ଚିପ୍‌ସ ପ୍ୟାକେଟ୍‌ରେ ଲୁଚିଛି ମୃତ୍ୟୁ: ୨ ମାସରେ ଗଲାଣି ୩ ଶିଶୁଙ୍କ ଜୀବନ, ଖୁବ୍‌ଶୀଘ୍ର ସରକାର…

ଭୁବନେଶ୍ୱର,୧୯ା୧(ତ୍ରିନାଥ ମହାନ୍ତି): ଖାଦ୍ୟ ସହ ଖେଳ ଖେଳୁଛନ୍ତି ଚିପ୍‌ସ କମ୍ପାନୀ। ବେପାର ବଢାଇବା ପାଇଁ ଚିପ୍‌ସ ପ୍ୟାକେଟ୍‌ ଭିତରେ ଛୋଟ ଖେଳନା, ବେଲୁନ ଆଦି ବିଭିନ୍ନ ପ୍ରକାର ଜିନିଷ ପୂରାଇ ପିଲାଙ୍କୁ ଆକୃଷ୍ଟ କରୁଛନ୍ତି। ଖାଦ୍ୟ ସହ ଖେଳନା ଖାଇ କୋମଳମତି ଶିଶୁଙ୍କ ଜୀବନ ଯାଉଛି। ତଣ୍ଟିରେ ଲାଗିଯିବାରୁ ୨ ମାସରେ ୩ରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟିଥିବାବେଳେ ୫ଜଣ ଆହତ ହୋଇଛନ୍ତି। ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ଏବେ ଲୋକେ ‘ଚିପ୍‌ସ ପ୍ୟାକେଟ’ରେ ଯମ ରହିଥିବା ପିଲାଙ୍କୁ କହି ଡରାଉଥିବା ଦେଖିବାକୁ ମିଳୁଛି। ତେବେ ଅବହେଳାରୁ ଘଟୁଥିବା ଏଭଳି ମୃତ୍ୟୁ ଘଟଣାରେ ଥାନାରେ ମାମଲା ହୋଇଛି। କେତେକ କ୍ଷେତ୍ରରେ କମ୍ପାନୀ କର୍ତ୍ତୃପକ୍ଷ କିମ୍ବା ମ୍ୟାନେଜର କ୍ଷମା ମାଗି ଖସିଯାଉଥିବା ଦେଖାଯାଉଛି। ହେଲେ ସମ୍ପୃକ୍ତ କମ୍ପାନୀ ବିରୋଧରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ଏଭଳି ହୃଦୟବିଦାରକ ଘଟଣା ବଢ଼ିଚାଲିଛି। ତେବେ ଏନେଇ ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି)ଙ୍କ ନିକଟରେ ମାନବାଧିକାର କର୍ମୀ ହିମାଂଶୁ ନାୟକ ପିଟିଶନ ଦାଏର କରିଛନ୍ତି। ଚିପ୍‌ସରେ ଖେଳନା ଦେଉଥିବା କମ୍ପାନୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ମୃତ ଶିଶୁଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ଏତେ ଜୀବନ ଯିବା ପରେ ବହୁ ବିଳମ୍ବରେ ରାଜ୍ୟ ସରକାରଙ୍କ ଚେତା ପଶିଛି। ଏଭଳି ଅଘଟଣ ଏଡ଼ାଇବାକୁ ଚିପ୍‌ସ ପ୍ରସ୍ତୁତକାରୀଙ୍କ ପାଇଁ ଏସ୍‌ଓପି ଜାରି କରିବାକୁ ଯାଉଛନ୍ତି। ଖୁବ୍‌ଶୀଘ୍ର ଏନେଇ ଗାଇଡଲାଇନ୍‌ ଜାରି ହେବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ଅଭିଭାବକମାନେ ମଧ୍ୟ ଏଥିପ୍ରତି ସତର୍କ ଓ ସଚେତନ ରହିବା ଦରକାର ବୋଲି ମତ ପ୍ରକାଶ ପାଇଛି। ଶରୀର ପ୍ରତି ବିପଦ ସୃଷ୍ଟିକାରୀ ଏଭଳି ଜଙ୍କ୍‌ ଫୁଡ୍‌ଠାରୁ ପିଲାଙ୍କୁ ଦୂରେଇ ରଖିବାକୁ ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।
ଚଳିତ ମାସରେ ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ନିଧିପୁର ଗାଁର ତାପସ ପାଇକରାୟ ଚିପ୍‌ସ ପ୍ୟାକେଟରୁ ବାହାରିଥିବା ବେଲୁନ ଫୁଙ୍କିବା ବେଳେ ତାହା ପାଟି ଭିତରେ ପଶି ତଣ୍ଟିରେ ଲାଖିଯାଇଥିଲା। ପ୍ରାଣବିକଳରେ ଛଟପଟ ହେଉଥିବା ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ବଞ୍ଚାଇପାରି ନ ଥିଲେ। ସେହିଭଳି ୩ ଦିନ ତଳେ ଚିପ୍‌ସ ପ୍ୟାକେଟ ଭିତରେ ଥିବା ଖେଳଣା ନିଆଁରେ ପଡ଼ି ବିସ୍ଫୋରଣ ହେବାରୁ ଆଖି ହରାଇଥିଲେ ବଲାଙ୍ଗୀର ଜିଲା ଟିଟିଲାଗଡ଼ ଶଗଡ଼ ଗଁାର ୮ ବର୍ଷର ପୁଅ ଅଙ୍କେଶ ହର୍‌ପାଲ। ଆଉ ଏସବୁ ଘଟଣା ୨ ମାସ ତଳର କନ୍ଧମାଳ ଜିଲାର ଆଉ ଏକ ଘଟଣାକୁ ମନେ ପକାଇଦେବା ସହ ସତର୍କ କରାଇଦେଇଛି। ଅଙ୍ଗନଓ୍ବାଡି କେନ୍ଦ୍ରରୁ ଫେରିବା ବେଳେ ବାପା କିଣିଦେଇଥିବା ଚିପ୍‌ସ ପ୍ୟାକେଟରୁ ବାହାରିଥିବା ଖେଳଣା ବନ୍ଧୁକ ତଣ୍ଟିରେ ଲାଗିଯିବାରୁ ଆଖି ବୁଜିଥିଲେ କନ୍ଧମାଳ ବ୍ରାହ୍ମଣୀ ଥାନା ଅନ୍ତର୍ଗତ ମୁଷିମାହା ଗାଁର ରଞ୍ଜିତ ପ୍ରଧାନଙ୍କ ୪ ବର୍ଷର ପୁଅ ବିଗିଲ।
ଆଇନଜୀବୀ ଅବିନାଶ ଗୁରୁ କହିଛନ୍ତି, ଚିପ୍‌ସରେ ଖେଳନା ଦେଉଥିବା କମ୍ପାନୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଆହୁରି ମଧ୍ୟ ପୋଲିସ ଉକ୍ତ କମ୍ପାନୀ ମ୍ୟାନେଜରମାନଙ୍କୁ ତୁରନ୍ତ ଗିରଫ କରିବା ସହ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦିଆଯାଉ।
ଅଭିଭାବକ ରଶ୍ମିରେଖା ବେହେରା କହିଛନ୍ତି, ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ଆମ ପିଲାଙ୍କୁ ଚିପ୍‌ସ ଖାଇବାକୁ ଦେବାକୁ ଭୟ ଲାଗୁଛି। ହେଲେ ଆମ ଅଜାଣତରେ ସେମାନେ ଦୋକାନକୁ ଯାଇ କିଣି ଖାଉଛନ୍ତି। ଘରକୁ ଯଦି କେହି ଆସୁଛନ୍ତି ସେମାନଙ୍କୁ ଖେଳନା ଚିପ୍‌ସ କିଣିବା ପାଇଁ ଜିଦ୍‌କରି କାନ୍ଦୁଛନ୍ତି। ତେଣୁ ଯେଉଁ କମ୍ପାନୀ ପିଲାଙ୍କ ଜୀବନ ନେବାଭଳି କାମ କରୁଛି, ସେସବୁ କମ୍ପାନୀକୁ ସରକାର ବ୍ୟାନ୍‌ କରିବା ଭଳି କଠୋର ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

୨୧ରୁ ଆରମ୍ଭ ହେବ କୃଷି ମହାକୁମ୍ଭ, ସମ୍ମାନିତ ହେବେ ୨୦ ଅଧିକାରୀ

ଭୁବନେଶ୍ୱର,୧୯ା୧: ଆସନ୍ତା ୨୧ ତାରିଖଠାରୁ ଆରମ୍ଭ ହେବ ଓଡ଼ିଶାର କୃଷି ମହାକୁମ୍ଭ କୃଷି ଓଡ଼ିଶା-୨୦୨୬। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ...

ସ୍କୁଲରେ ମାରପିଟ ହୋଇ ଲହୁଲୁହାଣ ଘଟଣା, ୨ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କଲେ ବିଇଓ

ସମ୍ବଲପୁର, ୧୯।୧(ପ୍ରମୋଦ ବହିଦାର): ବୁର୍ଲା କିର୍ବା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗତ ୧୫ତାରିଖରେ ସଂଘଟିତ ରକ୍ତାକ୍ତ ସଂଘର୍ଷରେ ସମ୍ପୃକ୍ତ ଶିକ୍ଷୟିତ୍ରୀ ଦ୍ବୟ ନିଲମ୍ବିତ ହୋଇଛନ୍ତି...

କେନ୍ଦ୍ରୀୟ ବିଦ୍ୟାଳୟକୁ ୩୩ କୋଟି ଅନୁମୋଦନ: ଅଭିଭାବକ ମହଲରେ ଖୁସିର ଲହରୀ

ଭଞ୍ଜନଗର,୧୯।୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାୟୀ କୋଠା ନିର୍ମାଣ ପାଇଁ କେନ୍ଦ୍ର ସରକାର ଇତିମଧ୍ୟରେ ତିନିଦିନ ପୂର୍ବେ ୩୩ କୋଟି ୧୧ ଲକ୍ଷ...

ରୋହିତ ଶର୍ମାଙ୍କ ଖରାପ ଫର୍ମକୁ ନେଇ ଶେଷରେ ମୁହଁ ଖୋଲିଲେ ଗିଲ: ସେ ଏବେ…

ଇନ୍ଦୋର,୧୯।୧: ନ୍ୟୁଜିଲାଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜରେ ଭାରତ ୨-୧ରେ ପରାଜୟ ବରଣ କରିଛି। ଇନ୍ଦୋରରେ ଅନୁଷ୍ଠିତ ତୃତୀୟ ଏବଂ ନିର୍ଣ୍ଣାୟକ ମ୍ୟାଚ୍‌ରେ...

ଜିଲାର ଚାଷୀଙ୍କ ପାଇଁ ଉଦାହରଣ ସାଜିଲେ ମୂକ ବଧିର ୨ ଭଉଣୀ: କୃଷି ବିଭାଗ ପକ୍ଷରୁ…

ନୂଆପଡ଼ା,୧୮ା୧ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳାର ଦ୍ୱିତୀୟ ଦିବସରେ ଏକ ନିଆରା ଚାଷୀ...

ଭାଙ୍ଗିଲା ମୁଲାୟମଙ୍କ ପରିବାର: ସାନ ବୋହୂ ନେବେ ଛାଡ଼ପତ୍ର

ଲକ୍ଷ୍ନୌ,୧୯।୧: ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବଙ୍କ ଭାଇ ପ୍ରତୀକ ଯାଦବ ତାଙ୍କ ପତ୍ନୀ ଅପର୍ଣ୍ଣା ଯାଦବଙ୍କୁ ଛାଡପତ୍ର ଦେଉଛନ୍ତି। ମୁଲାୟମ ପରିବାରର ବୋହୂ ଅପର୍ଣ୍ଣା...

ବଦଳିବ ‘ଡିପିଆର’, ସାମିଲ ହେବ ପାରାଦୀପ: ନୂଆ ରୂପରେ ଆସିବ ମେଟ୍ରୋ ରେଳ

ଭୁବନେଶ୍ୱର,୧୯।୧(ରବିନାରାୟଣ ଜେନା): ଦୀର୍ଘଦିନ ଧରି ଭୁବନେଶ୍ୱର-କଟକ ମେଟ୍ରୋ ରେଳପ୍ରକଳ୍ପ କାର୍ଯ୍ୟ ଅନିଶ୍ଚିତତା ଭିତରେ ରହିଛି। ଏହାକୁ ନେଇ ଲୋକେ ଆଶା ଓ ଆଶଙ୍କାରେ ରହିଥିବାବେଳେ ରାଜ୍ୟ...

ପ୍ରେମ ସମ୍ପର୍କ ଗୁଜବ ଉପରେ ନୀରବତା ଭାଙ୍ଗିଲେ ଗୋବିନ୍ଦା, କହିଲେ ଷଡ଼ଯନ୍ତ୍ର ସମସ୍ତଙ୍କ ସହିତ…

ନୂଆଦିଲ୍ଲୀ,୧୯।୧: ଅଭିନେତା ଗୋବିନ୍ଦା ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ସହିତ ତାଙ୍କ ବୈବାହିକ ଜୀବନକୁ ନେଇ ଗୁଜବ ଚାଲିଥିବା ବେଳେ ତାଙ୍କ ବିରୁଦ୍ଧରେ ଏକ ଷଡ଼ଯନ୍ତ୍ରରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri