ଝିଅମାନଙ୍କୁ ଆତ୍ମନିର୍ଭର ସୁରକ୍ଷା ଦେଇ ପାରିବ…

ଗଞ୍ଜାମ,୧୮।୧(ବିଦ୍ୟାଧର ସାହୁ ): ଗଞ୍ଜାମ ସହରସ୍ଥିତ ଇଣ୍ଡୋର ଷ୍ଟାଡୟମଠାରେ ଜିଲା ସ୍ତରୀୟ କିକ୍‌ ବକ୍ସିଂ ପ୍ରତିଯୋଗିତା ରବିବାର ଶୁଭାରମ୍ଭ ହୋଇଯାଇଛି। ଛତ୍ରପୁର ଲୋକପ୍ରିୟ ଯୁବ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ଅଷ୍ଟମ ବାଟାଲିୟନ କମାଣ୍ଡାଣ୍ଟ ସାରଦା ପ୍ରସାଦ ଦାସ, ଭାଜପା ଜିଲା ସମ୍ପାଦକ ଦୁର୍ଯ୍ୟୋଧନ ରେଡି, ଯୁବ ସଂଗଠକ ରାକେଶ ରଞ୍ଜନ ଦାସ, ସରପଞ୍ଚ ପ୍ରତିନିଧି ସରୋଜ ଦାସ (ବାପି ), ବିଧାୟକ ପ୍ରତିନିଧି ରାନୁ ବୈଠାରୁ, ଜୟଶ୍ରୀ କେମିକାଲସ କରମେଟ ସ୍କୁଲ କ୍ରୀଡା ଶିକ୍ଷକ ସୁନିଲ ଦାସ ପ୍ରମୁଖ ମଞ୍ଚାସିନ ଥିଲେ।

କୋଚ ପ୍ରମୋଦ କୁମାର ଅlପାତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କିକ ବକ୍ସିଂ ଭଳି ପ୍ରତିଯୋଗିତା ଦ୍ୱାରା ଝିଅମାନେ ନିଜକୁ ଆତ୍ମନିର୍ଭର ସୁରକ୍ଷା ଦେଇ ପାରିବ ବୋଲି ବିଧାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଏହି ପ୍ରତିଯୋଗିତାରେ ବିଭିନ୍ନ ଜିଲାର ତିନି ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅଂଶ ଗ୍ରହଣ କରିଥିବା ଆୟୋଜକଙ୍କ ଠାରୁ ସୂଚନା ମିଳିଛି । ଏହି ଉପଲକ୍ଷେ ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ରୀଛାତ୍ର ମାନଙ୍କ ସମେତ ବିଧାୟକ ମାର୍ସଲ ଶୋଭାଯାତ୍ରାରେ ସହର ପରିକ୍ରମା କରି ଇଣ୍ଡୋର ଷ୍ଟାଡିୟମରେ ପହଞ୍ଚିବା ପରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପାଟପୁରରେ କ୍ରିକେଟ ମ୍ୟାଚ୍, ବ୍ଲୁ ୱାରିୟର ଟିମ୍ ବିଜୟୀ

ଦିଗପହଣ୍ଡି/ପାଟପୁର,୧୮|୧(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ବିଶ୍ୱାସରାୟ ବିଜ୍ଞାନ କଲେଜ ମିନି ଷ୍ଟାଡିୟମରେ  ସ୍ଥାନୀୟ ଫ୍ରେଣ୍ଡସ୍ସ କ୍ରିକେଟ କ୍ଲବ ପକ୍ଷରୁ...

‘ମହିଳାମାନେ ସଚେତନ ହେଲେ ପରିବାର ଦିବ୍ୟ ହେବ’

ଭଞ୍ଜନଗର,୧୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଶ୍ରୀଅରବିନ୍ଦ ଶକ୍ତିପୀଠ ପରିସରରେ ରବିବାର ଲାଲସିଂ ଆନନ୍ଦମୟୀ ମହିଳା ପାଠଚକ୍ରର ୨୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି...

