ଭୁବନେଶ୍ୱର,୧୮ା୧: ସୁଭଦ୍ରା ଟଙ୍କା ମିଳିବା ତାରିଖରେ ହେଲା ପରିବର୍ତ୍ତନ । ଏଣିକି ଆଉ ୧୮ ତାରିଖରେ ଟଙ୍କା ପାଇବେନି ହିତାଧିକାରୀ । ନୂଆ ହିତାଧିକାରୀଙ୍କୁ ଆସନ୍ତା ୨୨ ତାରିଖରେ ମିଳିବ ସୁଭଦ୍ରା ଟଙ୍କା । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।
ଉପମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ଟ୍ବିଟ କରି କୁହାଯାଇଛି ଯେ, ସୁଭଦ୍ରା ଯୋଜନାରେ ନୂତନ ଭାବେ ଯୋଡ଼ି ହୋଇଥିବା ହିତାଧିକାରୀମାନଙ୍କୁ ଜାନୁଆରୀ ୧୮ ତାରିଖ ବଦଳରେ ଜାନୁଆରୀ ୨୨ ତାରିଖରେ ସୁଭଦ୍ରା ସହାୟତା ଅର୍ଥ ରାଶି ପ୍ରଦାନ କରାଯିବ । ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍ତି ।

