ଘୁମୁସର ବନଖଣ୍ଡରେ ପ୍ରଥମଥର ଦେଖିବାକୁ ମିଳିଲା ବିଦେଶାଗତ ପକ୍ଷୀ, ଗତବର୍ଷ ଅପେକ୍ଷା ଏଥର…

ଭଞ୍ଜନଗର,୧୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ରବିବାର ପକ୍ଷୀ ଗଣନା ହୋଇଛି। ଏଥିରେ କଲେଜ ଛାତ୍ରୀଛାତ୍ର, ସ୍ବେଚ୍ଛାସେବୀ, ବନ ସୁରକ୍ଷା ସମିତି କର୍ମକର୍ତ୍ତାଙ୍କ ସମେତ ବନ ବିଭାଗ କର୍ମଚାରୀ ସାମିଲ ହୋଇଥିଲେ। ଏନେଇ ୩୮ଟି ଟିମ୍‌ ଗଠନ କରାଯାଇଥିଲା । ସେମାନେ ବିଭିନ୍ନ ଜଳାଶୟରେ ପକ୍ଷୀ ଗଣନା କରିଥିଲେ। ସକାଳ ୬ ଟାରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଏହି ଗଣନା ହୋଇଥିଲା। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଆଉ କିଛି ନୂଆ ପକ୍ଷୀ ଗଣନା ସମୟରେ ଠାବ କରାଯାଇଛି । ଏଥିସହ ପ୍ରଥମ ଥର ପାଇଁ ଏହି ବନଖଣ୍ଡକୁ ବହୁ ପରିମାଣର
ବିଦେଶାଗତ ପକ୍ଷୀ ଆସିଛନ୍ତି। ଗାର୍ଡଓ୍ବାଲ, କିଙ୍ଗ ଫିସର, କମନ ପୋଚାରଡ୍‌, ଲେଶନ ଓ୍ବିସଲିଙ୍ଗ ଡକ୍ସ, କମନ କିଙ୍ଗ,ହ୍ବାଇଟ୍‌ ବ୍ରେଷ୍ଟେଡ୍‌ କିଙ୍ଗ ଭଳି ଅନେକ ବିଦେଶାଗତ ପକ୍ଷୀ ପ୍ରଥମଥର ପାଇଁ ଏହି ବନଖଣ୍ଡରେ ଦେଖାଦେଇଛି। ଏହି ବନଖଣ୍ଡ ଅଞ୍ଚଳରେ ଥିବା ଆର୍ଦ୍ରଭୂମି ଅଞ୍ଚଳରେ ଉକ୍ତ ପକ୍ଷୀଗୁଡ଼ିକ ଆଜି ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ପ୍ରତିବର୍ଷ ରାଜ୍ୟରେ ପକ୍ଷୀ ଗଣନା ହେଉଛି। ଏହି ସମୟରେ ବିଦେଶାଗତ ପକ୍ଷୀ ଏବଂ ଅଞ୍ଚଳ ପକ୍ଷୀ ଚିହ୍ନଟ କରିବା ସହ ସଂପୃକ୍ତ ଅଞ୍ଚଳର ଜଳବାୟୁ, ମାଟି ଓ ପାଣି ଜାଣିବା ପାଇଁ ଏହି ଗଣନା ହେଉଛି। ଏହାକୁ ଦେଖି ପକ୍ଷୀମାନଙ୍କ ସୁରକ୍ଷା ସହ ସଂପୃକ୍ତ ଅଞ୍ଚଳର ବିକାଶ ପାଇଁ ବି ପଦକ୍ଷେପ ନିଆଯାଉଛି। ଆଜକୁ ଦୁଇ ବର୍ଷ ହେବ କଲେଜ ଛାତ୍ରୀଛାତ୍ର ପକ୍ଷୀ ଗଣନାରେ ସାମିଲ ହୋଇଛନ୍ତି। ଏହାଦ୍ବାରା ଛାତ୍ରୀଛାତ୍ରଙ୍କ ଗବେଷଣାତ୍ମକ ଜ୍ଞାନ ବୃଦ୍ଧି ହେଉଛି। ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପକ୍ଷୀ ଗଣନା ହୋଇଥିଲା। ପକ୍ଷୀ ଗଣନା ଆଜି ଶାନ୍ତି ଶୃଙ୍ଖଳାର ସହ ସରିଛି।

ଅନ୍ୟମାନଙ୍କ ମଧ୍ୟରେ ଏସିଏଫ ବିବେକ ଦାସ, ବିମଳ ପ୍ରଧାନ, ମୂଜାଗଡ଼ ରେଞ୍ଜର ବିମ୍ବାଧର ସାହୁ, ଜଗନ୍ନାଥପ୍ରସାଦ ରେଞ୍ଜର ସୁଜାତା ରାଣୀ ପଣ୍ଡା, ଗାଲେରୀ ରେଞ୍ଜର ଜ୍ଞାନେନ୍ଦ୍ର ଲିମା, ତାରସିଂ ରେଞ୍ଜର ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ପକ୍ଷୀଗଣନାରେ ସାମିଲ ହୋଇଥିଲେ।
ଏନେଇ ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତିଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଗତବର୍ଷ ୭୧୦୦ ପକ୍ଷୀ ଠାବ କରାଯାଇଥିଲା। ଚଳିତ ବର୍ଷ ଏହା ବହୁତ ହେବ। ଯାହାକୁ ଅଞ୍ଚଳର ଜଳବାୟୁ ପ୍ରତି ଭଲ ସୂଚନା ବୋଲି ମହାନ୍ତି କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀହୁଡ଼ାରୁ ମିଳିଲା ନବଜାତ ଶିଶୁପୁତ୍ରର ମୃତଦେହ

ଉମରକୋଟ, ୧୮।୧(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ କୋଏଲାରବେଡ଼ା ଗାଁ ପୋଖରୀହୁଡ଼ାରୁ ରବିବାର ଜଣେ ନବଜାତକଙ୍କ ମୃତଦେହ ମିଳିଛି। ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି...

କେନାଲରୁ ମିଳିଲା ଶିଶୁପୁତ୍ରର ମୃତଦେହ, ଭାସିଯାଇ…

ବରଗଡ଼,୧୮।୧(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସଦର ଥାନା ଅନ୍ତର୍ଗତ ସୟାଁ ପଡିଆ ପାଖ ଦେଇ ଯାଇଥିବା କେନାଲରୁ ରବିବାର ଜଣେ ଶିଶୁପୁତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି।...

ଯୋଗେନ୍ଦ୍ରଙ୍କୁ ମିଳିଲା ଗୁରୁଦାୟିତ୍ୱ: ନବୀନଙ୍କୁ ଜଣାଇଲେ କୃତଜ୍ଞତା

ବଡ଼ଗାଁ, ୧୮।୧(ଅଶୋକ ଷଡଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ବିଜେଡି ସଭାପତି ଭାବେ ଫୁଲବାରୀ ସରପଞ୍ଚ ତଥା ବଡ଼ଗାଁ ବ୍ଲକ ସରପଞ୍ଚ ସଂଘ ସଭାପତି ଯୋଗେନ୍ଦ୍ର...

ଦ୍ଵିତୀୟ ଦିନରେ ଦାରିଙ୍ଗବାଡି ପୋଲିସର ମଦ ଧରପଗଡ଼ ଅଭିଯାନ, ସାବଡ଼ ହେଉଛନ୍ତି ଚୋରା ମଦ ବ୍ୟବସାୟୀ

ଦାରିଙ୍ଗବାଡି,୧୮ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ପକ୍ଷରୁ ଦ୍ଵିତୀୟ ଦିନରେ ମଧ୍ୟ ଚୋରାମଦ ଧରପଗଡ଼ ଜୋରଦାର କରାଯାଇଛି । ଦାରିଙ୍ଗବାଡି ଆଇଆଇସି ସଂଗ୍ରାମ କେଶରୀ...

ସୁରେଶ ଚୌଧୁରୀ ବ୍ଲକ କଂଗ୍ରେସ ସଭାପତି, ପିସିସି ସଭାପତିଙ୍କୁ ଧନ୍ୟବାଦ…

କର୍ଲାମୁଣ୍ଡା,୧୮/୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କଂଗ୍ରେସ କମିଟି ସଭାପତି ଭାବେ ସୁରେଶ ଚୌଧୁରୀ ପୁନର୍ବାର ନିଯୁକ୍ତି ପାଇଛନ୍ତି । ସେ ବର୍ତ୍ତମାନ...

୭୬ତମ କୁର୍ଶୁଲା ମକରମେଳା ଉଦଯାପିତ; ଚଣ୍ଡୀଙ୍କ ପୀଠରେ ପଡିଲା ବଳି, ୨କୋଟିରୁ…

କର୍ଲାମୁଣ୍ଡା,୧୮ା୧ (ପ୍ରଦୀପ କୁମାର ସାହୁ):  କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁର୍ଶୁଲା ସ୍ଥିତ ନୀଳକଣ୍ଠେଶ୍ୱର ମନ୍ଦିରରେ ଚାଲୁଥିବା ୭୬ତମ ମକରମେଳା ରବିବାର ଉଦଯାପିତ ହୋଇଯାଇଛି ।...

ପାଟପୁରରେ କ୍ରିକେଟ ମ୍ୟାଚ୍, ବ୍ଲୁ ୱାରିୟର ଟିମ୍ ବିଜୟୀ

ଦିଗପହଣ୍ଡି/ପାଟପୁର,୧୮|୧(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ବିଶ୍ୱାସରାୟ ବିଜ୍ଞାନ କଲେଜ ମିନି ଷ୍ଟାଡିୟମରେ  ସ୍ଥାନୀୟ ଫ୍ରେଣ୍ଡସ୍ସ କ୍ରିକେଟ କ୍ଲବ ପକ୍ଷରୁ...

ବସ୍‌ ମାଲିକ ସଂଘର ବଡ଼ ନିଷ୍ପତ୍ତି: ପାରାଦୀପରୁ ଗଡ଼ିବନାହିଁ ଘରୋଇ ବସ୍‌

ପାରାଦୀପ,୧୮।୧: ମୁଖ୍ୟମନ୍ତ୍ରୀ ବସ୍‌ ଚଳାଚଳକୁ ବିରୋଧ କରି ଘରୋଇ ବସ୍‌ ମାଲିକ ସଂଘ ରବିବାର ଏକ ବଡ଼ ନିଷ୍ପତ୍ତି ନେଇଛି। ସୋମବାର ସକାଳ ୬ଟାରୁ ପାରାଦୀପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri