ଅଟୋରେ ପେଟିପେଟି ମଦ ଆଣି ବ୍ୟବସାୟ କରୁଛନ୍ତି ଦମ୍ପତି, ଭିଡିଓ ଭାଇରାଲ ପରେ…

ଦାରିଙ୍ଗବାଡ଼ି,୧୯ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ିରେ ବେଧଡ଼କ ଚାଲିଛି ଚୋରା ମଦକାରବାର ଓ ଜୁଆ ଆଡ୍ଡା। ସିମନବାଡ଼ିଠାରୁ ରାଇକିଆକୁ ସଂଯୋଗ କରୁଥିବା ତେଲି ଛକ, ବ୍ୟାଙ୍କ ଓ ସାହୁ ନଗର, ଜୁଡ଼ାବାଡି, ଶିବମନ୍ଦିର ରୋଡ୍‌ ଆଦିରେ କିଛି ବ୍ୟବସାୟୀ ଦେଶୀ ଓ ବିଦେଶୀ ମଦକୁ ବେଧଡ଼କ ବିକ୍ରି କରୁଥିବା ଅଭିଯୋଗ ହେଉଛି। ଗୋଟିଏ ପରିବାରର ସ୍ତ୍ରୀ-ସ୍ବାମୀ ଏକ କ୍ୟାବିନ୍‌ କରି ନାମକୁ ମାତ୍ର ବିସ୍କୁଟ ମିକ୍ସଚର ଓ ଅନ୍ୟାନ୍ୟ ସାମଗ୍ରୀ ଲୋକ ଦେଖାଣିଆ ବିକ୍ରି କରୁଥିବା ବେଳେ ଖୁଲମଖୁଲା ବିଦେଶୀ ମଦକୁ ଉକ୍ତ କ୍ୟାବିନରେ ବିକ୍ରି କରାଯାଉଛି। ସେହି ବ୍ୟବସାୟୀ ଜଣଙ୍କୁ ଭଡ଼ାସୂତ୍ରରେ ଦେଇଥିବା ମାଲିକଙ୍କ ଜାଣନ୍ତରେ ଏହି ସବୁ ବ୍ୟବସାୟୀ ଚାଲିଥିବା ଅଭିଯୋଗ ହେଉଛି। ଦାରିଙ୍ଗବାଡ଼ି ପୋଲିସ ଓ ଅବକାରୀ ବିଭାଗ ଶନିବାର ସନ୍ଧ୍ୟାରେ ଚଢ଼ାଉ କରି କିଛି ବିଦେଶୀ ମଦକୁ ଜବତ କରିବାରେ ସଫଳ ହୋଇଥିବା ବେଳେ ମହିଳା ବ୍ୟବସାୟୀଜଣଙ୍କ ପୋଲିସକୁ ଦେଖି ଦୌଡ଼ି ଯାଇ ଚୋରା ବିଦେଶୀ ମଦ ରଖିଥିବା ଗୋଦାମ ଘରକୁ ତାଲା ପକାଇ ଚୁପ୍‌ଚାପ ଆସୁଥିବା ଭିଡିଓ ଏବେ ମୋବାଇଲକୁ ମୋବାଇଲ ଘୂରି ବୁଲୁଛି। ଏଥିସହ ପୋଲିସ ଧରିବା ପରେ ପୁଣି ଉକ୍ତ ସ୍ବାମୀ ଓ ସ୍ତ୍ରୀ ଚୋରା ବ୍ୟବସାୟକୁ ଚଳାଇଥିବା ଓ ଏକ ଅଟୋ ଯୋଗେ ପେଟି ପେଟି ବିଦେଶୀ ମଦକୁ ଉକ୍ତ ଗୋଦାମ ଘରେ ରଖୁଥିବା ଭିଡିଓ ଭାଇରାଲ ହେଉଛି। ଏହି ଖବର ପୋଲିସ ନିକଟରେ ମଧ୍ୟ ରହିଥିବା ଜଣାପଡ଼ିଛି। ପୋଲିସ ଘଟଣାକୁ ଗୁରୁତର ଭାବେ ଗ୍ରହଣ କରିବା ସହ ଏହାର କାର୍ଯ୍ୟାନୁଷ୍ଠାନ ନେବାକୁ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଏକାଧିକ ବ୍ୟବସାୟୀ ଚୋରା ମଦ କାରବାର କରୁଥିବା ବେଳେ ଜୁଡ଼ାବାଡ଼ିରେ ମଧ୍ୟ ଜଣେ ବ୍ୟବଦାୟୀ ଜୁଆଆଡ୍ଡା ଚଳାଇବା ସହ ଦେଶୀ ମଦ କାରବାରକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଜୁଆ ଖେଳୁଥିବା ଲୋକ ସେଠାରେ ଅଧିକ ନିଶାସକ୍ତ ହୋଇ କ୍ଷତି ସହୁଥିବା ଚର୍ଚ୍ଚା ଜୋର ଧରିଛି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ ବିଦ୍ୟାଳୟକୁ ୩୩ କୋଟି ଅନୁମୋଦନ: ଅଭିଭାବକ ମହଲରେ ଖୁସିର ଲହରୀ

ଭଞ୍ଜନଗର,୧୯।୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାୟୀ କୋଠା ନିର୍ମାଣ ପାଇଁ କେନ୍ଦ୍ର ସରକାର ଇତିମଧ୍ୟରେ ତିନିଦିନ ପୂର୍ବେ ୩୩ କୋଟି ୧୧ ଲକ୍ଷ...

ରୋହିତ ଶର୍ମାଙ୍କ ଖରାପ ଫର୍ମକୁ ନେଇ ଶେଷରେ ମୁହଁ ଖୋଲିଲେ ଗିଲ: ସେ ଏବେ…

ଇନ୍ଦୋର,୧୯।୧: ନ୍ୟୁଜିଲାଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜରେ ଭାରତ ୨-୧ରେ ପରାଜୟ ବରଣ କରିଛି। ଇନ୍ଦୋରରେ ଅନୁଷ୍ଠିତ ତୃତୀୟ ଏବଂ ନିର୍ଣ୍ଣାୟକ ମ୍ୟାଚ୍‌ରେ...

ଜିଲାର ଚାଷୀଙ୍କ ପାଇଁ ଉଦାହରଣ ସାଜିଲେ ମୂକ ବଧିର ୨ ଭଉଣୀ: କୃଷି ବିଭାଗ ପକ୍ଷରୁ…

ନୂଆପଡ଼ା,୧୮ା୧ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳାର ଦ୍ୱିତୀୟ ଦିବସରେ ଏକ ନିଆରା ଚାଷୀ...

ଚିଲିକାକୁ ଆସିଛନ୍ତି ୧୧ ଲକ୍ଷ ପକ୍ଷୀ

ବାଲୁଗାଁ,୧୯ା୧(ସଂଗ୍ରାମ ପାଇକରାୟ): ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନ ଆନୁକୂଲ୍ୟରେ ଚିଲିକାରେ ପକ୍ଷୀ ଗଣନା ଶେଷ ହୋଇଛି। ଚଳିତ ବର୍ଷ ୧୯୬ ପ୍ରଜାତିର ୧୧ ଲକ୍ଷ ୩୨ ହଜାର...

ଭାଙ୍ଗିଲା ମୁଲାୟମଙ୍କ ପରିବାର: ସାନ ବୋହୂ ନେବେ ଛାଡ଼ପତ୍ର

ଲକ୍ଷ୍ନୌ,୧୯।୧: ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବଙ୍କ ଭାଇ ପ୍ରତୀକ ଯାଦବ ତାଙ୍କ ପତ୍ନୀ ଅପର୍ଣ୍ଣା ଯାଦବଙ୍କୁ ଛାଡପତ୍ର ଦେଉଛନ୍ତି। ମୁଲାୟମ ପରିବାରର ବୋହୂ ଅପର୍ଣ୍ଣା...

ବଦଳିବ ‘ଡିପିଆର’, ସାମିଲ ହେବ ପାରାଦୀପ: ନୂଆ ରୂପରେ ଆସିବ ମେଟ୍ରୋ ରେଳ

ଭୁବନେଶ୍ୱର,୧୯।୧(ରବିନାରାୟଣ ଜେନା): ଦୀର୍ଘଦିନ ଧରି ଭୁବନେଶ୍ୱର-କଟକ ମେଟ୍ରୋ ରେଳପ୍ରକଳ୍ପ କାର୍ଯ୍ୟ ଅନିଶ୍ଚିତତା ଭିତରେ ରହିଛି। ଏହାକୁ ନେଇ ଲୋକେ ଆଶା ଓ ଆଶଙ୍କାରେ ରହିଥିବାବେଳେ ରାଜ୍ୟ...

ପ୍ରେମ ସମ୍ପର୍କ ଗୁଜବ ଉପରେ ନୀରବତା ଭାଙ୍ଗିଲେ ଗୋବିନ୍ଦା, କହିଲେ ଷଡ଼ଯନ୍ତ୍ର ସମସ୍ତଙ୍କ ସହିତ…

ନୂଆଦିଲ୍ଲୀ,୧୯।୧: ଅଭିନେତା ଗୋବିନ୍ଦା ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ସହିତ ତାଙ୍କ ବୈବାହିକ ଜୀବନକୁ ନେଇ ଗୁଜବ ଚାଲିଥିବା ବେଳେ ତାଙ୍କ ବିରୁଦ୍ଧରେ ଏକ ଷଡ଼ଯନ୍ତ୍ରରୁ...

ଅଯୋଧ୍ୟା ଅଭିମୁଖେ ସ୍ବର୍ଣ୍ଣ ଧନୁ

ପୁରୀ,୧୯।୧(ଅଜିତ୍‌ କୁମାର ମହାନ୍ତି): ଅଯୋଧ୍ୟା ଅଭିମୁଖେ ଯାତ୍ରା କଲା ସ୍ବର୍ଣ୍ଣ ଧନୁ। ରବିବାର ଭୁବନେଶ୍ୱରରେ ଧନୁ ପ୍ରଦର୍ଶନ ହେବାପରେ ବିଳମ୍ବିତ ରାତିରେ ପୁରୀରେ ପହଞ୍ଚିଥିଲା। ସ୍ବର୍ଣ୍ଣରେ ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri