ଜୟପୁର,୧୯।୧(ପବନ ପାଣିଗ୍ରାହୀ): ବ୍ରାଉନସୁଗାର କାରବାର ସମୟରେ ଟାଉନ ପୋଲିସ ଚଢାଉ କରିଛି । ଚଢାଉ ବେଳେ ୨ ଅଭିଯୁକ୍ତଙ୍କୁ ଗିରଫ କରି ବ୍ରାଉନସୁଗାର ଜବତ କରିଛି। ପୋଲିସ। ଗିରଫ ଦୁଇ ଅଭିଯୁକ୍ତ ହେଲେ ଖ୍ରୀଷ୍ଟିଆନପେଟାର ସଞ୍ଜିବ କୁମାର ନାୟକ (୪୦) ଇରିଗେସନ କୋଲନିର ଖଗେନ ତନ୍ତି (୧୯) । ଗିରଫ ଅଭିଯୁକ୍ତଙ୍କଠାରୁ ୨ ଗ୍ରାମ ୮ଶହ ୩୦ ମିଲିଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଜୟପୁର ସହର ଖ୍ରୀଷ୍ଟିଆନପେଟା ବିୟୁରିଆନ ପଡିଆରେ ଏହି ଚଢାଉ କରାଯାଇଛି। ୨ ଜଣ ବ୍ରାଉନସୁଗାର କାରବାର କରୁଥିବା ପୋଲିସ ସୂଚନା ପାଇ ପୋଲିସ ଟିମ ଚଢାଉ କରିଥିଲା। ଚଢାଉ କରି ୩୦ଟି ପ୍ୟାକେଟରୁ ୨ ଗ୍ରାମ ୮ଶହ ୩୦ ଗ୍ରାମ ମିଲିଗ୍ରାମ ଜବତ କରିଛି ।ଏନେଇ ଟାଉନ ଥାନା ଅଧିକାରି ଉଲ୍ଲସ ଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି ।

