ଚାଷୀଙ୍କ ଦୁଃଖ ସରୁନି

ଖୋର୍ଦ୍ଧା ଅଫିସ,୨୦ା୪ : ବର୍ତ୍ତମାନ ଲକଡାଉନ ଯୋଗୁ ଚାଷୀକୂଳ ବିଶେଷ ପ୍ରଭାବିତ ହୋଇଛନ୍ତି। କ୍ଷେତରେ ପନିପରିବା ଶୁଖି ଓ ପଚିଶଢି ନଷ୍ଟ ହେଉଥିବାବେଳେ ଯାହା କିଛି ଅମଳ ହେଉଛି ତାହାକୁ ଉପଯୁକ୍ତ ମୂଲ୍ୟରେ ବିକ୍ରି କରିପାରୁନାହିଁ ଚାଷୀ। ଫଳରେ ଚାଷୀ ମନରେ ଚିନ୍ତା ଛାଇଯାଇଛି। ଏଭଳି ଚିତ୍ର ଦେଖିବାକୁ ମିଳିଛି ଖୋର୍ଦ୍ଧା ବ୍ଲକ ଟାଙ୍ଗିଆପଡା ପଞ୍ଚାୟତର କୁମାରବସ୍ତ ଗ୍ରାମରେ। ଏହି ଗ୍ରାମରେ ଅଧିକାଂଶ ଚାଷୀ ଲଗାଇଥିବା ଟମାଟ, ବାଇଗଣ, ଜହ୍ନ୍‌ି, ଛଚିନ୍ଦା, କଖାରୁ, କଲରା ଆଦି ଅମଳ କରି ଖୋର୍ଦ୍ଧା, ଜଟଣୀ ସମେତ ହାଟରେ ବ୍ରିକ୍ରି କରି ବେଶ ରୋଜଗାର କରିଥାନ୍ତି। ଚଳିତ ବର୍ଷ ଚାଷୀଙ୍କ ଭଲ ପନିପରିବା ଚାଷ ହୋଇଥିଲା। ଅମଳ ସମୟରେ ଲକଡାଉନ ହୋଇଗଲା। ନିର୍ଦ୍ଦିଷ୍ଟ ସମୟ ଲାଗି ପରିବା ହାଟ ଖୋଲୁଛି। ଏଣୁ ଠିକ୍‌ ସମୟରେ ବଜାରରେ ପରିବା ନ ପହଞ୍ଚିଲେ, ବେପାର ମାଡ। ପନିପରିବା ପରିବହନ ଲାଗି ସେପରି କୌଣସି ସୁିବଧା ନାହିଁ। ପନିପରିବା ବିକ୍ରି କରି ଫେରିବା ବେଳେ ପ୍ରଶାସନ କି ପୋଲିସ ହାତରେ ପଡ଼ି ହଟହଟା ହେବା ଭୟରେ କୌଣସି ମାଲ ପରିବହନ ଗାଡ଼ିି ଯିବାକୁ ମଙ୍ଗୁନାହାନ୍ତି। ଯେଉଁମାନେ ରାଜି ହେଉଛନ୍ତି ଅଧିକ ଟଙ୍କା ଦାବି କରୁଛନ୍ତି। ଏଣୁ ବାହାର ସ୍ଥାନକୁ ଚାଷୀ ପରିବା ନେବାରେ କଷ୍ଟ ହେଉଛି। ବାଧ୍ୟ ହୋଇ ବିଲରୁ ପରିବା ତୋଳି ଆଣିବା ପରେ କମ୍‌ ଦାମ୍‌ରେ ବେପାରୀଙ୍କୁ ବ୍ରିକି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ। ନିଜ ଚାଷ ଜମି ବ୍ୟତୀତ ଭାଗ ଚାଷରେ ପନିପରିବା ଲଗାଇଥିବା ଚାଷୀ ମଧ୍ୟ ମୁଣ୍ଡରେ ହାତ ଦେଇବସିଛନ୍ତି। କୁମାରବସ୍ତ ଗ୍ରାମର ମାଧବ ବଲୱନ୍ତ ଜଣେ ସଫଳ ଚାଷୀ। ୧୫ବର୍ଷ ଧରି ନିଜର ୨.୫ ଏକର ଜମିରେ ବାଇଗଣ, କଖାରୁ, ଜହ୍ନି, ଛଚିନ୍ଦା ଓ ପେସ୍ପିକମ୍‌ ଆଦି ପରିବା ଚାଷ କରିଥିଲେ। ପ୍ରାୟ ୨୫ରୁ ୩୦ ଟଙ୍କା ଖର୍ଚ୍ଚ କରିଥିଲେ। ଏଥିରୁ ସେ ପ୍ରାୟ ୧.୫ରୁ ୨ଲକ୍ଷ ଟଙ୍କା ଲାଭ ଆଶା କରିଥିଲେ ମାଧବ। ମାତ୍ର ଅମଳ ସମୟ ବେଳକୁ ଲକଡାଉନ ସ୍ଥିତି ସାଙ୍ଗକୁ ପରିବାରେ ରୋଗପୋକ ଲାଗିଯିବାରୁ ସବୁ ପଚିଶଢି ନଷ୍ଟ ହୋଇଗଲା। ଧାର କରଜ କରି ପରିବା ଚାଷ କରିଥିଲି। ଏବେ ସରକାର ଏଥିପ୍ରତି ଗୁରୁତ୍ୱ ଦେବା ଜରୁରୀ ହୋଇପଡ଼ିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ଶାହରୁଖ ଖାନ ଜଣେ ବିଶ୍ୱାସଘାତକ: ଭାଜପା ନେତାଙ୍କ ବିବାଦୀୟ ବୟାନ

ଲକ୍ଷ୍ନୌ,୧।୧: ଉତ୍ତର ପ୍ରଦେଶର ମିରଟରେ ଭାରତୀୟ ଜନତା ପାର୍ଟିର ଫାୟାରବ୍ରାଣ୍ଡ ନେତା ସଙ୍ଗୀତ ସୋମ ଚଳଚ୍ଚିତ୍ର ଅଭିନେତା ଶାହରୁଖ ଖାନଙ୍କ ସମ୍ପର୍କରେ ଏକ ବିବାଦୀୟ ବୟାନ...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri