ବଳରାମ ଖଣି ବନ୍ଦକୁ ନେଇ ବଢ଼ୁଛି ବିବାଦ: ଖଣି କର୍ତ୍ତୃପକ୍ଷଙ୍କୁ ଦୋଷ ଦେଲା ଡଅଁରା ଗ୍ରାମ କମିଟି

ତାଳଚେର,୨୬ା୧୦(ନି.ପ୍ର.) – କୋଇଲା ପରିବହନକୁ ନେଇ ତାଳଚେର ବ୍ଲକ ଡଅଁରା ଓ ସୋଲଡା ଗ୍ରାମ ମଧ୍ୟରେ ଥିବା ବିବାଦ ଯୋଗୁ ତାଳଚେରସ୍ଥିତ ବଳରାମ କୋଇଲା ଖଣି ଗତ ୧୨ ତାରିଖଠାରୁ ବନ୍ଦ ରହିଛି। ତେବେ ରାଜନୀତି ଓ ହିଙ୍ଗୁଳା ଜେନେରାଲ ମ୍ୟାନେଜର ଖଣି ବନ୍ଦର ମୁଖ୍ୟ କାରଣ ବୋଲି ଶୁକ୍ରବାର ତାଳଚେରସ୍ଥିତ ଏକ ହୋଟେଲରେ ଖବରଦାତା ସମ୍ମିଳନୀରେ ଡଅଁରା ଗ୍ରାମବାସୀ, ଟ୍ରକ୍‌ ମାଲିକ ସଂଘ, ପାଲଭିଡା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି।
ଡଅଁରା ଗ୍ରାମବାସୀ ଓ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ୧୯୮୭ରେ ଖଣି ପାଇଁ ଡଅଁରା ଗ୍ରାମର ଜମି ଅଧିଗ୍ରହଣ ହୋଇଥିଲା। ୧୨ଶହ ପରିବାର କ୍ଷତିଗ୍ରସ୍ତ ହୋଇଥିଲେ। ମୋଟ୍‌ ୧୦୬୨ ଜଣଙ୍କ ମଧ୍ୟରୁ ୩୨ ବର୍ଷ ମଧ୍ୟରେ ୭ଶହଙ୍କୁ ନିଯୁକ୍ତି ଦିଆଯାଇଛି। ବାକି ୩ଶହ ଚାକିରି ଅପେକ୍ଷାରେ ଅଛନ୍ତି। ଗ୍ରାମର ୮୫ ପ୍ରତିଶତ ଜମି କୋଇଲା ଖଣି ଦ୍ୱାରା ଅଧିଗ୍ରହଣ କରାଯାଇଥିଲେ ବି ଗ୍ରାମକୁ ବିସ୍ଥାପିତ କରାଯାଇ ନାହିଁ। ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ଏବଂ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ଏଥିପ୍ରତି ଆଦୌ ଗୁରୁତ୍ୱ ଦେଉନାହାନ୍ତି। କିଛିଦିନ ତଳେ କୋଇଲା ଲୋଡିଂକୁ ନେଇ ଡଅଁରା ଓ ସୋଲଡା ଗ୍ରାମର ଯୁବକମାନେ ମୁହଁାମୁହିଁ ହୋଇଥିଲେ। ପ୍ରତି ମାସରେ ଡଅଁରା ଗ୍ରାମର ଟ୍ରକ୍‌ ମାଲିକଙ୍କୁ ଯେତିକି କୋଇଲା ଯୋଗାଇ ଦିଆଯିବ ବୋଲି ହିଙ୍ଗୁଳା ଖଣି କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ ତାହା କାର୍ଯ୍ୟକାରୀ କଲେ ନାହିଁ। ୫ଶହ ଟ୍ରକ୍‌ ମାଲିକ ଓ ପାଲଭିଡା ଶ୍ରମିକ ଗତ ୫ ମାସ ହେଲା ଜୀବିକା ହରାଇ ବସିଲେଣି। ଡଅଁରା ଗ୍ରାମବାସୀ କୌଣସି ରୋଡସଲ ବନ୍ଦ କରିନାହାନ୍ତି। ଏପରି ଅଭିଯୋଗ ମିଥ୍ୟା ବୋଲି ଡଅଁରା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏମ୍‌ସିଏଲ, ପୋଲିସ, ପ୍ରଶାସନ ରାଜନେତାଙ୍କ ଦ୍ୱାରା ପରିଚାଳିତ ଏବଂ ଅନ୍ଧ ଭାବେ ସୋଲଡା ଗ୍ରାମକୁ ସମର୍ଥନ କରୁଛନ୍ତି। ଏଥିଯୋଗୁ ସମସ୍ୟାର ସମାଧାନ ହୋଇପାରୁ ନାହିଁ। ଡଅଁରା ଗ୍ରାମକୁ ତୁରନ୍ତ ବିସ୍ଥାପିତ କରାଯିବା, ଖଣି କର୍ତ୍ତୃପକ୍ଷ ପୂର୍ବ ପ୍ରତିଶ୍ରୁତି କାର୍ଯ୍ୟକାରୀ କରିବା, ବଳରାମ ଖଣି ସମସ୍ତ ନିୟମ କାର୍ଯ୍ୟକାରୀ କରିବା, ଡଅଁରା ଗ୍ରାମର ଟ୍ରକ୍‌କୁ ଅଗ୍ରାଧିକାର ଭିତରେ ଲୋଡିଂ ଦେବାକୁ ଡଅଁରା ଗ୍ରାମବାସୀ, ଟ୍ରକ୍‌ ମାଲିକ ସଂଘ ଓ ପାଲଭିଡା ସଂଘ ଦାବି କରିଛି। ନଚେତ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ଗ୍ରାମ କମିଟି ପୂର୍ବତନ ସଭାପତି ରତ୍ନାକର ସାହୁ, କୋଷାଧ୍ୟକ୍ଷ ବସନ୍ତ କୁମାର ପ୍ରଧାନ, ସମ୍ପାଦକ ତୀର୍ଥବାସୀ ସାହୁ, ଡଅଁରା ଟ୍ରକ୍‌ମାଲିକ ସଂଘ ଉପସଭାପତି ତଥା ପାଲଭିଡା ସଂଘ ଉପଦେଷ୍ଟା ସୁଶାନ୍ତ କୁମାର ବିଶ୍ୱାଳ, ଡଅଁରା ଟ୍ରକ୍‌ ମାଲିକ ସଂଘ ଉପସଭାପତି ସୁମନ୍ତ ସାହୁଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ତାଳଚେର ଉପଜିଲାପାଳ ପରେଶ ଚନ୍ଦ୍ର ନାୟକ କହିଛନ୍ତି, ପ୍ରଶାସନ ସ୍ତରରେ ସମସ୍ୟାର ସମାଧାନ ପାଇଁ ୩/୪ଥର ବୈଠକ ବସିଲାଣି। କିଛି ସୁଫଳ ମିଳୁନି। ତଥାପି ପ୍ରଶାସନ ସମାଧାନ ଉଦ୍ୟମ ଜାରି ରଖିଛି। ସେହିପରି ହିଙ୍ଗୁଳା ଖଣି ଜେନେରାଲ ମ୍ୟାନେଜର ପି.କେ. ରେଡି ଅଭିଯୋଗକୁ ଅସ୍ବୀକାର କରିବା ସହିତ ପ୍ରଶାସନିକସ୍ତରରେ ଆଲୋଚନା ହୋଇଥିଲେ ବି ସମାଧାନ ହୋଇପାରୁନି। ସମସ୍ୟା ନେଇ ପୋଲିସ, ପ୍ରଶାସନ, ଖଣିର ବରିଷ୍ଠ ଅଧିକାରୀ ଅବଗତ ରହିଥିବା ଜେନେରାଲ ମ୍ୟାନେଜର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା

ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...

ଆଉଘରକୁ  ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍‌ ସହ ହେଲା…

ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍‌ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍‌ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...

ଅପରାଧୀଙ୍କୁ ଗିରଫ ଦାବିରେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋପ

ଅନୁଗୋଳ, ୧୧।୧୧ ( ମାନସ ବିଶ୍ୱାଳ): ଅଲ ଇଣ୍ଡିଆ ମୂଳନିବାସୀ ସଂଘ ପକ୍ଷରୁ ଘର ପୋଡିଥିବା ଅପରାଧୀଙ୍କୁ ଗିରଫ ଦାବିରେ ମଙ୍ଗଳବାର ଜିଲାପାଳ ଅଫିସ ସମ୍ମୁଖରେ...

ଡିଭାଇଡରରେ ପିଟିହେଲା ତୀର୍ଥଯାତ୍ରୀ ଗାଡ଼ି

ବଇଣ୍ଡା,୭ା୧୧(ପରୀକ୍ଷିତ ସାହୁ): କଟକ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜ ପଥର ହଣ୍ଡପା ଥାନା ଲୁହାମୁଣ୍ଡାଠାରେ ଶୁକ୍ରବାର ଭୋର୍‌ ସମୟରେ ଏକ ତୀର୍ଥଯାତ୍ରୀ ଗାଡ଼ି ଡିଭାଇଡରରେ...

ଅନୁଗୋଳରେ ଲଜ୍ଜା: ନାବାଳିକା ଭଉଣୀକୁ ବଳତ୍କାର କଲା ଭାଇ

ଛେଣ୍ଡିପଦା,୩।୧୧: ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ନିଜ ନାବାଳିକା ଭଉଣୀକୁ ବଡ଼ ଭାଇ ବଳତ୍କାର କରିଥିବା ଅଭିଯୋଗ ହୋଇଛି। ଘରେ କେହି ନଥିବା ବେଳେ...

ଜିଏମ୍‌ଡିସି: ଗୁଜରାଟରୁ ଆସି ଖାଇଗଲେ

ଅନୁଗୋଳ,୨୮ା୧୦(ଦିବ୍ୟଶାନ୍ତନୁ ନାଥ)/ଛେଣ୍ଡିପଦା (ଅଜିତ ଧଳ): ଖଣି ଖନନ ହେଲେ ରୋଜଗାର ବଢ଼ିବ। ଲୋକଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ଏପରି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅନୁଗୋଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri