ଭୁବନେଶ୍ୱର,୧୮ା୧: କିଛିଦିନ ତଳେ ବିଜେଡିରୁ ବହିଷ୍କୃତ ହୋଇଥିବା ବିଧାୟକ ଅରବିନ୍ଦ ମହାପାତ୍ର ଶେଷରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ସବୁଦିନ ମୋ’ ବିରୋଧରେ ନୂଆ ନୂଆ ଅଭିଯୋଗ ଆଣୁଛି ବିଜେଡି। ତେବେ ବିଜେଡିର ଅଭିଯୋଗ ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି ଅରବିନ୍ଦ।
ସେ କହିଛନ୍ତି, ଗୋଟିଏ କାଗଜ ଫର୍ଦ୍ଦରେ ସବୁ ଅଭିଯୋଗ ଲେଖିକି ଆଣନ୍ତୁ, ମିଡିଆରେ ପ୍ରତିକ୍ରିୟା ରଖନ୍ତୁ। ମୁଁ ସବୁ ଅଭିଯୋଗର ଉତ୍ତର ରଖିବି। ନବୀନଙ୍କ ସହ କଥା ହେବାକୁ ଚେଷ୍ଟା କରିବି। ତା’ ପରେ ଉତ୍ତର ରଖିବି ବୋଲି ଅରବିନ୍ଦ କହିଛନ୍ତି।

