Posted inଜାତୀୟ

କଂଗ୍ରେସର ଯୋଜନା, ମୋଦିଙ୍କ ଶ୍ରେୟ

ନୂଆଦିଲ୍ଲୀ,୨୦ା୫: କଂଗ୍ରେସ ଏକ ଜନମଙ୍ଗଳକାରୀ ଢାଞ୍ଚାର ଉପାଦାନଗୁଡ଼ିକୁ ପ୍ରସ୍ତୁତ କରିଥିଲା। ପ୍ରଧାନମନ୍ତ୍ରୀ ସେଗୁଡ଼ିକୁ ଫେଣ୍ଟାଫେଣ୍ଟି କରି ସେଥିରେ ମୋଦି ‘ତଡ୍‌କା’ ଯୋଡ଼ିଦେଲେ କେବଳ ନିଜସ୍ବ ବୋଲି ବାହାବା ନେବା ପାଇଁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧୀରେ ଧୀରେ କିନ୍ତୁ ତୀକ୍ଷ୍ଣ ନଜର ଓ ରାଜନୈତିକ କୌଶଳରେ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାରଙ୍କ ଜନମଙ୍ଗଳ ଲିଗାସିକୁ ହାତେଇ ନେଲେ। ଆଧାରରୁ ଆରମ୍ଭ କରି ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଯୋଜନା ଏବଂ ମହାମତ୍ା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ (ଏମ୍‌ଜିଏନ୍‌ଆର୍‌ଇଜିଏ)ରୁ ଗ୍ରାମ୍ୟ ଗୃହନିର୍ମାଣ ଯାଏ ସବୁକିଛି ହେଉଛି କଂଗ୍ରେସ ସରକାର ଅମଳର ଯୋଜନା। ଏସବୁରେ ମୋଦି ସରକାର କିଛି କିଛି ପରିବର୍ତ୍ତନ ଆଣି ନିଜସ୍ବ ଯୋଜନାରେ ପରିଣତ କଲେ। ଫଳରେ ପୂର୍ବରୁ ବ୍ରାହ୍ମଣ-ବଣିଆଙ୍କ ଦଳ ଭାବେ ଛବି ରହିଥିବା ଭାଜପାକୁ ଗ୍ରାମାଞ୍ଚଳ ଭାରତର ତ୍ରାଣକର୍ତ୍ତା ରୂପେ ନିଜକୁ ଉପସ୍ଥାପନ କରିବା ସୁଯୋଗ ମିଳିଲା।
ଉପା-୧ ସରକାରଙ୍କ ଦ୍ୱାରା ଏମ୍‌ଜିଏନ୍‌ଆର୍‌ଇଜିଏର ପରିକଳ୍ପନା ଓ ଆରମ୍ଭ ହୋଇଥିଲା। ଏଥିରେ ଗ୍ରାମାଞ୍ଚଳର ପରିବାରଗୁଡ଼ିକୁ ୧୦୦ ଦିନର କର୍ମନିଯୁକ୍ତି ପ୍ରଦାନ ପାଇଁ ସୁନିଶ୍ଚିତ କରାଯାଇଥିଲା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ସଦ୍ୟ ଗ୍ରାମାଞ୍ଚଳ ବୁଷ୍ଟର୍‌ ଶଟ୍‌ରେ ଏମ୍‌ଜିଏନ୍‌ଆର୍‌ଇଜିଏକୁ ଅତିରିକ୍ତ ୪୦,୦୦୦ କୋଟି ଟଙ୍କା ଦେବାକୁ ଘୋଷଣା କରାଯାଇଛି। ଏହାଦ୍ୱାରା ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଉକ୍ତ ଯୋଜନା ପ୍ରତି ନିଜ ପ୍ରତିଶ୍ରୁତିବଦ୍ଧତାକୁ ରେଖାଙ୍କିତ କରିବା ସହ ଏକ ଅଭୂତପୂର୍ବ ସଙ୍କଟ ସମୟରେ ଏହାର ବିସ୍ତାରପୂର୍ବକ ଉପଯୋଗ କରିଛନ୍ତି।
ଦେଶର ଗ୍ରାମାଞ୍ଚଳରେ କଂଗ୍ରେସର ପ୍ରଭାବ ଏହାକୁ ଏକ ଜାତୀୟ ଦଳ ଭାବେ ଶକ୍ତି ପ୍ରଦାନ କରିଥିଲା। ପୂର୍ବରୁ ଅଧିକ ସହର କୈନ୍ଦ୍ରୀକ ଥିବା ଭାଜପା ଗାଁ ଗହଳି ଉପରେ ନଜର ଦେବା ପରେ ଗ୍ରାମାଞ୍ଚଳରୁ କଂଗ୍ରେସର ପ୍ରଭାବ କ୍ରମଶଃ ହ୍ରାସ ପାଇବାରେ ଲାଗିଲା। କିନ୍ତୁ ଏହି ପ୍ରତୀକାମତ୍କ ଧାରାର ନିର୍ବାଚନୀ ଓ ରାଜନୈତିକ ପ୍ରଭାବଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କଂଗ୍ରେସର ପଦକ୍ଷେପଗୁଡ଼ିକୁ ବ୍ୟବହାର କରି ମୋଦି ନିଜର ଜନମଙ୍ଗଳକାରୀ ଭାବମୂର୍ତ୍ତି ଗଠନ ଲାଗି ମୂଳଦୁଆ ପକାଇଲେ। ଏହା କିପରି ସମ୍ଭବ ହେଲା? କଂଗ୍ରେସ ନିଜେ ଗଢ଼ିଥିବା ଯୋଜନାଗୁଡ଼ିକୁ ତ୍ୟାଗ କରି କିମ୍ବା ସେଗୁଡ଼ିକୁ ଏକ ସ୍ଥାୟୀ ଲିଗାସି ଭାବେ ମାର୍କେଟିଂ ନ କରି ବୋକାମୀ କଲା। ଅନ୍ୟପକ୍ଷରେ ମୋଦି ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ପଦକ୍ଷେପଗୁଡ଼ିକୁ ଅତି ଚାଲାକ ଭାବେ ବ୍ୟବହାର କରିବାର ମହତ୍ତ୍ୱକୁ ବୁଝିପାରିଥିଲେ। ସେ ସେସବୁକୁ ଜନସାଧାରଣଙ୍କ ଆଗରେ ନିଜ ମାନସ ସନ୍ତାନ ଭାବେ ପ୍ରତିପାଦିତ କରିବାରେ ସଫଳ ହେଲେ।

କିପରି ହାତେଇଲେ ଏସବୁ ଯୋଜନା

୨୦୧୪ରେ କ୍ଷମତାକୁ ଆସିବା ପରଠୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପୂର୍ବସୁରୀମାନଙ୍କ ପ୍ରବର୍ତ୍ତନଗୁଡ଼ିକୁ ଉଚିତ ଢଙ୍ଗରେ ଗ୍ରହଣ କଲେ, ଯାହାକି ତାଙ୍କର ଜନକଲ୍ୟାଣକାରୀ ଶାସନ ମଡେଲକୁ ବିଶେଷ ସହାୟକ ହେଲା। ମୋଦି କ୍ଷମତାକୁ ଆସିବା ମାତ୍ରେ ଆଧାରକୁ ଧୂଳିପୂର୍ଣ୍ଣ ଷ୍ଟୋର୍‌ରୁମ୍‌ରୁ କାଢ଼ିଆଣିଥିଲେ। ଏହାସହ ଅନେକ ଉଚ୍ଚସ୍ତରୀୟ ବୈଠକ ଡାକି ସ୍ପଷ୍ଟ କଲେ ଯେ, ଏହି ଏକକ ପରିଚୟ ସଂଖ୍ୟା ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବାକୁ ପଡ଼ିବ। ନନ୍ଦନ ନିଲେକାନିଙ୍କ ନେତୃତ୍ୱ ଓ ଦୂରଦୃଷ୍ଟିରେ ଆଧାରକୁ ଆଣିଥିବା ଉପା ସରକାର ଏହାକୁ ଆବଶ୍ୟକ ଆଇନଗତ ବୈଧତା ପ୍ରଦାନ କରିପାରି ନ ଥିଲେ। ମୋଦି ସରକାର ହିଁ ଏହି ଯୋଜନା ସହ ଛିଡ଼ା ହୋଇ ସମର୍ଥନ ଦେବା ଲାଗି ଏକ ଆଇନ ପ୍ରଣୟନ କରିଥିଲେ ଏବଂ ଏହାର ସପକ୍ଷରେ ଏକ ବଡ଼ ଆଇନଗତ ଲଢ଼େଇ ଲଢ଼ିଥିଲେ। ଏଥିଯୋଗୁ ଉପାର ମାନସ ସନ୍ତାନ ଆଧାର ପ୍ରତ୍ୟେକ ବ୍ୟବହାରିକ ଉଦ୍ଦେଶ୍ୟ ଲାଗି ସବୁଦିନ ପାଇଁ ମୋଦିଙ୍କର ହୋଇଗଲା।
ସେହିପରି ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର ବା ଡିବିଟି ମଧ୍ୟ ୨୦୧୩ରେ କଂଗ୍ରେସ ବହୁ ଆଡ଼ମ୍ବରେ ଆରମ୍ଭ କରିଥିଲା। ଆଧାର ସହ କଲ୍ୟାଣକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନକୁ ତ୍ୱରାନ୍ବିତ କରିଥିବା ଡିବିଟିକୁ ମଧ୍ୟ ମୋଦି ଗରିବ ସପକ୍ଷବାଦୀ ନୀତିଗୁଡ଼ିକର ପ୍ରଣୟନରେ ବହୁଳ ଭାବେ ଉପଯୋଗ କରିଥିଲେ। ସେଥିମଧ୍ୟରୁ ଗୋଟିଏ ହେଉଛି କରୋନା ଭାଇରସ୍‌ ମହାମାରୀ ବେଳେ ଗରିବମାନଙ୍କୁ ନଗଦ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ନେଇ ସଦ୍ୟ ଘୋଷଣା। ଅନୁରୂପ ଭାବେ ଗ୍ରାମାଞ୍ଚଳରେ ଗୃହ ନିର୍ମାଣ ଲାଗି ଇନ୍ଦିରା ଆବାସ ଯୋଜନାରେ କାର୍ଯ୍ୟକାରିତା ସଂକ୍ରାନ୍ତ ଅନେକ ତ୍ରୁଟିବିଚ୍ୟୁତି ରହିଥିଲା। ମୋଦି ଏହି ଯୋଜନାର ଗୁରୁତ୍ୱକୁ ବୁଝିପାରିଥିଲେ। ୨୦୧୫ରେ ସେ ଏହାର ନାମ ପରିବର୍ତ୍ତନ କରି ନିଜର କରିନେଲେ। ଏହାସହିତ ଏଥିରେ କେତେକ ପରିବର୍ତ୍ତନ ଆଣିଲେ, ଯାହା ଏହି ଯୋଜନାକୁ ଅଧିକ ପ୍ରଭାବଶାଳୀ ଓ ଲୋକପ୍ରିୟ କଲା। ‘ମୋଦିଜୀ ଆମକୁ ଏକ ଘର ଦେଇଛନ୍ତି’ ଥିଲା ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏକ ସାଧାରଣ ଘୋଷା। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁନଃ ନିର୍ବାଚିତ ହେବା ପାଇଁ ଅନେକ ମାତ୍ରାରେ ସହାୟକ ହୋଇଥିଲା। ଏବେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପାଇଁ ଏକ ବଡ଼ଧରଣର ଆବଣ୍ଟନ କରି ପ୍ରଧାନମନ୍ତ୍ରୀ ଏହି ସ୍କିମ୍‌କୁ ନିଜର କରିନେଇଛନ୍ତି, ଯଦିଓ ୨୦୧୫ରେ ସେ ପାର୍ଲାମେଣ୍ଟରେ ଏହାକୁ ଉପା ବିଫଳତାର ଏକ ଜୀବନ୍ତ ସ୍ମାରକୀ ବୋଲି ଅଭିହିତ କରିଥିଲେ। ୨୦୧୧ରେ ଉପା ସରକାର ଅମଳରେ ଆରମ୍ଭ ହୋଇଥିବା ସାମାଜିକ-ଅର୍ଥନୈତିକ ଜାତି ଗଣନା (ଏସ୍‌ଇସିସି)ର ନିଷ୍କର୍ଷ ଶେଷରେ ୨୦୧୫ରେ ବାହାରିଥିଲା। ସେବେଠୁ ଏହା ହିତାଧିକାରୀଙ୍କୁ ଚିହ୍ନଟ ଓ ସୁବିଧା ପ୍ରଦାନ କ୍ଷେତ୍ରରେ ମୋଦି ସରକାରଙ୍କ ଜନମଙ୍ଗଳକାରୀ ନୀତିଗୁଡ଼ିକର ଆଧାରଶିଳା ହୋଇ ରହିଛି।
ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ମୋଦି ପ୍ରଥମ ପାଳିରେ ହୃଦୟଙ୍ଗମ କରିଥିଲେ ଯେ, ‘ସୁଟ୍‌ ବୁଟ୍‌ କୀ ସରକାର’ ଭାବମୂର୍ତ୍ତି ତାଙ୍କ ଅମଙ୍ଗଳ କରିପାରେ। ତେଣୁ ସେ ସଙ୍ଗେ ସଙ୍ଗେ ‘ଜନକଲ୍ୟାଣ’ ଆଡ଼କୁ ଢଳିଥିଲେ। ତାଙ୍କୁ ବେଶି କିଛି କରିବାକୁ ପଡ଼ିଲା ନାହିଁ। କାରଣ କଂଗ୍ରେସ ତାଙ୍କ ପାଇଁ ଅନେକ ଉପାଦାନ ସାଉଁଟି ରଖିଥିଲା। ମୋଦି କେବଳ ସେଗୁଡ଼ିକୁ ଏକତ୍ରିତ କରି ନିଜ ରେସିପି ଅନୁସାରେ ମିଶ୍ରଣ କରିଥିଲେ, ଯାହାକୁ କୁହାଗଲା ମୋଦି ତଡ୍‌କା। ତେବେ ଏହି ଯୋଜନାଗୁଡ଼ିକର ମହତ୍ତ୍ୱ ବୁଝି ସେଥିରେ ନିବେଶର ଆବଶ୍ୟକତାକୁ ପ୍ରଧାନମନ୍ତ୍ରୀ ମୋଦି ହିଁ ବୁଝିଛନ୍ତି ବୋଲି ପରିଶେଷରେ ମାନିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri