ଶୀତ, କୁହୁଡ଼ି ଭିତରେ ଖରାତାତିକୁ ଅନୁଭବ କରିବେ ଲୋକେ

ଭୁବନେଶ୍ୱର, ୧୯ା୧ (ବନ୍ଦନା ସେଠୀ): ରାଜ୍ୟରେ ପଶ୍ଚିମାଝଡ଼ ପ୍ରଭାବରେ ବଢିବ ରାତି ତାପମାତ୍ରା। ଶୀତ, କୁହୁଡ଼ି ସାଙ୍ଗକୁ ଖରାତାତିକୁ ଅନୁଭବ କରିବେ ଲୋକେ। ଏବେ ବି ଥଣ୍ଡା ପ୍ରକୋପ ଜାରି ରହିଛି। ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୨.୮ ଡିଗ୍ରୀ ରେକର୍ଡ ହୋଇଛି। ତେବେ ସୋମବାର ଓ ବୁଧବାର ରାତିରୁ ଉତ୍ତର-ପଶ୍ଚିମ ଭାରତକୁ ଅତି କମ୍‌ ଅନ୍ତରାଳରେ ଦୁଇଟି ପଶ୍ଚିମାଝଡ଼ ପ୍ରଭାବିତ କରିବା ସମ୍ଭାବନା ଥିବାରୁ ଆସନ୍ତା ୪ ଦିନ ମଧ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସୋମବାର ଅନୁଗୋଳ ଏବଂ ଝାରସୁଗୁଡା ଜିଲାରେ ପ୍ରବଳ ଥଣ୍ଡା ନେଇ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ସେହିପରି କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, କଟକ, ସୁନ୍ଦରଗଡ଼, ଝାରସୁଗୁଡା, ଅନୁଗୋଳ, ଢେଙ୍କାନାଳ ଏବଂ କନ୍ଧମାଳ ଜିଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ହେବା ନେଇ ସତର୍କ କରାଯାଇଛି। ଅନ୍ୟପକ୍ଷରେ ମଙ୍ଗଳବାର ଏବଂ ବୁଧବାର ଦୁଇଦିନ ପାଇଁ କଟକ, ଖୋର୍ଦ୍ଧା, ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଓ କଳାହାଣ୍ଡି ଜିଲାରେ କୁହୁଡି ନେଇ ସୂଚନା ଦିଆଯାଇଛି।
ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ଘଣ୍ଟାରେ ରାଜ୍ୟର ୧୪ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା। ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୨.୮ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ସିମିଳିଗୁଡା ୪.୪ ଡିଗ୍ରୀ, ଫୁଲବାଣୀ ୫.୮ ଡିଗ୍ରୀ, ରାଉରକେଲା ୬ ଡିଗ୍ରୀ, ଝାରସୁଗୁଡା ୬.୮ ଡିଗ୍ରୀ, ବଲାଙ୍ଗୀର ଓ ଚିପିଲିମା ୮ ଡିଗ୍ରୀ, କିରେଇ ୮.୫ ଡିଗ୍ରୀ, ଅନୁଗୋଳ ୮.୮ ଡିଗ୍ରୀ, ଭବାନୀପାଟଣା ୮.୯ ଡିଗ୍ରୀ, ସୁନ୍ଦରଗଡ଼ ୯.୨ ଡିଗ୍ରୀ, କେନ୍ଦୁଝର ୯.୨ ଡିଗ୍ରୀ, କୋରାପୁଟ ୯.୮ ଡିଗ୍ରୀ ଏବଂ ଢେଙ୍କାନାଳରେ ସର୍ବନିମ୍ନ ତାପମାତ୍ରା ୯.୮ ଡିଗ୍ରୀ ରହିଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଘୁମୁରା’ ଉଦ୍‌ଯାପନୀ ସନ୍ଧ୍ୟାରେ ଯୋଗଦେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଜିଲା ପାଇଁ ଏତିକି କୋଟି ଟଙ୍କାର…

ଭବାନୀପାଟଣା,୧୯।୧(ଉତ୍ତମ କୁମାର ଦାଶ): କୃଷି କ୍ଷେତ୍ରରେ କଳାହାଣ୍ଡିକୁ ରାଜ୍ୟରେ ଏକ ନମ୍ବର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରବିବାର ଭବାନୀପାଟଣା ଲାଲ...

ବନ୍ଧୁକ ଦେଖାଇ ବଡ଼ବିଲ ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍‌

ବଡ଼ବିଲ,୧୯।୧: କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ବ୍ୟାଙ୍କ ଅଫ ମହାରାଷ୍ଟ୍ର ଶାଖାରୁ ସୋମବାର ଏକ ବଡ଼ ଧରଣର ଲୁଟ୍‌ ହୋଇଛି। ଦୁର୍ୱୃତ୍ତମାନେ ବ୍ୟାଙ୍କରେ ପଶି କର୍ମଚାରୀଙ୍କୁ ବନ୍ଧୁକ...

କାଲିଠୁ ଡଲଫିନ ଗଣନା: ବନ୍ଦ ରହିବ ବୋଟ୍‌ ଚଳାଚଳ

ଭୁବନେଶ୍ୱର,୧୯।୧: ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନ ଆନୁକୂଲ୍ୟରେ ଚିଲିକାରେ ପକ୍ଷୀ ଗଣନା ଶେଷ ହୋଇଥିବା ବେଳେ ମଙ୍ଗଳବାରଠୁ ଡଲଫିନ ଗଣନା ଆରମ୍ଭ ହେବ। ଏହି ଗଣନା ୩...

ଜରଉ ଘାଟିରୁ ୧୦ଫୁଟ ତଳକୁ ଖସିଲା ଅଟୋ, ୧୨ ସ୍କୁଲ ଛାତ୍ରୀଛାତ୍ର…

ମୋହନା, ୧୯।୧( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ମୋହନା ଠାରୁ ଗଞ୍ଜାମ ଜିଲ୍ଲା ବଡ଼ଗଡ଼କୁ ସଂଯୋଗ କରୁଥିବା ଜରଉ ଘାଟିରେ...

ପଞ୍ଚାୟତ ଗୃହ ନିର୍ମାଣକୁ ନେଇ ବିବାଦ, ସର୍ବସମ୍ମୁଖରେ ନୂଆପଡ଼ା ବିଡିଓଙ୍କୁ ଚାପୁଡା

ନୂଆପଡା, ୧୯/୧ ( ମକାରୁ ବେମାଲ): ନୂଆପଡ଼ା ଜିଲାରେ ସୋମବାର ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି । ସୋମବାର ସକାଳୁ ନୂଆପଡ଼ା ସଦର ବିଡିଓ...

୨୧ରୁ ଆରମ୍ଭ ହେବ କୃଷି ମହାକୁମ୍ଭ, ସମ୍ମାନିତ ହେବେ ୨୦ ଅଧିକାରୀ

ଭୁବନେଶ୍ୱର,୧୯ା୧: ଆସନ୍ତା ୨୧ ତାରିଖଠାରୁ ଆରମ୍ଭ ହେବ ଓଡ଼ିଶାର କୃଷି ମହାକୁମ୍ଭ କୃଷି ଓଡ଼ିଶା-୨୦୨୬। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ...

ସ୍କୁଲରେ ମାରପିଟ ହୋଇ ଲହୁଲୁହାଣ ଘଟଣା, ୨ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କଲେ ବିଇଓ

ସମ୍ବଲପୁର, ୧୯।୧(ପ୍ରମୋଦ ବହିଦାର): ବୁର୍ଲା କିର୍ବା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗତ ୧୫ତାରିଖରେ ସଂଘଟିତ ରକ୍ତାକ୍ତ ସଂଘର୍ଷରେ ସମ୍ପୃକ୍ତ ଶିକ୍ଷୟିତ୍ରୀ ଦ୍ବୟ ନିଲମ୍ବିତ ହୋଇଛନ୍ତି...

ଜିଲାର ଚାଷୀଙ୍କ ପାଇଁ ଉଦାହରଣ ସାଜିଲେ ମୂକ ବଧିର ୨ ଭଉଣୀ: କୃଷି ବିଭାଗ ପକ୍ଷରୁ…

ନୂଆପଡ଼ା,୧୮ା୧ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳାର ଦ୍ୱିତୀୟ ଦିବସରେ ଏକ ନିଆରା ଚାଷୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri