Posted inଜାତୀୟ

ତାର୍କିକ ଅସଙ୍ଗତି ତାଲିକାରେ ଥିବା ଲୋକଙ୍କ ନାଁ ପ୍ରକାଶ କର

ନୂଆଦିଲ୍ଲୀ,୨୦ା୧(ପି.ଟି.): ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଯେଉଁମାନଙ୍କ ନାମ ତାର୍କିକ ଅସଙ୍ଗତି ତାଲିକାରେ ରହିଛି, ସେଗୁଡ଼ିକୁ ଗ୍ରାମପଞ୍ଚାୟତ ଭବନ, ବ୍ଲକ୍‌ ଅଫିସ ଓ ଓ୍ବାର୍ଡ ଅଫିସ୍‌ରେ ପ୍ରଦର୍ଶିତ କରିବା ପାଇଁ ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ୧.୨୫ କୋଟି ଭୋଟର ଉକ୍ତ ତାଲିକାରେ ରହିଥିବା ଜଣାପଡ଼ିଛି। ୨୦୦୨ର ଭୋଟର ତାଲିକା ସହ ସନ୍ତାନଙ୍କୁ ନେଇ ତାର୍କିକ ବିସଙ୍ଗତି ରହିଛି। ଉଦାହରଣ ସ୍ବରୂପ ମାତାପିତାଙ୍କ ନାମରେ ମେଳ ରହୁ ନ ଥିବାବେଳେ କେଉଁଠି ଭୋଟର ଏବଂ ସେମାନଙ୍କ ମାତାପିତାଙ୍କ ବୟସ ମଧ୍ୟରେ ୧୫ ବର୍ଷରୁ କମ୍‌ କିମ୍ବା ୫୦ ବର୍ଷରୁ ଅଧିକ ବ୍ୟବଧାନ ରହୁଛି। ବର୍ତ୍ତମାନର ଭୋଟର ତାଲିକା ସଂଶୋଧନ ଦ୍ୱାରା ପ୍ରଭାବିତ ହେବା ସମ୍ଭାବନା ଥିବା ଲୋକମାନେ ସେମାନଙ୍କ ଦସ୍ତାବିଜ୍‌ ଓ ଆପତ୍ତି ଅଭିଯୋଗ ଦାଖଲ ପାଇଁ ଅନୁମତି ଦେବାକୁ ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ଜଷ୍ଟିସ୍‌ ଦୀପଙ୍କର ଦତ୍ତା ଏବଂ ଜୟମାଲ୍ୟ ବାଗ୍‌ଚୀଙ୍କ ଖଣ୍ଡପୀଠ କହିଛନ୍ତି। ଏଥିପାଇଁ ପ୍ରତି ପଞ୍ଚାୟତ କିମ୍ବା ବ୍ଲକ୍‌ ଅଫିସରେ ଦସ୍ତାବିଜ୍‌ ଓ ଆପତ୍ତି ଦାଖଲ ପାଇଁ ଅଫିସ ଖୋଲିବାକୁ ସର୍ବୋଚ୍ଚ ଅଦାଲତ କହିଛନ୍ତି। ଏଥିପାଇଁ ପଞ୍ଚାୟତ ଭବନ ଓ ବ୍ଲକ୍‌ ଅଫିସ ପାଇଁ ରାଜ୍ୟ ସରକାର ପର୍ଯ୍ୟାନ୍ତ ଲୋକ ନିୟୋଜିତ କରିବେ। ରାଜ୍ୟରେ ଯେପରି ଆଇନ ଶୃଙ୍ଖଳା ସମସ୍ୟା ସୃଷ୍ଟି ନ ହୁଏ ଏବଂ ସବୁ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହୁଏ, ତାହା ସୁନିଶ୍ଚିତ କରିବାକୁ ଅଦାଲତ ପଶ୍ଚିମବଙ୍ଗ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଚାଷଜମିରୁ ବୋମା ଜବତ; ଆତଙ୍କିତ ଗ୍ରାମବାସୀ, ପୋଲିସର ତଦନ୍ତ…   

ଦିଗପହଣ୍ଡି,୨୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବୋମକେଇ ପଞ୍ଚାୟତ କୁମରଡ଼ା ଗ୍ରାମ ବଡ଼ବନ୍ଧ ପୋଖରୀ ନିକଟ ଚାଷଜମିରେ ବୋମା ଆତଙ୍କ । ରଘୁ...

ଚଳିତ ବର୍ଷ ସନ୍ୟାସ ନେବେ ଏହି ୫ ଭାରତୀୟ କ୍ରିକେଟର! ଟିମ୍‌ ଇଣ୍ଡିଆରେ ସ୍ଥାନ ମିଳିବା ଅସମ୍ଭବ

ନୂଆଦିଲ୍ଲୀ,୨୦।୧: ଅନେକ ଷ୍ଟାର ଖେଳାଳି ଦୀର୍ଘ ସମୟ ଧରି ଭାରତୀୟ ଦଳରୁ ବାହାରେ ଅଛନ୍ତି। ଅନେକ ଯୁବ ଖେଳାଳି ଥିଲେ ମଧ୍ୟ ଖରାପ ଫର୍ମ ଯୋଗୁ...

ନୂଆଦିଲ୍ଲୀରେ ଦୁଲୁକିବ କଳାହାଣ୍ଡିର ଘୁମୁରା, ବଜାଶାଲ: ଜଲଓ୍ବା ଦେଖାଇବେ ପ୍ରତିଭା ଅନୁଷ୍ଠାନର କଳାକାର

ଭବାନୀପାଟଣା,୨୦ା୧(ଉତ୍ତମ କୁମାର ଦାଶ):ବନ୍ଦେ ମାତରମ୍‌ ଗୀତର ୧୫୦ ବର୍ଷ ପୂର୍ତ୍ତି ସମାରୋହ ଉପଲକ୍ଷେ ନୂଆଦିଲ୍ଲୀ ରାଜପଥରେ ଆସନ୍ତା ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ କଳାହାଣ୍ଡିର ଘୁମୁରା...

‘ଜଣେ ଚମତ୍କାର ବ୍ୟକ୍ତିଙ୍କୁ ଜନ୍ମଦିନର ଶୁଭେଚ୍ଛା’, ଟ୍ରମ୍ପ-ଏପଷ୍ଟାଇନଙ୍କ ସମ୍ପର୍କକୁ ନେଇ ମଲରେ ଲାଗିଲା ରେପ୍ଲିକା, ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

ଓ୍ବାଶିଂଟନ,୨୦।୧: ୱାଶିଂଟନ ଡି.ସି.ର ନ୍ୟାସନାଲ ମଲରେ ରାତାରାତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ଏକ ୧୦ ଫୁଟ ଉଚ୍ଚ ପ୍ରତିକୃତି ବା ରେପ୍ଲିକା। ଏହା ଡୋନାଲ୍ଡ...

୩୮୯ ଜଣଙ୍କର ଜଣେ ବାପା, ଆଉ ଜଣଙ୍କର ୩୧୦ ପିଲା… ପଶ୍ଚିମବଙ୍ଗର SIR ଖୋଲିଲା ଏମିତି ରାଜ୍‌, ସଭିଏଁ ଚକିତ

କୋଲକାତା,୨୦।୧: ପଶ୍ଚିମବଙ୍ଗ ଭୋଟର ତାଲିକା ଯାଞ୍ଚ (SIR) ଅଭିଯାନ ସମୟରେ ଏପରି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ଯାହା କେବଳ ନିର୍ବାଚନ କମିଶନଙ୍କୁ ନୁହେଁ ବରଂ...

ତେଲିବନ୍ଧ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଅଜଣା ଗାଡ଼ି ଧକ୍କାରେ ୨ ମୃତ, କାରକୁ ଘୋଷାଡ଼ି…

ବୋୖଦ୍ଧ, ୨୦ା୧( ଅଜିତ କୁମ୍ଭୀର ବାରିକ) – ​ବୌଦ୍ଧ ଜିଲା ୫୭ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ତେଲିବନ୍ଧ ଛକ...

ବଳଦେବଜୀଉ ମନ୍ଦିରକୁ ବୋମାରେ ଉଡାଇବାକୁ ଧମକ, କାର୍ଯ୍ୟାନୁଷ୍ଠାନ ପାଇଁ ଏସ୍‌ପିଙ୍କୁ…

କେନ୍ଦ୍ରାପଡ଼ା, ୨୦ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡା ସହରର ଇଚ୍ଛାପୁରସ୍ଥ ବଳଦେବଜୀଉ ମନ୍ଦିରକୁ ଖୁବ ଶୀଘ୍ର ବୋମାରେ ଉଡାଇ ଦିଆଯିବ। ଏପ୍ରକାର ଏକ ପୋଷ୍ଟ ସାମାଜିକ ଗଣମାଧ୍ୟମରେ ସୋମବାର...

‘ଇତିହାସରେ ଲିପିବଦ୍ଧ ହେବ ତାଙ୍କ ନାମ’: ଗ୍ରୀନଲାଣ୍ଡ ପ୍ରତି ଟ୍ରମ୍ପଙ୍କ ଧମକ ଉପରେ ପ୍ରତିକ୍ରିୟା ରଖିଲା ରୁଷିଆ, ରାଗୁଛି ଚାଇନା

ଓ୍ବାଶିଂଟନ,୨୦।୧: ଗ୍ରୀନଲାଣ୍ଡର ମିଶ୍ରଣ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ଉପରେ ଏବେ ରୁଷିଆ ଏବଂ ଚାଇନା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରୁଷିଆ କହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri