କୋଟିଆ ବିବାଦ ସମାଧାନ କରିବାକୁ ଅଣ୍ଟା ଭିଡ଼ିଲା ଡିପିବିପି: ୬୪ ବ୍ଲକ୍‌କୁ ନେଇ…

ପଟ୍ଟାଙ୍ଗି,୧୯ା୧(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ କୁନ୍ଦୁଲି ସାପ୍ତାହିକ ହାଟସ୍ଥିତ କମ୍ୟୁନିଟି ହଲ୍‌ରେ ଦଣ୍ଡକାରଣ୍ୟ ପର୍ବତ ବିକାଶ ପରିଷଦ(ଡିପିବିପି) ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଡିପିବିପି ରାଜ୍ୟ ସଭାପତି ତଥା ପୂର୍ବତନ ଏମ୍‌ପି ଜୟରାମ ପାଙ୍ଗୀଙ୍କ ସଭାପତିତ୍ୱରେ ଓଡ଼ିଶା-ଆନ୍ଧ୍ରର ୬ ଜିଲାର ସଭାପତି ଓ ପରିଷଦର କର୍ମକର୍ତ୍ତା ଉପସ୍ଥିତ ଥିଲେ। ବୈଠକରେ ଆନ୍ଧ୍ରର ପାଡେରୁ ଓ ପାର୍ବତୀପୁରମ୍‌ ମାନ୍ୟାମ ଜିଲା ସଭାପତିଙ୍କ ସହ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ା ଜିଲା ସଭାପତି ଓ କର୍ମକର୍ତ୍ତା କୋଟିଆ ପଞ୍ଚାୟତରେ ଫେବୃଆରୀ ୪ରେ ଏକତ୍ର ହୋଇ ପଞ୍ଚାୟତର ବିବାଦ ସମାଧାନ ହେବା ନେଇ ବିସ୍ତୃତ ଆଲୋଚନା କରି ପଦକ୍ଷେପ ଗ୍ରହଣ କରିବାକୁ ଜିଲା ସଭାପତି ଓ କର୍ମକର୍ତ୍ତାମାନଙ୍କୁ ସୂଚନା ଦିଆଯାଇଛି। ୧୯୬୧-୬୨ରୁ ଚାଲିଥିବା ଏହି ସୀମା ବିବାଦର ସମାଧାନ କରିବା ନେଇ ଏଯାଏ କୌଣସି ପଦକ୍ଷେପ ଗ୍ରହଣ କରାଯାଇପାରୁ ନାହିଁ। ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟରେ ଭାଜପା ସରକାର ରହିଛି। ଆନ୍ଧ୍ରରେ ମଧ୍ୟ ମିଳିତ ସରକାର ଥିଲେ ସୁଦ୍ଧା କୋଟିଆ ବିବାଦ ସମାଧାନ ହୋଇପାରୁ ନାହିଁ। ଏଥିଯୋଗୁ ଆଦିବାସୀମାନେ ନିର୍ଯାତିତ ହେବା ସହ ସରକାରଙ୍କ ଯୋଜନାରୁ ଠିକ୍‌ ସହାୟତା ପାଇ ପାରୁନାହାନ୍ତି। ଏହି ସ୍ଥିତିରେ ଦଣ୍ଡକାରଣ୍ୟ ପର୍ବତ ବିକାଶ ପରିଷଦ ଏହାର ସମାଧାନ ବାଟ ବାହାର କରିପାରିବ ବୋଲି ରାଜ୍ୟ ସଭାପତି ପାଙ୍ଗୀ କହିଛନ୍ତି। ୨ ରାଜ୍ୟର ୬୪ ବ୍ଲକ୍‌କୁ ନେଇ ସ୍ବତନ୍ତ୍ର ରାଜ୍ୟ ଗଠନ କରିବା ପରିଷଦର ମୂଳ ଲକ୍ଷ୍ୟ। ଏଥିପାଇଁ ଏକ ଦାବିପତ୍ର ପ୍ରସ୍ତୁତ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କୋରାପୁଟ ଜିଲାପାଳଙ୍କୁ ପ୍ରଦାନ କରାଯିବ। ଏହାପରେ ଅନ୍ୟ ଜିଲାଗୁଡ଼ିକରେ ମଧ୍ୟ ପରିଷଦ ପକ୍ଷରୁ ଅନୁରୂପ ଦାବିପତ୍ର ପ୍ରଦାନ କରିବାକୁ ଆଲୋଚନା ହୋଇଥିଲା। ୨୦୧୧ ଜନଗଣନା ତଥ୍ୟ ଅନୁସାରେ ଏହି ୬ ଜିଲାରେ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର ରହିଥିବାରୁ ସ୍ବତନ୍ତ୍ର ରାଜ୍ୟ ଗଠନ କରିବାରେ କୌଣସି ସମସ୍ୟା ନାହିଁ ବୋଲି ବୈଠକରେ କୁହାଯାଇଛି। ସ୍ବତନ୍ତ୍ର ରାଜ୍ୟ ଗଠନ ନ ହେବା ଯାଏ ଏହି ପରିଷଦର ସଂଗ୍ରାମ ଜାରି ରହିବ ବୋଲି କର୍ମକର୍ତ୍ତାଙ୍କୁ ବୁଝାଇଥିଲେ। କୋଟିଆ ପଞ୍ଚାୟତରେ ହେବାକୁ ଥିବା ସମାବେଶରେ ୬ ଜିଲାର ସମସ୍ତ ବ୍ଲକରୁ ସଭାପତି ଓ ଅନ୍ୟ କର୍ମକର୍ତ୍ତା ଯୋଗଦେଇପାରିବା ନେଇ ଜିଲା ସଭାପତିମାନେ ପଦକ୍ଷେପ ନେବାକୁ ଆହ୍ବାନ ଦେଇଥିଲେ। ବୈଠକରେ ରାଜ୍ୟ ସଙ୍ଗଠକ ରାଜୁ ନାୟକ, ମାଲକାନଗିରି ଜିଲାରୁ ଲଳିତ ମାଡକାମୀ, ସୋମନାଥ ଖରା, କୋରାପୁଟ ଜିଲା ଆଦିବାସୀ ସଭାପତି ରଞ୍ଜିତ ପାଙ୍ଗୀ, ରାଜ୍ୟ ଉପସଭାପତି ଚେଟି ଗଙ୍ଗାଧର ସ୍ବାମୀ ଓ ଅନେକ ପଦାଧିକାରୀ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଛାତିଥରା ହତ୍ୟାକାଣ୍ଡ, ସ୍ପଷ୍ଟ ଦିବାଲୋକରେ ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ,୧୯।୧: ସୋମବାର ଅପରାହ୍ନରେ ଉତ୍ତରପ୍ରଦେଶର ଏଟା ଜିଲାରେ ଏକ ଭୟଙ୍କର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ନଗର କୋତୱାଲି ଅଞ୍ଚଳର ଅଧିକାର କ୍ଷେତ୍ର ଅନ୍ତର୍ଗତ ନାଗଲା...

ଅନୁଷ୍କାଙ୍କୁ ‘ମ୍ୟାଡାମ୍‌’ ଡାକିଦେଲେ ଏହି କ୍ରିକେଟର୍‌: ଶୁଣିକି ଏମିତି କହିଦେଲେ କୋହଲି

ନୂଆଦିଲ୍ଲୀ,୧୯।୧: ଭାରତୀୟ କ୍ରିକେଟ ଦଳରେ ବିରାଟ କୋହଲି ପ୍ରାୟତଃ ପଡ଼ିଆରେ ତାଙ୍କର ଆକ୍ରମଣାତ୍ମକ ଶୈଳୀ ପାଇଁ ଜଣାଶୁଣା। ଡ୍ରେସିଂ ରୁମ ଭିତରେ ସେ ସମ୍ପୂର୍ଣ୍ଣ ନିଆରା।...

ମାନବିକତା ଦେଖାଇଲେ ବିଧାୟକ: ଦୁର୍ଘଟଣାରେ ଗୁରୁତରଙ୍କୁ ନିଜ ଗାଡ଼ିରେ ନେଇ…

ଗଞ୍ଜାମ/ ଦିଗପହଣ୍ଡି,୧୯।୦୧(ଅନାଥ ତରାଇ/ ବିଦ୍ୟାଧର ସାହୁ/ ଅଶେଷ ନାଥ ମିଶ୍ର): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ।  ସୋମବାର ହୁମ୍ମା ଗସ୍ତ ସମୟରେ...

ଖୁସି ଖବର! ଆବଶ୍ୟକ ବେଳେ ଆକାଉଣ୍ଟକୁ ଆସିଯିବ ଟଙ୍କା, ୧ ଏପ୍ରିଲରୁ EPFO…

ନୂଆଦିଲ୍ଲୀ,୧୯।୧: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ସଦସ୍ୟମାନଙ୍କ ପାଇଁ ଏକ ଖୁସି ଖବର ଅଛି । ୧ ଏପ୍ରିଲ, ୨୦୨୬ ଠାରୁ, EPFO ​​ସଦସ୍ୟମାନେ...

୧୪ ଦିନ ପର୍ଯ୍ୟନ୍ତ ଚିନି ନ ଖାଇଲେ ଶରୀରରେ ଦେଖିବାକୁ ପାଇବେ ଏସବୁ ପରିବର୍ତ୍ତନ

ସ୍ବାସ୍ଥ୍ୟଗତ କାରଣରୁ, ସାଧାରଣତଃ ଚିନିମୁକ୍ତ ଖାଦ୍ୟ ଅନୁସରଣ କରିବାକୁ ପରାମର୍ଶ ଦିଆଯାଏ, ଅର୍ଥାତ୍‌ ଖାଦ୍ୟରୁ ଚିନିକୁ ଦୂରେଇ ରଖିବା ଉଚିତ୍‌। ତଥାପି, ଏହା ପ୍ରାୟତଃ ଅତ୍ୟନ୍ତ...

ଯେଉଁ ଖେଳାଳିଙ୍କ ପାଇଁ ହାରିଲା ଭାରତ, ତାଙ୍କୁ ଗିଫ୍ଟ ଦେଇ ଚର୍ଚ୍ଚାରେ ବିରାଟ କୋହଲି

ଇନ୍ଦୋର,୧୯।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆର ଷ୍ଟାର...

ଯଦି T20 ବିଶ୍ୱକପରୁ ବାଂଲାଦେଶ ବାଦ ପଡେ, ଏହି ଟିମ୍‌କୁ ମିଳିବ ଏଣ୍ଟ୍ରି

ନୂଆଦିଲ୍ଲୀ,୧୯।୧: ଟି-୨୦ ବିଶ୍ୱକପ ବିବାଦ ଘନୀଭୂତ ହେଉଛି। ଗୋଟିଏ ପଟେ, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଜାନୁଆରୀ ୨୧ ସୁଦ୍ଧା ବାଂଲାଦେଶକୁ ତାର ସ୍ଥିତି ସ୍ପଷ୍ଟ...

ଶିକ୍ଷୟିତ୍ରୀଙ୍କ ପାଇଁ ଗେଟ୍‌ରେ ପଡ଼ିଲା ତାଲା: ବାହାରେ ରହିଗଲେ…

ସାକ୍ଷୀଗୋପାଳ,୧୩।୧(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସାକ୍ଷୀଗୋପାଳ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ଜେନାଙ୍କ ବଦଳି ବାତିଲ ଦାବିକରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri