କଣ୍ଟେନରରେ ଚାଲାଣ ହେଉଥିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ, ମାଡ଼ି ବସିଲା ପୋଲିସ, ସିକ୍ରେଟ୍‌ ଚାମ୍ବର ଦେଖି…

ଅମରପାଲି,୧୯ା୧(ପୀତାମ୍ବର ସାହୁ): ସୁବଳୟା ପୋଲିସକୁ ମିଳିଛି ବଡ଼ ସଫଳତା। କଣ୍ଟେନରରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ ଚୋରା ଚାଲାଣ ବେଳେ ସୁବଳୟା ପୋଲିସ ମାଡ଼ି ବସିଛି। ଗଞ୍ଜେଇ ଚୋରା ଚାଲାଣ ବେଳେ ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ଦୁରଦୁରା ନର୍ସରୀ ନିକଟରୁ ପୋଲିସ ଏନ୍‌ଏଲ ୦୧ ଏନ ୬୯୧୫ ନମ୍ବର ବିଶିଷ୍ଟ ଏକ କଣ୍ଟେନରକୁ ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଜଣ ହେଲେ ବିହାର ରାଜ୍ୟ ଭୋଜପୁର ଜିଲା ସାହାପୁର ଥାନା ଅନ୍ତର୍ଗତ ସୁନାଭରସା ଗ୍ରାମର ଶିବଧର ଯାଦବଙ୍କ ପୁଅ ଅନିଲ(୨୮) ଓ ଝାଡ଼ଖଣ୍ଡ ଧାନବାଦ ଥାନା ଝରିଆ ଗ୍ରାମର ଗଜାଧର ମହ୍ଲାରଙ୍କ ପୁଅ ବିନୁ (୩୫)।

ସୂଚନାନୁସାରେ, ସୋନପୁର ଆଡୁ ସୁବଳୟା ଦେଇ ସମ୍ବଲପୁର ଆଡ଼କୁ ଏକ
କଣ୍ଟେନରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ସୁବର୍ଣ୍ଣପୁର ଆରକ୍ଷୀ ଅଧୀକ୍ଷକ ନାରାୟଣ ନାଏକ ସୁବଳୟା ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ସୁବଳୟା ଥାନାଧିକାରୀ ସୁଶାନ୍ତ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍‌ ପିଛା କରି ଦୁରଦୁରା ନର୍ସରୀ ନିକଟରେ ଏନ୍‌ଏଲ ୦୧ ଏନ୍‌ ୬ ୯୧୪ ନମ୍ବର ବିଶିଷ୍ଟ ଏକ କଣ୍ଟେନରକୁ ଅଟକାଇ ତନଖିଥିଲେ। ଏହାର ଏକ ସିକ୍ରେଟ୍‌ ଚାମ୍ବରରେ ବ୍ୟାପକ ଗଞ୍ଜେଇ ଥିବା ଦେଖିବାକୁ ପାଇବାରୁ ଏହାକୁ ଜବତ କରିଥିଲେ। ଏହା ସହିତ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଡ୍ରାଇଭର ଓ ଅନ୍ୟଜଣେ ଯୁବକଙ୍କୁ ଧରିଥିଲେ। ଏନେଇ ସୁବଳୟା ଥାନାରେ କେସ୍‌ ନଂ ୧୪/୨୬ ରେ ଏକ ମାମଲା ରୁଜୁ ହୋଇଛି। ମାଜିଷ୍ଟ୍ରେଟ ଦାୟିତ୍ୱରେ ଅତିରିକ୍ତ ଜିଲାପାଳ ଅଜିତ ମିର୍ଦ୍ଧାଙ୍କ ଉପସ୍ଥିତିରେ ଅତିରିକ୍ତ ଆରକ୍ଷୀ ଅଧିକାରୀ କେ. କେ . ହରିପ୍ରସାଦ, ଉପଖଣ୍ଡୀୟ ପୋଲିସ ଅଧିକାରୀ ହେମନ୍ତ ରାଓ, ଥାନା ଅଧିକାରୀ ସୁଶାନ୍ତ ପ୍ରଧାନ ପ୍ରମୁଖ ଥାଇ ଜବତ ଗଞ୍ଜେଇକୁ ଓଜନ କରାଯାଇଥିଲା। ୬୦୬ ଟି ପ୍ୟାକେଟରେ ଥିବା ପ୍ରାୟ ୫ କୁଇଣ୍ଟାଲ ୯୩ କିଗ୍ରା ଗଞ୍ଜେଇ ଜବତ ହୋଇଥିବା ପୋଲିସ ସୂଚନା ଦେଇଛି। ଗିରଫ ଉଭୟଙ୍କୁ ସୋମବାର କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଉ ଫେରିବି କି ନାହିଁ ଜାଣିନାହିଁ: ହଠାତ୍‌ ବ୍ରେକ୍‌ ନେଲେ ନେହା

ଗାୟିକା ନେହା କକ୍କର ନିଜ ସଙ୍ଗୀତ କ୍ୟାରିୟରରୁ ବ୍ରେକ୍‌ ନେଇଛନ୍ତି। ସେ ଇନଷ୍ଟାଗ୍ରାମରେ ଏନେଇ ସୂଚନା ଦେଇଛନ୍ତି। ନେହା ତାଙ୍କ ପୋଷ୍ଟରେ ଲେଖିଛନ୍ତି, ଦାୟିତ୍ୱ, ସମ୍ପର୍କ,...

UKGରେ ପଢୁଥିବା ପୁଅର ରେଜଲ୍ଟ ଦେଖି ବାପାଙ୍କୁ ହାର୍ଟଆଟାକ୍, ସ୍କୁଲରେ ଟଳି….

ନୂଆଦିଲ୍ଲୀ,୧୯।୧:  ୟୁକେଜିରେ ପଢୁଥିବା ପୁଅର ମାର୍କସିଟ୍ ଦେଖି ବାପାକୁ ହାର୍ଟଆଟାକ୍ ଆସିଛି । କଥାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସମ୍ପୁର୍ଣ୍ଣ ସତ୍ୟ । ଆସାମରୁ ସାମ୍ନାକୁ...

୩୨୬ ଜାତୀୟ ରାଜପଥରେ ହେଟା ବାଘକୁ ଧକ୍କା ଦେଲା ଅଜଣା ଗାଡି

କାଲିମେଳା,୧୯।୧(ଜୀବନ କୃଷ୍ଣ ଦାସ): ଦିନକୁ ଦିନ ଜଙ୍ଗଲ କ୍ଷୟ ହେବା ଫଳରେ ବନ୍ୟଜନ୍ତୁ ସହରମୁଖୀ ହେବାରେ ଦେଖିବାକୁ ମିଳିଛି। ଏଭଳି ସ୍ଥଳେ ଏକ ମାଲକାନଗିରି ଜିଲା...

‘ଘୁମୁରା’ ଉଦ୍‌ଯାପନୀ ସନ୍ଧ୍ୟାରେ ଯୋଗଦେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଜିଲା ପାଇଁ ଏତିକି କୋଟି ଟଙ୍କାର…

ଭବାନୀପାଟଣା,୧୯।୧(ଉତ୍ତମ କୁମାର ଦାଶ): କୃଷି କ୍ଷେତ୍ରରେ କଳାହାଣ୍ଡିକୁ ରାଜ୍ୟରେ ଏକ ନମ୍ବର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରବିବାର ଭବାନୀପାଟଣା ଲାଲ...

ବନ୍ଧୁକ ଦେଖାଇ ବଡ଼ବିଲ ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍‌

ବଡ଼ବିଲ,୧୯।୧: କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ବ୍ୟାଙ୍କ ଅଫ ମହାରାଷ୍ଟ୍ର ଶାଖାରୁ ସୋମବାର ଏକ ବଡ଼ ଧରଣର ଲୁଟ୍‌ ହୋଇଛି। ଦୁର୍ୱୃତ୍ତମାନେ ବ୍ୟାଙ୍କରେ ପଶି କର୍ମଚାରୀଙ୍କୁ ବନ୍ଧୁକ...

ଏଣିକି ବଲାଙ୍ଗୀରରେ କାମ କରିବା ମନା, କାହିଁକି ଏମିତି ନିଷ୍ପତ୍ତି ନେଲେ ଠିକାଦାର ସଂଘ, ଜାଣନ୍ତୁ…

ବଲାଙ୍ଗୀର,୧୯।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଠିକାଦାର ସଂଘ ପକ୍ଷରୁ ରବିବାର ସ୍ଥାନୀୟ ଖବରଦାତା ଭବନଠାରେ ଖବରଦାତା ସମ୍ମିଳନୀ କରାଯାଇଥିଲା। ବଲାଙ୍ଗୀର ଜିଲା ଭିତରେ...

କାଲିଠୁ ଡଲଫିନ ଗଣନା: ବନ୍ଦ ରହିବ ବୋଟ୍‌ ଚଳାଚଳ

ଭୁବନେଶ୍ୱର,୧୯।୧: ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନ ଆନୁକୂଲ୍ୟରେ ଚିଲିକାରେ ପକ୍ଷୀ ଗଣନା ଶେଷ ହୋଇଥିବା ବେଳେ ମଙ୍ଗଳବାରଠୁ ଡଲଫିନ ଗଣନା ଆରମ୍ଭ ହେବ। ଏହି ଗଣନା ୩...

ଜରଉ ଘାଟିରୁ ୧୦ଫୁଟ ତଳକୁ ଖସିଲା ଅଟୋ, ୧୨ ସ୍କୁଲ ଛାତ୍ରୀଛାତ୍ର…

ମୋହନା, ୧୯।୧( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ମୋହନା ଠାରୁ ଗଞ୍ଜାମ ଜିଲ୍ଲା ବଡ଼ଗଡ଼କୁ ସଂଯୋଗ କରୁଥିବା ଜରଉ ଘାଟିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri