ପାଳନ ହେଉନି ଏନ୍‌ଜିଟି ନିର୍ଦ୍ଦେଶ : ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି ସ୍ଥାନୀୟ ବାସିନ୍ଦା

ପୁରୀ,୧୯ା୧(ଅଜିତ୍‌ କୁମାର ମହାନ୍ତି): ପୁରୀ ବଳିଆପଣ୍ଡା ଡମ୍ପିଂୟାର୍ଡ ପ୍ରସଙ୍ଗରେ ଏନ୍‌ଜିଟିର ନିର୍ଦ୍ଦେଶକୁ ପ୍ରଶାସନ ଫୁ’ କରି ଦେଇଥିବା ଦେଖିବାକୁ ମିଳୁଛି। ଏନ୍‌ଜିଟିର ନିର୍ଦ୍ଦେଶ ସତ୍ତ୍ୱେ ଅଳିଆ ପାହାଡ଼ ଏଯାବତ ନ ହଟିବାରୁ ସ୍ଥାନୀୟ ବାସିନ୍ଦା ଦହଗଞ୍ଜ ହେଉଛନ୍ତି। ଏହି ଘଟଣା ଆଜିକାଲିର ନୁହେଁ, ବର୍ଷ ବର୍ଷ ଧରି ସ୍ଥାନୀୟ ବାସିନ୍ଦା ନାହିଁ ନ ଥିବା ସମସ୍ୟା ଭୋଗ କରୁଛନ୍ତି। ବଳିଆପଣ୍ଡାଠାରେ ପୁରୀ ସହରର ଅଧିକାଂଶ ସ୍ଥାନରୁ ଆସୁଥିବା ବର୍ଜ୍ୟବସ୍ତୁ ପକାଯାଏ। ସେଠାରୁ ବର୍ଜ୍ୟବସ୍ତୁ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟରକୁ ନିଆ ନ ଯାଇ ସେଠାରେ ହିଁ ପୋଡ଼ି ଦିଆଯାଉଛି। ଏହାର ପ୍ରଭାବରେ ସ୍ଥାନୀୟ ଅଞ୍ଚଳର ଜଳ ଓ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି। ସେଠାକାର ଜନସାଧାରଣ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି।
ବର୍ଜ୍ୟବସ୍ତୁ ପରିଚାଳନା ଠିକ୍‌ ଭାବେ ନ ହେବା ଓ ଆବଶ୍ୟକ ଡ୍ରେନେଜ୍‌ ବ୍ୟବସ୍ଥା ନ ରହିବା ଯୋଗୁ ସେହି ଅଞ୍ଚଳରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଏନେଇ ଆବେଦନକାରୀ ଚିନ୍ମୟ ଦାଶ ଏହି ପ୍ରସଙ୍ଗ ନେଇ ଏନ୍‌ଜିଟିଙ୍କ ଦ୍ୱାରସ୍ଥ ହୋଇଥିଲେ। ଏନ୍‌ଜିଟି ସେଠାରୁ ଅଳିଆ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ, ମାତ୍ର ତାହା ଆଜିଯାଏ କାର୍ଯ୍ୟକାରୀ ହୋଇନାହିଁ। ବଳିଆପଣ୍ଡାର ଅଳିଆ ପାହାଡ଼ରେ ଶୁକ୍ରବାର ରାତିରେ ନିଆଁ ଲାଗିବାରୁ ବ୍ୟାପିଥିବା ଧୂଆଁରେ ସାହିବାସିନ୍ଦା ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ବୟସ୍କ, ଛୁଆ, ରୋଗୀ ଶ୍ୱାସରୁଦ୍ଧ ପରି ଅବସ୍ଥା ଅନୁଭବ କରିଥିଲେ। ପୌରପାଳିକା ଅନ୍ତର୍ଗତ ଗୌଡ଼ବାଡ଼ ସାହି ସାର ଗୋଦାମ ନିକଟରେ ବର୍ଷ ବର୍ଷ ଧରି ସହରର ସମସ୍ତ ଆବର୍ଜନା ସେଠାରେ ଜମାହୋଇ ପାହାଡ଼ ସୃଷ୍ଟି ହୋଇଛି। ବିଭିନ୍ନ ସମୟରେ ଅଳିଆଗଦା ପାହାଡ଼ରେ ନିଆଁ ଲାଗିବା ଯୋଗୁ ସ୍ଥାନୀୟ ବାସିନ୍ଦା ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି।
ସେହିପରି ସ୍ଥାନୀୟ ଲୋକେ ପ୍ରଦୂଷିତ ପାଣି ପିଉଥିବା ନେଇ କେନ୍ଦ୍ରୀୟ ଭୂତଳ ଜଳ ରିପୋର୍ଟରୁ ସ୍ପଷ୍ଟ ହେବାପରେ ପ୍ରଶାସନର ଆକ୍ସନ ଉପରେ ଉଠିଛି ପ୍ରଶ୍ନ। ପରିବେଶ ପ୍ରଦୂଷଣ ଓ ଧୂଆଁର ପ୍ରକୋପରେ ଅନେକ ଲୋକ ଗଭୀର ଶ୍ୱାସଜନିତ ସମସ୍ୟାରେ ଯୁଝି ହେଉଥିବା ଅଭିଯୋଗ ହୋଇଛି। ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ ଦୀର୍ଘଦିନ ହେବ ସହର ଭିତରୁ ଏହି ଅଳିଆଗଦା ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଥିଲେ ହେଁ ତାହା ଆଜିଯାଏ କାର୍ଯ୍ୟକାରୀ ହୋଇପାରିନାହିଁ। ଫଳରେ ୨୦ ହଜାରରୁ ଊଦ୍ଧର୍‌ବ ସ୍ଥାନୀୟ ବାସିନ୍ଦା ସମସ୍ୟା ଭୋଗୁଛନ୍ତି। ତୁରନ୍ତ ଏଠାରୁ ଡମ୍ପିଂୟାର୍ଡ ହଟାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ଏମାନେ ଯାହା କୁହନ୍ତି…

ଉକ୍ତ ଅଞ୍ଚଳରେ ଅଳିଆ ଗଦାହୋଇ ରହିଥିବାରୁ ସମସ୍ୟା ଭୋଗୁଛୁ। ଏପରିକି ଭଲ ପାଣି ମଧ୍ୟ ମିଳୁନାହିଁ। ଅନେକ ସମୟରେ ନିଆଁଲାଗି ଧୂଆ ହେଉଛି, ଫଳରେ ପଢ଼ାପଢ଼ିଠାରୁ ଆରମ୍ଭ କରି ଶୋଇବାରେ ସମସ୍ୟା ଭୋଗୁଛି। ଏନେଇ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଅଞ୍ଚଳବାସୀଙ୍କ ଦେହ ଅସୁସ୍ଥ ରହୁଛି। ପ୍ରଶାସନ ସ୍ଥାୟୀ ସମାଧାନ କରୁ।
-ଦୀପାଲି ମଜୁମଦାର, ସ୍ଥାନୀୟ ବାସିନ୍ଦା
ଅନେକ ସମୟରେ ଅଳିଆ ଗଦାରେ ନିଆଁ ଲାଗୁଛି, ଫଳରେ ରହିବା କଷ୍ଟକର ହୋଇପଡୁଛି। ଅଳିଆଗଦା କାରଣରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ପ୍ରଶାସନକୁ ଜଣାଇବାରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ। ଅଳିଆଗଦାରେ ନିଆଁ ନ ଲଗାଇବା ପାଇଁ ସରକାର କହୁଥିବା ବେଳେ ଏଠାରେ ପ୍ରଶାସନ ଅଳିଆଗଦାରେ ନିଆଁ ଲଗାଉଛି। ପ୍ରଶାସନ ଏଥିପ୍ରତି ପଦକ୍ଷେପ ଗ୍ରହଣ କରୁ ବୋଲି ପଣ୍ଡା ଦାବି କରିଛନ୍ତି।
-ସୁକାନ୍ତ ପଣ୍ଡା, ସାମାଜିକ କର୍ମୀ

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ଶର୍ମାଙ୍କ ଖରାପ ଫର୍ମକୁ ନେଇ ଶେଷରେ ମୁହଁ ଖୋଲିଲେ ଗିଲ: ସେ ଏବେ…

ଇନ୍ଦୋର,୧୯।୧: ନ୍ୟୁଜିଲାଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜରେ ଭାରତ ୨-୧ରେ ପରାଜୟ ବରଣ କରିଛି। ଇନ୍ଦୋରରେ ଅନୁଷ୍ଠିତ ତୃତୀୟ ଏବଂ ନିର୍ଣ୍ଣାୟକ ମ୍ୟାଚ୍‌ରେ...

ଜିଲାର ଚାଷୀଙ୍କ ପାଇଁ ଉଦାହରଣ ସାଜିଲେ ମୂକ ବଧିର ୨ ଭଉଣୀ: କୃଷି ବିଭାଗ ପକ୍ଷରୁ…

ନୂଆପଡ଼ା,୧୮ା୧ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳାର ଦ୍ୱିତୀୟ ଦିବସରେ ଏକ ନିଆରା ଚାଷୀ...

ଚିଲିକାକୁ ଆସିଛନ୍ତି ୧୧ ଲକ୍ଷ ପକ୍ଷୀ

ବାଲୁଗାଁ,୧୯ା୧(ସଂଗ୍ରାମ ପାଇକରାୟ): ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନ ଆନୁକୂଲ୍ୟରେ ଚିଲିକାରେ ପକ୍ଷୀ ଗଣନା ଶେଷ ହୋଇଛି। ଚଳିତ ବର୍ଷ ୧୯୬ ପ୍ରଜାତିର ୧୧ ଲକ୍ଷ ୩୨ ହଜାର...

ଭାଙ୍ଗିଲା ମୁଲାୟମଙ୍କ ପରିବାର: ସାନ ବୋହୂ ନେବେ ଛାଡ଼ପତ୍ର

ଲକ୍ଷ୍ନୌ,୧୯।୧: ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବଙ୍କ ଭାଇ ପ୍ରତୀକ ଯାଦବ ତାଙ୍କ ପତ୍ନୀ ଅପର୍ଣ୍ଣା ଯାଦବଙ୍କୁ ଛାଡପତ୍ର ଦେଉଛନ୍ତି। ମୁଲାୟମ ପରିବାରର ବୋହୂ ଅପର୍ଣ୍ଣା...

ବଦଳିବ ‘ଡିପିଆର’, ସାମିଲ ହେବ ପାରାଦୀପ: ନୂଆ ରୂପରେ ଆସିବ ମେଟ୍ରୋ ରେଳ

ଭୁବନେଶ୍ୱର,୧୯।୧(ରବିନାରାୟଣ ଜେନା): ଦୀର୍ଘଦିନ ଧରି ଭୁବନେଶ୍ୱର-କଟକ ମେଟ୍ରୋ ରେଳପ୍ରକଳ୍ପ କାର୍ଯ୍ୟ ଅନିଶ୍ଚିତତା ଭିତରେ ରହିଛି। ଏହାକୁ ନେଇ ଲୋକେ ଆଶା ଓ ଆଶଙ୍କାରେ ରହିଥିବାବେଳେ ରାଜ୍ୟ...

ପ୍ରେମ ସମ୍ପର୍କ ଗୁଜବ ଉପରେ ନୀରବତା ଭାଙ୍ଗିଲେ ଗୋବିନ୍ଦା, କହିଲେ ଷଡ଼ଯନ୍ତ୍ର ସମସ୍ତଙ୍କ ସହିତ…

ନୂଆଦିଲ୍ଲୀ,୧୯।୧: ଅଭିନେତା ଗୋବିନ୍ଦା ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ସହିତ ତାଙ୍କ ବୈବାହିକ ଜୀବନକୁ ନେଇ ଗୁଜବ ଚାଲିଥିବା ବେଳେ ତାଙ୍କ ବିରୁଦ୍ଧରେ ଏକ ଷଡ଼ଯନ୍ତ୍ରରୁ...

ଅଯୋଧ୍ୟା ଅଭିମୁଖେ ସ୍ବର୍ଣ୍ଣ ଧନୁ

ପୁରୀ,୧୯।୧(ଅଜିତ୍‌ କୁମାର ମହାନ୍ତି): ଅଯୋଧ୍ୟା ଅଭିମୁଖେ ଯାତ୍ରା କଲା ସ୍ବର୍ଣ୍ଣ ଧନୁ। ରବିବାର ଭୁବନେଶ୍ୱରରେ ଧନୁ ପ୍ରଦର୍ଶନ ହେବାପରେ ବିଳମ୍ବିତ ରାତିରେ ପୁରୀରେ ପହଞ୍ଚିଥିଲା। ସ୍ବର୍ଣ୍ଣରେ ...

ବିଜେଡିର ସବୁ ଗୁମର ଖୋଲିଦେଲେ ଶ୍ରୀମୟୀ: କହୁ କହୁ କହିଦେଲେ….

ଭୁବନେଶ୍ୱର,୧୯।୧: ବିଜେଡିର ଦୁଇଜଣ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ କରାଯିବା ପରେ ରାଜ୍ୟ ରାଜନୀତି ଜୋର ଧରିଛି। ମୁଖ୍ୟତଃ ଅରବିନ୍ଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri