଦେଇଥିଲେ, ଯଦି କୋଠରୀରେ ଆୟୋଜିତ ହେଉଛି ତେବେ ଝରକା କବାଟ ଖୋଲା ରଖିବା, ସାନିଟାଇଜେଶନ କରିବା, କୌଣସି ଚୌକିରେ ତଉଲିଆ ନ ପକାଇବା, ପ୍ଲାଷ୍ଟିକ ଚୌକି ବ୍ୟବହାର କରିବା ଓ ସଭା ଶେଷ ହେବା ପରେ ସେଗୁଡିକ ସଫା କରିବା ଦିଗରେ ଦୃଷ୍ଟି ଦେବାକୁ କହିଥିଲେ। ଯେତେଦୂର ସମ୍ଭବ ଟେବୁଲ ବ୍ୟବହାର ନ କରିବାପାଇଁ ଜିଲାପାଳ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

୧୨ ବର୍ଷ ଧରି କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦ୍ରାପଡ଼ା,୨୯ା୪ (ଜଗନ୍ନାଥ ଧଳ): ଛକ ବଜାରଠାରୁ ଗ୍ରାମାଞ୍ଚଳରେ କୁକୁଡା ମାଂସ ବିକ୍ରୟ କେନ୍ଦ୍ର ଭରପୂର ରହିଛି। କେଜି ପ୍ରତି ୨୨୦ରୁ ୩୫୦ ଟଙ୍କାରେ ମାଂସ ବିକ୍ରି...

ଗଣେଶ୍ୱରଙ୍କ ସମ୍ମୁଖରେ ଦୁଇ ମହିଳା ପ୍ରତିଦ୍ୱନ୍ଦ୍ୱୀ

କେନ୍ଦ୍ରାପଡ଼ା, ୨୯ା୪ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ରାଜନୀତି ଏକ ରୋଚକ ସ୍ଥିତିରେ ପହଞ୍ଚତ୍ଛି। ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀ ଘୋଷଣା...

ବଢୁଛି ଇଟାଭାଟି, ପ୍ରଶାସନର ରହୁନି ଅଙ୍କୁଶ

ପଟ୍ଟାମୁଣ୍ଡାଇ, ୨୯ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ବଢ଼ି ପ୍ରବଳ ଖରା ସାଙ୍ଗକୁ ଗରମ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri