ଦିନେ ପର୍ଯ୍ୟଟନ କ୍ଷେତ୍ରର କରିଥିଲେ ବିକାଶ, ଆଜି ପର୍ଯ୍ୟଟକ ଭାବେ ଦାରିଙ୍ଗବାଡ଼ି ବୁଲିଲେ ପୂର୍ବତନ ବିଡିଓ, ପୁରୁଣା ଦିନକୁ…

ଦାରିଙ୍ଗବାଡ଼ି,୧୯ା୧(ଅରୁଣ ସାହୁ): ଓଡ଼ିଶାର କଶ୍ମୀରର ଥଣ୍ଡାର ମଜା ନେବାକୁ ଛୁଟିଦିନ ରବିବାରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଦାରିଙ୍ଗବାଡ଼ିର ପର୍ଯ୍ୟଟନକ୍ଷେତ୍ର ଲଭର୍ସ ପଏଣ୍ଟ ସମେତ ହିଲଭିୟୁ ପାର୍କ, କଫି ବଗିଚା, କିସୁବାଡ଼ି ଜଳପ୍ରପାତ, ଡ଼ୁଲୁରୀ ପାଇନ ବଣ, ମିଡିୟୁାନ୍ଦା ଜଳପ୍ରପାତ,ସନ ସେଟ୍‌ ପଏଣ୍ଟ ଆଦି ପର୍ଯ୍ୟଟନକ୍ଷେତ୍ରରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ନୂତନ ବର୍ଷର ତୃତୀୟ ରବିବାରରେ ଏହି ଭିଡ଼ ପର୍ଯ୍ୟଟକଙ୍କ ଦାରିଙ୍ଗବାଡ଼ି ପ୍ରତି ଆଗ୍ରହ ଦର୍ଶାଉଥିବା କୁହାଯାଉଛି। ଏବେ ମଧ୍ୟ ଶୀତ ଅନୁଭୂତ ହେଉଥିବା ବେଳେ ପର୍ଯ୍ୟଟକ ଦାରିଙ୍ଗବାଡ଼ିର ବିଭିନ୍ନ ପର୍ଯ୍ୟଟନକ୍ଷେତ୍ରରେ ବଣଭୋଜି କରିବା ସହ ବୁଲାବୁଲି କରି ଥଣ୍ଡା ଓ ଶାନ୍ତ ପରିବେଶର ମଜା ନେଇଛନ୍ତି। ହିଲଭିୟୁ ପାର୍କରେ ମ୍ୟୁଜିକାଲ ଫାଉଣ୍ଟେନ୍‌ରେ ମ୍ୟୁଜିକ୍‌ର ତାଳେତାଳେ ନାଚି ଉଠିଥିଲେ ପର୍ଯ୍ୟଟକ। ଏହି ସମୟରେ ବୟସକୁ ଗୁରୁତ୍ୱ ନଦେଇ ବରିଷ୍ଠ ନାଗରିକମାନେ ମଧ୍ୟ ନାଚୁଥିବା ବିଶେଷକରି ପଶ୍ଚିମବଙ୍ଗ ପର୍ଯ୍ୟଟକ ଓ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପର୍ଯ୍ୟଟକ ମାନେ ନାଚରେ ମଜିଯାଇଥିଲେ। କଫି ବଗିଚାରେ ମଧ୍ୟ ପ୍ରବଳ ଭିଡ଼ ହୋଇଥିବା ବେଳେ ଦାରିଙ୍ଗବାଡ଼ି ବ୍ଲକର ପୂର୍ବତନ ବିଡିଓ ତଥା ବର୍ତ୍ତମାନର ଫୁଲବାଣୀ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଭାବେ କାର୍ଯ୍ୟ କରୁଥିବା ଗଦାଧର ପାତ୍ର ଏବେ ପର୍ଯ୍ୟଟକ ସାଜି ତାଙ୍କ ଫୁଲବାଣୀ କାର୍ଯ୍ୟାଳୟର କର୍ମଚାରୀଙ୍କ ସହ ଦାରିଙ୍ଗବାଡ଼ିର ପର୍ଯ୍ୟଟନକ୍ଷେତ୍ର ବୁଲି ବହୁତ ପ୍ରଶଂସା କରିଥିଲେ। ବର୍ତ୍ତମାନର ବିଡିଓ ପ୍ରୀତିରଞ୍ଜନ ରଥ ମଧ୍ୟ ପର୍ଯ୍ୟଟନକ୍ଷେତ୍ରର ବିକାଶ ଧାରାକୁ ବଜାୟ ରଖିଥିବା କହି ସେ ପ୍ରଶଂସା କରିଥିଲେ।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ମାରପିଟ ହୋଇ ଲହୁଲୁହାଣ ଘଟଣା, ୨ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କଲେ ବିଇଓ

ସମ୍ବଲପୁର, ୧୯।୧(ପ୍ରମୋଦ ବହିଦାର): ବୁର୍ଲା କିର୍ବା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗତ ୧୫ତାରିଖରେ ସଂଘଟିତ ରକ୍ତାକ୍ତ ସଂଘର୍ଷରେ ସମ୍ପୃକ୍ତ ଶିକ୍ଷୟିତ୍ରୀ ଦ୍ବୟ ନିଲମ୍ବିତ ହୋଇଛନ୍ତି...

କେନ୍ଦ୍ରୀୟ ବିଦ୍ୟାଳୟକୁ ୩୩ କୋଟି ଅନୁମୋଦନ: ଅଭିଭାବକ ମହଲରେ ଖୁସିର ଲହରୀ

ଭଞ୍ଜନଗର,୧୯।୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାୟୀ କୋଠା ନିର୍ମାଣ ପାଇଁ କେନ୍ଦ୍ର ସରକାର ଇତିମଧ୍ୟରେ ତିନିଦିନ ପୂର୍ବେ ୩୩ କୋଟି ୧୧ ଲକ୍ଷ...

ରୋହିତ ଶର୍ମାଙ୍କ ଖରାପ ଫର୍ମକୁ ନେଇ ଶେଷରେ ମୁହଁ ଖୋଲିଲେ ଗିଲ: ସେ ଏବେ…

ଇନ୍ଦୋର,୧୯।୧: ନ୍ୟୁଜିଲାଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜରେ ଭାରତ ୨-୧ରେ ପରାଜୟ ବରଣ କରିଛି। ଇନ୍ଦୋରରେ ଅନୁଷ୍ଠିତ ତୃତୀୟ ଏବଂ ନିର୍ଣ୍ଣାୟକ ମ୍ୟାଚ୍‌ରେ...

ଜିଲାର ଚାଷୀଙ୍କ ପାଇଁ ଉଦାହରଣ ସାଜିଲେ ମୂକ ବଧିର ୨ ଭଉଣୀ: କୃଷି ବିଭାଗ ପକ୍ଷରୁ…

ନୂଆପଡ଼ା,୧୮ା୧ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳାର ଦ୍ୱିତୀୟ ଦିବସରେ ଏକ ନିଆରା ଚାଷୀ...

ଚିଲିକାକୁ ଆସିଛନ୍ତି ୧୧ ଲକ୍ଷ ପକ୍ଷୀ

ବାଲୁଗାଁ,୧୯ା୧(ସଂଗ୍ରାମ ପାଇକରାୟ): ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନ ଆନୁକୂଲ୍ୟରେ ଚିଲିକାରେ ପକ୍ଷୀ ଗଣନା ଶେଷ ହୋଇଛି। ଚଳିତ ବର୍ଷ ୧୯୬ ପ୍ରଜାତିର ୧୧ ଲକ୍ଷ ୩୨ ହଜାର...

ଭାଙ୍ଗିଲା ମୁଲାୟମଙ୍କ ପରିବାର: ସାନ ବୋହୂ ନେବେ ଛାଡ଼ପତ୍ର

ଲକ୍ଷ୍ନୌ,୧୯।୧: ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବଙ୍କ ଭାଇ ପ୍ରତୀକ ଯାଦବ ତାଙ୍କ ପତ୍ନୀ ଅପର୍ଣ୍ଣା ଯାଦବଙ୍କୁ ଛାଡପତ୍ର ଦେଉଛନ୍ତି। ମୁଲାୟମ ପରିବାରର ବୋହୂ ଅପର୍ଣ୍ଣା...

ବଦଳିବ ‘ଡିପିଆର’, ସାମିଲ ହେବ ପାରାଦୀପ: ନୂଆ ରୂପରେ ଆସିବ ମେଟ୍ରୋ ରେଳ

ଭୁବନେଶ୍ୱର,୧୯।୧(ରବିନାରାୟଣ ଜେନା): ଦୀର୍ଘଦିନ ଧରି ଭୁବନେଶ୍ୱର-କଟକ ମେଟ୍ରୋ ରେଳପ୍ରକଳ୍ପ କାର୍ଯ୍ୟ ଅନିଶ୍ଚିତତା ଭିତରେ ରହିଛି। ଏହାକୁ ନେଇ ଲୋକେ ଆଶା ଓ ଆଶଙ୍କାରେ ରହିଥିବାବେଳେ ରାଜ୍ୟ...

ପ୍ରେମ ସମ୍ପର୍କ ଗୁଜବ ଉପରେ ନୀରବତା ଭାଙ୍ଗିଲେ ଗୋବିନ୍ଦା, କହିଲେ ଷଡ଼ଯନ୍ତ୍ର ସମସ୍ତଙ୍କ ସହିତ…

ନୂଆଦିଲ୍ଲୀ,୧୯।୧: ଅଭିନେତା ଗୋବିନ୍ଦା ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ସହିତ ତାଙ୍କ ବୈବାହିକ ଜୀବନକୁ ନେଇ ଗୁଜବ ଚାଲିଥିବା ବେଳେ ତାଙ୍କ ବିରୁଦ୍ଧରେ ଏକ ଷଡ଼ଯନ୍ତ୍ରରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri