ଯୋଡ଼ା, ୩୧।୫ (ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହର ଏକ ଖଣିପ୍ରବଣ ଉପାନ୍ତ ଅଞ୍ଚଳ। ଏହି ଅଞ୍ଚଳରୁ କେନ୍ଦ୍ର ଓ ରାଜ୍ୟ ସରକାର ହଜାର ହଜାର କୋଟି ଟଙ୍କାର ରାଜସ୍ବ ପାଉଛନ୍ତି। ହେଲେ ଏହି ଯୋଡା ଖଣି ଅଞ୍ଚଳ ଆଜି ବି ଅବହେଳିତ ହୋଇରହିଛି। ଯୋଡାବାସୀ ବିଭିନ୍ନ ମୌଳିକ ସୁବିଧା ତଥା ଉପଯୁକ୍ତ ଶିକ୍ଷା, ସ୍ବାସ୍ଥ୍ୟ , ଗମନାଗମନ ସୁବିଧା ପ୍ରଭୃତିରୁ ଏବେ ବି ବଞ୍ଚିତ ହୋଇରହିଛନ୍ତି। ଏହାର ପ୍ରତିବାଦରେ ଯୋଡା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ପୂରଣ ନେଇ ଜୁନ୍ ୧ ତାରିଖ ସୋମବାରଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧାରଣା ଦେବାପାଇଁ ଯୋଡାବାସୀଙ୍କୁ ଆହ୍ବାନ ଦିଆଯାଇଛି। ଏଥିରେ ସହରର ମହିଳା ସଂଗଠନ, ସ୍ବେଚ୍ଛାସେବୀ ଅନୁଷ୍ଠାନ, ବ୍ୟବସାୟିକ ଅନୁଷ୍ଠାନ, ବୁଦ୍ଧିଜୀବୀ, ଯୁବଗୋଷ୍ଠୀ, ଯୋଡା ଟ୍ରକ୍ ମାଲିକ ସଂଘ ପ୍ରମୁଖ ସହମତି ପ୍ରଦାନ କରିଛନ୍ତି। ବିଭିନ୍ନ ଦାବି ମଧ୍ୟରେ ଯୋଡା ସହର ମଧ୍ୟ ଦେଇ ଯାଇଥିବା ରାଜ୍ୟ ରାଜପଥ ନଂ ୨ର ରଣାଶାଳ ଘାଟି ଠାରୁ ପଳାଶପଙ୍ଗା ପର୍ଯ୍ୟନ୍ତ ନବୀକରଣ ଏବଂ ପ୍ରଶସ୍ତୀକରଣ କାର୍ଯ୍ୟ ତୁରନ୍ତ ଶେଷ କରିବା, ୫୨୦ନଂ ଜାତୀୟ ରାଜପଥର କାର୍ଯ୍ୟ ତ୍ୱରାନ୍ବିତ କରିବା, ଘନ ଘନ ବିଜୁଳି କାଟ୍ର ତୁରନ୍ତ ପ୍ରତିକାର, ଯୋଡା ସହରକୁ ସ୍ବଚ୍ଛ, ପର୍ଯ୍ୟାପ୍ତ ଓ ନିୟମିତ ଜଳ ଯୋଗାଣ ବ୍ୟବସ୍ଥା କରିବା ପ୍ରଭୃତି ଦାବି କରାଯାଇଛି। ଏହି ଦାବି ପୂରଣ ନ ହେଲେ ଏହି ଧାରଣା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦିଆଯିବ ବୋଲି ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଶିରିଶ ଚନ୍ଦ୍ର ମହାନ୍ତି କହିଛନ୍ତି।
Posted inHome, ଆମ ଜିଲା ଖବର, କେନ୍ଦୁଝର View All
୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ
ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...
ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…
ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍ଡ଼ ଡିଏସ୍ୱାଇଏସ୍ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍ଯାପିତ ହୋଇଛି।...
ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…
ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...
ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ
କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...
ଆଜି ପରମାଣୁ ସ୍ଥାନର ଠିକଣା ଦେବେ ଭାରତ-ପାକିସ୍ତାନ, ଯୁଦ୍ଧ ନେଇ ସଙ୍କେତ!
ନୂଆଦିଲ୍ଲୀ,୧।୧: ଆମର ପଡ଼ୋଶୀ ଏବଂ ଶତ୍ରୁ ପାକିସ୍ତାନର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତେବେ ଆଜି ଉଭୟ ଦେଶ ପରସ୍ପର ସହିତ ଏକ ତାଲିକା ବାଣ୍ଟିବେ, ଯେଉଁଥିରେ...
ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ
ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...
ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା
ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...
Archives