ଘୁମୁସର ବନଖଣ୍ଡରେ ପ୍ରଥମଥର ଦେଖିବାକୁ ମିଳିଲା ବିଦେଶାଗତ ପକ୍ଷୀ, ଗତବର୍ଷ ଅପେକ୍ଷା ଏଥର…

ଭଞ୍ଜନଗର,୧୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ରବିବାର ପକ୍ଷୀ ଗଣନା ହୋଇଛି। ଏଥିରେ କଲେଜ ଛାତ୍ରୀଛାତ୍ର, ସ୍ବେଚ୍ଛାସେବୀ, ବନ ସୁରକ୍ଷା ସମିତି...

ଗଞ୍ଜାମରେ ED ଚଢ଼ାଉ ଘଟଣା: ଅନେକ ଆପରାଧିକ କାଗଜପତ୍ର ସହ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତି ରେକର୍ଡ, ଖଣି ଲିଜ୍‌ ଚୁକ୍ତିନାମା ସହ…

ବ୍ରହ୍ମପୁର,୧୮ା୧(ସୁବାସ ଚନ୍ଦ୍ର ପାଢ଼ୀ): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଭୁବନେଶ୍ୱର ଜୋନାଲ ଅଫିସ୍‌ ପିଏମ୍‌ଏଲ୍‌ଏ, ୨୦୦୨ ର ବ୍ୟବସ୍ଥା ଅନୁଯାୟୀ, ଗଞ୍ଜାମ ଜିଲାର ୨୫ରୁ ଅଧିକ ସ୍ଥାନରେ ଏକ...

‘ଅନ୍ୟମାନଙ୍କୁ ଜ୍ଞାନ ବାଣ୍ଟିଲେ ଲକ୍ଷ୍ୟ ସାଧନ ହୋଇଥାଏ’

ଭଞ୍ଜନଗର,୧୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଓ ୨ ପକ୍ଷରୁ ୭...

ଘରେ ପଶିଲେ, କିଛି କହିବା ପୂର୍ବରୁ ବେକ, କାନକୁ ହାଣି ପକାଇଲେ  

ଦିଗପହଣ୍ଡି,୧୮।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ କାଣ୍ଡେଶ୍ୱର ଗ୍ରାମ ଇନ୍ଦିରା ଆବାସ କଲୋନୀରେ ଅଭାବନୀୟ ଘଟଣା ଘଟିଛି। କଲୋନୀରେ...

ଗୌରୀଶଙ୍କର-ଚନ୍ଦନ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ବାଜି ମାରିଲା ଗୁମ୍ମା ଟିମ୍‌

ଦିଗପହଣ୍ଡି,୧୭ା୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ୍‌ ଖମାରୀ ଗାଁ ପଞ୍ଚାୟତ ଗୋଲଣ୍ଡା ଗ୍ରାମସ୍ଥିତ ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀ ପଡିଆ ଠାରେ ବୃନ୍ଦାବନ ଚନ୍ଦ୍ର ସ୍ପୋର୍ଟସ କ୍ଲବ୍‌...

କଟନି- ଛଟନିକୁ ନେଇ ଚାଲିଥିଲା ବିବାଦ: ପୋଲିସ ପ୍ରଶାସନର ଉପସ୍ଥିତିରେ ମଣ୍ଡିରୁ ଉଠିଲା ଚାଷୀଙ୍କ ଧାନ

ଦିଗପହଣ୍ଡି,୧୭।୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି.ତୁରୁବୁଡି ଗ୍ରାମ ଶ୍ରୀ ରଘୁନାଥ ମହାପ୍ରଭୁ ପ୍ରାଥମିକ ସେବା ସମବାୟ ସମିତିରେ ଚାଷୀଙ୍କ ଠାରୁ ମଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri