ବୋୖଦ୍ଧ, ୨୦ା୧( ଅଜିତ କୁମ୍ଭୀର ବାରିକ) – ବୌଦ୍ଧ ଜିଲା ୫୭ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ତେଲିବନ୍ଧ ଛକ ନିକଟରେ ମଙ୍ଗଳବାର ଭୋର ସମୟରେ ଏକ ଅଜଣା ଗାଡ଼ି ଏକ କାରକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱରରୁ ବଲାଙ୍ଗିର ଅଭିମୁଖେ ଯାଉଥିବା ଏକ କାର୍କୁ ପଛପଟୁ କୌଣସି ଏକ ଅଜଣା ଗାଡ଼ି ଜୋରରେ ଧକ୍କା ଦେବା ସହ କିଛି ବାଟ ଘୋଷାଡ଼ି ନେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ, କାର୍ରେ ଥିବା ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇବା ପରେ ଅଜଣା ଗାଡ଼ିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି।
ଖବର ପାଇ ବୌଦ୍ଧ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବୌଦ୍ଧ ମେଡିକାଲ ପଠାଇଛନ୍ତି । ମୃତକଙ୍କ ପରିଚୟ ମିଳିପାରି ନଥିବା ବେଳେ ବଲାଙ୍ଗୀର ଅଞ୍ଚଳର ବୋଲି ପୋଲିସ ସୂଚନା ମିଳିଛି ।

